Categories
ଆଜିର ଖବର ରାଜ୍ୟ ଖବର

ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1245କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ଗଜପତି, ଗଞ୍ଜାମ, କେନ୍ଦୁଝର, ବରଗଡ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1245କୁ ବୃଦ୍ଧି ହୋଇଛି ।

ଅନୁଗୁଳରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 67 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 45 ବର୍ଷୀୟା ମହିଳା ରହିଛନ୍ତି । ଢେଙ୍କାନାଳରୁ ଦୁଇ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ 40 ଓ 46 ବର୍ଷ। ସେହିପରି ସୁନ୍ଦରଗଡରୁ 62 ବର୍ଷୀୟ ପୁରୁଷ ଓ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ  62 ବର୍ଷୀୟ ପୁରୁଷ, 50 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବରର 66 ବର୍ଷୀୟ ପୁରୁଷ, 45 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ବରଗଡରୁ 67 ବର୍ଷୀୟ ପୁରୁଷ ଆକ୍ରାନ୍ତ, ଗଜପତିରୁ 65 ବର୍ଷୀୟ ପୁରୁଷ ଆକ୍ରାନ୍ତ, କେଉଁଝରରୁ 59 ବର୍ଷୀୟ ମହିଳା, ପୁରୀରୁ 82 ବର୍ଷୀୟ ପୁରୁଷ, ମାଲକାନଗିରିରୁ 75 ବର୍ଷୀୟ ପୁରୁଷ ଓ ଗଞ୍ଜାମରୁ 70 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ୧ ହଜାର ୬୩୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୬୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୫୫ ଜଣ ଚିହ୍ନଟ ହୋଇଥିବାବେଳେ 678 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୨୧୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୨ ହଜାର ୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୮୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୨୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୬୩୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୦, ବାଲେଶ୍ବରରୁ ୨୬, ବରଗଡରୁ ୫୩, ଭଦ୍ରକରୁ ୨୧, ବଲାଙ୍ଗିରରୁ ୮୦, ବୌଦ୍ଧରୁ ୩୫, କଟକରୁ ୧୩୨,  ଦେବଗଡରୁ ୮,  ଢେଙ୍କାନାଳରୁ ୩୯, ଗଜପତିରୁ ୧୩, ଗଞ୍ଜାମରୁ ୩୩, ଜଗତସିଂହପୁରରୁ  ୭୯, ଯାଜପୁରରୁ ୪୩, ଝାରସୁଗୁଡାରୁ ୫୪, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୧୦୫, କେଉଁଝରରୁ ୫୧, କୋରାପୁଟରୁ ୩୫, ମାଲକାନଗିରିରୁ ୫୩,  ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୪୧, ନୟାଗଡରୁ ୨୩, ନୂଆପଡାରୁ ୮୯, ପୁରୀରୁ ୫୮, ରାୟଗଡାରୁ ୧୧,  ସମ୍ବଲପୁରରୁ ୩୨, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୩୧ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 50 ହଜାର 129 ଆକ୍ରାନ୍ତ ଚିହ୍ନଟ, 578 ମୃତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ମଧ୍ୟରେ 50 ହଜାର 129 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 578 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 18 ହଜାର 535କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା 78 ଲକ୍ଷ 64 ହଜାର 811କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 68 ହଜାର 154 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 70 ହଜାର 78 ହଜାର 123ଜଣ ।

