ଭୁବନେଶ୍ବର: ଆଜିଠାରୁ ସାରା ଭାରତରେ ଆରମ୍ଭ ହେଉଛି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ। ଓଡିଶାରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଅନୁସାରେ ଏହି ଡୋଜ ବର୍ତ୍ତମାନ ସମସ୍ତଙ୍କୁ ଦିଆଯିବ ନାହିଁ। ସେଥିପାଇଁ ବୟସ ସୀମା ଏବ ବର୍ଗୀକରଣ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବର୍ତ୍ତମାନ ଏହି ବୁଷ୍ଟର ଡୋଜ କେବଳ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବଂ ଯେଉଁମାନଙ୍କର ବହୁ ରୋଗରେ ପିଡିତ ସେମାନଙ୍କୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟ କର୍ମି ଏବଂ ଏହା ସହିତ ଜଡିତ ବ୍ୟକ୍ତିମାନଙ୍କୁ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।
ଓଡିଶାର ସ୍ବାସ୍ଥ୍ୟ ବିଭାଗ ଅନୁସାରେ ରାଜ୍ୟରେ ବର୍ତ୍ତମାନ 60 ବର୍ଷରୁ ଉର୍ଦ୍ଧ୍ବ ବୟସର ପ୍ରାୟ 60 ଲକ୍ଷ 37 ହଜାର ବ୍ୟକ୍ତି ଅଛନ୍ତି। ସେହିପରି ରାଜ୍ୟରେ ସ୍ବାସ୍ଥ୍ୟ କର୍ମିମାନଙ୍କ ସଂଖ୍ୟା ହେଲା 7 ଲକ୍ଷ 5 ହଦାର ଅଛନ୍ତି। ପ୍ରଥମେ ଏହିମାନଙ୍କୁ ଆଜିଠାରୁ ବୁଷ୍ଟର ଡୋଜ ଟିକା ପ୍ରଦାନ ଆରମ୍ଭ କରାଯାଇଛି।
ତେବେ ଏହି ଟିକା ନେବାର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ଦୁଇ ଡୋଜ ନେଇଥିବେ ସେମାନେ 2ୟ ଡୋଜର 39 ସପ୍ତାହ ମଧ୍ୟରେ ଏହି ବୁଷ୍ଟର ଡୋଜ ଗ୍ରହଣ କରିବେ। ପୂର୍ବରୁ ସେମାନେ ଯେଉଁ ଦୁଇ ଡୋଜ ନେଇଛନ୍ତି ସେହି ଅନୁସାରେ କୋୟୁନି ୱେବସାଇଟରେ ତଥ୍ୟ ରହିଛି। ତାହାକୁ ଆଧାର କରି ଏହି ବୟସର ବ୍ୟକ୍ତଙ୍କ ପାଖକୁ ମେସେଜ୍ ପଠାଇବାର ବ୍ୟବସ୍ଥା କରାଯାଇଛି।
ଯେଉଁମାନେ ଏହି ମେସଜ ପାଇବେ ସେମାନେ ସ୍ଲଟ ବୁକିଂ କରିପାରିବେ। ନଚେତ ଅନ୍ୟ କୌଣସି ବ୍ୟବସ୍ଥାରେ ବୁଷ୍ଟର ଡୋଜ ସ୍ଲଟ ବୁକିଂ କରିହେବ ନାହିଁ। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଏହି ବୁଷ୍ଟର ଡୋଜ ପାଇଁ ପୂର୍ବପରି ଭିଡ ହେବ ନାହିଁ। ହେଲେ ପରବର୍ତ୍ତି ସମୟରେ ଭିଡକୁ ଦେଖି ଟିକା କେନ୍ଦ୍ର ବୃଦ୍ଧି କରାଯିବ ବୋଲି ନିଷ୍ପତି ହୋଇଛି।