Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାର ଶ୍ରୀରାମେଶ୍ବର ଦେବଙ୍କ ପୀଠରେ ମୁଖ୍ୟପୂଜକଙ୍କୁ ଅବମାନନା: କୁହୁଳିଛି ଗୋଷ୍ଠୀ କନ୍ଦଳର ନିଆଁ
ଆଞ୍ଚଳିକ

ଚିଲିକାର ଶ୍ରୀରାମେଶ୍ବର ଦେବଙ୍କ ପୀଠରେ ମୁଖ୍ୟପୂଜକଙ୍କୁ ଅବମାନନା: କୁହୁଳିଛି ଗୋଷ୍ଠୀ କନ୍ଦଳର ନିଆଁ

October 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଦୀର୍ଘ ୭ ମାସ ଧରି ତାଣ୍ଡବ ରଚାଇଥିବା ମହାମାରୀ କରୋନା ପ୍ରଭାବରେ ସମଗ୍ର ଅଞ୍ଚଳ ଅସ୍ତବ୍ୟସ୍ତ। ଏହି ଅବଧି ମଧ୍ୟରେ ଅନେକେ କରୋନାରେ ଆକ୍ରାନ୍ତ ହେବାସହ ଅନେକ ଅମୁଲ୍ୟ ଜୀବନ ମଧ୍ୟ ଚାଲିଯାଇଛି। କରୋନା କେବଳ ଜନଜୀବନ ଉପରେ ପ୍ରଭାବ ବିସ୍ତାର କରିନି ଏହି ପରିସ୍ଥିତି ଯୋଗୁଁ ଅନେକେ ଜୀବିକା ମଧ୍ୟ ହରାଇଛନ୍ତି। ଛୋଟମୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ, ଟ୍ୟୁସନ୍‌ ମାଷ୍ଟର ତଥା ବୁଲା ବିକାଳୀମାନେ ଜୀବିକା ହରାଇଛନ୍ତି।

ସେହିପରି କରୋନା ମାଡରୁ ପୂଜକମାନେ ମଧ୍ୟ ବର୍ତ୍ତି ପାରିନାହାନ୍ତି। କରୋନା କାଳରେ ବହୁ ସଂକଟର ସମ୍ମୁଖୀନ ହୋଇଛନ୍ତି ମନ୍ଦିରର ପୂଜା ପଣ୍ଡାମାନେ। ଭକ୍ତଙ୍କ ଅନୁଦାନରେ ପୂଜାରୀର ପରିବାର ପ୍ରତିପୋଷଣ ହେଉଥିବାବେଳେ ଭକ୍ତଙ୍କୁ ମନ୍ଦିର ବାରଣ କରାଯାଇଛି। କରୋନା ଯୋଗୁଁ ଦୀର୍ଘ ସାତ ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି। ଅନଲକ୍‌ ପ୍ରକ୍ରିୟାରେ ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକକୁ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଥିବା ସତ୍ୱେ ଏପର୍ଯ୍ୟନ୍ତ ଧର୍ମନୁଷ୍ଠାନ ଗୁଡିକ ବନ୍ଦ ରହିଛି। କେବଳ ନୀତିକାନ୍ତି ଅନୁଯାୟୀ ପୂଜକ ଏବଂ ସେବାୟତ ମାନେ ପ୍ରତ୍ୟେକ ଦିନ ମନ୍ଦିର ଗୁଡିକରେ ପୂଜାର୍ଚନା କରୁଛନ୍ତି। କାଁ ଭାଁ ଶ୍ରଦ୍ଧାଳୁ ମାନଙ୍କ ଆଗମନରେ ପୂଜକ ଓ ସେବାୟତମାନେ ସେମାନଙ୍କ ଅନୁଦାନ ଦ୍ୱାରା ପରିବାର ପୋଷଣ କରିଥାନ୍ତି। ମାତ୍ର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବହୁ ପୁରାତନ ତଥା ଏକୋଇଶି ମୌଜାର ଆରାଧ୍ୟ ଦେବତା ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ନିତିଦିନ ପୂଜକ ସ୍ଥାନୀୟ ବାସିନ୍ଦା କେଞ୍ଚୁ ପଣ୍ଡାଙ୍କୁ ଉପେକ୍ଷା କରାଯାଉଥିବାବେଳେ ଅନ୍ୟ ସେବାୟତଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ସୂଚନା ମୁତାବକ ରାମେଶ୍ୱର ଦେବଙ୍କ ମୁଖ୍ୟ ପୂଜକ କେଞ୍ଚୁ ପଣ୍ଡା ଦୀର୍ଘ ଦୁଇ ବର୍ଷରୁ ଊର୍ଧ୍ୱ ସମୟ ଧରି ଠାକୁରଙ୍କ ସେବା କରିଆସୁଥିବା ବେଳେ ଅନ୍ୟ ସେବାୟତମାନେ ଗୋଷ୍ଠୀବଦ୍ଧ ହୋଇ ତାଙ୍କୁ ଠାକୁରଙ୍କ ସେବା କାମରୁ ନିବୃତ କରିବା ସହ ନାନାଦି ବାଧା ଉପୁଜାଉଥିବା କୋହଭରା କଣ୍ଠରେ ଶ୍ରୀ ପଣ୍ଡା କହିଥିଲେ। ଏଥିସହ ମନ୍ଦିର ଟ୍ରଷ୍ଟି ଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରି ଏଡାଇ ଦେଉଛନ୍ତି।