ଦେଶରେ ସଂକ୍ରମଣ ମାମଲାଠାରୁ ସୁସ୍ଥ ହାର 10ଗୁଣ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆକ୍ଟିଭ୍‌ ମାମଲା,  ମୃତ୍ୟହାର ଓ ସୁସ୍ଥହାର ସର୍ବାଧିକ ରହିଛି । ଦେଶରେ ମୃତ୍ୟୁହାର 1.50% ରହିଥିବାବେଳେ ଭାରତରେ ଲଗାତାର ସୁସ୍ଥ ହାର ବଢିବାରେ ଲାଗିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ 10 କୋଟି 25 ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1229କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ବରଗଡ, ଭଦ୍ରକ, ଗଜପତି, ଝାରସୁଗୁଡା, କନ୍ଧମାଳ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1229କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାର ଦୁଇ ମୃତକ ହେଲେ ଭୁବନେଶ୍ବରର 64 ବର୍ଷୀୟ ପୁରୁଷ, 39 ବର୍ଷୀୟା ମହିଳା ରହିଥିବାବେଳେ ମୟୂରଭଞ୍ଜର 2 ମୃତକଙ୍କ ମଧ୍ୟରେ 62 ଓ 42 ବର୍ଷୀୟ ପୁରୁଷ । ସେହିପରି ସୁନ୍ଦରଗଡର 2 ମୃତକ ମଧ୍ୟରେ 73 ଓ 78 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି କନ୍ଧମାଳର 62 ବର୍ଷୀୟ ମହିଳା, ବାଲେଶ୍ବରର 52 ବର୍ଷୀୟା ମହିଳା, ଅନୁଗୁଳରୁ 60 ବର୍ଷୀୟ ପୁରୁଷ, ବୌଦ୍ଧରୁ 51 ବର୍ଷୀୟ ମହିଳା, ବରଗଡରୁ 53 ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 60 ବର୍ଷୀୟ ପୁରୁଷ, ପୁରୀରୁ 48 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 60 ବର୍ଷୀୟ ପୁରୁଷ, ଗଜପତିରୁ 69 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ୧ ହଜାର ୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୮୬ ଜଣ ଚିହ୍ନଟ ହୋଇଥିବାବେଳେ ୭୦୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୪୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୮୮୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୧୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୬୯୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୮୩, ବାଲେଶ୍ବରରୁ ୧୨୮, ବରଗଡରୁ ୫୬, ଭଦ୍ରକରୁ ୩୫, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୧୧, କଟକରୁ ୧୦୩,  ଦେବଗଡରୁ ୧୧,  ଢେଙ୍କାନାଳରୁ ୨୩, ଗଜପତିରୁ ୭, ଗଞ୍ଜାମରୁ ୪୫, ଜଗତସିଂହପୁରରୁ  ୭୭, ଯାଜପୁରରୁ ୫୭, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୨, କେଉଁଝରରୁ ୭୩, କୋରାପୁଟରୁ ୪୫, ମାଲକାନଗିରିରୁ ୩୭,  ମୟୂରଭଞ୍ଜରୁ ୪୫, ନବରଙ୍ଗପୁରରୁ ୫୧, ନୟାଗଡରୁ ୩୨, ନୂଆପଡାରୁ ୯୨, ପୁରୀରୁ ୫୧, ରାୟଗଡାରୁ ୧୭,  ସମ୍ବଲପୁରରୁ ୪୨, ସୋନପୁରରୁ ୨୪, ସୁନ୍ଦରଗଡରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୩୫ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

24 ଘଣ୍ଟାରେ 53ହଜାର 370 ନୂତନ ଆକ୍ରାନ୍ତ ଚିହ୍ନଟ, 650 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଚାଲିଛି । ଗତ 24 ଘଣ୍ଟାରେ ଦେଶରେ 53 ହଜାର 370 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 650ଜଣଙ୍କର ମୃତ୍ୟୁବରଣ କରିଛନ୍ତି। ଏହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 78 ଲକ୍ଷ ଟପିଛି । ଏହା ସହିତ ଦେଶର ଆରୋଗ୍ୟ ସଂଖ୍ୟା 70ଲକ୍ଷ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା 78 ଲକ୍ଷ 14 ହଜାର 682ରେ ପହଞ୍ଚିଛି । ଏହା ମଧ୍ୟରୁ 6 ଲକ୍ଷ 80 ହଜାର 680 ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା 1 ଲକ୍ଷ 17 ହଜାର 956କୁ ବୃଦ୍ଧି ପାଇଛି । ତେବେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା 70 ଲକ୍ଷ 16 ହଜାର 46ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1196କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ  3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ବର ଓ ସୁବର୍ଣ୍ଣପୁର, ଢେଙ୍କାନାଳରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକ, ରାଉରକେଲା, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1196କୁ ବୃଦ୍ଧି ହୋଇଛି ।

