Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗଣତନ୍ତ୍ର ବି ଛଡେଇ ନେଇପାରେ ସ୍ବାଧୀନତା ଓ କରିପାରେ ବନ୍ଦୀ
ମତାମତ

ଗଣତନ୍ତ୍ର ବି ଛଡେଇ ନେଇପାରେ ସ୍ବାଧୀନତା ଓ କରିପାରେ ବନ୍ଦୀ

August 20, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଦେବ ରଞ୍ଜନ

ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି  ନହେଲେ ଏନକାଉଣ୍ଟର କରିଦେଉଛନ୍ତି। ସମସ୍ତେ କ’ଣ ମାଓବାଦୀ ହୋଇଛନ୍ତି ନା ଚୋର?’ ପୁଣି କାଶ୍ମୀର କଥା ପଡ଼ିଲେ କୁହେ, ‘ଟ୍ରିଗର୍‌ ଉପରେ ଆଙ୍ଗୁଳି ରଖିଲେ ଯାଇ ମତେ ଶାନ୍ତି ଲାଗେ। କେତେବେଳେ କୁଆଡୁ ଉଗ୍ରପନ୍ଥୀ ଆସିଯିବେ କିଏ ଜାଣେ ? ଗଲା ବର୍ଷ ତା’ର ହିସାବରେ ପ୍ରାୟେ ୫ ଲକ୍ଷ ଯବାନ ଜଗିଥିଲେ ସମଗ୍ର କାଶ୍ମୀରକୁ। ଏବେ ତାହା ସାତ ଲକ୍ଷ ଅର୍ଥାତ୍‌ ପ୍ରତି ସାତ କି ଆଠ କାଶ୍ମୀରବାସୀଙ୍କ ବିପକ୍ଷରେ ଜଣେ ଆଧୁନିକ ଅସ୍ତ୍ରଧାରୀ ଯବାନ। ଉଭୟ କାଶ୍ମୀରବାସୀ ଓ ନିଯୁକ୍ତି ଯବାନ ସମେସ୍ତ ଅଜଣା ଆତଙ୍କ ମଧ୍ୟରେ। ଧାରା ୩୭୦ର ଉଚ୍ଛେଦ କେବଳ ହେଲା ନାହିଁ  ତା’ ସହିତ କାଶ୍ମୀର ନିଜର ରାଜ୍ୟମାନ୍ୟତା ମଧ୍ୟ ହରାଇଛି। ଆଗକୁ ହୁଏ କୌଣସି ବି ରାଜ୍ୟ ଏପରିକି ଆଦିବାସୀ ବହୁଳ ପଞ୍ଚମ ଅନୁଚ୍ଛେଦ ମଧ୍ୟ ନିଜର ସ୍ବତନ୍ତ୍ର କ୍ଷମତା ଟିକକ ହରାଇପାରେ। ସେତେବେଳେ ହୁଏତ ସ୍ଲୋଗାନ୍‌ ରହିବ ’ଗୋଟେ ଦେଶ ଗୋଟେ ଆଇନ’- ବିଧାନସଭା ହେଉ କି ଗ୍ରାମସଭା କାହାରି ସ୍ବତନ୍ତ୍ର କ୍ଷମତା ରହିବା ଉଚିତ୍‌ ନୁହେଁ।  ଧାରା ୩୭୦ଉଚ୍ଛେଦ ପରଠାରୁ ବନ୍ଧୁପତ୍ନୀ ଜଣକ ନା ଟିଭି ସାମ୍ନାକୁ ଆସୁଛି ନା କାଶ୍ମୀରରୁ କିଛି ଫୋନ୍‌ ଆସୁଛି। ଦେଶର ଆଜି ସାତ ଲକ୍ଷ ଯବାନଙ୍କ ପରିବାର ମଧ୍ୟ ସେହି ଅନିଶ୍ଚିତତା ମଧ୍ୟରେ ଥିବେ ଠିକ୍‌ ମୁଁ, ମୋର ବନ୍ଧୁପତ୍ନୀ ଓ ତା’ ପରିବାର ଲୋକଙ୍କ ପରି। ପ୍ରେମ ଓ ଜାତୀୟତା ମଧ୍ୟରେ ଦୂରତା ଅନେକ, ହୁଏତ ମିଶ୍ରଣ ଅସମ୍ଭବ।

