Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଇଣ୍ଡିଆନ ପ୍ରିମିଅର ଲିଗରେ ଶତକ ହାସଲ କରିଥିବା ସର୍ବଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକା
ଖେଳ

ଇଣ୍ଡିଆନ ପ୍ରିମିଅର ଲିଗରେ ଶତକ ହାସଲ କରିଥିବା ସର୍ବଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକା

March 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର ପାଠ। କାରଣ ଆଇପିଏଲ୍‌ରେ ସମୁଦାୟ ୬୫୦ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ମାତ୍ର ୫୨ଟି ଶତକ ସ୍କୋର ହାେଇଛି। ଅନେକ ଖେଳାଳି ଆଇପିଏଲ୍‌ରେ ଗାେଟିଏ ବି ଶତକ ହାସଲ କରିନଥିବା ବେଳେ ଓ୍ବେଷ୍ଟ ଇଣ୍ଡିଆନ୍‌ କ୍ରିସ୍‌ ଗେଲ୍‌ ୬ଟି ଶତକ ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ମହାକୁମ୍ଭରେ ଘଟିଥିବା କିଛି ତଥ୍ୟ ତଥା ଶତକ ହାସଲ କରିଥିବା ଖେଳାଳିଙ୍କୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା।

୧. କ୍ରିସ୍‌ ଗେଲ୍‌ , ମ୍ୟାଚ୍‌-୧୧୨, ଶତକ -୬

୨୦୦୯ରେ ନିଜର ଆଇପିଏଲ୍‌ ପଦାର୍ପଣ କରିଥିଲେ ଗେଲ୍‌। କେକେଆର୍‌ ପକ୍ଷରୁ ପ୍ରଥମ ଦୁଇ ସିଜିନ ଖେଳିଥିବା ଗେଲ୍‌ଙ୍କ ସର୍ବାଧିକ ସ୍କାେର ଥିଲା ୮୮। ପରବର୍ତ୍ତୀ ସିଜିନ୍‌ରେ ଆରସିବିକୁ ଯିବା ପରେ ଗେଲ୍‌ ନିଜର ପ୍ରଥମ ଶତକ ହାସଲ କରିଥିେଲ। ପରବର୍ତ୍ତୀ ସିଜିନ୍‌ରେ ୬୬ ବଲ୍‌କରୁ ୧୭୫ ରନ୍‌ ସଂଗ୍ରହ କରିବା ସହିତ ୩୦ ବଲ୍‌ରୁ ଶତକ ମଧ୍ୟ ହାସଲ କରିଥିଲେ। ଗେଲ୍‌ଙ୍କ ୬ଟି ଶତକ ମଧ୍ୟରୁ ୫ଟି ଆରସିବି ପାଇଁ ଆସିଥିବା ବେଳେ ୨୦୧୮ରେ କିଙ୍ଗସ୍‌ ଇଲେଭେନ୍‌ ପକ୍ଷରୁ ଚେନ୍ନାଇ ବିପକ୍ଷରେ ୬ନମ୍ବର ଶତକ ଲଗାଇଥିଲେ।

୨. ବିରାଟ କୋହଲି, ମ୍ୟାଚ୍‌-୧୬୩, ଶତକ-୪

ରନ୍‌ ମେସିନ୍‌ ବିରାଟ କୋହଲି ଆରସିବି ପକ୍ଷରୁ ବିଗତ ୧୧ ସିଜିନ ଖେଳିଥିବା ବେଳେ ୪୯୪୮ ରନ୍‌ ସଂଗ୍ରହ କରିଛନ୍ତି। କୋହଲିଙ୍କ ଶତକର ଅନ୍ୟ ଏକ ମଜାଦାର କଥା ହେଉଛି ଏହି ୪ ଶତକ େଗାଟିଏ ସିଜିନ୍‌ରେ ଆସିଛି। ୨୦୧୬ ବର୍ଷରେ କୋହଲି ୮୧.୦୮ ହାରରେ ୯୩୭ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ। କୋହ୍‌ଲି ନିଜ ଶତକ ମଧ୍ୟରୁ ଦୁଇଟି ଗୁଜୁରାତ ଲାୟନ୍ସ ବିପକ୍ଷରେ ସ୍କୋର କରିଥିବା ବେଳେ ପୁନେ ଏବଂ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।