ମୟୂରଭଞ୍ଜର 70, 72, ଓ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ 84 ଓ 45 ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳର ଅନ୍ୟ ଜଣେ 84 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରର 78 ଓ 73 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳରୁ ଜଣେ 50 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 42 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସୁବର୍ଣ୍ଣପୁରରୁ ଜଣେ 65 ବର୍ଷୀୟା ମହିଳା ଓ ଜଣେ 41 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଉରକେଲାରୁ ଜଣେ 29 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 73 ବର୍ଷୀୟ ପୁରୁଷ ଆକ୍ରାନ୍ତ, ପୁରୀରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 55 ହଜାର 839 ଆକ୍ରାନ୍ତ ଚିହ୍ନଟ, 702 ମୃତ

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର 839 ନୂତନ ଆକ୍ରାନ୍ତ ଚିୁହ୍ନଟ ହୋଇଥିବା ବେଳେ 702ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 6 ହଜାର 946କୁ ବୃଦ୍ଧି ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭.୦୬ ଲକ୍ଷରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 702 ଜଣଙ୍କ ମୃତ୍ୟୁ ଘଟିବା ସହିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 68 ଲକ୍ଷ 74 ହଜାର 518 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 15 ହଜାର 812 ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀରୁ 239 କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 302

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 239 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ 239 ଆକ୍ରାନ୍ତଙ୍କ ମଧ୍ୟରୁ 63 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 176ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ସେହିପରି ଆଜି ରାଜଧାନୀରୁ 302 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 239 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 27 ହଜାର 909ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 25 ହଜାର 60ଜଣ । ସେହିପରି 144ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର648ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1181କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ  4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀ ଜିଲ୍ଲାରୁ 3 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ଅନୁଗୁଳ, ନୂଆପଡା,ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1181କୁ ବୃଦ୍ଧି ହୋଇଛି ।

ମୟୂରଭଞ୍ଜରୁ 65 ବର୍ଷୀୟ ମହିଳା, 75 ବର୍ଷୀୟ ମହିଳା, 45 ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ 48 ବର୍ଷୀୟ ପୁରୁଷ,  ଜଣେ 66 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 68 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।  ଭୁବନେଶ୍ବରରୁ ଜଣେ 44 ବର୍ଷୀୟ ପୁରୁଷ ଓ 47ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ବାଲେଶ୍ବରରୁ 53ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ 52 ବର୍ଷୀୟ ପୁରୁଷ, ନୂଆପଡାରୁ 52 ବର୍ଷୀୟ ପୁରୁଷ ଓ ବଲାଙ୍ଗିରରୁ 23 ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୧୯୩୧ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୨୦ ଜଣ ଚିହ୍ନଟ ହୋଇଥିବାବେଳେ ୮୧୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ହଜାର ୧୮୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୨ ହଜାର ୧୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ହଜାର ୭୫୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୬୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୯୩୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୨୦, ବାଲେଶ୍ବରରୁ ୭୩, ବରଗଡରୁ ୬୬, ଭଦ୍ରକରୁ ୬୪, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୭, କଟକରୁ ୧୫୩,  ଦେବଗଡରୁ ୯,  ଢେଙ୍କାନାଳରୁ ୩୫, ଗଜପତିରୁ ୨, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୭, ଝାରସୁଗୁଡାରୁ ୫୬, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୪୬, କେନ୍ଦ୍ରାପଡାରୁ ୬୧, କେଉଁଝରରୁ ୬୫, କୋରାପୁଟରୁ ୨୯, ମାଲକାନଗିରିରୁ ୩୮,  ମୟୂରଭଞ୍ଜରୁ ୯୯, ନବରଙ୍ଗପୁରରୁ ୬୨, ନୟାଗଡରୁ ୨୩, ନୂଆପଡାରୁ ୪୩, ପୁରୀରୁ ୭୨, ରାୟଗଡାରୁ ୨୫,  ସମ୍ବଲପୁରରୁ ୩୭, ସୋନପୁରରୁ ୩୦, ସୁନ୍ଦରଗଡରୁ ୧୦୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫୧ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗତ 24 ଘଣ୍ଟାରେ 54 ହଜାର 044 ଆକ୍ରାନ୍ତ ଚିହ୍ନଟ, 717 ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଯୋଗୁଁ ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 54 ହଜାର 044 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 717ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 914କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତ ସଂଖ୍ୟା 76 ଲକ୍ଷ 51 ହଜାର 108କୁ ବୃଦ୍ଧି। ଦେଶରେ ଏବେସୁଦ୍ଧା  ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 40 ହଜାର 90 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 67 ଲକ୍ଷ 95 103 ଜଣ ।

