Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»‘ଫୁଟବଲ୍ ଫର୍ ସ୍କୁଲ’ ପାଇଁ ଏମଓୟୁ, ୨ କୋଟି ୫୦ ଲକ୍ଷ ସ୍କୁଲ ପିଲା ଏହି ଖେଳ ସହ ଯୋଡି ହେବେ
ଖେଳ

‘ଫୁଟବଲ୍ ଫର୍ ସ୍କୁଲ’ ପାଇଁ ଏମଓୟୁ, ୨ କୋଟି ୫୦ ଲକ୍ଷ ସ୍କୁଲ ପିଲା ଏହି ଖେଳ ସହ ଯୋଡି ହେବେ

October 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫୁଟବଲ୍ ଫର୍ ସ୍କୁଲ’ ପାଇଁ ଏମଓୟୁ, ୨ କୋଟି ୫୦ ଲକ୍ଷ ସ୍କୁଲ ପିଲା ଏହି ଖେଳ ସହ ଯୋଡି ହେବେ

ମୁମ୍ବାଇ/ଭୁବନେଶ୍ୱର: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି ଜିଆନି ଇନଫାନଟିନୋ ଏବଂ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ ଏହି ଏମଓୟୁରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ। ମୁଁ ପିଲାବେଳେ ଫୁଟବଲ୍ ଖେଳୁଥିଲି। ଆଜି ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯାଉଥିବା ବେଳେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମ ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି।

ଆଗାମୀ ୪ ବର୍ଷ ମଧ୍ୟରେରେ ଫିଫା ଓ ଏଆଇଏଫଏଫ ସହଯୋଗରେ ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ‘ଫୁଟବଲ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଯୋଡାଯିବ। ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡା ସହ ଯୋଡାଯିବାର ଯୋଜନା ରହିଛି।

ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଥିବା ବେଳେ ଶିକ୍ଷାକୁ ସର୍ବସ୍ପର୍ଶୀ କରିବା, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଫୁଟବଲ କ୍ରୀଡାକୁ ସକାରାତ୍ମକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ଏହାବ୍ୟତିତ ଦେଶରେ ନୂଆ କ୍ରେଡିଟ ଫ୍ରେମଓ୍ୱାର୍କର ପ୍ରଣୟନ କରାଯାଉଛି।

ଆଗାମୀ ଦିନରେ କ୍ରୀଡ଼ାକୁ କ୍ରେଡିଟ ଫ୍ରେମଓ୍ୱାର୍କର ରୂପାନ୍ତରଣ କରାଯିବ। ଦେଶର ପ୍ରଥମେ ପାଠ ପଢୁ ନଥିବା ପିଲା ଅଧିକ ଖେଳଖେଳି କରନ୍ତି ବୋଲି ଧାରଣା ଥିଲା। ମାତ୍ର ଏହି ଧାରଣା ଏବେ ଦୂର ହେଉଛି। ଏବେ ମୋଦି ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି। ଆସନ୍ତା ଦିନ ମାନଙ୍କରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଫୁଟବଲ ଭଳି ଶାରିରୀକ କ୍ରୀଡାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର‌୍ୟ୍ୟକ୍ରମରେ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ, ମହାରାଷ୍ଟ୍ରର ସ୍କୁଲ ଶିକ୍ଷା ମନ୍ତ୍ରୀ ଦୀପକ କେସରକର, ଫୁଟବଲ ଫର୍ ସ୍କୁଲର ନିର୍ଦ୍ଦେଶିକା ଫତିମା ସିଦିବେ ଓ ଭାରତୀୟ ଫୁଟବଲ ଟିମର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

dharmendra pradhan ଧର୍ମେନ୍ଦ୍ର ପ୍ରଧାନ ଫିଫା ଫୁଟବଲ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026
Latest News

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.