ଭେଙ୍କଟେଶ ପ୍ରସାଦଙ୍କ ଟାର୍ଗେଟରେ କେ.ଏଲ୍ ରାହୁଲ: ସୁନୀଲ ଗାଭାସ୍କର ମଧ୍ୟ ଦେଲେ ମତାମତ

Published: Feb 13, 2023, 1:48 pm IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କେ.ଏଲ୍ ରାହୁଲ ଫ୍ଲପ୍ ହୋଇଥିଲେ। ଏହା ପରେ ପୂର୍ବତନ ଭାରତୀୟ ବୋଲର ଭେଙ୍କଟେଶ ପ୍ରସାଦ ଟ୍ୱିଟ୍ କରି ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ସମାଲୋଚନା କରିଥିଲେ। ପ୍ରସାଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଜଣେ ଭଲ ଖେଳାଳି ହୋଇ ମଧ୍ୟ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନ ନିରାଶାଜନକ। ତାଙ୍କର ଟେଷ୍ଟ ହାର ୩୪, ତେଣୁ ଏହା ସ୍ୱାଭାବିକ। ରାହୁଲ ପ୍ରଥମ ଟେଷ୍ଟରେ ମାତ୍ର ୨୦ ରନ୍ ସ୍କୋର କରିଥିଲେ। ଭେଙ୍କଟେଶ ପ୍ରସାଦଙ୍କ ସମାଲୋଚନା ପରେ ସୁନୀଲ ଗାଭାସ୍କର ମଧ୍ୟ କେ.ଏଲ୍ ରାହୁଲଙ୍କ ବିଷୟରେ ମଧ୍ୟ ନିଜର ରାୟ ରଖିଥିଲେ। ତାଙ୍କୁ ଆଉ କିଛି ସମୟ ଦିଆଯିବା ଉଚିତ ବୋଲି ସେ କହିଥିଲେ।

ଗଣମାଧ୍ୟମକୁ ଗାଭାସ୍କର କହିଛନ୍ତି ଯେ, ‘ମୁଁ ଭାବୁଛି ସେ (କେ.ଏଲ୍ ରାହୁଲ) ଗତ ୧-୨ ବର୍ଷ ଧରି ଭଲ ପ୍ରଦର୍ଶନ କରିଛନ୍ତି। ମୁଁ ଭାବୁଛି ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିବା ଉଚିତ୍। ମୁଁ ନିଶ୍ଚିତ ଯେ ସେ ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିବେ। ମୁଁ ନିଶ୍ଚିତ ଯେ ସେ ଦିଲ୍ଲୀ ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ। ନଚେତ ଏହା ପରେ ଆପଣ ଶୁବମାନ ଗିଲ୍ ଙ୍କୁ ସୁଯୋଗ ଦେଇପାରିବେ।

Related posts