୩.ସେନ୍‌ ଓ୍ବାଟ୍‌ସନ୍‌, ମ୍ୟାଚ୍‌-୧୧୭, ଶତକ-୪

ଓ୍ବାଟ୍‌ସନ୍‌ ନିଜ ୪ ଶତକ ମଧ୍ୟରୁ ୨ଟି ରାଜସ୍ଥାନ ରୟାଲ୍ସ ନିମେନ୍ତ ସ୍କୋର କରିଥିବା ବେଳେ ଅନ୍ୟ ଦୁଇଟି ଚେନ୍ନାଇ ସୁପର କିଙ୍ଗସ୍‌ ନିମନ୍ତେ ସ୍କୋର କରିଛନ୍ତି। ୨୦୧୦ ଏବଂ ୧୧ରେ ରୟାଲ୍ସ ପାଇଁ ଶତକ ହାସଲ କରିଥିବା ଓ୍ବାଟ୍‌ସନ୍‌ ୨୦୧୩ରେ ଚେନ୍ନାଇ ପକ୍ଷରୁ ରୟାଲ୍ସ ବିପକ୍ଷରେ ତୃତୀୟ ଶତକ ଏବଂ ଗତବର୍ଷ ଫାଇନାଲ୍‌ରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ।

୪.ଡେଭିଡ୍‌ ଓ୍ପାର୍ଣ୍ଣର, ମ୍ୟାଚ୍‌-୧୧୪, ଶତକ-୩

ଗତବର୍ଷ ବଲ୍‌ ଟ୍ୟାମ୍ପରିଂ ପାଇଁ ବାସନ୍ଦାଦେଶ ଭୋଗୁଥିବା ଓ୍ବାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍‌ ଖେଳିଛନ୍ତି। ୨୦୦୯-୧୩ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ଖେଳିଥିବା ବେଳେ ୨୦୧୪ରୁ ବତ୍ତର୍ମାନ ପର୍ଯ୍ୟନ୍ତ ହାଇଦ୍ରାବଦ ଟିମ୍‌ରେ ରହିଛନ୍ତି। ଡିଡି ପାଇଁ କୋଲକତା ଏବଂ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିବା ବେଳେ, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ନିଜର ତୃତୀୟ  ଶତକ ହାସଲ କରିଥିଲେ।

୫. ଏବି ଡିଭିଲିୟର୍ସ, ମ୍ୟାଚ୍‌-୧୪୧, ଶତକ-୩

ଏହି ଦକ୍ଷିଣ ଆଫ୍ରିକୀୟ ବିସ୍ଫାେରକ ବ୍ୟାଟ୍ସମ୍ୟାନ୍‌ ଦିଲ୍ଲୀ ପକ୍ଷରୁ ତିନି ସିଜିନ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଥିଲେ। ଚେନ୍ନାଇ ବିପକ୍ଷରେ ୨୦୦୯ରେ ସେ ଏହି ଶତକ ହାସଲ କରିଥିଲେ। ଅନ୍ୟ ଦୁଇଟି ଶତକ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଯଥାକ୍ରମେ ୨୦୧୫ ଏବଂ ୧୬ରେ ସଂଗ୍ରହ କରିଥିଲେ।

 

 

century chrisgayle ipl thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

“ଝାଡ଼ଖଣ୍ଡରେ ଛାତ୍ରଙ୍କ ବିରୋଧରେ ବଳ ପ୍ରୟୋଗ ଭୁଲ”: ସୋରେନ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ସ୍ପଷ୍ଟ ବାର୍ତ୍ତା

August 10, 2026
Latest News

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.