Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲିପୁନଙ୍କ ବିସ୍ପୋରକ ଶତକୀୟ ଇନିଂସ: ଭଞ୍ଜନଗରକୁ ହରାଇ ବାଲୁଗାଁ ଏକାଦଶ ହେଲା ଚମ୍ପିୟାନ
ଆଞ୍ଚଳିକ

ଲିପୁନଙ୍କ ବିସ୍ପୋରକ ଶତକୀୟ ଇନିଂସ: ଭଞ୍ଜନଗରକୁ ହରାଇ ବାଲୁଗାଁ ଏକାଦଶ ହେଲା ଚମ୍ପିୟାନ

August 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଞ୍ଜନଗର/ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି। ଭଞ୍ଜନଗର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଘରୋଇ ଭଞ୍ଜନଗର ମା’ ବନଦୂର୍ଗା ଏକାଦଶ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏକାଦଶ ଖେଳିଥିଲା। ଏଥିରେ ବାଲୁଗାଁ ଏକାଦଶ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ତେବେ ଘରୋଇ ଦଳ ଟସ୍ ଜିତି ଭ୍ରମଣକାରୀ ଦଳ ବାଲୁଗାଁକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବାଲୁଗାଁ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ଧୂଆଁଧାର ୧୮୫ ରନ ସଂଗ୍ରହ କରିଥିଲା। ଲିପୁନ ବିସ୍ପୋରକ ବ୍ୟାଟିଂ କରି ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରିଥିଲେ। ଜବାବରେ ଘରୋଇ ଭଞ୍ଜନଗର ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୧୪୦ ରନ ସଂଗ୍ରହ କରିପାରିଥିଲା। ଫଳରେ ବାଲୁଗାଁ ଏକାଦଶ ୪୫ ରନ ବ୍ୟବଧାନରେ ଏକ ବିରାଟ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା।

ବାଲୁଗାଁ  ଏକାଦଶର ଯାଦୁକରୀ ବୋଲର ତଥା ଅଧିନାୟକ ରାକେଶ ୩ ଓଭର ବୋଲିଂ କରି ସର୍ବାଧିକ ୪ ଟି ୱିକେଟ ହାସଲ କରିଥିଲେ। ଯେଉଁଥିରେ ଭଞ୍ଜନଗର ଦଳକୁ ମାତ୍ର ୧୪୦ ରନରେ ବାଲୁଗାଁ ଏକାଦଶ ସୀମିତ ରଖିବାରେ ସମର୍ଥ ହୋଇଥିଲା। ଏହି ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଲିପୁନଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିଭଳି ବାଲୁଗାଁ ଏକାଦଶର ଅଧିନାୟକ ରାକେଶଙ୍କୁ ଶ୍ରେଷ୍ଠ ଫିଲଡର ଭାବେ ପୁରଷ୍କୃତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚିଲିକାର ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଭରି ରହିଥିବା ବେଳେ ଜିଲ୍ଲା ବାହାରକୁ ଯାଇ ବହୁ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହେଉଥିବା ଦେଖାଯାଉଛି।

ଚମ୍ପିୟାନ ଭଞ୍ଜନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ-୨୦୨୭ ପୂର୍ବରୁ ବଡ ଟ୍ରେଡ୍: ମୁମ୍ବାଇ ଛାଡିଲେ ହାର୍ଦ୍ଦିକ, ଅର୍ଶଦୀପଙ୍କୁ ମିଳିଲା ନୂଆ ଦଳ

November 11, 2026

ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍‌ ସେମିରେ ଟିମ୍ ଇଣ୍ଡିଆ: ଜାଣନ୍ତୁ କାହା ବିରୋଧରେ ଖେଳିବ ଭାରତ

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026
Latest News

ରାମପୁର CRPF କ୍ୟାମ୍ପ ଆକ୍ରମଣ ଅଭିଯୁକ୍ତ ମହମ୍ମଦ ଶରିଫଙ୍କୁ ଗୁଳି କରି ହତ୍ୟା

November 11, 2026

ତ୍ରିପୁରା ପୌର ନିର୍ବାଚନ : ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଲେ ବିଜେପିର ୭୭ ପ୍ରାର୍ଥୀ

November 11, 2026

ଭାରତ-ଫ୍ରାନ୍ସ ମିଶି କରିବେ ବଡ଼ ଡିଲ୍!: ବାଣିଜ୍ୟ ହେବ ଦ୍ୱିଗୁଣ

November 11, 2026

ଆଇପିଏଲ-୨୦୨୭ ପୂର୍ବରୁ ବଡ ଟ୍ରେଡ୍: ମୁମ୍ବାଇ ଛାଡିଲେ ହାର୍ଦ୍ଦିକ, ଅର୍ଶଦୀପଙ୍କୁ ମିଳିଲା ନୂଆ ଦଳ

November 11, 2026

ପୂର୍ବ ଶତ୍ରୁତାରୁ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.