Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟାରଙ୍କ ଦମ୍‌ଦାର ଶତକ : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 348 ରନ୍‌ର ବିଜୟ ଲକ୍ଷ୍ୟ
ଆଜିର ଖବର

ଆୟାରଙ୍କ ଦମ୍‌ଦାର ଶତକ : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 348 ରନ୍‌ର ବିଜୟ ଲକ୍ଷ୍ୟ

February 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାମିଲଟନ୍‌ : ଟି 20 ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍‌ ହରାଇ347ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍‌ର ସମ୍ମୁଖୀନ ହୋଇ 103 ରନ୍‌ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍‌ ରାହୁଲ୍‌(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ମୟଙ୍କମ 32 ଏବଂ ଆୟାର 21 ରନ୍‌ ସଂଗ୍ରହ କରିଥିଲେ । ତୃତୀୟ ଓ୍ବିକେଟରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ଆୟାର 102 ରନ୍‌ର ଭାଗିଦାରୀ କରିବା ପରେ କୋହଲି ଆଉଟ ହୋଇଥିଲେ । କୋହଲିଙ୍କ ଓ୍ବିକେଟର ପତନ ପରେ କ୍ରିଜ୍‌କୁ ଆସିଥିବା ରାହୁଲ୍‌ ଚମତ୍କାର ବ୍ୟାଟିଂ କରିଥିଲେ । 64 ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ 88 ରନ ସଂଗ୍ରହ କରିଥିବା ରାହୁଲ୍‌ ନିଜ ଇନିଂସରେ 6ଟି ଚୌକା ଏବଂ 3ଟି ଛକ୍କା ମାରିଥିଲେ । ଶେଷ ଭାଗରେ କେଦାର ଯାଦବ 15ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି 85 ରନବିନିମୟରେ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଡି ଗ୍ରାଣ୍ଡହୋମ ଏବଂ ଇଶ୍‌ ସୋଧୀ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

india KLrahul nz shreyasiyer
Share. Facebook Twitter LinkedIn Email WhatsApp Copy Link

Related Posts

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.