ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଶ୍ରେୟସ୍ ଆୟର ଉପ-ଅଧିନାୟକ

Published: Oct 2, 2022, 6:47 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଉପ-ଅଧିନାୟକ ଦାୟିତ୍ଵ ଶ୍ରେୟସ୍ ଆୟରଙ୍କ କାନ୍ଧରେ ଥିବାବେଳେ ଶିଖର ଧାୱନଙ୍କୁ ଅଧିନାୟକ କରାଯାଇଛି। ଦୁଇ ୱିକେଟ୍ କିପର ଇଶାନ୍ କିଶାନ୍ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି।

ଦିନିକିଆ ଶୃଙ୍ଖଳା ପାଇଁ ଦୀପକ ଚହର, ରବି ବିଷ୍ନୋଇ ଏବଂ ମହମ୍ମଦ ସିରାଜ ଦଳରେ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଦିନିକିଆ ସିରିଜ୍ ପରେ ଏହି ତିନିଜଣ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ୍ ଦଳରେ ଯୋଗଦେବେ। ସଞ୍ଜୁ ସାମସନ ମଧ୍ୟ ଦିନିକିଆ ସିରିଜକୁ ଫେରିଛନ୍ତି। ମୁକେଶ କୁମାର ଏବଂ ରଜତ ପାଟିଦାର ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଦିନିକିଆ ସିରିଜ୍ ପାଇଁ ମନୋନୀତ ଖେଳାଳି:

ଶିଖର ଧାୱନ (ଅଧିନାୟକ), ଶ୍ରେୟସ୍ ଆୟର (ଉପ ଅଧିନାୟକ), ରିତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ଡବ୍ଲୁ), ସଞ୍ଜୁ ସାମସନ (ଡବ୍ଲୁ), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଆବେଶ ଖାନ, ମହମ୍ମଦ ସିରାଜ ଏବଂ ଦୀପକ ଚହର।

Related posts