ଏଥର ନିଜ ଦେଶର ନିଜ ଲୋକଙ୍କ ବିପକ୍ଷରେ ନିଜେ ବନ୍ଧୁକ ଧରିଲା ବେଳେ ମୋର ବନ୍ଧୁଟି ସତେରେ କ’ଣ ଭାବୁଥିବ ? ଏହି କଥା ଗଲା ପାଞ୍ଚ ତାରିଖଠାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି। ହଁ, ସେ ମୋର ପ୍ରଧାନମନ୍ତ୍ରୀ। ହୁଏତ ମୁଁ ତାଙ୍କର ଅନେକ କଥାରେ ଅସହମତ ହୋଇପାରୁଥାଏ। ପଚାରିବାକୁ ଇଚ୍ଛା କରିବି କ’ଣ ସତେରେ ଏହା ପରେ ମୋର ବନ୍ଧୁ ଜଣକ ଟ୍ରିଗର ଉପରୁ ଆଙ୍ଗୁଳି ଉଠାଇ ନିଶ୍ଚିନ୍ତରେ ଟିକେ ଶୋଇପାରିବ ? ସେ ଆଉ ନିଜ ଦେଶର ସେହି କାଶ୍ମୀର ଲୋକଙ୍କୁ ଏନକାଉଣ୍ଟର କରିବନି, ହରଣଚାଳ କରିବନି, ପେଲେଟ ଗନରେ ମାରିବନି, ରାତି ଅଧରେ ଉଠାଇବନି ତ ଯଦି ତୁମ କଥା ସତ ହୋଇଥାଏ ଯେ କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଚାଲିଆସିଛି ? ସତେରେ କ’ଣ ଏହାପରେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ହସି ହସି ବିଦାୟ ଦେବେ ଓ ଉଗ୍ରପନ୍ଥୀମାନଙ୍କୁ ନିପାତ କରିପାରିଥିବା ହେତୁ ଧନ୍ୟବାଦ ଜଣାଇବେ ? ବହୁ ବର୍ଷ ତଳେ ଏମିତି ଏକ ଛବି ଟିଭି ପରଦାରେ ଆଫଗାନିସ୍ତାନରେ ଦେଖିଥିଲି। ଛୋଟ ଝିଅଟିଏ ରୁଷ ସଶସ୍ତ୍ର ବାହିନୀର ଟ୍ୟାଙ୍କ ଫେରିଯାଉଥିଲାବେଳେ ଯବାନଟିକୁ ଫୁଲଟିଏ ଆଣି ଦେଉଥିଲା। ବହୁତ ବର୍ଷ ପରେ ଜାଣିଲି ତାହା ସ୍ବତଃ ସ୍ଫୂର୍ତ୍ତ ନଥିଲା, ଛବିଟିକୁ ଟିଭି ପାଇଁ ତିଆରି କରାଯାଇଥିଲା। ଠିକ୍‌ ଅଛି ଯେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ଏହାପରେ ହସି ହସି ବିଦାୟ ନ ଦେଇପାରନ୍ତି। କାରଣ ପ୍ରତିବାଦ ଓ ପ୍ରତିଶୋଧ ମଧ୍ୟରେ ଅନେକ ଦୂରତା ରହିଛି। ଆମେ ଅଳ୍ପ କିଛି ଜନଗଣ ଆଜି ସରକାରଙ୍କୁ କେବଳ ନିଜର ପ୍ରତିବାଦ ଜଣାଉଛୁ। ସେମାନେ କିନ୍ତୁ ପ୍ରତିଶୋଧ ଓ ପ୍ରତିହିଂସାର ଅଗ୍ନିରେ ଜଳୁଛନ୍ତି, ଠିକ୍‌ ଆଫଗାନିସ୍ତାନ, ପାଲେଷ୍ଟାଇନ୍‌ ଓ ସିରିଆ ଭଳି। ମହାତ୍ମା ଗାନ୍ଧିଙ୍କର ସେହି କଥା ଯେ ତୁମେ ଯଦି ଆଖି ବଦଳରେ ଆଖି ନେବାକୁ ଚାହିଁବ ତେବେ ବିଶ୍ବ ଅନ୍ଧ ପାଲଟିଯାଇଥିବା ଜାଣିବ। ଏହା ଶାସକଙ୍କ ପାଇଁ ଅଧିକ ପ୍ରଯୁର୍ଜ୍ୟ। ସମଗ୍ର ରାଜ୍ୟବାସୀଙ୍କୁ ବିଜେପି ସରକାର ଜଣେ ଜଣେ ଉଗ୍ରପନ୍ଥୀ ଅଥବା ସମ୍ଭାବ୍ୟ ଉଗ୍ରପନ୍ଥ ଭାବରେ ଦେଖିବା ଓ ରାଜ୍ୟକୁ ସଂଘୀୟ ସ୍ଥିତିରୁ ଉଚ୍ଛେଦ କରି କେନ୍ଦ୍ରର ଅଧୀନକୁ ନେଇ ଆସିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାତିକ ଭିତରେ ହଜାର ହଜାର ଯବାନଙ୍କୁ ଗୋଟେ ଛୋଟ ସ୍ଥାନକୁ ପଠାଇ ସେମାନଙ୍କୁ ଘେରାବନ୍ଦୀ କରିଦେଲେ! ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କିପରି ଏକ ମହାନ ଜାତୀୟତାବାଦୀ କାର୍ଯ୍ୟ ହୋଇଗଲା କିନ୍ତୁ ଏକ ରାଜ୍ୟ ଉପରେ କେନ୍ଦ୍ର ସରକାର ଲଗାତର ଭାବରେ ସୈନ୍ୟ ପଠାଇ ଅତ୍ୟାଚାର କରିଚାଲିବା ଆମ ଆଲୋଚନାର କେନ୍ଦ୍ର ବିନ୍ଦୁ କେବେ ବି ହୋଇପାରିଲା ନାହିଁ ? ଦୁଃଖର କଥା ଯେ ଆମର ଜାତୀୟତା ଆମର ମାନବିକତାକୁ ଢାଙ୍କିଦେଇଛି ଓ ଏହା ଆମକୁ ଅନେକ ବିଷୟରେ ଅନ୍ଧ କରିଦେଉଛି।