Categories
ଆଜିର ଖବର ଜାତୀୟ ଖବର

ପାର୍ବଣ ବେଳେ ଅଧିକ ସତର୍କ ରହିବାକୁ ହେବ : ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି ମୋଦି ।   ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି ଯାଇନାହିଁ କି ବିପଦ ଟଳିନି । ଲକ୍‌ ଡାଉନ୍‌ ଚାଲିଯାଇଥିଲେ ବି କରୋନା ଭାଇରାସ୍‌ ଯାଇନାହିଁ, ଏହାକୁ ଅଣଦେଖା କରିହେବ ନାହିଁ ବୋଲି କହିଛନ୍ତି ମୋଦି । କରୋନାକୁ ନେଇ ସତର୍କ ଓ ସାବଧାନତା ଅବଲମ୍ବନ କରିବା ଜରୁରୀ । ପାର୍ବଣ ସମୟରେ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି ।  ବର୍ତ୍ତମାନ ସମୟରେ ଆଦୌ ଅବେହଳା କରିବା ନାହିଁ । ଟିକିଏ ବି ଅସାବଧାନତା ଆମକୁ ବହୁତ ବଡ କ୍ଷତିରେ ପକାଇଦେଇପାରେ । ଏଥିପାଇଁ ସତର୍କ ଓ ସଚେନତା ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି । ସେହିପରି ମାସ୍କ,ସାମାଜିକ ଦୂରତ୍ବ ଓ ହାତଧୁଆକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୋଦି ।

ଆମେରିକା, ବ୍ରାଜିଲ୍‌ରେ ସ୍ଥିତି ବିଗିଡୁଛି । ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକସଫଳ ହୋଇଛି । ନିୟନ୍ତ୍ରିତ ହେଉଥିବା  ସ୍ଥିତିକୁ ଆମେ ବିଗିଡିବାକୁ ଦେବାନି ବୋଲି କହିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି ।ତେଣୁ ଏହି ସମୟରେ ଆମେ ଅଧିକ ସତର୍କ ରହିବା ଆବଶ୍ୟକ ରହିଛି ।  ଭାରତରେ ପ୍ରତି 10 ଲକ୍ଷରେ ମୃତ୍ୟୁ ହାର 83 ରହିଛି । ଅନ୍ୟ ଦେଶରେ ମୃତ୍ୟୁହାର 10 ଲକ୍ଷରେ 6ଶହରୁ ଅଧିକ ରହିଛି । ଭ୍ୟାକିସିନ୍‌ ଆସିବା ପର୍ଯ୍ୟନ୍ତ କରୋନା ସହ ଆମେ ଲଢେଇ ଜାରି ରଖିବା । ଭାରତରେ ଏବେ କରୋନା ଭ୍ୟାକିସିନ୍‌ କାମ ଚାଲୁ ରହିଛି । ଭ୍ୟାକ୍‌ସିନ ଆସିବା ପର୍ଯ୍ୟନ୍ତ ଆମେ କରୋନା ସହ ଲଢେଇ ଜାରି ରଖିବା ।  ଏଥିପାଇଁ ଆମେ ସତର୍କ ରହିବା । ନବରାତ୍ର, ଦଶହରା, ଇଦ୍‌, ଦୀପାବଳି, ଛଟ୍‌ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀରୁ 229 କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 308

