Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା : ଶ’ଙ୍କ ପ୍ରତ୍ୟାବର୍ତ୍ତନ, ଦିନିକିଆରେ ରୋହିତଙ୍କ ସ୍ଥାନରେ ମୟଙ୍କ
ଆଜିର ଖବର

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା : ଶ’ଙ୍କ ପ୍ରତ୍ୟାବର୍ତ୍ତନ, ଦିନିକିଆରେ ରୋହିତଙ୍କ ସ୍ଥାନରେ ମୟଙ୍କ

February 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ନ୍ୟୁଜିଲାଣ୍ଡ ବାନମ ଭାରତ ମଧ୍ୟରେ ହୋଇଥିବା ପାଞ୍ଚମ୍ୟାଚ୍‌ ବିଶିଷ୍ଟ ଟିଟ୍ବେଣ୍ଟି ଶୃଙ୍ଖଳରେ ଭାରତର ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ୍‌ ବାନମ ଭାରତ ଟେଷ୍ଟ ଗସ୍ତ ପାଇଁ  ଭାରତୀୟ ଦଳର ଘୋଷଣା କରାଯାଇଛି । ଟିଟ୍ବେଣ୍ଟି ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଓ୍ବାନ୍‌ଡେ’ ଏବଂ ଟେଷ୍ଟ ସିରିଜ୍‌ ପୂର୍ବରୁ ବଡ ଝଟ୍‌କା ଲାଗିଛି । ଏହି ଟେଷ୍ଟ୍‌ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ବିସିସିଆଇ । ମଙ୍ଗଳବାର ଘୋଷଣା କରାଯାଇଥିବା ଭାରତୀୟ ଦଳକୁ ଓପ୍‌ନର ପୃଥ୍ବୀ ଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଅନ୍ତିମ ଟି 20 ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇଯାଇଥିବାରୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ତିନି ଟିକିଆ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ମୟଙ୍କ ଅଗ୍ରଓ୍ବାଲ। ସେହିପରି ଦୁଇ ଓପ୍‌ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବଂ ଶିଖର ଧଓ୍ବନଙ୍କ ଅନୁପସ୍ଥିତିରେ ଶୁଭମାନ ଗିଲ୍‌ ରିଜର୍ଭ ଓପ୍‌ନର ଭାବରେ ଦଳରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଅନଅଫିସିଆଲ ଟେଷ୍ଟର ଦୁଇ ଇନିଂସରେ 83 ଏବଂ 204 ରନ୍‌ କରି ଗିଲ୍‌ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ପେସ୍‌ ବୋଲର ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟ ପରେ ଇଶାନ୍ତଙ୍କ ନାମ ଘୋଷଣା କରାଯିବ । ସେହିପରି ଟି 20 ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପରେ ନବଦୀପ ସାଇନିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ପୁନର୍ବାର କୁଲଦୀପ ଯାଦବଙ୍କୁ ବାହାରେ ବସିବାକୁ ପଡିଛି । ଭାରତୀୟ ମ୍ୟାନେଜମେଣ୍ଟ ପୁନର୍ବାର ଅଶ୍ବିନ୍‌-ଜାଡେଜା ଯୋଡି ଉପରେ ଭରସା ପ୍ରକଟ କରିଛି ।
ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁଭମାନ ଗିଲ୍‌, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ଋଷଭ ପନ୍ତ, ଆର. ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି ଏବଂ ଇଶାନ୍ତ ଶର୍ମା(ଫିଟନେସ୍‌) ।

ସୂଚନାଯାେଗ୍ୟ, ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ 15ରୁ ଫେବୃଆରୀ 21 ଓ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ 29ରୁ ମାର୍ଚ୍ଚ ଚାରି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

mayankagrawal PRITHVISHAW
Share. Facebook Twitter LinkedIn Email WhatsApp Copy Link

Related Posts

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Latest News

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.