Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସରେ ଓଡିଶା ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା
ଆଜିର ଖବର

୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସରେ ଓଡିଶା ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା

February 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଓଡ଼ିଶା ରିଲାଏନ୍‌ସ ଫାଉଣ୍ଡେସନ ଆଥଲେଟିକ୍‌ସ ହାଇ ପର୍‌ଫରମାନ୍ସ ସେଂଟର ୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ, ୨୦୨୨ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଓ ୭ ଟି ପଦକ ସହିତ ଘରକୁ ଫେରିଛନ୍ତି।

ପ୍ରତିଭା, ଜିତିବାର ଦୃଢ଼ ଇଚ୍ଛାଶକ୍ତି ଓ କ୍ରମାଗତ, ଉତ୍କୃଷ୍ଟ ମାନର ତାଲିମର ଅତୁଳନୀୟ ସମନ୍ୱୟ କାରଣରୁ ଏହା ସମ୍ଭବ ହୋଇପାରିଛି। ଏହା ପୁଣିଥରେ ଓଡ଼ିଶାର ଆଥଲେଟ୍ ମାନେ ୭ ଟି ଭିନ୍ନ ଭିନ୍ନ ଇଭେଂଟରେ ପ୍ରମାଣିତ କରିଛନ୍ତି ଓ ୪ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଯାହାକି ଆଥଲେଟ୍ ମାନଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଏକ ଉତ୍କୃଷ୍ଟ ପ୍ରଦର୍ଶନ ରହିଛି। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସର ପୂର୍ବ ସଂସ୍କରଣର, ଓଡ଼ିଶା ୩ ଟି ପଦକ ହାସଲ କରିଥିଲା ଯେଉଁଥିରେ ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ରହିଥିଲା।

ସୁନ୍ଦରଗଡ଼ ଜିଲ୍ଲାର ୧୭ ବର୍ଷ ବୟସ୍କ ସବିତା ଟପ୍ପୋ ବାଳିକା ୧୦୦ ମି. ହର୍ଡ଼ଲ୍‌ସ ଓ ଲଙ୍ଗ ଜମ୍ପ ଇଭେଂଟରେ ରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି ଓ ଏହା ପୂର୍ବରୁ ସେ ୪x୧୦୦ ମି ରିଲେ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଦୁଣ୍ଡାପତି ମ୍ରୁତି ଜୟରାମ, ଯିଏକି ଫିଲଡ୍‌ରେ ସବୁଠାରୁ ଦ୍ରୁତତମ ବାଳକ ଥିଲେ ସେ ୧୦.୫୩ ସେ ରେ ଆଉ ଏକ ନୂତନ ଖେଲୋ ଇଣ୍ଡିଆ ରେକର୍ଡ଼ ହାସଲ କରିଛନ୍ତି ଓ ୧୦୦ ମି. ରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ଜୟରାମଙ୍କ ସହିତ ମଧ୍ୟ ରାଜେନ୍ଦ୍ର ସିଧୁ, ମହମ୍ମଦ ରେୟାନ୍ ବାସା ଓ ନିତିଶ୍ କୁଲ୍ ୪x୧୦୦ ମି ରିଲେ ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ବିନିଲ୍ କ୍ରୀଷ୍ଣା, ଆଇଏଏସ୍‌, କମିଶନର କମ୍ ସେକ୍ରେଟାରି, ସ୍ପୋର୍ଟ ଆଣ୍ଡ ୟୁଥ୍ ସର୍ଭିସେସ୍ ଡିପାର୍ଟମେଂଟ, ଓଡ଼ିଶା ସରକାର ଏହି ଅବସରରେ କହିଛନ୍ତି ଯେ, “ଆମର କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ଓଡ଼ିଶା ଓ ଭାରତରେ ଥିବା ନୂତନ କ୍ରୀଡ଼ାବିତମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ। ଏହାର କ୍ରମାଗତ ପ୍ରଭାବ ନିଶ୍ଚିତ ଭାବରେ ଆମେ ଭବିଷ୍ୟତରେ ଦେଖିବାକୁ ପାଇବା। ଆମେ ରିଲାଏନ୍‌ସ ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା ଆମକୁ ଅତୁଳନୀୟ ଭିତିଭୂମି, ତାଲିମ୍ ଓ ସହାୟତା ଯୁବ କ୍ରୀଡ଼ାବିତମାନଙ୍କୁ ତୃଣମୂଳ ସ୍ତରରେ ପ୍ରଦାନ କରୁଛି ଯଦ୍ୱାରା ସେମାନେ କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷତା ହାସଲ କରିପରୁଛନ୍ତି।”

ଉଲ୍ଲେଖନୀୟ ସଫଳତା ଓଡିଶା ଖେଳାଳି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026
Latest News

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.