Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌
ଖେଳ

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ: ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସର ଫାଇନାଲ ମ୍ୟାଚ୍‌ ଆଜି ନ୍ୟୁୟର୍କର ପ୍ରସିଦ୍ଧ ଆର୍ଥର୍ ଆଶ୍ ଷ୍ଟାଡିୟମରେ ଖେଳାଯିବ। ଏହି ଟାଇଟଲ୍ ମୁକାବିଲାରେ ଜର୍ମାନୀର ୱାର୍ଲ୍ଡ ନମ୍ବର-୧ ଆଲେକ୍ସଜାଣ୍ଡାର୍ ଜ୍ୱେରେଭ୍ ଏବଂ ଆମେରିକାର ଉଦୀୟମାନ ତାରକା ବେନ୍ ଶେଲ୍ଟନ୍ ଆମ୍ନାସାମ୍ନା ହେବେ।

ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଜ୍ୱେରେଭ୍ ରୁଷ୍‌ର କରେନ୍ ଖାଚାନୋଭଙ୍କୁ ୬-୩, ୭-୬, ୭-୬ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ, ଦ୍ୱିତୀୟ ସେମିଫାଇନାଲରେ ବେନ୍ ଶେଲ୍ଟନ୍‌ ନିଜ ଦେଶର ଫ୍ରାନ୍ସିସ୍ ଟିଆଫୋଙ୍କୁ ୪-୬, ୬-୩, ୬-୩, ୭-୫ ସେଟ୍‌ରେ ହରାଇ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି।

ଜ୍ୱେରେଭ୍ ଚଳିତ ବର୍ଷ ଫ୍ରେଞ୍ଚ୍ ଓପନ୍ ଜିତି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ହାସଲ କରିବା ସହ ୱିମ୍ବଲଡନ୍ ଫାଇନାଲ୍‌ରେ ମଧ୍ୟ ପହଞ୍ଚିଥିଲେ। ତେବେ ୟୁଏସ୍ ଓପନ୍ ଜିତି ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍‌ ନିଜ ନାମରେ କରିବା ପାଇଁ ସେ ପୂରା ଦମ୍‌ ଲଗାଇବେ। ଏହା ତାଙ୍କ କ୍ୟାରିୟରର ୬ଷ୍ଠ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍।

ଅନ୍ୟପଟେ, ଶେଲ୍ଟନ୍‌ ଫାଇନାଲ୍‌କୁ ଉନ୍ନୀତ ହେବା ଦ୍ୱାରା ୨୦୦୩ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ପୁରୁଷ ଖେଳାଳିଙ୍କ ପାଖରେ ୟୁଏସ୍ ଓପନ୍‌ ଚାମ୍ପିଅନ୍‌ ହେବାର ବଡ଼ ସୁଯୋଗ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ଶେଷ ଥର ପାଇଁ ଆମେରିକାର ଆଣ୍ଡି ରୋଡିକ୍ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ।

Mens Singles US Open Final Zverev Vs Shelton
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026
Latest News

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.