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 229 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ 229 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ସେହିପରି ଆଜି ରାଜଧାନୀରୁ 308 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 229 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 27 ହଜାର 670ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 758ଜଣ । ସେହିପରି 142ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର749ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ ଦେଶରେ ନୂତନ 46 ହଜାର 790 ଆକ୍ରାନ୍ତ ଚିହ୍ନଟ, 587 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 790 ନୂତନ ମାମଲା ଆସିଥିବାବେଳେ  587 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା  75 ଲକ୍ଷ 97 ହଜାର 64ରେ ପହଞ୍ଚିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 197କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 48 ହଜାର 538 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 67 ଲକ୍ଷ 33 ହଜାର 328 ରହିଛି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ଆଠ ଗୁଣା ରହିଛି । ଆଇସିଏମ୍ଆରର ସୂଚନା ମୁତାବକ ଅକ୍ଟୋବର 19 ସୁଦ୍ଧା ଦେଶରେ 9 କୋଟି 61 ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।

Categories
ଆଞ୍ଚଳିକ

ଚିଲିକାର ଶ୍ରୀରାମେଶ୍ବର ଦେବଙ୍କ ପୀଠରେ ମୁଖ୍ୟପୂଜକଙ୍କୁ ଅବମାନନା: କୁହୁଳିଛି ଗୋଷ୍ଠୀ କନ୍ଦଳର ନିଆଁ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଦୀର୍ଘ ୭ ମାସ ଧରି ତାଣ୍ଡବ ରଚାଇଥିବା ମହାମାରୀ କରୋନା ପ୍ରଭାବରେ ସମଗ୍ର ଅଞ୍ଚଳ ଅସ୍ତବ୍ୟସ୍ତ। ଏହି ଅବଧି ମଧ୍ୟରେ ଅନେକେ କରୋନାରେ ଆକ୍ରାନ୍ତ ହେବାସହ ଅନେକ ଅମୁଲ୍ୟ ଜୀବନ ମଧ୍ୟ ଚାଲିଯାଇଛି। କରୋନା କେବଳ ଜନଜୀବନ ଉପରେ ପ୍ରଭାବ ବିସ୍ତାର କରିନି ଏହି ପରିସ୍ଥିତି ଯୋଗୁଁ ଅନେକେ ଜୀବିକା ମଧ୍ୟ ହରାଇଛନ୍ତି। ଛୋଟମୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ, ଟ୍ୟୁସନ୍‌ ମାଷ୍ଟର ତଥା ବୁଲା ବିକାଳୀମାନେ ଜୀବିକା ହରାଇଛନ୍ତି।

ସେହିପରି କରୋନା ମାଡରୁ ପୂଜକମାନେ ମଧ୍ୟ ବର୍ତ୍ତି ପାରିନାହାନ୍ତି। କରୋନା କାଳରେ ବହୁ ସଂକଟର ସମ୍ମୁଖୀନ ହୋଇଛନ୍ତି ମନ୍ଦିରର ପୂଜା ପଣ୍ଡାମାନେ। ଭକ୍ତଙ୍କ ଅନୁଦାନରେ ପୂଜାରୀର ପରିବାର ପ୍ରତିପୋଷଣ ହେଉଥିବାବେଳେ ଭକ୍ତଙ୍କୁ ମନ୍ଦିର ବାରଣ କରାଯାଇଛି। କରୋନା ଯୋଗୁଁ ଦୀର୍ଘ ସାତ ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି। ଅନଲକ୍‌ ପ୍ରକ୍ରିୟାରେ ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକକୁ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଥିବା ସତ୍ୱେ ଏପର୍ଯ୍ୟନ୍ତ ଧର୍ମନୁଷ୍ଠାନ ଗୁଡିକ ବନ୍ଦ ରହିଛି। କେବଳ ନୀତିକାନ୍ତି ଅନୁଯାୟୀ ପୂଜକ ଏବଂ ସେବାୟତ ମାନେ ପ୍ରତ୍ୟେକ ଦିନ ମନ୍ଦିର ଗୁଡିକରେ ପୂଜାର୍ଚନା କରୁଛନ୍ତି। କାଁ ଭାଁ ଶ୍ରଦ୍ଧାଳୁ ମାନଙ୍କ ଆଗମନରେ ପୂଜକ ଓ ସେବାୟତମାନେ ସେମାନଙ୍କ ଅନୁଦାନ ଦ୍ୱାରା ପରିବାର ପୋଷଣ କରିଥାନ୍ତି। ମାତ୍ର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବହୁ ପୁରାତନ ତଥା ଏକୋଇଶି ମୌଜାର ଆରାଧ୍ୟ ଦେବତା ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ନିତିଦିନ ପୂଜକ ସ୍ଥାନୀୟ ବାସିନ୍ଦା କେଞ୍ଚୁ ପଣ୍ଡାଙ୍କୁ ଉପେକ୍ଷା କରାଯାଉଥିବାବେଳେ ଅନ୍ୟ ସେବାୟତଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ସୂଚନା ମୁତାବକ ରାମେଶ୍ୱର ଦେବଙ୍କ ମୁଖ୍ୟ ପୂଜକ କେଞ୍ଚୁ ପଣ୍ଡା ଦୀର୍ଘ ଦୁଇ ବର୍ଷରୁ ଊର୍ଧ୍ୱ ସମୟ ଧରି ଠାକୁରଙ୍କ ସେବା କରିଆସୁଥିବା ବେଳେ ଅନ୍ୟ ସେବାୟତମାନେ ଗୋଷ୍ଠୀବଦ୍ଧ ହୋଇ ତାଙ୍କୁ ଠାକୁରଙ୍କ ସେବା କାମରୁ ନିବୃତ କରିବା ସହ ନାନାଦି ବାଧା ଉପୁଜାଉଥିବା କୋହଭରା କଣ୍ଠରେ ଶ୍ରୀ ପଣ୍ଡା କହିଥିଲେ। ଏଥିସହ ମନ୍ଦିର ଟ୍ରଷ୍ଟି ଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରି ଏଡାଇ ଦେଉଛନ୍ତି।

