Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଠାରୁ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଟଙ୍କା ନିଅନ୍ତି ନାହିଁ: ମହମ୍ମଦ ରିଜୱାନ୍
ଅନ୍ତରାଷ୍ଟ୍ରୀୟ

ଭାରତ ଠାରୁ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଟଙ୍କା ନିଅନ୍ତି ନାହିଁ: ମହମ୍ମଦ ରିଜୱାନ୍

December 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାକିସ୍ତାନୀ ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଜିନିଷ ପାଇଁ ଟଙ୍କା ନେଉନଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ ତାଙ୍କ ସହିତ ନୁହେଁ ବରଂ ଅଧିନାୟକ ବାବର ଆଜାମ ଏବଂ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ସହ ମଧ୍ୟ ହୋଇଥିଲା। ମାଇକେଲ୍ ଆଥର୍ଟନ୍ ଙ୍କ ସହ କଥାବାର୍ତ୍ତା ବେଳେ ସେ ଏହି ସବୁ ଜିନିଷ ପ୍ରକାଶ କରିଥିଲେ। ଏହି ସାକ୍ଷାତକାରର ଭିଡିଓକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସେୟାର କରିଛି।

ଏହି ବିଷୟରେ ରିଜୱାନ୍ କହିଛନ୍ତି ଯେ, “ଯେତେବେଳେ ଆମେ ଭାରତ ବିପକ୍ଷରେ ଜିତିଲୁ, ସେତେବେଳେ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ କେବଳ ଗୋଟିଏ ମ୍ୟାଚ୍ ଥିଲା। କିନ୍ତୁ ଯେତେବେଳେ ପାକିସ୍ତାନ କଥା ଆସେ, ସେତେବେଳେ ଆମର ଲୋକଙ୍କଠାରୁ ମୁଁ ପ୍ରେମ ଦେଖିଲି। ଏହା ପରେ ଯେତେବେଳେ ମୁଁ ଦୋକାନକୁ ଗଲି, ସେମାନେ ମୋଠାରୁ ଟଙ୍କା ନେଇ ନଥିଲେ। ସେମାନେ କହଥିଲେ, ‘ଆପଣ ଯାଅନ୍ତୁ। ଆମେ ଆପଣଙ୍କଠାରୁ ଟଙ୍କା ନେବୁ ନାହିଁ! ବାବର ଆଜାମ ଏବଂ ଶାହିନ୍ ଶାହା ଆଫ୍ରିଦିଙ୍କ ପାଇଁ ମଧ୍ୟ ସମାନ ଘଟଣା ଘଟିଥିଲା। “ଭାରତ ବିପକ୍ଷରେ ଖେଳାଯାଇଥିବା ସେହି ମ୍ୟାଚରେ ମହମ୍ମଦ ରିଜୱାନ ୫୫ ଟି ବଲରେ ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୭୯ ରନ ସଂଗ୍ରହ କରିଥିଲେ।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ ପର୍ଯ୍ୟାୟରେ ପାକିସ୍ତାନ ଭାରତୀୟ ଦଳ ବିପକ୍ଷରେ ଜିତିଥିଲା। ପାକିସ୍ତାନ ଏହି ମ୍ୟାଚକୁ ୧୦ ୱିକେଟରେ ଜିତିଥିଲା। ଏଥିରେ ପାକିସ୍ତାନୀ ଓପନିଂ ବ୍ୟାଟ୍ସମ୍ୟାନ୍ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଚମତ୍କାର ଇନିଂସ ଖେଳିଥିଲେ। ଦଳ କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ବୋର୍ଡରେ ୧୫୧ ରନ୍ କରିଥିଲେ। ଏହି ଟାର୍ଗେଟକୁ ପିଛା କରି ପାକିସ୍ତାନ ଦଳ ବିନା କୌଣସି ୱିକେଟ୍ ହରାଇ ୧୭.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

ପାକିସ୍ତାନ ବାବର ଆଜାମ ଭାରତ ମହମ୍ମଦ ରିଜୱାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.