ବିସିସିଆଇରୁ ଛୁଟି ମାଗିଲେ କେ.ଏଲ୍ ରାହୁଲ!, ଆଥିଆ ଶେଟ୍ଟୀଙ୍କୁ ଏହି ଦିନ କରିବେ ବିବାହ

Published: Dec 1, 2022, 11:55 am IST

ନୂଆଦିଲ୍ଲୀ: ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ଦୀର୍ଘ ଦିନ ଧରି ସମ୍ପର୍କରେ ରହିଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। କୁହାଯାଉଥିଲା ଯେ, ରାହୁଲ ଏବଂ ଆଥିଆଙ୍କ ପିତାମାତା ମଧ୍ୟ ଏହି ବିବାହ ସମ୍ପର୍କରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ସୂଚନାରୁ ଜଣାପଡିଛି ଯେ, ରାହୁଲ ଆସନ୍ତା ମାସର ପ୍ରଥମ ସପ୍ତାହରେ ଆଥିଆଙ୍କୁ ବିବାହ କରିବେ। ଏଥିପାଇଁ ସେ ବିସିସିଆଇରୁ ଛୁଟି ନେଇଛନ୍ତି ଏବଂ ତାଙ୍କର ଛୁଟି ମଧ୍ୟ ମଞ୍ଜୁର ହୋଇଛି।

ଆଥିଆ ଶେଟ୍ଟୀ ବଲିଉଡର ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଏବଂ ସେ ନିଜେ ଜଣେ ଅଭିନେତ୍ରୀ ମଧ୍ୟ ଅଟନ୍ତି। ଏଥି ସହିତ କେଏଲ ରାହୁଲ ଭାରତୀୟ କ୍ରିକେଟ୍ ଦଳର ଉପ-ଅଧିନାୟକ ଅଟନ୍ତି। ବାଂଲାଦେଶ ଟେଷ୍ଟ ସିରିଜ ପରେ ରାହୁଲ ବିସିସିଆଇ ଠାରୁ ବିରତି ମାଗିଛନ୍ତି। ଅର୍ଥାତ୍ କେଏଲ ରାହୁଲ ଭାରତରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ।

ବିସିସିଆଇର ଜଣେ ଅଧିକାରୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, କେ.ଏଲ୍ ରାହୁଲ ତାଙ୍କ ବ୍ୟକ୍ତିଗତ କାମ ପାଇଁ ଛୁଟି ମାଗିଛନ୍ତି।

Related posts