Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୃହତ ବିଜୟ ସହ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ଅହମ୍ମଦାବାଦରେ ନ୍ୟୁଜିଲ୍ୟାଣ୍ଡ କିପରି ହେଲା ଧରାଶାୟୀ
ଆଜିର ଖବର

ବୃହତ ବିଜୟ ସହ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ଅହମ୍ମଦାବାଦରେ ନ୍ୟୁଜିଲ୍ୟାଣ୍ଡ କିପରି ହେଲା ଧରାଶାୟୀ

February 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ: ଅନ୍ତିମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୬୮ ରନ୍‌ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ୩ ଟି-୨୦ ମ୍ୟାଚ୍ ସିରିଜ୍ କୁ ୨-୧ ରେ ଜିତିଛି। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଇନିଂସ ୧୨.୧ ଓଭରରେ ମାତ୍ର ୬୬ ରନରେ ସୀମିତ ରହିଥିଲା।

ଓପନର୍ ଶୁବମାନ ଗିଲ ଭାରତ ପାଇଁ ୬୩ ବଲରେ ୧୨୬ ରନର ଅପରାଜିତ ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୭ ଟି ଛକା ମାରିଥିଲେ। ଏହା ବ୍ୟତୀତ ରାହୁଲ ତ୍ରିପାଠୀ ୨୨ ବଲରେ ୪୪ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ଟି ବଲରେ ୩୦ ରନ୍ ସଂଗ୍ରହ କରିଥିଲେ। ସେହିଭଳି ସୂର୍ଯ୍ୟକୁମାର ଯାଦବ ୧୩ ଟି ବଲରେ ୨୪ ରନ୍ କରିଥିଲେ। ତେବେ ଭାରତୀୟ ଦଳର ଓପନର୍ ଇଶାନ କିଶନ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ଇଶାନ କିଶ ୩ ବଲରୁ ମାତ୍ର ୧ ରନ୍ ସ୍କୋର କରିପାରିଥିଲେ।

ଭାରତୀୟ ଦଳର ବିଶାଳ ଟାର୍ଗେଟ ଆଗରେ ନ୍ୟୁଜିଲ୍ୟାଣ୍ଡ ଦଳ ତାସ ପରି ଗୋଟିଏ ପରେ ଗୋଟିଏ ଛାଡି ପଡିଥିଲେ। ଟିମ୍ ଇଣ୍ଡିଆର ବୋଲରମାନେ ନୂଆ ବଲ ସହିତ ମାରାତ୍ମକ ବୋଲିଂ କରିଥିଲେ। ବିଶେଷ କରି ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂ ପାୱାରପ୍ଲେରେ ଚମତ୍କାର ବୋଲିଂ କରିଥିଲେ। କିୱି ବ୍ୟାଟ୍ସମ୍ୟାନ୍ ମାନେ ଭାରତୀୟ ଦ୍ରୁତ ବୋଲରଙ୍କ ସାମ୍ନାରେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ଦଳର ଅଧା ଖେଳାଳି ୨୧ ରନ୍ ରେ ପାଭିଲିୟନକୁ ଫେରିଥିଲେ। ଏହିପରି କିୱି ଇନିଂସ ୧୨.୧ ଓଭରରେ ୬୬ ରନରେ ସମସ୍ତ ୱିକେଟ ହରାଇଥିଲେ।

ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026
Latest News

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.