ଭାରତ-ଶ୍ରୀଲଙ୍କା ସିରିଜର କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ: ୧୩ ତାରିଖ ବଦଳରେ ଏହି ତାରିଖରୁ ଆରମ୍ଭ ହେବ ଖେଳ

Published: Jul 10, 2021, 12:07 pm IST

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିମିତି ଓଭର ସିରିଜର ତାରିଖରେ ପରିବର୍ତ୍ତନ କରାଯାଇଛି। ଏହି ସିରିଜରେ ୩ ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାର ତାରିଖରେ ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଟିମ ଶିବିରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସିରିଜକୁ ୧୩ ତାରିଖ ବଦଳରେ ୧୭ ତାରିଖରୁ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ବିଶ୍ଳେଷକ ଜିଟି ନିରୋସନ ବ୍ରିଟେନରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଶ୍ରୀଲଙ୍କା ଖେଳାଳିଙ୍କୁ ୩ ଦିନ ପୃଥକବାସ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନିକିଆ ସିରିଜ ୧୩ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ମ୍ୟାଚ ୧୬ ତାରିଖ ଏବଂ ୧୮ ତାରିଖରେ ହେବାକୁ ଥିଲା।

ସେହିଭଳି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୩ ତାରିଖ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୨୫ ତାରିଖରେ ଖେଳାଯିବାକୁ ଥିଲା।

Related posts