Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି: ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କଲେ ସୋଆ ଛାତ୍ରଛାତ୍ରୀ
ଆଜିର ଖବର

ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି: ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କଲେ ସୋଆ ଛାତ୍ରଛାତ୍ରୀ

December 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।

ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତ୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫିକୁ ସ୍ୱାଗତ କରାଯାଇଥିଲା।
ଏନ୍‌ସିସି କ୍ୟାଡେଟ୍ ଓ ସୁମା ସିକ୍ୟୁରିଟି ଏଜେନ୍ସି ର ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଟ୍ରଫିକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ପୋଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା।

ଓଡିଶା ସରକାରଙ୍କ ସାମାଜିକ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମ୍ରିତ୍ କୁଲାଙ୍ଗେ ଓ ବିଏମ୍‌ସି ର ବିଭିନ୍ନ ୱାର୍ଡର କପୋରେର୍ଟର ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ପଣ୍ଡା ଟ୍ରଫିର ଏଭଳି ଅଭୁତପୂର୍ବ ସ୍ୱାଗତ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଦେବା ସହ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱ କପ୍ ର ଆୟୋଜନ କରିବା ରାଜ୍ୟର ସମ୍ମାନ ବଢାଇଛି ବୋଲି କହିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ର ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ରୂପେ ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀ ଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ବିଶ୍ୱକପ୍ ପାଇଁ ଓଡିଶା ଆସୁଥିବା ଆର୍ନ୍ତଜାତିକ ଖେଳାଳି, ଗଣମାଧ୍ୟମ ପ୍ରତିିନିଧି, କର୍ମକତା ଓ ସମର୍ଥକ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓଡିଶାବାସୀ ଙ୍କ କର୍ତବ୍ୟ ବୋଲି ସେ କହିଥିଲେ ।ମେୟର ଶ୍ରୀମତୀ ଦାଶ ମଧ୍ୟ କହିଥିଲେ ଯେ ଚାମ୍ପିଅନସିପ୍ ସମୟ ରେ ଓଡିଶା ଆସୁଥିବା ବିଦେଶୀ କ୍ରୀଡା ପ୍ରେମୀଙ୍କୁ ଉଚିତ୍ ସାହାଯ୍ୟ ଓ ସହଯୋଗ କରିବା ସମସ୍ତଙ୍କ ର ଦାୟିତ୍ୱ।ସୋଆ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ କୁ ଟ୍ରଫି ଆସିଥିବା ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଭାରତୀୟ ଦଳ ମଧ୍ୟ ଏହି ଚାମ୍ପିୟନସିପ୍ ରେ ଉତମ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶା କରିଥିଲେ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ର ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀକ ହକି ଷ୍ଟାଡିୟମ୍‌ରେ ଖେଳାଯିବ।

ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଟିଇଆର ର ଡିନ୍ ପ୍ରଫେସର ପି.କେ.ସାହୁ ,ଆଇଡିଏସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ନିର୍ଦ୍ଦେଶକ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା କେ. ଶର୍ମା, ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍‌ସ ଦେବପ୍ରସାଦ ଦାଶ ଓ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Hockey World Cup Men's Worldcup Hockey23 soa ଓଡିଶା ସୋଆ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Latest News

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.