Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ
ଆଜିର ଖବର

ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ

February 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58) ଏବଂ ଚେତେଶ୍ବର ପୂଜାରା (11)ଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର ପୂଜାରଙ୍କ ଓ୍ବିକେଟ ପତନ ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଣ୍ଟ ବୋଲ୍ଟ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (25) ଏବଂ ହନୁମା ବିହାରୀ(14)ଙ୍କ ମଧ୍ୟରେ 31ରନ୍‌ର ଅବିଭାଜିତ ଭାଗିଦାରୀ ହୋଇଛି ।

indvsnz rahane wellington
Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.