Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରରୁ ୩ ଜଣ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ଲକ୍ଷ ୮୨ ହଜାର ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭ ହଜାର ୨୮୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୨ ଲକ୍ଷ ୬୪ ହଜାର୧୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ଆଉ ୧ ହଜାର ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୫୮ ଜଣ ଚିହ୍ନଟ ହୋଇଥିବାବେଳେ ୬୨୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧୨ ହଜାର ୬୯୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୪ ହଜାର ୧୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୮୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୪୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୮୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳୁରୁ ସର୍ବାଧିକ ୧୪୧ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୩, ଖୋର୍ଦ୍ଧାରୁ ୧୧୦ ଜଣ, କଟକରୁ ୧୦୬, କେଉଁଝରରୁ ୮୭, ବାଲେଶ୍ବରରୁ ୮୪, ବରଗଡରୁ ୪୯, ଭଦ୍ରକରୁ ୨୪, ବଲାଙ୍ଗିରରୁ ୪୪, ବୌଦ୍ଧରୁ ୧୨, ଦେବଗଡରୁ ୧୧,  ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୨୦, ଜଗତସିଂହପୁରରୁ  ୭୨, ଯାଜପୁରରୁ ୫୬, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୫୧,  କୋରାପୁଟରୁ ୩୯, ମାଲକାନଗିରିରୁ ୨୩,  ନବରଙ୍ଗପୁରରୁ ୪୦, ନୟାଗଡରୁ ୨୮, ନୂଆପଡାରୁ ୪୪, ପୁରୀରୁ ୪୭, ରାୟଗଡାରୁ ୮,  ସମ୍ବଲପୁରରୁ ୨୯, ସୋନପୁରରୁ ୧୪, ସୁନ୍ଦରଗଡରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୬ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୭୧ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୭୧ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୦୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୧୨, କଟକରୁ ୧୮୨, ମୟୂରଭଞ୍ଜରୁ ୯୬, ଅନୁଗୁଳରୁ ୯୦, ଝାରସୁଗୁଡାରୁ ୮୦, ନୂଆପଡାରୁ ୭୮, କେନ୍ଦ୍ରାପଡାରୁ ୭୨, ବରଗଡରୁ ୭୧, ଯାଜପୁରରୁ ୬୯, ବଲାଙ୍ଗିରିରୁ ୬୭, ପୁରୀରୁ ୬୬, ସୋନପୁରରୁ ୬୬, ଜଗତସିଂହପୁରରୁ ୫୯, ବାଲେଶ୍ବରରରୁ ୫୮, କେନ୍ଦୁଝରରୁ ୫୮, କଳାହାଣ୍ଡିରୁ ୫୧, ସମ୍ବଲପୁରରୁ ୫୦, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୩, ଭଦ୍ରକରୁ ୩୫, ମାଲକାନଗିରିରୁ ୩୩, କୋରାପୁଟରୁ ୩୦, ଗଞ୍ଜାମରୁ ୨୪, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୯, ନୟାଗଡରୁ ୧୭, ଦେବଗଡରୁ ୧୨, ରାୟଗଡାରୁ ୧୨, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬୪ ହଜାର ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୨୧୫ ମଧ୍ୟରୁ ୧୫ ହଜାର ୮୧୫ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କ ସଂଖ୍ୟା ୧୨୧୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଜପତି ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ଭୁବନେଶ୍ବର ଏବଂ ଯାଜପୁରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୨୧୪କୁ ବୃଦ୍ଧି ହୋଇଛି।

ଅନୁଗୁଳର ୭୬, ୩୮ ଓ ୬୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ୬୦, ୪୫  ଓ ୨୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରର ୬୨ ଓ ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜରୁ ୫୧ ଓ ୭୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁରରୁ ୨୯ ଓ ୬୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକର ଜଣେ ୪୩ ବର୍ଷୀୟ ପୁରୁଷ, ଢେଙ୍କାନାଳର ଜଣେ ୬୬ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୩୫ ବର୍ଷୀୟ ପୁରୁଷ, ମାଲକାନଗିରିରୁ ଜଣେ ୭୦ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୫୦ ବର୍ଷୀୟ ପୁରୁଷ ଏବଂ ପୁରୀରୁ ଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ବରରୁ ୧୦୪, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡାରୁ ୭୨, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩,  ଝାରସୁଗୁଡାରୁ ୬୧, ବରଗଡରୁ ୬୦, ବଲାଙ୍ଗିରିରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧,  କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୬୮, ଗଞ୍ଜାମରୁ ୧୬, ରାୟଗଡାରୁ ୧୧, ଦେବଗଡରୁ ୧୭, ଗଜପତି ୯ ଏବଂ ଷ୍ଟେଟ ପୁଲରୁ ୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୫୭ ହଜାର ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୮୫୦ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୮୫୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୬୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୦, ସୋନପୁରରୁ ୮୦, ବଲାଙ୍ଗିରିରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ବରରୁ ୬୯, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫, ଗଜପତି ୩ ଏବଂ ଷ୍ଟେଟ ପୁଲରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୨ ହଜାର ୬୦୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୫୧୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୩୨ ହଜାର ୯୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୨୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୦୫୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୬୦୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୨୧୬, ବାଲେଶ୍ବରରୁ ୧୬୪, ବରଗଡରୁ ୯୦, ଭଦ୍ରକରୁ ୫୦, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେବଗଡରୁ ୧୩, ଢେଙ୍କାନାଳରୁ ୩୩, ଗଜପତିରୁ ୮, ଗଞ୍ଜାମରୁ ୨୯, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡାରୁ ୭୦, କେଉଁଝରରୁ ୫୧, କୋରାପୁଟରୁ ୩୧, ମାଲକାନଗିରିରୁ ୫୭,  ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡରୁ ୩୫, ନୂଆପଡାରୁ ୯୫, ପୁରୀରୁ ୪୯, ରାୟଗଡାରୁ ୨୧,  ସମ୍ବଲପୁରରୁ ୪୯, ସୋନପୁରରୁ ୪୪, ସୁନ୍ଦରଗଡରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୭୪ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୮ କରୋନା ପରୀକ୍ଷା

ଭୁବନେଶ୍ବର: ସୋମବାରଦିନ ରାଜ୍ୟରେ ୪୧୮୪୦ଟି କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ କରୋନା ପରୀକ୍ଷାରେ ବୃଦ୍ଧି ଘଟିଛି। ଗତକାଲି ରାଜ୍ୟରେ ୪୫ ହଜାର ୩୫୮ କରୋନା ପରୀକ୍ଷା କରାଯାଇଛି। ମୋଟ ପରୀକ୍ଷା ମଧ୍ୟରୁ ୭ ହଜାର ୮୮୫ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୩୭ ହଜାର ୩୪୦ ଟି ଆଣ୍ଟିଜେନ ପରୀକ୍ଷା ହୋଇଛି ଏବଂ ୧୩୩ଟି ଟ୍ରୁନଟ୍ ପରୀକ୍ଷା ହୋଇଛି।

ସୂଚନା ଯୋଗ୍ୟ ଯେ, ସୋମବାର ଦିନ କରାଯାଇଥିବା ମୋଟ ପରୀକ୍ଷା ମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ୧୦୫ଟି ଟ୍ରୁନାଟ୍ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୨୧୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୨୮, କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୁଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗିରିରୁ ୧୨୩,  ବାଲେଶ୍ବରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡରୁ ୧୧୨, କନ୍ଧମାଳରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡରୁ ୫୫, ନୟାଗଡରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେବଗଡ଼ରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ୨ ଲକ୍ଷ ୧୯ ହଜାର ୧୧୯ ଜଣ ମୋଟ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୮୫ ହଜାର ୭୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୩୨ ହଜାର ୫୨୪ ଜଣ ଚିକିତ୍ସିତ ହେଉଥିବା ବେଳେ ୮୪୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରେ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୦୪ ଜଣ, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ବରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିରିରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯ ଜଣ ଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୧୫୮ ଜଣ ଏବଂ ୮୧୩ ଜଣଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ସର୍ବାଧିକ ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବମୋଟ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୭୦ ହଜାର ୧୯୩ କୁ ବୃଦ୍ଧି ହୋଇଛି। ରାଜ୍ୟରେ ସମୁଦାୟ ୨ ଲକ୍ଷ ୫ ହଜାର ୪୫୨ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୪ ହଜାର ୪୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ମୋଟ ୭୮୩ ଜଣ କୋରଣା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୧୧ ଜଣ, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ବରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳରୁ ୧୦୧, ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରିରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡ଼ାରୁ ୫୩, ରାୟଗଡ଼ାରୁ ୫୧, ନୟାଗଡରୁ ୪୨, ଦେବଗଡରୁ ୧୬, ଗଜପତିରୁ ୧୩, ଏବମ ସେଟ ପୁଲରୁ ୫୮୭ ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ସୁସ୍ଥ ହେଲେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୪୯୬ ଜଣ କଟକରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୮୩, ନୂଆପଡାରୁ ୧୭୯, ଝାରସୁଗୁଡାରୁ ୧୬୭, ବରଗଡରୁ ୧୭୪, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗିରିରୁ ୪୭, ନୟାଗଡରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲରୁ ୩୨୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ ୧ ଲକ୍ଷ ୬୫ ହଜାର ୪୩୨ ଜଣ କୋରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬ ଜଣ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୩୪ ହଜାର ୮୪୪ ଜଣ ଏବଂ କରୋନାରେ ୭୬୭ ଜଣ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗରରେ ଆଜି ଚିହ୍ନଟ ହେଲେ ୩୪୯: ସୁସ୍ଥ ହେଲେ ୩୭୩

ଭୁବନେଶ୍ଵର: ଆଜି ଭୁବନେଶ୍ଵର ମହାନଗରରେ ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୪୯ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୨୦ ଜଣ ଥିବା ବେଳେ ଲୋକାଲ ସଂକ୍ରମଣ ୨୨୯ ରହିଛି। ନଯାପଲ୍ଲୀରୁ ୨୦, ରସୁଲଗଡରୁ ୧୨, ୟୁନିଟ-୮ରୁ ୧୨, ସହିଦନଗରରୁ ୧୧, ପଞ୍ଚସଖା ନଗରରୁ ୧୧, ପଟିଆରୁ ୯, ମଞ୍ଚେଶ୍ବରରୁ ୭, ଶୈଳଶ୍ରୀ ବିହାରରୁ ୭, ୟୁନିଟ-୮ ରୁ ୭, ଚନ୍ଦ୍ରଶେଖରପୁରରୁ ୬, ପାତ୍ରପଡାରୁ ୬, ଓ ୟୁନିଟ-୯ରୁ ୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ମହାନଗରରୁ ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୯। ତେବେ ୩୬୮୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟାରେ ନଦୀବନ୍ଧ ଓ କେନାଲର କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚଳିତ ବନ୍ୟାରେ ନଦୀବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି ଟଙ୍କାର କ୍ଷତି ହୋଇଛି। ଚଳିତ ମଧ୍ୟମ ଧରଣ ବନ୍ୟାରେ ୩୮ ଟି ଘାଇ ସହ ୯୯୬ କିଲୋ ମିଟରର ନଦୀବନ୍ଧ ନଷ୍ଟ ହୋଇଛି। କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୁଶାନ୍ତ ରଥ। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ ନେଇ ଚିଠି ଲେଖି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ। ଚିଠି ମାଧ୍ୟମରେ ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଅନୁରୋଧ କଲେ ଶ୍ରୀ ରଥ। ତେବେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦିନକରେ ୫୦ ହଜାରରୁ ଉର୍ଦ୍ଧ୍ଵ  କରୋନା ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ କରୋନାର ସ୍ଥିତି ଭୟଙ୍କର ହେବାକୁ ଲାଗୁଛି। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କରୋନା ପରୀକ୍ଷା ବୃଦ୍ଧି ହେଉଥିବା କାରଣରୁ ପଜିଟିଭ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୫୭୦ ଟି କରୋନା ପରୀକ୍ଷା ହୋଇଛି। ଆରଟିପିସିଆର ରେ ୮ ହଜାର ୪୪୫ ଟି ଟେଷ୍ଟ ହୋଇଥିଲା ବେଳେ ଆଣ୍ଟିଜେନ’ରେ ୪୨ ହଜାର ୦୨୪ ଟି ଟେଷ୍ଟ ହୋଇଛି ଏବଂ ଟ୍ରୁନଟରେ ୧୦୧ ଟି ଟେଷ୍ଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୦୫୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁର ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୧୫୦, ରାୟଗଡାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡାରୁ ୧୨୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୁଳରୁ ୧୨୨, ନୂଆପଡାରୁ ୧୨୧, ବାଲେଶ୍ବରରୁ ୧୧୧, ନବରଙ୍ଗପୁରରୁ ୧୦୧, ବରଗଡରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୭୨, ଢେଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡରୁ ୪୫, ବଲାଙ୍ଗିରିରୁ ୪୪, ମାଲକାନଗିରିରୁ ୩୬, ଦେବଗଡରୁ ୨୦, ବୌଦ୍ଧରୁ ୧୭, ଗଜପତିରୁ ୧୫ ଏବଂ ଷ୍ଟେଟ ପୁଲରୁ ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୪୯୪ ଜଣ ଏବଂ ୭୩୬ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ବରରୁ ୧୮୫, ବଲାଙ୍ଗିରିରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨,  ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୩୨୪ ଜଣ ଏବଂ ୭୨୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ। ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି। ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ। ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳି। ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବାଲେଶ୍ଵର, ବଲାଙ୍ଗିରି, ଗଞ୍ଜାମ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଖୋର୍ଦ୍ଧା, ପୁରୀରୁ ଜଣେ ଲେଖାଏଁ କରୋନା ରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି।

ବାଲେଶ୍ବରରୁ ଜଣେ ୬୫ ବର୍ଷୀୟ ପୁରୁଷ ଆଉ ଜଣେ ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୬୦ ବର୍ଷୀୟ ପୁରୁଷ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ ଜଣେ ୫୪ ବର୍ଷୀୟ ପୁରୁଷ ଏବ ଆଉ ଜଣେ ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଭଦ୍ରକରୁ ଜଣେ ୬୮ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୫୧ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ଭୁବନେଶ୍ବରରୁ ୯୦ ବର୍ଷୀୟ ବୃଦ୍ଧାଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ୩୦ଟି ଜିଲ୍ଲାରୁ ୩୭୪୮ ପଜିଟିଭ୍‌ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ୩୭୪୮  ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଅନୁଗୁଳରୁ ୫୭ ଜଣ, ବାଲେଶ୍ବରରୁ ୧୦୩ ଜଣ, ବରଗଡରୁ ୯୨ ଜଣ, ଭଦ୍ରକରୁ ୪୬ ଜଣ, ବଲାଙ୍ଗିରରୁ ୧୬୩ ଜଣ, ବୌଦ୍ଧରୁ ୫୮ ଜଣ, କଟକରୁ ୩୯୨ଜଣ, ଦେବଗଡରୁ ୨୪ଜଣ, ଢେଙ୍କାନାଳରୁ ୬୫ ଜଣ, ଗଜପତିରୁ ୩୩ଜଣ, ଗଞ୍ଜାମରୁ ୭୧ ଜଣ, ଜଗତସିଂହପୁରରୁ ୯୪ ଜଣ, ଯାଜପୁରରୁ ୧୪୦ଜଣ, ଝାରସୁଗୁଡାରୁ ୭୦ ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୮୫ ଜଣ, କେନ୍ଦ୍ରାପଡାରୁ ୧୧୬ ଜଣ, କେଉଁଝରରୁ ୬୩ ଜଣ, କୋରାପୁଟରୁ ୯୭ ଜଣ, ମାଲକାନାଗିରିରୁ ୨୧ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରୁର ୧୨୧ଜଣ, ନୟାଗଡରୁ ୬୯ ଜଣ, ନୂଆପଡାରୁ ୧୦୭ ଜଣ, ପୁରୀରୁ ୩୮୭ଜଣ, ରାୟଗଡାରୁ ୮୨ ଜଣ, ସମ୍ବଲପୁରରୁ ୭୯ ଜଣ, ସୋନପୁରରୁ ୧୨୪ ଜଣ, ସୁନ୍ଦରଗଡରୁ ୧୫୭ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୧୭୬ ଜଣ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।