ଧାରା ୩୭୦ ଉଚ୍ଛେଦ ଦ୍ବାରା କାଶ୍ମୀରବାସୀ ଉପକାର ପାଇବେ କି ନାହିଁ ତାହା ମୁଁ କହିପାରୁନି। ଏବେ ତ ବିଭିନ୍ନ ତୁଳନାତ୍ମକ ରିପୋର୍ଟ ଆସିଲାଣି ଯେ କାଶ୍ମୀରର ଶିକ୍ଷା, ଅପପୃଷ୍ଟି, ଶିଶୁ ମୃତ୍ୟୁହାର ଇତ୍ୟାଦି କ୍ଷେତ୍ରରେ ଜାତୀୟ ହାର ଏପରିକି ଗୁଜୁରାଟଠାରୁ ଜାମୁ ଓ କାଶ୍ମୀରର ସ୍ଥିତି ବେଶ୍‌ ଉନ୍ନତ। ତଥ୍ୟ ଜାଣିବାର ଅଧିକାର ୨୦୦୪ ମସିହାରୁ ସେଠାରେ ଲାଗୁ ହୋଇଥିଲା। ବର୍ତ୍ତମାନ ସରକାରଙ୍କ ଜିଏସ୍‌ଟିକୁ ଜାମ୍ମୁ କାଶ୍ମୀର ସରକାର ବିଧାନସଭାରେ ପାସ୍‌ କରିଥିଲେ। ଦ୍ବୈତ ନାଗରିକ ବ୍ୟବସ୍ଥା କେବଳ ମିଥ୍ୟା ପ୍ରଚାର। ଯେକୌଣସି ଭାରତୀୟ ଭିସା ଓ ପାସପୋର୍ଟ ସାହାଯ୍ୟରେ ଯେମିତି ଅନ୍ୟ ଦେଶକୁ ଯାଇପାରିବ ସେମିତି ପାକିସ୍ତାନୀ ଜଣେ ଆସିପାରିବ। କିନ୍ତୁ ସେ କାଶ୍ମୀରରେ ସ୍ଥାୟୀ ବାସିନ୍ଦା ହୋଇପାରିବ ନାହିଁ। କାଶ୍ମୀରର ସମ୍ବିଧାନରେ ଜଣେ ଭାରତୀୟ ‘ସ୍ଥାୟୀ ବାସିନ୍ଦା’ ଓ ସେ କାମ ଅନ୍ବେଷଣରେ କାଶ୍ମୀର ଯାଇପାରିବ। କେବଳ କାଶ୍ମୀରରେ କାହିଁକି ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବରରେ ଅନ୍ୟ ପ୍ରଦେଶର ଲୋକେ ଜାଗା କିଣିପାରିବେ ନାହିଁ। ବିବାହିତା କାଶ୍ମୀର ଝିଅ ବିବାହ ପରେ ନିଜ ଜମିର ଅଧିକାର ନିଜ ରାଜ୍ୟରେ ହରାଇବା ଯେଉଁ ପ୍ରସ୍ତାବ ଥିଲା ତାହାକୁ ସେଠାର ହାଇକୋର୍ଟ ୨୦୦୧ ମସିହାରୁ ଉଚ୍ଛେଦ କରିସାରିଛି। ଏହାପରେ ବି କ’ଣ ଆମ୍ଭେମାନେ କାଶ୍ମୀରରେ ଚାଲିଥିବା ମାନବିକ ଅଧିକାର ଉଲ୍ଲଂଘନ ବିପକ୍ଷରେ କୌଣସି ସ୍ବର ଉଠାଇବା ନାହିଁ ? ଆଜି ସାଧାରଣ କାଶ୍ମୀର ନାଗରିକ କେତେବେଳେ ଭାରତୀୟ ଯବାନ ତ ପୁଣି କେତେବେଳେ ସ୍ଥାନୀୟ ଉଗ୍ରପନ୍ଥୀ ପୁଣି ସୀମାରେ ପାକିସ୍ତାନୀ ସୈନ୍ୟର ଗୁଳିରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ରାଜ୍ୟ ମୁଖ୍ୟମାନେ ଯେଉଁ ଭଳି ବୟାନ ଦେଉଛନ୍ତି ସେଥିରୁ ଜଣାପଡୁଛି ଯେ ଆମେ କେଉଁ ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଯୁଦ୍ଧ ଜୟର କାହାଣୀ ଲେଖୁଛୁ। ସେତେବେଳେ ରାଜାମାନେ ଯୁଦ୍ଧ ଲଢୁଥିଲେ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଓ ଅକ୍ତିଆର କରିବା ପରେ ଶତ୍ରୁ ରାଜ୍ୟର ଯୁବକମାନଙ୍କୁ ହତ୍ୟା କରୁଥିଲେ, ନାରୀକୁ ଉପଭୋଗ କରୁଥିଲେ ଓ ଜମିକୁ ନିଜ କବ୍‌ଜାକୁ ଆଣୁଥିଲେ। ହୁଏତ କେହି ସାଧାରଣ ମଣିଷ ଜମି କିଣୁ କି ନକିଣୁ ଏବେ ରିଲାଏନ୍ସ କମ୍ପାନୀ ଘୋଷଣା କରିଛି ସ୍ବତନ୍ତ୍ର ପ୍ୟାକେଜ୍‌ ଦେଇ ସେ କାଶ୍ମୀରରେ ଜମି ଅଧିଗ୍ରହଣ କରିବ ଓ ସେଠାରେ ବିକାଶ କରିବ। ଗଣତନ୍ତ୍ର ଓ  ଗଣ – କର୍ପୋରେଟତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଆଉ କିଛି ନାହିଁ। କଂଗ୍ରେସ ପାର୍ଟି ଯେଉଁ ଆର୍ଥିକ କ୍ଷେତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମାନ ପ୍ରକ୍ରିୟାକୁ ବିଜେପି ଦ୍ରୁତଗତିରେ ଆପଣାଇ ଚାଲିଛି।

