ଦିନିକିଆ ଦଳର ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ୧୦ ବର୍ଷ ପୁରୁଣା ଟ୍ୱିଟ ହୋଇଛି ଭାଇରାଲ

Published: Dec 10, 2021, 10:09 pm IST

ନୂଆଦିଲ୍ଲୀ: ଟି-୨୦ ପରେ ରୋହିତ ଶର୍ମାଙ୍କୁ ମଧ୍ୟ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ବୁଧବାର ଦିନ ବିସିସିଆଇ ଏହା ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଦିଆଯିବା ମାତ୍ରେ ତାଙ୍କର ୧୦ ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହୋଇଛି।

ବାସ୍ତବରେ, ଯେତେବେଳେ ୨୦୧୧ ବିଶ୍ୱକପ୍ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ରୋହିତ ଶର୍ମା ଏଥିରେ ସାମିଲ ହୋଇନଥିଲେ। ଏହା ପରେ ତାଙ୍କ ଯନ୍ତ୍ରଣା ଟ୍ୱିଟରରେ ବ୍ୟାପିଗଲା। ସେ ଜାନୁୟାରୀ ୩୧ ତାରିଖ ୨୦୧୧ ରେ ଲେଖିଥିଲେ ଯେ, ମୁଁ ବିଶ୍ୱକପ୍ ଦଳର ଅଂଶ ହୋଇ ନ ଥିବାରୁ ମୁଁ ଅତ୍ୟନ୍ତ ନିରାଶ ହୋଇଛି। ମୋତେ ଏଠାରୁ ଆଗକୁ ବଢିବାକୁ ପଡିବ, କିନ୍ତୁ ସତ କହିବାକୁ ଗଲେ ଏହା ଏକ ବଡ ଝଟକା … ଆପଣଙ୍କର କଣ ମତ! ରୋହିତ ବିଶ୍ୱକପ ଟ୍ରଫି ଉଠାଇବାରେ ବଞ୍ଚିତ ହୋଇଥିଲେ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା।

ବର୍ତ୍ତମାନ ରୋହିତଙ୍କୁ ୨୦୨୩ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ କରିବାର ସୁଯୋଗ ରହିଛି। ଦିନିକିଆ ଦଳର ଅଧିନାୟକ ଭାବରେ ନାମିତ ହେବା ବ୍ୟତୀତ ରୋହିତଙ୍କୁ ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ଟେଷ୍ଟ ଦଳର ଉପ-ଅଧିନାୟକ ମଧ୍ୟ କରାଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଗତ ମାସ (ନଭେମ୍ବର) ରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଦିନିକିଆରେ ତାଙ୍କର ଅଧିନାୟକତ୍ୱ ଯାତ୍ରା ଦକ୍ଷିଣ ଆଫ୍ରିକା ଗସ୍ତରୁ ଆରମ୍ଭ ହେବ।

Related posts