Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ବରେ ଦୋହାରେ ପହଞ୍ଚିଲା ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ: ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ବରେ ଯାଇଥିବା ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳ ନିଜର ଚାରିଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ କାତାରର ରାଜଧାନୀ ଦୋହାରେ ପହଞ୍ଚିଛି। କାତାରର ଦୁଇଦିନିଆ ଗସ୍ତ ( ମେ ୨୪-୨୬) ପରେ ପ୍ରତିନିଧିମଣ୍ଡଳ ଦକ୍ଷିଣ ଆଫ୍ରିକା, ଇଥିଓପିଆ ଓ ଇଜିପ୍ଟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧିମଣ୍ଡଳ କାତାରୀ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଣମାଧ୍ୟମ, ଶିକ୍ଷାଜଗତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ଭାରତର ପକ୍ଷ ରଖିବ। ଏହି ପ୍ରତିନିଧିମଣ୍ଡଳରେ ସଂସଦର ଉଭୟ ଗୃହର ସଦସ୍ୟ, ପୂର୍ବତନ ମନ୍ତ୍ରୀ ଓ କୂଟନୀତିଜ୍ଞ ଅଛନ୍ତି। ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୁର ଓ ପରବର୍ତ୍ତୀ ଘଟଣାକ୍ରମ ପ୍ରେକ୍ଷାପଟ୍ଟରେ ଏହି ଗସ୍ତ ହେଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଓ କାକାରର ନେତୃବୃନ୍ଦ ପରସ୍ପରର ସଂପର୍କରେ ରହିଆସିଛନ୍ତି। କାତାରର ମହାମହିମ ଏମିର ଶେଖ ତମିମ୍ ବିନ ହମଦ ଅଲ-ଥାନି ଏବଂ ଭାରକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୬ରେ ଟେଲିଫୋନରେ ଏସବୁ ଘଟଣାକ୍ରମ ସଂପର୍କରେ କଥା ହୋଇଥିଲେ। ସେହିପରି କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଜାସିମ ଅଲ-ଥାନି ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ମେ ୭ରେ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ଏପ୍ରିଲ ୨୩ରେ କାତାର ସରକାରଙ୍କ ତରଫରୁ କାତାରର ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା ଓ ସମାଲୋଚନା କରିଥିଲା।

ଆତଙ୍କବାଦ ଓ ପହଲଗାମ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିଜର ଆଭିମୁଖ୍ୟକୁ ବିଶ୍ବ ସମୁଦାୟକୁ ଅବଗତ କରାଇବାକୁ ଭାରତ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ବିଭିନ୍ନ ଦେଶକୁ ପଠାଇଛି। ଏହି ପ୍ରତିନିଧିମଣ୍ଡଳ ମଧ୍ୟ ଆତଙ୍କବାଦ ବିରୋଧରେ ଭାରତର ଶୂନ ସହନଶୀଳତା ନୀତି ଏବଂ ସୀମାପାର ଆତଙ୍କବାଦର ମୁକାବିଲା ଲାଗି ସମଗ୍ର ଦେଶ ଏକତ୍ରିତ ଥିବା ବିଶ୍ବକୁ ଜଣାଇବ।

ପ୍ରତିନିଧିମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ସାଂସଦ ସୁପ୍ରିୟା ସୁଲେ, ସାଂସଦ ରାଜୀବ ପ୍ରତାପ ରୁଡି, ସାଂସଦ ବିକ୍ରମଜିତ ସିଂହ ସାହାଣି, ସାଂସଦ ମନୀଷ ତିୱାରୀ, ସାଂସଦ ଅନୁରାଗ ସିଂହ ଠାକୁର, ସାଂସଦ ଲାଭୁ ଶ୍ରୀକୃଷ୍ଣ ଦେବରାୟାଲୁ, ପୂର୍ବତନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଆନନ୍ଦ ଶର୍ମା, ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏବଂ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତର କୂଟନୈତିକ ବିଜୟ!, କାତାରରେ ୮ ପୂର୍ବତନ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଏହି ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଯାଇଛି। ଏ ସମ୍ପର୍କରେ ଭାରତ ସରକାର କହିଛନ୍ତି ଯେ, ଆମେ ସବୁବେଳେ ଆଠ ଜଣଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ବିଜେପି ଏହାକୁ ମୋଦୀ ସରକାରଙ୍କ ବିଜୟ ବୋଲି କହିଥିବାବେଳେ କଂଗ୍ରେସ ଏଥିରେ ଖୁସି ବ୍ୟକ୍ତ କରିଛି।

ଏହା ଭାରତ ପାଇଁ କୂଟନୈତିକ ବିଜୟ ଭାବରେ ଦେଖାଯାଉଛି। କାରଣ ଦୁବାଇରେ ଡିସେମ୍ବର ୧ ତାରିଖରେ ହୋଇଥିବା ସିଓପି-୨୮ ଶିଖର ସମ୍ମିଳନୀରେ କତାରର ଅମିର ଶେଖ ତମିମ ବିନ ହେମାଦ ଅଲ-ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ କରିଥିଲେ। ଦୁଇ ନେତାଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିନ୍ ହେମାଦ୍ ଅଲ-ଥାନି କହିଛନ୍ତି ଯେ, ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ କ’ଣ କହିଛି?:

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଦହାରା ଗ୍ଲୋବାଲ ମାମଲାରେ କତାରର କୋର୍ଟର ଆଜିର ନିଷ୍ପତ୍ତିକୁ ଆମେ ଲକ୍ଷ୍ୟ କରିଛୁ ଯେଉଁଥିରେ ଦଣ୍ଡ ହ୍ରାସ କରାଯାଇଛି। ଆଜି ଆମ ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀମାନେ ପରିବାର ସଦସ୍ୟଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ। ମାମଲାର ଆରମ୍ଭରୁ ଆମେ ତାଙ୍କ ପାଖରେ ଛିଡ଼ା ହୋଇଛୁ ଏବଂ ଆମେ ତାଙ୍କୁ ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ଯୋଗାଇବା ଜାରି ରଖିବୁ। କତାର କର୍ତ୍ତୃପକ୍ଷଙ୍କ ସହ ଆମେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବା ଜାରି ରଖିବୁ। ”

ବିଜେପି ମୋଦୀ ସରକାରଙ୍କ ବିଜୟ ଘୋଷଣା କରିଛି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ପାଇଁ ଏହା ଏକ ବିଜୟ ବୋଲି ବିଜେପି କହିଛି। ସୋସିଆଲ ମିଡିଆରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି ