ଦୁବାଇ : ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟତମ ଟି-୨୦ ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଛି। ଆଫଗାନିସ୍ତାନ ବିପକ୍ଷ ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ଭାରତର ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମା କ୍ୟାରିୟରର ଶ୍ରେଷ୍ଠ ୨ୟ ସ୍ଥାନକୁ ଉଠିଛନ୍ତି। ସେ ପାକିସ୍ତାନର ସାହିବଜାଦା ଫରହାନ୍ଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ଅପରପକ୍ଷରେ ଭାରତୀୟ ୱିକେଟକିପର-ବ୍ୟାଟର୍ ଈଶାନ୍ କିଶନ୍ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫଳରେ ଟି-୨୦ ବ୍ୟାଟିଂ ର୍ୟାଙ୍କିଙ୍ଗ୍ର ପ୍ରଥମ ଦୁଇଟି ସ୍ଥାନରେ ଭାରତୀୟ ବ୍ୟାଟର୍ କବଜା କରିଛନ୍ତି। ଟପ୍-୧୦ ବ୍ୟାଟର୍ଙ୍କ ମଧ୍ୟରେ ଭାରତ ଓ ଇଂଲଣ୍ଡର ୩ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଭାରତର ମିଡିଲ୍ ଅର୍ଡର୍ ବ୍ୟାଟର୍ ତିଳକ ବର୍ମା ୮ମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ରଶିଦ୍ ଖାନ୍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତୀୟ ମିଷ୍ଟ୍ରି ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ୫ମ ସ୍ଥାନକୁ ଉଠିଛନ୍ତି। ଜସ୍ପ୍ରୀତ୍ ବୁମ୍ରା ୭ଟି ସ୍ଥାନର ସୁଧାର ସହ ୧୦ମ, ଅର୍ଶଦୀପ ସିଂହ ୧୪ଶ ଏବଂ ଅକ୍ଷର ପଟେଲ୍ ୨୭ଶ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଶୀର୍ଷରେ ଥିବା ବେଳେ ଭାରତର ଜସ୍ପ୍ରୀତ୍ ବୁମ୍ରା ୪ର୍ଥ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଓଲି ରବିନ୍ସନ୍ ୨୩ଟି ସ୍ଥାନ ଡେଇଁ ତୃତୀୟ ସ୍ଥାନ ହାସଲ କରିବା ସହ କ୍ୟାରିୟରର ଶ୍ରେଷ୍ଠ ର୍ୟାଙ୍କିଙ୍ଗ୍ ପାଇଛନ୍ତି। ସେହିପରି ଇଂଲଣ୍ଡର ଜୋଶ୍ ଟଙ୍ଗ୍ ୨୨ଟି ସ୍ଥାନ ଉପରକୁ ଉଠି ୧୧ଶ ସ୍ଥାନରେ ରହିଛନ୍ତି।


