Categories
ଆଜିର ଖବର ରାଜ୍ୟ ଖବର

ନୂଆ ବର୍ଷରେ କଲେଜ ଖୋଲିବା ନେଇ ସମ୍ଭାବନା

ଭୁବନେଶ୍ବର :  ନୂଆବର୍ଷରେ କଲେଜ ଖୋଲି କ୍ଲାସ୍‌ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଶା ପ୍ରକାଶ କରିଛନ୍ତି । ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେହିପରି ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସେହିପରି ପରୀକ୍ଷାକୁ ନେଇ ମଧ୍ୟ ମତ ରଖିଛନ୍ତି ସଚିବ । ଅନଲାଇନ୍‌ ପଢାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢିବ । ତେଣୁ କଲେଜ ଖୋଲିବା ପରେ କ୍ଲାସ୍‌ରେ 70/80 ଦିନ ପାଠ ପଢାଯିବା ପରେ ପରୀକ୍ଷା କରାଯିବ । ଯଦି ଖୋଲିବା ବିଳମ୍ବ ହେବ, ସିଲାବସ୍‌ ହ୍ରାସ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ।

ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ରାଜ୍ୟରେ ଏବେ ସଂକ୍ରମଣ ମାମଲା ନିମ୍ନସ୍ତରରେ ରହିଛି । ତେବେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ କଲେଜ ଖୋଲିବା ନେଇ ଯଥାଶୀଘ୍ର ନିଷ୍ପତ୍ତି ନେବେ ।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ 31ହଜାର 521 ନୂତନ ଆକ୍ରାନ୍ତ ଚିହ୍ନଟ, 412 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଭାରତଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ୍‌ ଓ ତର୍କୀରେ ଦେଖଯାଉଛି । ଦେଶରେ ଗତ 24 ଘଣ୍ଟାରେ 31 ହଜାର 521 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 412ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା 97 ଲକ୍ଷ 67 ହଜାର 371ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 41 ହଜାର 772ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ 72 ହଜାର ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 92 ଲକ୍ଷ 53 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 15 କୋଟି 7 ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍‌ଆର୍‌ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୬ ହଜାର ୬୫୨ ନୂତନ ଆକ୍ରାନ୍ତ, ୫୧୨ ସୁସ୍ଥ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୬୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୮ ହଜାର ୨୧୧କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍‌ କେସ୍‌ କମୁଛି। ଦେଶରେ ଏବେ ସୁଦ୍ଧା ୯୦ ଲକ୍ଷ ୫୮ ହଜାର ୮୨୨ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୯ ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ମନୋରଂଜନ

’ଯୁଗ ଯୁଗ୍ ଜିୟୋ’ର କଳାକାରଙ୍କୁ କରୋନା : ଅଧାରୁ ଶୁଟିଂ ବନ୍ଦ

ନୂଆଦିଲ୍ଲୀ:  ଶୁଟିଂ ହେଉଥିବା ଫିଲ୍ମ ‘ଯୁଗ ଯୁଗ୍‌ ଜିୟୋ’ର କିଛି କଳାକାରଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି ।  ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧଓ୍ବନ, ଅନୀଲ୍‌ କପୁର୍‌, କିଆରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଫିଲ୍ମର ଶୁଟିଂକୁ ବନ୍ଦ କରାଯାଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ରାଜ୍‌ ମେହେଟ୍ଟା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ପାଞ୍ଚ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ  ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କେଉଁଝରରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ମୟୂରଭଞ୍ଜ, ମାଲକାନଗିରି, ନୂଆପଡାରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେଉଁଝରରୁ ୬୫ ବର୍ଷିୟାମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୭୫ ବର୍ଷୀୟା ଆକ୍ରାନ୍ତ, ମାଲକାନଗିରିରୁ ୪୦ ବର୍ଷୀୟା ମହିଳା ଆକ୍ରାନ୍ତ  ଓ ନୂଆପଡା ରୁ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର  ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : 24 ଘଣ୍ଟାରେ 36 ହଜାର 594 ଆକ୍ରାନ୍ତ, 540 ସୁସ୍ଥ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ 36ହଜାର 594ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 540ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା 95ଲକ୍ଷ 71ହଜାର 559କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 39 ହଜାର 188କୁ ଛୁଇଁଛି । ତେବେ ଦେଶରେ ସୁସ୍ଥ ହାର ବଢିଛି । ଆକ୍ଟିଭ୍‌ କେସ୍‌ କମୁଛି । ଦେଶରେ ଏବେ ସୁଦ୍ଧା 90 ଲକ୍ଷ 16 ହଜାର 289ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର 94.20%ପ୍ରତିଶତ ରହିଛି । ସେହିପରି ଦେଶରେ ମୃତ୍ୟୁ ହାର 1.45ପ୍ରତିଶତ ରହିଛି । ତେବେ ଦେଶରେ ଏବେ ସୁଦ୍ଧା 4 ଲକ୍ଷ 16 ହଜାର 82 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ।

ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡ ରେ। ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତର ନଡିଆଟି ସେମିତି ପଡି ରହିଥିଲା ରାସ୍ତାକଡରେ।

ମାନସିକ ନଡିଆଗୁଡିକ ରାସ୍ତାରେ ପଡି ପଡି ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରୁଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସ ହୋଇଯାଇଥିଲା ସାହାଶୂନ୍ୟ।

ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ଥରେ ଆସ୍ଥାର ଯୋଗସୂତ୍ର ସ୍ଥାପନ ହୋଇଛି। ଭକ୍ତର ମାନସିକ ନଡିଆ ପୁଣିଥରେ ଭକ୍ତର ମନୋବାଞ୍ଛା ନେଇ ମା’ଙ୍କ ପାଖରେ ପହଞ୍ଚୁଛି। ଏଭଳି ଏକ ଧାର୍ମିକ କାର୍ଯ୍ୟରେ ସହଯୋଗ କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଭୁବନେଶ୍ୱର ର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି। ଭକ୍ତଙ୍କ ଭରସାକୁ ମାଁ ଙ୍କ ନିକଟରେ ପହଞ୍ଚାଇ ବେଶ୍‌ ଆନନ୍ଦିତ ହୋଇଛନ୍ତି ଅଭିନେତା।

ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ପ୍ରତ୍ୟେକ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଏହି ଅଭିନେତା ଜଣକ। ଆଜି ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ମାନସିକ ନଡିଆକୁ ମା’ଙ୍କ ପାଖକୁ ପଠାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ଜଣକ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ୱିଟରେ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ପାଇଁ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ରାଜ୍ୟରେ ଗତ 24ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା 5ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ16 ତାରିଖର ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ 24ଘଣ୍ଟାରେ  ଦୈନିକ ସଂକ୍ରମଣ ସଂଖ୍ୟା ପାଞ୍ଚଶହ ତଳେ ରହିଛି ।

 

ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ  ଏବେବି କରୋନାଠୁ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍‌ ଯୋଗେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟରୁ 418ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କରମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : 24 ଘଣ୍‌ଟାରେ 41ହଜାର 322 ନୂତନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଆମେରିକା ପରେ ଭାରତରେ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ ପାର୍‌ କରିସାରିଛି । ଦେଶରେ ଗତ 24ଘଣ୍ଟା ମଧ୍ୟରେ 41 ହଜାର 322 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 485ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 36 ହଜାର 200ରେ ପହଞ୍ଚିଛି। ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93ଲକ୍ଷ 51 ହଜାର 110କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 452 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 87 ଲକ୍ଷ 59 ହଜାର 969ଜଣ । ଆଇସିଏମ୍‌ଆରର ସୂଚନା ଅନୁସାରେ ନଭେମ୍ବର 27 ତାରିଖ ସୁଦ୍ଧା ଦେଶରେ 13 କୋଟି 80 ଲକ୍ଷ ନମୁନା ପରୀକ୍ଷଣ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45 ହଜାର 209 ନୂତନ ସଂକ୍ରମିତ, 501 ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି ।  ଗତ 24 ଘଣ୍ଟା ମଧ୍ୟରେ 45 ହଜାର 209 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 501ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ 95 ହଜାରକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 33 ହଜାରରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 85 ଲକ୍ଷ 21 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ 40 ହଜାରରେ ପହଞ୍ଚିଛି ।  ଆଇସିଏମ୍‌ଆରର ସୂଚନା ଅନୁସାରେ ଗତ 21 ତାରିଖ ସୁଦ୍ଧା ଦେଶରେ ମୋଟ୍‌ 13 କୋଟି 17 ଲକ୍ଷ ନମୁନା ପରୀକ୍ଷଣ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୪୬ ଜଣ ଚିହ୍ନଟ ହୋଇଥିବାବେଳେ ୩୩୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ହଜାର ୩୨୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩ ହଜାର ୮୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୭୪୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୦୮ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୭୭୮ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଲୁର  ସର୍ବାଧିକ ୬୮ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୬୧  ବରଗଡରୁ ୩୦, ଭଦ୍ରକରୁ ୬, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୩, କଟକରୁ ୫୪, ଦେବଗଡରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୨,  ଗଞ୍ଜାମରୁ ୧୮, ଜଗତସିଂହପୁରରୁ  ୪୦, ଯାଜପୁରରୁ ୨୧, ଝାରସୁଗୁଡାରୁ ୩୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୩୬, କେଉଁଝରରୁ ୫୩, ଖୋର୍ଦ୍ଧାରୁ ୬୧, କୋରାପୁଟରୁ ୧୦, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦, ନୟାଗଡରୁ ୪, ନୂଆପଡାରୁ ୫, ପୁରୀରୁ ୨୦, ରାୟଗଡାରୁ ୪,  ସମ୍ବଲପୁରରୁ ୪୦, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୩ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 38 ହଜାର 617 ଆକ୍ରାନ୍ତ, 474 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଥମିବାର ନାମ ନେଉନାହିଁ । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 38 ହଜାର 617ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 6396 ନୂତନ ମାମଲା ସାମ୍ନାକୁ ଆସିଛି ।  ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 89 ଲକ୍ଷ 12 ହଜାର 907ରେ ପହଞ୍ଚିଥିବା ବେଳେ 83 ଲକ୍ଷ 35 ହଜାର 109ଜଣ ସୁସ୍ଥ ହୋଇଛନ୍ତି । 24 ଘଣ୍ଟା ମଧ୍ୟରେ 474ଟି ନୂତନ ମୃତ୍ୟୁ  ହୋଇଥିବା ବେଳେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 993ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର 739 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 46 ହଜାର 805 ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଦିଲ୍ଳୀରେ ବିଗତ 24ଘଣ୍ଟା ମଧ୍ୟରେ 6ହଜାର396 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିଲ୍ଲୀରେ 99 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ସରକାର ହଟସ୍ପଟ ଗୁଡିକରେ ଲକଡାଉନ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପ୍ରତି ଘଣ୍ଟାରେ ପ୍ରାୟ 4 ଜଣଙ୍କର ମୃତ୍ୟୁ ହେଉଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡ, ଭଦ୍ରକ ଓ ଭୁବନେଶ୍ବରର, ଗଞ୍ଜାମ, କଟକ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 29 ହଜାର 163ଜଣ ଚିହ୍ନଟ, 449 ମୃତ

