Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ
ଆଞ୍ଚଳିକ

ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ

March 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ମମତାଜଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି। ବାଳିକା ବିଭାଗରେ ଯାଜପୁର ଜିଲ୍ଲା ଚମ୍ପିୟାନ ଏବଂ ଭଦ୍ରକ ଜିଲ୍ଲା ରନର୍ସଅପ୍ ହୋଇଥିବା ବେଳେ ପୁରୁଷ ବିଭାଗରେ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଓ ଯାଜପୁର ଜିଲ୍ଲା ରନର୍ସଅପ୍ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ଜେ.ଡ଼ି. ବୟଜ, ଭୁବନେଶ୍ୱର ତୃତୀୟସ୍ଥାନ ଅଧିକାର କରିଥିଲେ। ବାଳିକା ବିଭାଗର ଭଦ୍ରକ ଜିଲ୍ଲାର ପୂଜାରାଣି ଦାସ ଏବଂ ପୁରୁଷର ବିଭାଗର ଭୁବନେଶ୍ୱରର ସତ୍ୟମ୍ ସିଂ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ବା’ର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ରାଧାକାନ୍ତ ମହାପାତ୍ର, ଭାଗ୍ୟଧର ଜଗଦେବ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଫୁଟବଲ ଟେନିସ୍‌ର ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଗୀତାରାଣି ବେହେରା, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନଳିନୀକାନ୍ତ ମିଶ୍ର, ମହେନ୍ଦ୍ର ବଳବନ୍ତ ରାୟ, ନବକିଶୋର ବେହେରା, ତ୍ରିନାଥ ମଙ୍ଗରାଜ, ଜଲିଲ୍ ଖାନ, ଉମାକାନ୍ତ ପୃଷ୍ଟି, ମହମଦ ଜିଆଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଆନ୍ତର୍ଜାତୀୟ ରେଫରୀ ସୁଜିତ କୁମାର ପାତ୍ର, ରଶ୍ମିତା ମହାନ୍ତି, ତାଜଉଦ୍ଦିନ ଖାନ। ଉକ୍ତ ସଭାକୁ ପରିଚାଳନା କରିଥିଲେ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ।

ସିଟି ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026
Latest News

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.