Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କଲା ଆଇସିସି : ଆଇସୋଲେସନ୍‌ ଟ୍ରେନିଂ କ୍ୟାମ୍ପର ପ୍ରସ୍ତାବ
ଖେଳ

ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କଲା ଆଇସିସି : ଆଇସୋଲେସନ୍‌ ଟ୍ରେନିଂ କ୍ୟାମ୍ପର ପ୍ରସ୍ତାବ

May 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁବାଇ : ବିଭିନ୍ନ କ୍ରିକେଟ ଖେଳୁଥିବା ଦେଶ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶୁକ୍ରବାର ଆଇସିସିର ମେଡିକାଲ ଟିମ୍‌ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କ୍ରିକେଟ୍‌ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଏକ 14 ଦିନିଆ କ୍ବାରେଣ୍ଟାଇନ୍‌ କ୍ୟାମ୍ପ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅଭ୍ୟାସ ତଥା ଯାତ୍ରା ସମୟରେ ଖେଳାଳି କିପରି ନିଜକୁ ସୁରକ୍ଷିତ ରଖିବେ ତାହା ଏହି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସେଫ୍‌ଟି ଫାଷ୍ଟ :
1. ଖେଳାଳି ତଥା ସମୁଦାୟ କ୍ରୀଡାବିତ ଗୋଷ୍ଠୀଙ୍କ ସୁରକ୍ଷା ଆଇସିସିର ପ୍ରଥମ ଲକ୍ଷ୍ୟ।
2. କରୋନା ସଂକ୍ରମଣ କିମ୍ବା ସଂକ୍ରମଣରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନଥିଲେ ହିଁ କ୍ରିକେଟ୍‌ ପୁନର୍ବାର ଆରମ୍ଭ ହେବ।
3. କ୍ରିକେଟ୍‌ ଜଗତ ସହିତ ଜଡିତ ବିଭିନ୍ନ ଜିନିଷରୁ ଯେମିତି ସଂକ୍ରମଣ ନ ବ୍ୟାପେ ତାହାର ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଅଭ୍ୟାସ ସେସନ୍‌ ଅଥବା ମ୍ୟାଚ୍‌ ପୂର୍ବରୁ ପଡିଆ, ଚେଞ୍ଜିଙ୍ଗ ରୁମ୍‌, ବଲ୍‌ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଇସିସି ମତ ଦେଇଛି।

ସରକାରୀ ଉପଦେଶ :
1. ଯେଉଁ ଯେଉଁ ରାଷ୍ଟ୍ରରେ କ୍ରିକେଟ୍‌ ଉପରେ ରୋକ୍‌ ଲଗାଯାଇଛି, ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ନଉଠିବା ଯାଏଁ କ୍ରିକେଟ୍‌ ଖେଳ ଆରମ୍ଭ କରାଯିବ ନାହିଁ।
2. ପ୍ରତ୍ୟେକ ଆଇସିସି ସଦସ୍ୟ ରାଷ୍ଟ୍ର ନିଜ ସ୍ଥାନୀୟ ସରକାରଙ୍କ ନିକଟରୁ ବିମାନ ଯାତ୍ରା (ଘରୋଇ ଏବଂ ଅନ୍ତର୍ଜାତୀୟ) ଓ କ୍ବାରେଣ୍ଟାଇନ୍‌ ସହାୟତା ନିମନ୍ତେ ଆବେଦନ କରିବେ।

ନେତୃତ୍ବ ଏବଂ କ୍ରିକେଟର ସୁଦୂରପ୍ରସାରୀ ପ୍ରଭାବ :
1. ଏହି ମହାମାରୀର ମୁକାବିଲା କ୍ଷେତ୍ରରେ କ୍ରିକେଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସମାଜରେ ଏକ ସକରାତ୍ମକ ମେସେଜ୍‌ ପହଞ୍ଚାଇବାରେ କ୍ରିକେଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି ।
2. ଆଇସିସି କ୍ରିକେଟ୍‌ ଖେଳିବାର ମାହୋଲ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ବୋର୍ଡ ପକ୍ଷରୁ ଏକ ସୁସ୍ଥ ଏବଂ ସ୍ବଚ୍ଛ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡିବ ଏବଂ ସରକାରଙ୍କ ନିକଟରୁ ଅନୁମତି ହାସଲ କରିବାକୁ ପଡିବ । ଏହା ସହିତ ବିଭିନ୍ନ ବୋର୍ଡଙ୍କ ସହିତ ମିଶି କ୍ରିକେଟ୍‌ ସାମ୍ରଜ୍ୟକୁ ଆଗକୁ ବଢାଇବାର ଏହା ଏକ ଅଭିନବ ପ୍ରୟାସ ।
3. ବ୍ୟକ୍ତିଗତ ଭାବରେ କ୍ରିକେଟ୍‌ ବିଭିନ୍ନ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସାଧାରଣ ଲୋକଙ୍କ ଜୀବନକୁ ପୂର୍ବବତ କରିବା ସହିତ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ସୁରକ୍ଷା ପ୍ରଦାନ କରିଥାଏ ।

covid19 icc
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.