ନୂଆଦିଲ୍ଲୀ : ବିଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ତିରିଶ ହଜାର ତଳେ ରହିଛି । 24 ଘଣ୍ଟା ମଧ୍ୟରେ 29 ହଜାର 163 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 74ହଜାର 290ରେ ପହଞ୍ଚିଛି। ସେହିପରି ଗତ 24 ଘଣ୍‌ଟାରେ 449ଜଣଙ୍କ ପ୍ରାଣ ଯାଇଛି । ନୂତନ 449 ମୃତ୍ୟୁ ସହିତ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 519ରେ ପହଞ୍ଚିଛି । ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82 ଲକ୍ଷ 90 ହଜାର 370ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ 4 ଲକ୍ଷ 53ହଜାର 401ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ଛଟ୍‌ ପୂଜା ଉପରେ ଲାଗିଲା କଟକଣା

ଭୁବନେଶ୍ବର : କରୋନା ପାଇଁ ଛଟ୍‌ ପୂଜା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ନଦୀଘାଟରେ ଛଟ୍‌ ପୂଜା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ନଭେମ୍ବର 20 ଓ 21 ପାଇଁ କଟକଣା ଲଗାଇଛନ୍ତି ରାଜ୍ୟସରକାର । ନଦୀ ଘାଟରେ ଛଟ୍‌ ପୂଜା ଓ ସମୂହ ସ୍ନାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର । କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ଦିଆଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । ଘରେ ରହି ଛଟ୍‌ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧି ପୂଜା କରିବାକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବିନ୍ଦୁ ସାଗରରେ ଦେଇପାରିବେନି ପିଣ୍ଡ ଦାନ

ଭୁବନେଶ୍ବର : କରୋନା ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍‌ ଭାରି ପଡିଛି । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିବାବେଳେ କଟକଣା ଭିତରେ ପାଳିତ ହୋଇଛି ସମସ୍ତ ପର୍ବ ପର୍ବାଣୀ । ପିଣ୍ଡଦାନ ଉପରେ ମଧ୍ୟ କରୋନା କଟକଣା ଲାଗିଯାଇଛି । ଭୁବନେଶ୍ବର ବିନ୍ଦୁ ସାଗରରେ ଏବର୍ଷ ପିଣ୍ଡଦାନ ଉପରେ କଟକଣା ଲାଗିଲା । ଲୋକଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍‌ସି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍‌କୁ ବ୍ୟାନ୍‌ କରିଛି ବିଏମ୍‌ସି।

