ପାକିସ୍ତାନରେ ଭାରତୀୟ ଟିମ୍‌ ନେଇ ଆଇଓଏର ସ୍ପଷ୍ଟୀକରଣ

Published: Feb 10, 2020, 7:59 pm IST

ନୂଆଦିଲ୍ଲୀ : ପାକିସ୍ତାନରେ ଅନୁଷ୍ଠିତ କବାଡି ବିଶ୍ବ ଚାମ୍ପିୟନ୍‌ସିପ୍‌ ପାଇଁ ଭାରତୀୟ ଦଳ ଯାଇଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ଭାରତୀୟ ଅଲମ୍ପିକ୍‌ ସଙ୍ଘ (ଆଇଓଏ) ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଭାରତ ତରଫରୁ କୌଣସି ଦଳକୁ ପାକିସ୍ତାନ ପଠାଯାଇ ନଥିବା ଆଇଓଏ ମୁଖ୍ୟ ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି । ସୋମବାର ବାତ୍ରା ସ୍ପଷ୍ଟୀକରଣ ଦେଇ କହିଛନ୍ତି କବାଡି ଦଳକୁ ଗସ୍ତ କରିବା ପୂର୍ବରୁ ଆମେଚ୍ୟୁର କବାଡି ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଅନୁମତି ନେବାକୁ ପଡିଥାଏ । ଏପରି କୌଣସି ଅନୁମତି ପ୍ରଦାନ କରାଯାଇନଥିବାରୁ ଭାରତୀୟ ଦଳ ଯାଇନଥିବା କହିଛନ୍ତି ବାତ୍ରା । କବାଡି ଫେଡେରେସନ୍‌ ଏବଂ କ୍ରୀଡା ମନ୍ତ୍ରାଳୟ ମଧ୍ୟରୁ ଏହି ଖବରକୁ ଅସ୍ବୀକାର କରାଯାଇଛି ।

Related posts