Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ବାଜି ମାରିଲା ଭୁବନେଶ୍ୱର ଇଲେଭେନ ଷ୍ଟାର
ଆଞ୍ଚଳିକ

ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ବାଜି ମାରିଲା ଭୁବନେଶ୍ୱର ଇଲେଭେନ ଷ୍ଟାର

February 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୭ ଦିନ ଧରି ଚାଲିଥିଲା। ଆଜି ଏହାର ଉଦଯାପନ ହୋଇଯାଇଛି।

ଏହି ଅବସରରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପକ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ନାମରେ ଖେଳାଯାଉଥିବା ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଭୁବନେଶ୍ଵର ଏବଂ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ବିରୋଧରେ ଭୁବନେଶ୍ଵର ମାତ୍ର ୯.୨ ଓଭରରେ ୨ ଟି ୱିକେଟ ହରାଇ ୧୬୯ ରନର ଲକ୍ଷ୍ୟପୂରଣ କରିନେଇଥିଲା। ଆୟୋଜକ ସନ୍ ସାଇନ୍ କ୍ରିକେଟ କ୍ଲବ ଭୁବନେଶ୍ଵର ଇଲେଭେନ ଷ୍ଟାରକୁ ୮ ୱିକେଟରେ ବିଜେତା ଘୋଷିତ କରିଥିଲା।

ତେବେ ୨୫ ତମ ମଧୁସୂଦନ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫିରେ ଚମ୍ପିୟାନ ଭାବେ ଭୁବନେଶ୍ଵର ବିବେଚିତ ହୋଇଥିବା ବେଳେ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ଟିମ ରନର୍ସ ଅପ( ଉପବିଜେତା) ହୋଇଛି। ମୁଖ୍ୟ ଅତିଥି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବିଜେତାଙ୍କୁ ଟ୍ରଫି ସହ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ତଥା ସରପଞ୍ଚ ଦୀପକ କୁମାର ପ୍ରଧାନ ଉପବିଜେତାଙ୍କୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଇଲେଭେନ ଷ୍ଟାର ଭୁବନେଶ୍ୱରର ମଦନ ବେହେରା ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ମା’ ବଘେଇ କ୍ରିକେଟ କ୍ଳବର ଲିପୁନ ସାହୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ରକାଶ ଥାଉକି ବିଧାୟକ ଶ୍ରୀ ଜଗଦ୍ଦେବ ବିଗତ ବର୍ଷ ଦେଇଥିବା ପ୍ରତିଶ୍ରୁତି ପାଳନ କରି ମିନି ଷ୍ଟାଡିଅମ ନିର୍ମାଣ ପାଇଁ  ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଗ୍ରାମବାସୀ ଓ କ୍ଳବ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ଏ ଅଂଚଳରେ ଏଭଳି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରିଥିବାରୁ ଗ୍ରାମବାସୀ ଓ କ୍ଳବ କର୍ମକର୍ତ୍ତାଙ୍କୁ ବିଧାୟକ ଧନ୍ୟବାଦ ଜଣେଇଥିଲେ। ଆଜିର ମ୍ୟାଚରେ ପାଞ୍ଚହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଉପଭୋଗ କରିଥିଲେ।

ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତର ଲଗାତାର ଦୁଇଟି ପରାଜୟ: ଏବେ ଫାଇନାଲ ଖେଳିପାରିବ କି?

June 16, 2026
Latest News

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.