Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»Reliance Foundation: କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପୁରସ୍କୃତ
ଖେଳ

Reliance Foundation: କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପୁରସ୍କୃତ

November 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Foundation:
Reliance Foundation: କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପୁରସ୍କୃତ

Reliance Foundation: ଫିକିର ୧୫ତମ ବିଶ୍ୱ କ୍ରୀଡ଼ା ସମ୍ମିଳନୀ (ଗ୍ଲୋବାଲ ସ୍ପୋର୍ଟ୍ସ ସମିଟ) ‘ଟର୍ଫ ୨୦୨୫’ (TURF 2025) ଏବଂ ‘ଇଣ୍ଡିଆ ସ୍ପୋର୍ଟ୍ସ ଆୱାର୍ଡସ ୨୦୨୫’ରେ କ୍ରୀଡ଼ା କ୍ଷେତ୍ରରେ ବଶେଷ ଯୋଗଦାନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍କୁ ସମ୍ମାନିତ କରାଯାଇଛି। ନୀତା ଏମ୍. ଅମ୍ବାନୀଙ୍କ ନେତୃତ୍ୱରେ, ରିଲାଏନ୍ସ ଫାଉଣ୍ଡେସନ୍ ତୃଣମୂଳସ୍ତରରୁ ହାଇ-ପରଫରମାନ୍ସ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ାକୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିଛି। କ୍ରୀଡ଼ା କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ନେତୃତ୍ୱ ତାଙ୍କୁ ଦେଶର ଉଦୀୟମାନ ‘ସ୍ପୋର୍ଟ୍ସ ଲିଡର ଅଫ ଇଣ୍ଡିଆ’ ଭାବରେ ମଧ୍ୟ ଦେଖାଯାଉଛି।

ରିଲାଏନ୍ସ ଫାଉଣ୍ଡେସନକୁ କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ କର୍ପୋରେଟ – ହାଇ ପରଫର୍ମାନ୍ସ (ବେଷ୍ଟ କର୍ପୋରେଟ୍ ପ୍ରମୋଟିଂ ସ୍ପୋର୍ଟ୍ସ – ହାଇ ପରଫର୍ମାନ୍ସ) ବର୍ଗରେ ପୁରସ୍କାର ପ୍ରଦାନ କରି ଫିକି ପକ୍ଷରୁ କୁହାଯାଇଛି, “ଏହି ପୁରସ୍କାର ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ. ଅମ୍ବାନୀଙ୍କୁ ତାଙ୍କ ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ହୋଇଥିବା ପ୍ରଥମ ଭାରତୀୟ ମହିଳା ଭାବରେ, ନୀତା ଅମ୍ବାନୀ ବିଶ୍ୱବ୍ୟାପୀ ଅଲିମ୍ପିକ୍ ଆନ୍ଦୋଳନକୁ ମଜବୁତ କରିବା ଏବଂ ଭାରତର କ୍ରୀଡ଼ା ଆକାଂକ୍ଷାକୁ ଉଚ୍ଚ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ, ରିଲାଏନ୍ସ ଫାଉଣ୍ଡେସନ ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଏଲିଟ କ୍ରୀଡ଼ାବିତ ବିକାଶ ପର୍ଯ୍ୟନ୍ତ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛି।”

ନୀତା ଅମ୍ବାନୀ ଏହି ପୁରସ୍କାରକୁ ରିଲାଏନ୍ସ ଫାଉଣ୍ଡେସନ ପରିବାର ଏବଂ ଦେଶର ଯୁବ କ୍ରୀଡ଼ାବିତମାନଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରି ସେ କହିଛନ୍ତି, “ଆସନ୍ତା ଦଶନ୍ଧି ଭାରତୀୟ କ୍ରୀଡ଼ାର ସୂବର୍ଣ୍ଣ ଦଶନ୍ଧି ହେବ। ଭାରତକୁ ଏକ ବିଶ୍ୱସ୍ତରୀୟ ବହୁ-କ୍ରୀଡା (ମଲ୍ଟି-ସ୍ପୋର୍ଟ୍ସ) ପାୱାରହାଉସ କରିବାର ସମୟ ଆସିଯାଇଛି। ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ରହିଛି ଯେ ଭାରତ ୨୦୩୬ ଅଲିମ୍ପିକ୍ ଖେଳ ଆୟୋଜନ କରିବ, ଏବଂ ରିଲାଏନ୍ସ ଫାଉଣ୍ଡେସନ ଏହି ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧ ରହିଛି।”

ନୀତା ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ା ପଦକ୍ଷେପଗୁଡ଼ିକ ଦେଶର ଦୁଇ କୋଟି ୩୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି। ସ୍କୁଲ ସ୍ତର ହେଉ, ତୃଣମୂଳ ସ୍ତର ହେଉ, କିମ୍ବା ହାଇ-ପରଫରମାନ୍ସ ତାଲିମ କେନ୍ଦ୍ର ହେଉ, ଯୁବପିଢ଼ିକୁ ସବୁଠି କ୍ରୀଡା ସହିତ ଯୋଡାଯାଇଛି। ଯେତେବେଳେ ଆମର ଯୁବପିଢ଼ି ଜିତିଥାନ୍ତି, ଦେଶ ଗର୍ବିତ ହୋଇଥାଏ।

କ୍ରୀଡାରେ ମହିଳାମାନଙ୍କ ଲଗାତାର ସଫଳତା ବିଷୟରେ ନୀତା ଅମ୍ବାନୀ କହିଛନ୍ତି, “କ୍ରୀଡାରେ ଜୀବନକୁ ପରିବର୍ତ୍ତନ କରିବା, ସମାଜକୁ ଏକତ୍ର କରିବା ଏବଂ ଦେଶକୁ ସଶକ୍ତ କରିବାର ଅନନ୍ୟ ଶକ୍ତି ରହିଛି। ଗ୍ରାମ ଖେଳପଡିଆରୁ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭାରତର କ୍ରୀଡା ମନୋଭାବ ଜାଗ୍ରତ ହୋଇଛି। ଆମର ଝିଅମାନେ ନିରନ୍ତର ଭାବରେ ଭାରତୀୟ ଜାତୀୟ ପତାକାକୁ ଗୌରବାନ୍ୱିତ କରୁଛନ୍ତି। ଯେତେବେଳେ ଆମର ଝିଅମାନେ ଖେଳନ୍ତି, ସେବେ ପ୍ରତ୍ୟେକ ଝିଅ, ପ୍ରତ୍ୟେକ ମହିଳା ଜିତିଥାନ୍ତି।”

ସମ୍ମିଳନୀ ଅବସରରେ ନୀତି ନିର୍ଦ୍ଧାରକ, ଉଦ୍ୟୋଗ ଜଗତର ନେତୃମଣ୍ଡଳୀ, କ୍ରୀଡ଼ାବିତ ଏବଂ କ୍ରୀଡା କ୍ଷେତ୍ରରେ ନବସୃଜନ ଆଣିଥିବା ବ୍ୟକ୍ତିବିଶେଷ ଭାରତର କ୍ରୀଡା ଭବିଷ୍ୟତ ଉପରେ ପ୍ରତିଫଳନ କରିବା ପାଇଁ ଏକାଠି ହୋଇଥିଲେ।

ficci Nita Ambani Reliance Foundation Sports Award ଇଣ୍ଡିଆ ସ୍ପୋର୍ଟ୍ସ ଆୱାର୍ଡସ ୨୦୨୫ ନୀତା ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.