Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ
ଖେଳ

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
The Chief Minister and others at the inauguration of the Odisha T20 League - Chief Minister's Trophy.
The Chief Minister and others at the inauguration of the Odisha T20 League - Chief Minister's Trophy.

ଭୁବନେଶ୍ବର: କଟକର ଐତିହାସିକ ବାରବାଟୀ ଷ୍ଟାଡିଅମ୍‌ରେ ରବିବାର ଦିନ ‘ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌ – ମୁଖ୍ୟମନ୍ତ୍ରୀ ଟ୍ରଫି’ର ଏକ ଅତ୍ୟନ୍ତ ଆକର୍ଷଣୀୟ ଓ ଉତ୍ସବମୁଖର ମାହୋଲ ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘଣ୍ଟି ବଜାଇ ଏହି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ କ୍ରିକେଟ୍, ମନୋରଞ୍ଜନ ଏବଂ ଉତ୍ସାହଜନକ ପରିବେଶର ଏକ ଅପୂର୍ବ ସଂଗମ ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡର ସୁରେଶ ରାଇନା ଏବଂ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତି ଯୁବ କ୍ରିକେଟରମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଦୁଇ ଜଣ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟରଙ୍କ ସମେତ ଲିଗ୍‌ର ସମସ୍ତ ଛଅଟି ଦଳର ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବ୍ରାଣ୍ଡ ଆମ୍ବାସାଡର ସୁରେଶ ରାଇନା ପ୍ରତିଯୋଗିତା ଆୟୋଜନ କରିଥିବା ସଂସ୍ଥାକୁ ଶୁଭେଚ୍ଛା ଜଣାଇବା ସହ ଅଂଶଗ୍ରହଣ କରିଥିବା ଯୁବ କ୍ରିକେଟରମାନଙ୍କୁ ଏହି ସୁଯୋଗର ପୂରା ଫାଇଦା ଉଠାଇବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଏପରି ଏକ ଭବ୍ୟ ଆୟୋଜନ ପାଇଁ ସମସ୍ତଙ୍କ ଉଦ୍ୟମ ପ୍ରଶଂସନୀୟ। ଖେଳାଳିମାନଙ୍କ ପାଇଁ ସେ ବାର୍ତ୍ତା ଦେଇ କହିଥିଲେ ଯେ ପୂର୍ଣ୍ଣ ଶକ୍ତି ଓ ନିଷ୍ଠାର ସହ ଖେଳନ୍ତୁ, କ୍ରୀଡ଼ା ସୁଲଭ ମନୋଭାବ ରଖନ୍ତୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରକ୍ରିୟାକୁ ଉପଭୋଗ କରନ୍ତୁ। ନିଜର ପ୍ରତିଭା ଦେଖାଇବା, ଅନୁଭବରୁ ଶିଖିବା ଏବଂ ନିଜର ଖେଳକୁ ଆଗକୁ ନେବା ପାଇଁ ଏହା ସମସ୍ତ ଯୁବ ଖେଳାଳିଙ୍କ ପାଇଁ ଏକ ଶ୍ରେଷ୍ଠ ମଞ୍ଚ। ସେହିପରି ଅନ୍ୟତମ ବ୍ରାଣ୍ଡ ଆମ୍ବାସାଡର ଦେବାଶିଷ ମହାନ୍ତି ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଯୁବ ଖେଳାଳିମାନଙ୍କୁ ଏକ ବ୍ୟବସାୟିକ ପରିବେଶରେ ପ୍ରତିଯୋଗିତା କରିବା ଏବଂ ଅଭିଜ୍ଞତା ହାସଲ କରିବା ପାଇଁ ସୁଯୋଗ ଦେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହିପରି ପ୍ରତିଯୋଗିତା ଖେଳାଳିମାନଙ୍କୁ ନିଜ କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ ଓ ଅନୁଭୂତି ଯୋଗାଇବ ବୋଲି ସେ କହିଥିଲେ।

ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଦୁଇ ପ୍ରସିଦ୍ଧ କ୍ରିକେଟରଙ୍କ ଉପସ୍ଥିତି ପ୍ରତିଯୋଗିତାରେ ଭାଗ ନେଉଥିବା ଯୁବ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ୍‌ରେ ପ୍ରମୁଖ ଯୋଗଦାନ ଦେଇଛନ୍ତି, ତେଣୁ ସେମାନଙ୍କ ଉପସ୍ଥିତି ଆମ ଯୁବ ଖେଳାଳିଙ୍କୁ ବିଶେଷ ଭାବେ ଉତ୍ସାହିତ କରିବ। ଏହି ସମାରୋହରେ ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କ୍ରୀଡ଼ା ଓ ଯୁବସେବା ବିଭାଗର ଆଇଏଏସ କମିଶନର ତଥା ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଓଡ଼ିଶା ଫୁଟବଲ ଆସୋସିଏସନର ସମ୍ପାଦକ ତଥା ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାପାତ୍ର, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସହଯୋଗୀ ସମ୍ପାଦକ ପ୍ରଭାତ କୁମାର ଭୋଳ ଏବଂ ସର୍ବୋଚ୍ଚ ପରିଷଦ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏସନ ସହ ଅନୁବନ୍ଧିତ ୪୧ଟି କ୍ରିକେଟ ଏକାଡେମୀକୁ କ୍ରୀଡ଼ା ସରଞ୍ଜାମ ବଣ୍ଟନ କରାଯାଇଥିଲା। ଏହାସହ ଦ୍ୱାରକାନାଥ ମାହାତାବ ଫିଡର ସେଣ୍ଟରର ଖେଳାଳିମାନଙ୍କୁ ମଧ୍ୟ କ୍ରୀଡ଼ା ସରଞ୍ଜାମ ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ଉତ୍ସବକୁ ଅଧିକ ରଙ୍ଗୀନ ଓ ମନୋରଞ୍ଜନଧର୍ମୀ କରିବା ପାଇଁ ବଲିଉଡ ଅଭିନେତ୍ରୀ ମୌନୀ ରୋୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହାସହ ଛଅଟି ଦଳର ବ୍ରାଣ୍ଡ ଆମ୍ବାସାଡର ଭାବେ ଓଲିଉଡର ଚର୍ଚ୍ଚିତ ଚେହେରା ଭୂମିକା, ଶିବାନୀ, ସ୍ୱପ୍ନା, ଏଲିନା, ଶୀତଲ ଓ କୁକିଜ ମଧ୍ୟ ଉପସ୍ଥିତ ରହି ଷ୍ଟେଡିଅମ୍‌ର ଆବହାୱାକୁ ଅଧିକ ଉତ୍ସବମୁଖର କରିଥିଲେ। ଉଦ୍‌ଘାଟନୀ ସମାରୋହ ପରେ ପ୍ରଥମ ମ୍ୟାଚ୍‌ରେ କଟକ ପାନ୍ଥର୍ସ ଟସ୍ ଜିତି ସମ୍ବଲପୁର ୱାରିୟର୍ସ ବିପକ୍ଷରେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସହ ଏହି ଛଅଟି ଦଳୀୟ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।

ବାରବାଟୀ ଷ୍ଟାଡିଅମ୍‌ ମୁଖ୍ୟମନ୍ତ୍ରୀ ଟ୍ରଫି
Share. Facebook Twitter LinkedIn Email WhatsApp Copy Link

Related Posts

SIR ନୋଟିସ୍‌କୁ ନେଇ ବଡ଼ ଚର୍ଚ୍ଚା, ଜୟଶଙ୍କରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026

‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ

September 20, 2026
Latest News

SIR ନୋଟିସ୍‌କୁ ନେଇ ବଡ଼ ଚର୍ଚ୍ଚା, ଜୟଶଙ୍କରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.