Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ
ଆଜିର ଖବର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗୁଆହାଟୀରେ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହେବ। ଏଠାରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ହେଡ୍ ଟୁ ହେଡ୍ ରେକର୍ଡ: ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୧ ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୨ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହଛି।

ପିଚ୍ ରିପୋର୍ଟ: ଆଜି ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ସଖେଲାଯାଇଛି ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ (ଭାରତ) ମାତ୍ର ୧୧୮ ରନ୍ ରେ ଅଲ ଆଉଟ୍ ହୋଇଛି। ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ (ଅଷ୍ଟ୍ରେଲିଆ) ୧୬ ତମ ଓଭରରେ ଏହି ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ପିଚ୍ ବହୁତ ଭଲ ଦେଖାଯାଉଛି। ଅର୍ଥାତ୍ ଏଠାରେ ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ସମାନ ସହାୟତା ପାଇପାରିବେ।

ପାଣିପାଗ ସ୍ଥିତି: ଗୁଆହାଟୀରେ ଭଲ ଗରମ ଅନୁଭୂତ ହେଉଛି। ଅପରାହ୍ନରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ତେବେ ଆଜି ସନ୍ଧ୍ୟାରେ ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସମ୍ଭବ ଯେ, କ୍ରିକେଟ୍ ପ୍ରଶଂସକମାନଙ୍କ ପାଇଁ ବହୁତ କମ୍ ଓଭରର ଏକ ମ୍ୟାଚ୍ ଖେଳାଯାଇପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ।

ଟିମ ଇଣ୍ଡିଆ ଦ୍ୱିତୀୟ ଟି-୨୦ ପାଣିପାଗ ସ୍ଥିତି ପିଚ୍ ରିପୋର୍ଟ ଭାରତ-ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.