Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜିଠାରୁ ଭୁବନେଶ୍ବରରେ ବିଶ୍ବ ମହାସମର- ‘ଫିଫା ବିଶ୍ବକପ୍’, କଳିଙ୍ଗ ଷ୍ଟାଡିୟମ ଚକାଚକ୍
ଅନ୍ତରାଷ୍ଟ୍ରୀୟ

ଆଜିଠାରୁ ଭୁବନେଶ୍ବରରେ ବିଶ୍ବ ମହାସମର- ‘ଫିଫା ବିଶ୍ବକପ୍’, କଳିଙ୍ଗ ଷ୍ଟାଡିୟମ ଚକାଚକ୍

October 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ଭୁବନେଶ୍ବରରେ ବିଶ୍ବ ମହାସମର- 'ଫିଫା ବିଶ୍ବକପ୍', କଳିଙ୍ଗ ଷ୍ଟାଡିୟମ ଚକାଚକ୍

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ମହାସମର ଫିଫା ବିଶ୍ବକପ। ଖେଳାଯିବ ୧୭ ବର୍ଷରୁ କମ ବର୍ଗର ଫୁଟବଲ ବିଶ୍ବକପ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ସଜେଇ ଦିଆଯାଇଛି। ସମ୍ବଲପୁରୀ ଶାଢୀ ଢାଞ୍ଚାରେ ଷ୍ଟାଣ୍ଡିୟମ ପରିସର କରାଯାଇଛି ଚକାଚକ।

ଏହି ଷ୍ଟାଡିୟମରେ ଆଜି ଅପରାହ୍ନ ୪ଟା ୩୦ରେ ମରୋକ୍କୋକୁ ଭେଟିବ ବ୍ରାଜିଲ। ସେହିପରି ରାତି ୮ଟାରେ ଭାରତ ସହିତ ଆମେରିକାର ମୁକାବିଲା ହେବ। ସେଥିପାଇଁ ବହୁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ପୁରା ପ୍ରସ୍ତୁତ କରି ରଖାଯାଇଛି। କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବ। ଏଥିରେ ଗ୍ରୁପ ଏ ର ୫ଟି ମ୍ୟାଚ ଥିବା ବେଳେ ଗ୍ରୁପ ବି ରହିଛି ଗୋଟିଏ ମ୍ୟାଚ। ଭାରତୀୟ ଦଳର ସମସ୍ତ ୩ଟି ମ୍ୟାଚ ଏହି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଆଜି ମରୋକ୍କୋ, ବ୍ରାଜିଲ ଏବଂ ୨ୟ ମ୍ୟାଚରେ ଭାରତ ଆମେରିକା ପରେ ଆସନ୍ତା ୧୪ ତାରିଖରେ ବ୍ରାଜିଲ ଆମେରିକା ଏବଂ ୨ୟ ମ୍ୟାଚ ଭାରତ ମରୋକ୍କୋକୁ ଭେଟିବ। ସେହିପରି ଅକ୍ଟୋବର ୧୭ ତାରିଖରେ ଭାରତ ବ୍ରାଜିଲ ଏବଂ ଚିଲି ନାଇଜେରିଆ ମୁକାବିଲା ହେବ। ଏହିପରି ମୋଟି ୬ଟି ଦେଶର ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ସହିତ ଗୋଆର ପଣ୍ଡିତ ଜବାହାରଲାଲ ନେହୁର ଷ୍ଟାଡିୟମରେ ମଧ୍ୟ ଏହି ମ୍ୟାଚ ଅନୁଷ୍ଠିତ ହେବ। ଆସନ୍ତାକାଲି ନଭି ମୁମ୍ବାଇ ଷ୍ଟାଡିୟମରେ ଏହି ବିଶ୍ବ ପ୍ରତିଯୋଗୀତା କରାଯିବ। ସେହିପରି କ୍ବାଟର ଫାଇନାଲ ଅକ୍ଟୋବର ୨୧ ଏବଂ ୨୨ ତାରିଖରେ ଗୋଆ ଓ ନାଭି ମୁମ୍ବାଇରେ ଅନୁଷ୍ଠିତ ହେବ।

କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ବ କପ ହେବାକୁ ଥିବାରୁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ନୂଆ ରୂପରେ ଷ୍ଟାଡିୟମକୁ ସଜାଇ ଦିଆଯାଇଛି। ନୂଆ ପିଚ୍ ନୂଆ ସିଟ ସ୍ଥାପନ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ କରାଯାଇଛି। କେବଳ ଷ୍ଟାଡିୟମ ନୁହେଁ, ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚକାଚକ କରାଯାଇଛି। ଖେଳାଳୀମାନେ ଯେପରି ବିଦେଶୀ ଚାକଚକ୍ୟ ହାସଲ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପ୍ରାୟ ଦୁଇ ବର୍ଷ କରୋନା ପରେ ଏହି ବିଶ୍ବକପ ଭୁବନେଶ୍ବରରେ ଆୟୋଜିତ ହେଉଛି। ପୂର୍ବରୁ ଓଡିଶା ହକି, ଫୁଟବଲ ପରି ବିଶ୍ବକପ କରି ବେଶ୍ ପ୍ରଶଂସା ହାସଲ କରିଛି। ଏଥର ମଧ୍ୟ ଏହି ଜୁନିୟର ବିଶ୍ବ ଫୁଟବଲ ପ୍ରତିଯୋଗୀତା ଆୟୋଜନ କରି ସଫଳତା ହାସଲ କରିବ ବୋଲି ଆଶା କରାଯାଇଛି।

fifa କଳିଙ୍ଗ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.