ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ

Published: Feb 23, 2020, 3:10 pm IST

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58) ଏବଂ ଚେତେଶ୍ବର ପୂଜାରା (11)ଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର ପୂଜାରଙ୍କ ଓ୍ବିକେଟ ପତନ ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଣ୍ଟ ବୋଲ୍ଟ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (25) ଏବଂ ହନୁମା ବିହାରୀ(14)ଙ୍କ ମଧ୍ୟରେ 31ରନ୍‌ର ଅବିଭାଜିତ ଭାଗିଦାରୀ ହୋଇଛି ।

Related posts