ସୂଚନାଯୋଗ୍ୟ, ପୁରୀଠାରେ ମଧ୍ୟ କାଉଁରିଆ ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି। ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮୫ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ହଜାର ୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୩ ହଜାର ୭୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୭୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୧୦୧୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୬୫, ବାଲେଶ୍ଵରରୁ ୨୪,  ବରଗଡରୁ ୨୭, ଭଦ୍ରକରୁ ୯, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୨, କଟକରୁ ୭୩,  ଦେବଗଡରୁ ୪,  ଢେଙ୍କାନାଳରୁ ୨୦, ଗଜପତିରୁ ୭,  ଗଞ୍ଜାମରୁ ୧୩, ଜଗତସିଂହପୁରରୁ  ୫୧, ଯାଜପୁରରୁ ୩୯, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୩୮, କେଉଁଝରରୁ ୩୫,ଖୋରଧାରୁ  ୮୩,  କୋରାପୁଟରୁ ୧୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୭, ନୟାଗଡରୁ ୧୦, ନୂଆପଡାରୁ ୪୧, ପୁରୀରୁ ୩୮,  ସମ୍ବଲପୁରରୁ ୪୬, ସୋନପୁରରୁ ୮, ସୁନ୍ଦରଗଡରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୭ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : 24 ଘଣ୍ଟାରେ 44 ହଜାର ନୂତନ ଆକ୍ରାନ୍ତ, 547 ମୃତ

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 547 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 879 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 87 ଲକ୍ଷ 28 ହଜାର 795ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 547 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 28 ହଜାର 668ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 49 ହଜାର 79 ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 81 ଲକ୍ଷ 15 ହଜାର 580ରେ ପହଞ୍ଚିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4ଲକ୍ଷ 84 ହଜାର 547ରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା 5 କୋଟି 27 ଲକ୍ଷ 23 ହଜାର 560ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 12 ଲକ୍ଷ 92ହଜାର 775ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ଶୀତ ଆସୁଛି । ବିବାହ ତିଥି ବି ଅଛି । ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ । ସମ୍ଭାବ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ  । ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ 100 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଗତ 6 ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ 200 ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସର୍ବାଧିକ 100 ଲୋକ ଏକାଠି ହୋଇପାରିବେ ବୋଲି ବିଏମ୍‌ସି ତା’ର ନୂତନ ଗାଇଡଲାଇନ୍‌ରେ ସୂଚନା ଦେଇଛି । ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନସନ ହଲ ଓ ମ୍ୟାରେଜ ହଲ ପାଇଁ ବିଏମସି ବିସ୍ତୃତ ଗାଇଡଲାଇନ ଆଣିଛି ।

ବିବାହ ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ପୁଲିସ ଥାନା ଓ ବିଏମସିରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ବିବାହ ଶୋଭାଯାତ୍ରାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ବିବାହ ହଲକୁ ପ୍ରବେଶ କରାଯିବନି । ସେହିପରି ଶୁଦ୍ଧି କ୍ରିୟାରେ 50 ଜଣଙ୍କୁ ଅନୁମତି ଦେଇଛି ବିଏମସି। ସେହିପରି ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ 10 ବର୍ଷରୁ କମ ଶିଶୁଙ୍କ ସମେତ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଏହି କାର୍ଯ୍ୟକ୍ରମକୁ ଆସିବେନି । କାର୍ଯ୍ୟକ୍ରମ ଆୟୋଜନର ପ୍ରବେଶ ପଥରେ ସମସ୍ତ ଆଗନ୍ତୁକଙ୍କ ଥର୍ମାଲ  ସ୍କି୍ରନିଂ ବ୍ୟବସ୍ଥା ରଖାଯିବ । ଉତ୍ସବରେ ସମସ୍ତଙ୍କ ଭିତରେ 6ଫୁଟ ବ୍ୟବଧାନ ରହିବ । ଖାଇବା ସମୟରେ ଛାଡ଼ି ବାକି ସମୟରେ ସମସ୍ତ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ଏହା ପରିସରରେ ପାନ, ଗୁଟଖାକୁ ବାରଣ କରାଯାଇଛି । ହାତ ସଫା ପାଇଁ ବ୍ୟବସ୍ଥା ସହ ହ୍ୟାଣ୍ଡ ସାନିଟାଇଜର ରହିବ । ଆସନ୍ତା 25 ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1469କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ 4 ଓ କଟକରୁ 3ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ 2 ଜଣ ଲେଖାଏଁ , ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1469 ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଗତ 24 ଘଣ୍ଟାରେ ଆମେରିକାରେ 2 ଲକ୍ଷରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ :  ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ଗତ 24 ଘଣ୍ଟାରେ ଆମେରିକାରେ 2 ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଦେଶରେ ସର୍ବମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 10 କୋଟି 55 ଲକ୍ଷ 9 ହଜାର 184ରେ ପହଞ୍ଚିଛି ।

ମିଳିଥିବା ସୂଚନା ଅନୁସାରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ 45 ହଜାର 799ରେ ପହଞ୍ଚିଛି । ସେହିପରି 66 ଲକ୍ଷ 1 ହଜାର 331 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ 37 ଲକ୍ଷ 12 ହଜାର 54 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏହି ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 19 ହଜାର 374 ଜଣ ଗୁରୁତର ରହିଛନ୍ତି ।