ଏ ସମ୍ପର୍କରେ ରବିବାର ପୂର୍ବାହ୍ନରେ ବାଲୁଗାଁ ଶାଳିଆ ପ୍ରେସ କ୍ଲବ କୌଣସି ମତେ ସନ୍ଧାନ ପାଇ ଘଟଣା ସମ୍ପର୍କରେ ଆଲୋକପାତ କରିବାରୁ ପୂଜକ ମହାଶୟ ନିଜେ ଠାକୁରଙ୍କ ପ୍ରତି ଅଗାଢ ଭକ୍ତିର ସହ କାର୍ଯ୍ୟନିର୍ବାହ କଲେ ମଧ୍ୟ ସାଥି ସେବାୟତ ମାନଙ୍କ ଦ୍ୱାରା ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ପାଇଥିବା ଏବଂ ତତସହିତ ଶ୍ରଦ୍ଧାଳୁଙ୍କ ଦାନକୁ ସେବାୟତ ମାନେ ହଡପ କରୁଥିବାର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାମେଶ୍ୱର ଟ୍ରଷ୍ଟ ବୋର୍ଡର କିଛି ସଦସ୍ୟଙ୍କୁ ପଚାରିବାରୁ ସେମାନଙ୍କଠୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିବା ବେଳେ ଆଗାମୀ ଦିନରେ ଏହା ଉପରେ ସବିଶେଷ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ଭ୍ରମରବର ପାଇକରାୟ ସୂଚନା ଦେଇଥିଲେ। ମାତ୍ର ପୂଜକ କେଞ୍ଚୁ ପଣ୍ଡା ଏବଂ ତାଙ୍କ କନିଷ୍ଠ ଭାଇ କେଳୁ ଚରଣ ପଣ୍ଡା ଅତ୍ୟନ୍ତ ମର୍ମାହତ ହୋଇ ସ୍ଥାନୀୟ ଜନସାଧାରଣ ତଥା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟଙ୍କୁ ଏହାର ସ୍ଥାୟୀ ଏବଂ ଆଶୁ ସମାଧାନ ପାଇଁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 75 ଲକ୍ଷ ଟପିଲା : ଗତ 24 ଘଣ୍ଟାରେ 55 ହଜାର 722 ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପ୍ରାୟ ତିନି ମାସ ପରେ ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 600 ତଳକୁ ଖସିଛି । ଦେଶରେ ନୂତନ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 55 ହଜାର 722 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 579ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 75 ଲକ୍ଷ 50 ହଜାର 273କୁବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 610କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 72 ହଜାର 55 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 66 ଲକ୍ଷ 63 ହଜାର 608କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1135କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଭୁବନେଶ୍ବରରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଓ ଜଗତସିଂହପୁର ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1135କୁ ବୃଦ୍ଧି ହୋଇଛି ।

