ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ବିଶ୍ୱସ୍ତ ସହଯୋଗୀ ଭାବେ ଭାରତର ବଢ଼ୁଥିବା ସ୍ୱୀକୃତିକୁ ସ୍ୱୀକାର କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲେଖିଛନ୍ତି ଯେ, ସ୍ଥିରତା, ନିରାପତ୍ତାଠାରୁ ଆରମ୍ଭ କରି ଟିକା, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ଭାରତ ବର୍ତ୍ତମାନ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ମାନ୍ୟତା ପାଇଛି।’