ଗଣତନ୍ତ୍ରକୁ ମୁଁ ମୋର ସ୍କୁଲ ବହିରେ ଯାହା ପଢିଛି ଆଜି ତାହା ଗଣତନ୍ତ୍ର ନୁହେଁ ଓ ଆଜି ଗଣତନ୍ତ୍ର କହିଲେ ଯାହା ବୁଝାପଡେ ତାହା କିନ୍ତୁ ସ୍କୁଲ ବହିରେ କେବେ ଲେଖାହୋଇନଥିଲା। ମୁଁ ସ୍ବପ୍ନ ଦେଖୁଥିଲି ୭୦ ବର୍ଷର ସ୍ବାଧୀନତା ଭିତରେ ମୋର ଦେଶ ଏତେ ଉପରକୁ ଉଠିଯାଇଥିବ ଯେ ସାରା ବିଶ୍ବକୁ ସେ କହୁଥିବ ଗଣତନ୍ତ୍ର ମଧ୍ୟରେ ନା ରଙ୍ଗ ନା ଜାତି ନା ଅର୍ଥ (ଆର୍ଥିକ) ନା ଧର୍ମର କୌଣସି ପ୍ରଭେଦ ରହିଛି। ସମସ୍ତେ ଶାନ୍ତି ଓ ସୁଖରେ ଅବସ୍ଥାନ କରିବାର ପଦ୍ଧତି ହେଲା ଏହି ଗଣତନ୍ତ୍ର। କିନ୍ତୁ ବାସ୍ତବତା ହେଲା ଦେଶ ସତରେ ବହୁତ ଉଚ୍ଚକୁ ଚାଲିଯାଇଥିବା ଲାଗୁଛି କାରଣ ଏଥିରେ ଅନେକ ଆଜି ଆଣ୍ଠେଇ ପଡିଛନ୍ତି। ଦେଶ ଯଦି କିଛି ଦେଉଛି ତେବେ ତାହା ଖଜୁରୀ ଗଛର କୋଳି, ନିଶୁଣି ଥିବା ଲୋକ ହିଁ ନେଇପାରୁଛି। ଏବେ ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି ପାଳନ କରୁଛେ। କିନ୍ତୁ ଗଣତନ୍ତ୍ରକୁ ସୁଧାରିବାର ପ୍ରୟାସ ଆମେ କରୁନାହୁଁ କାରଣ ଏଭଳି ଗଣତନ୍ତ୍ରକୁ ନେଇ ଭାବପ୍ରବଣ ସାଜିବାର ଅନେକ କାରଣ ରହୁଛି।

democracy freedom india kashmir thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Latest News

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.