ଭୁବନେଶ୍ବରର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 49, 52, 42 ଓ 58 । କଟକର ଦୁଇ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 56 ଓ 45 ବର୍ଷ ବୋଲି ସୂଚନା ରହିଛି । ଜଗତସିଂହପୁରର 63 ବର୍ଷୀୟ ପୁରୁଷ, 46 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ବଲାଙ୍ଗିରରୁ 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 65ବର୍ଷୀୟ ପୁରୁଷ ଓ କନ୍ଧମାଳରୁ 65 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜର 49 ଓ ପୁରୀର 63 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳର ଜଣେ 44 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୨୦୧୯ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୮୫୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ହଜାର ୩୬୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୪ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୯୪୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୨୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୨୯, ବାଲେଶ୍ବରରୁ ୬୯, ବରଗଡରୁ ୭୭, ଭଦ୍ରକରୁ ୪୧, ବଲାଙ୍ଗିରରୁ ୭୧, ବୌଦ୍ଧରୁ 1୨, କଟକରୁ ୧୫୦,  ଦେବଗଡରୁ ୨୦,  ଢେଙ୍କାନାଳରୁ ୩୮, ଗଜପତିରୁ 6, ଗଞ୍ଜାମରୁ 3୩, ଜଗତସିଂହପୁରରୁ 64, ଯାଜପୁରରୁ ୭୩, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୬୯, କନ୍ଧମାଳରୁ ୩୧, କେନ୍ଦ୍ରାପଡାରୁ ୬୧, କେଉଁଝରରୁ ୫୮, କୋରାପୁଟରୁ ୪୧, ମାଲକାନଗିରିରୁ ୨୦,  ମୟୂରଭଞ୍ଜରୁ ୧୧୧, ନବରଙ୍ଗପୁରରୁ ୬୦, ନୟାଗଡରୁ ୪୦, ନୂଆପଡାରୁ ୯୦, ପୁରୀରୁ ୩୦, ରାୟଗଡାରୁ ୨୪,  ସମ୍ବଲପୁରରୁ ୫୨, ସୋନପୁରରୁ ୬୮, ସୁନ୍ଦରଗଡରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫୬ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 61 ହଜାର 871 ଆକ୍ରାନ୍ତ ଚିହ୍ନଟ, 1033 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 61 ହଜାର 871 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1033ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 14 ହଜାର 31ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 74ଲକ୍ଷ 94 ହଜାର 552କୁ ବୃଦ୍ଧି ପାଇଛି।  ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ 7 ଲକ୍ଷ 83 ହଜାର 311 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 65 ଲକ୍ଷ 97 ହଜାର 209 ଜଣ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଦେଶରେ ଗତ 24 ଘଣ୍ଟାରେ 62 ହଜାର 212 ଆକ୍ରାନ୍ତ ଚିହ୍ନଟ, 837 ମୃତ

ନୂଆଦିଲ୍ଲୀ :  ଗତ 24 ଘଣ୍ଟାରେ ଦେଶରେ 62 ହଜାର 212 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 837ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 12 ହଜାର 998କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 74 ଲକ୍ଷ 32 ହଜାର 681କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 95 ହଜାର 087 ରହିଥିବାବେଳେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 65 ଲକ୍ଷ 24 ହଜାର595ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଆଠଗୁଣ ଅଧିକ ରହିଛି । ସେହିପରି ସୁସ୍ଥ ହାର 7 ପ୍ରତିଶତ ରହିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଅକ୍ଟୋବର 16 ତାରିଖ ସୁଦ୍ଧା ଦେଶରେ ମୋଟ୍‌ 9 କୋଟି 32 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗତକାଲି 10 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । (ଏଜେନ୍ସି)