Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର
ଖେଳ

ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର

October 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Suryakumar dropped from Mumbai squad for first match.

ମୁମ୍ବାଇ: ୨୦୨୬-୨୭ ରଣଜୀ ଟ୍ରଫି ସିଜନ୍‌ର ପ୍ରଥମ ମ୍ୟାଚ୍‌ ପାଇଁ ଘୋଷିତ ମୁମ୍ବାଇ ଦଳରେ ଭାରତୀୟ ଟି-୨୦ ଟିମ୍‌ର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିନାହିଁ। ସୂର୍ଯ୍ୟକୁମାର ମ୍ୟାଚ୍‌ ଖେଳିବା ପାଇଁ ନିଜର ଉପଲବ୍ଧତା ପ୍ରକାଶ କରିଥିଲେ ହେଁ, ଚୟନକର୍ତ୍ତାମାନେ ଯୁବ ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଡାହାଣ ହାତ ଆଙ୍ଗୁଠିରେ ଆଘାତ ଯୋଗୁଁ ଅଲ୍‌‌ରାଉଣ୍ଡର୍ ଶାର୍ଦ୍ଦୁଳ ଠାକୁର ଚୟନ ପ୍ରକ୍ରିୟାରୁ ବାହାରେ ରହିଛନ୍ତି।

ସୂର୍ଯ୍ୟକୁମାରଙ୍କୁ ବାଦ୍‌ ଦେବା ନେଇ ମୁମ୍ବାଇର ମୁଖ୍ୟ ଚୟନକର୍ତ୍ତା ରାଜେଶ ପୱାର୍ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, “ଆମେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲୁ। ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତରେ ସୂର୍ଯ୍ୟକୁମାରଙ୍କ ନାମ ଉପରେ ବିଚାର କରାଯିବ ନାହିଁ; ତେବେ ତାଙ୍କୁ ଆଗକୁ କିଛି ରେଡ୍-ବଲ୍ (ଲାଲ୍ ବଲ୍‌) ମ୍ୟାଚ୍ ଖେଳିବାକୁ ପଡ଼ିବ।”

ସିଦ୍ଧେଶ ଲାଡ୍‌ଙ୍କ ନେତୃତ୍ୱରେ ଘୋଷିତ ୧୬ ଜଣିଆ ମୁମ୍ବାଇ ଦଳରେ ଭାରତୀୟ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍‌ ଓ ଷ୍ଟାର୍ ବ୍ୟାଟର୍ ସରଫରାଜ ଖାନ୍‌ଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ବିଜେତା କରାଇଥିବା ଯୁବ ତାରକା ଆୟୁଷ ମହାତ୍ରେଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହାସହ ଅଷ୍ଟ୍ରେଲିଆ-ଏ ବିପକ୍ଷ ଅନ୍-ଅଫିସିଆଲ୍ ଟେଷ୍ଟ୍ ସିରିଜ୍‌ (୧-୦) ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅଲ୍‌ରାଉଣ୍ଡ୍ ଯୋଗଦାନ ଦେଇଥିବା ଶମ୍ସ ମୁଲାନୀ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

୪୨ ଥରର ଚାମ୍ପିଅନ୍ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୧୧ରୁ ୧୫ ତାରିଖ ମଧ୍ୟରେ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଚଣ୍ଡିଗଡ଼ ବିପକ୍ଷରେ ଖେଳିବ। ମୁମ୍ବାଇ ଓ ଚଣ୍ଡିଗଡ଼ ବ୍ୟତୀତ ହରିଆଣା, ରାଜସ୍ଥାନ, ରେଲ୍‌ୱେ, ତାମିଲନାଡ଼ୁ ଏବଂ ଉତ୍ତରାଖଣ୍ଡକୁ ‘ଏଲିଟ୍ ଗ୍ରୁପ୍-ଡି’ରେ ରଖାଯାଇଛି।

ମୁମ୍ବାଇ ରଣଜୀ ଟ୍ରଫି ସୂର୍ଯ୍ୟକୁମାର
Share. Facebook Twitter LinkedIn Email WhatsApp Copy Link

Related Posts

BJPର ରାଜ୍ୟସଭା ରଣନୀତିରେ ବଡ଼ ପରିବର୍ତ୍ତନ! ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ନାହିଁ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026
Latest News

ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର

October 6, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

BJPର ରାଜ୍ୟସଭା ରଣନୀତିରେ ବଡ଼ ପରିବର୍ତ୍ତନ! ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ନାହିଁ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.