ବିସିସିଆଇ ସଭାପତି ହେବା ମାତ୍ରେ ରୋଜର ବିନ୍ନିଙ୍କ ସଙ୍କେତ, ଏହି ୨ ଟି ଜିନିଷ ଉପରେ ଦେବେ ଧ୍ୟାନ

Published: Oct 18, 2022, 9:18 pm IST

ନୂଆଦିଲ୍ଲୀ: ବିସିସିଆଇ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ୧୯୮୩ ବିଶ୍ୱକପ୍ ଚାମ୍ପିଅନ୍ ବୋଲର ରୋଜର ବିନ୍ନି ବୋର୍ଡର ନୂତନ ଚେୟାରମ୍ୟାନ୍ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ବିସିସିଆଇର ଦାୟିତ୍ଵ ଗ୍ରହଣ କରିବା ମାତ୍ରେ ବଡ ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି। ସର୍ବପ୍ରଥମେ ସେ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି।

ଆଜି ମୁମ୍ବାଇରେ ବିସିସିଆଇର ୯୧ ତମ ବାର୍ଷିକ ସାଧାରଣ ସଭାରେ ରୋଜର ବିନ୍ନିଙ୍କୁ ନୂତନ ବୋର୍ଡ ସଭାପତି ଭାବରେ ଘୋଷଣା କରାଯାଇଛି। ଏହି ପଦ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନଥିଲେ। ସେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୬୭ ବର୍ଷିୟ ରୋଜର ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ଦାୟିତ୍ଵ ଗ୍ରହଣ କରିବେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିନ୍ନି କହିଛନ୍ତି ଯେ, “ବିସିସିଆଇ ସଭାପତି ଭାବରେ ମୁଁ ପ୍ରଥମେ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବାକୁ ଚାହେଁ। ପ୍ରଥମ କଥାଟି ହେଉଛି ଖେଳାଳିଙ୍କ ଆଘାତକୁ କିପରି ନିୟନ୍ତ୍ରଣ କରାଯିବ। ଟି-୨୦ ବିଶ୍ୱକପ ପୂର୍ବରୁ ଜସପ୍ରୀତ ବୁମ୍ରା ଆହତ ହୋଇଥିଲେ। ଏହି ଗୋଟିଏ ଜିନିଷ ଭାରତୀୟ ଦଳର ପୁରା ଯୋଜନାକୁ ବହୁତ ପ୍ରଭାବିତ କରିଥିଲା। ଦ୍ୱିତୀୟ କଥାଟି ହେଉଛି ଯେ ଦେଶରେ ପ୍ରସ୍ତୁତ ହୋଇଥିବା ପିଚ୍ ଉପରେ ମୁଁ ଧ୍ୟାନ ଦେବାକୁ ଚାହେଁ।

Related posts