ଏ ସମ୍ପର୍କରେ ରବିବାର ପୂର୍ବାହ୍ନରେ ବାଲୁଗାଁ ଶାଳିଆ ପ୍ରେସ କ୍ଲବ କୌଣସି ମତେ ସନ୍ଧାନ ପାଇ ଘଟଣା ସମ୍ପର୍କରେ ଆଲୋକପାତ କରିବାରୁ ପୂଜକ ମହାଶୟ ନିଜେ ଠାକୁରଙ୍କ ପ୍ରତି ଅଗାଢ ଭକ୍ତିର ସହ କାର୍ଯ୍ୟନିର୍ବାହ କଲେ ମଧ୍ୟ ସାଥି ସେବାୟତ ମାନଙ୍କ ଦ୍ୱାରା ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ପାଇଥିବା ଏବଂ ତତସହିତ ଶ୍ରଦ୍ଧାଳୁଙ୍କ ଦାନକୁ ସେବାୟତ ମାନେ ହଡପ କରୁଥିବାର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାମେଶ୍ୱର ଟ୍ରଷ୍ଟ ବୋର୍ଡର କିଛି ସଦସ୍ୟଙ୍କୁ ପଚାରିବାରୁ ସେମାନଙ୍କଠୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିବା ବେଳେ ଆଗାମୀ ଦିନରେ ଏହା ଉପରେ ସବିଶେଷ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ଭ୍ରମରବର ପାଇକରାୟ ସୂଚନା ଦେଇଥିଲେ। ମାତ୍ର ପୂଜକ କେଞ୍ଚୁ ପଣ୍ଡା ଏବଂ ତାଙ୍କ କନିଷ୍ଠ ଭାଇ କେଳୁ ଚରଣ ପଣ୍ଡା ଅତ୍ୟନ୍ତ ମର୍ମାହତ ହୋଇ ସ୍ଥାନୀୟ ଜନସାଧାରଣ ତଥା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟଙ୍କୁ ଏହାର ସ୍ଥାୟୀ ଏବଂ ଆଶୁ ସମାଧାନ ପାଇଁ ଅନୁରୋଧ କରିଛନ୍ତି।

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ

June 2, 2026

ହିନ୍ଦୁଙ୍କ ଉପରେ ଆଗତ ପ୍ରସ୍ତାବକୁ ଆମେରିକା ସଂସଦରେ ୩୨ ସାଂସଦଙ୍କ ସମର୍ଥନ

June 2, 2026

ବିଜେପି ଛାଡିବାର କଳ୍ପନାଜଳ୍ପନା ମଧ୍ୟରେ ନୀତିନ ନବୀନଙ୍କୁ ଭେଟିଲେ ଅନ୍ନାମଲାଇ

June 2, 2026

‘ନିର୍ବାଚନ ଚିହ୍ନ ଦଖଲ କରିବାକୁ ଏକାଠି ହେଲେ ୫୦ ବିଧାୟକ’: ଟିଏମସିର ବିଭାଜନ ସମ୍ପର୍କରେ ବଡ଼ ଦାବି

June 2, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.