Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ
ଖେଳ

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦର ସମାଧାନ ଏବଂ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ର ପରିଚାଳନା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନ ୩ଟାରେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ବୈଠକ ଡକାଯାଇଛି। ସମ୍ପାଦକ ଭୋଲା ନାଥ ସିଂହ ଇମେଲ୍ ମାଧ୍ୟମରେ ସଦସ୍ୟମାନଙ୍କୁ ଏହି ଜରୁରୀ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଫଆଇଏଚ୍‌ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍‌ର ଜର୍ସି ରଙ୍ଗ ଗେରୁଆ କରିବାକୁ ନେଇ ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଲା ନାଥ ସିଂହଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ବିନା ସହମତିରେ ଜର୍ସି ବଦଳାଯାଇଥିବା ଦର୍ଶାଇ ଦିଲୀପ ତିର୍କୀ ମହାନିର୍ଦ୍ଦେଶକ ଆର୍‌କେ ଶ୍ରୀବାସ୍ତବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ତାଙ୍କ କ୍ଷମତା ପ୍ରତ୍ୟାହାର କରିଛନ୍ତି।

ପୁରୁଷ ଓ ମହିଳା ଏଚଆଇଏଲ ର ଭବିଷ୍ୟତ ନେଇ ବୈଠକରେ ଚର୍ଚ୍ଛା ହେବ। କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଦିଲୀପ ତିର୍କୀ ଓ ଫ୍ରାଞ୍ଚାଇଜି ମାଲିକମାନଙ୍କ ସହ ଆଲୋଚନା କରି ଲିଗ୍‌ର ଆଞ୍ଚଳିକ ଓ ଆର୍ଥିକ ମଡେଲ୍ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଘର ବର୍ତ୍ତମାନର ପରିଚାଳନାରେ ଅସନ୍ତୁଷ୍ଟ ଥିବା ଫ୍ରାଞ୍ଚାଇଜି ମାଲିକମାନେ ଏଚଆଇଏଲ ପାଇଁ ନିଜର ଭାଗୀଦାରୀ ଥିବା ଏକ ନୂତନ ସଞ୍ଚାଳନ ପରିଷଦ ଗଠନ କରିବାକୁ ଦାବି କରିଛନ୍ତି।

ଜରୁରୀ ବୈଠକ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି

October 30, 2026

ରେକର୍ଡ ସ୍ତରରେ ରିଲାଏନ୍ସର ତ୍ରୈମାସିକ ଲାଭ: ଜିଓ ଓ ତୈଳ-ରସାୟନ କାରବାର ବୃଦ୍ଧି କଲା ଗତି

October 30, 2026

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ

October 30, 2026
Latest News

ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି

October 30, 2026

ରେକର୍ଡ ସ୍ତରରେ ରିଲାଏନ୍ସର ତ୍ରୈମାସିକ ଲାଭ: ଜିଓ ଓ ତୈଳ-ରସାୟନ କାରବାର ବୃଦ୍ଧି କଲା ଗତି

October 30, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ

October 30, 2026

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.