Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଲଙ୍କା ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ଅଧିନାୟକ, ସୂର୍ଯ୍ୟକୁମାର ଉପ-ଅଧିନାୟକ
ଆଜିର ଖବର

ଶ୍ରୀଲଙ୍କା ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ଅଧିନାୟକ, ସୂର୍ଯ୍ୟକୁମାର ଉପ-ଅଧିନାୟକ

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ଯେଉଁଠାରେ ସୂର୍ଯ୍ୟକୁମାର ଯାଦବ ଉପ-ଅଧିନାୟକ ହେବେ। ତେବେ କେବଳ ରୋହିତ ଶର୍ମା ଏକଦିବସୀୟ ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ।

ଶିବମ ମାଭି, ମୁକେଶ କୁମାର ଏବଂ ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳି ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଏଥି ସହିତ କେ.ଏଲ୍ ରାହୁଲ ଏବଂ ଋଷଭ ପନ୍ତ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି। ଏହା ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରା ମଧ୍ୟ ଟି-୨୦ ସିରିଜରେ ନାହାଁନ୍ତି।

ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋହିତ ଶର୍ମାଙ୍କ ଡେପୁଟି କରାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଦିନିକିଆ ସିରିଜରେ ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରା ନାହାଁନ୍ତି। କିନ୍ତୁ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଦିନିକିଆ ସିରିଜରେ ଚୟନ କରାଯାଇଛି। ଏଥି ସହ ମହମ୍ମଦ ଶାମି ମଧ୍ୟ ଦିନିକିଆରେ ଦଳକୁ ଫେରିଛନ୍ତି।

ଆଶ୍ଚର୍ଯ୍ୟର କଥା, ଶିଖର ଧାୱନଙ୍କୁ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନାହିଁ। ଏହାପୂର୍ବରୁ ଅନେକ ଥର ଧାୱନ ଟିମ୍ ଇଣ୍ଡିଆକୁ ଦିନିକିଆ ଫର୍ମାଟରେ ଅଧିନାୟକ ଦାୟିତ୍ଵ ତୁଲାଇଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ, ରୁତୁରାଜ ଗାଇକ୍ଵାଡ, ଶୁବମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଉମ୍ରାନ ମଲିକ, ଶିବମ ମାଭି ଏବଂ ମୁକେଶ କୁମାର।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ମହମ୍ମଦ ଶାମି, ମୋହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ।

ଭାରତ-ଶ୍ରୀଲଙ୍କା ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ଟି-୨୦ ସିରିଜ୍:

ପ୍ରଥମ ଟି-୨୦: ଜାନୁଆରୀ ୩ ତାରିଖ- ୱାନଖେଡେ ଷ୍ଟାଡିୟମ, ମୁମ୍ବାଇ
୨ୟ ଟି-୨୦: ଜାନୁଆରୀ ୫ ତାରିଖ- ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ପୁଣେ
ତୃତୀୟ ଟି-୨୦: ଜାନୁଆରୀ ୭ ତାରିଖ- ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ରାଜକୋଟ।

ଦିନିକିଆ ସିରିଜ୍:

ପ୍ରଥମ ଦିନିକିଆ: ଜାନୁଆରୀ ୧୦ ତାରିଖ- ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି
ଦ୍ୱିତୀୟ ଦିନିକିଆ: ଜାନୁଆରୀ ୧୨ ତାରିଖ- ଇଡେନ୍ ଗାର୍ଡେନ୍, କୋଲକାତା
ତୃତୀୟ ଦିନିକିଆ: ଜାନୁଆରୀ ୧୫ ତାରିଖ- ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁବନନ୍ତପୁରମ୍।

ଟି-୨୦ ସିରିଜ୍ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ବିସିସିଆଇ ସୂର୍ଯ୍ୟକୁମାର ଯାଦବ ହାର୍ଦ୍ଦିକ ପାଣ୍ଡ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026
Latest News

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026

ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.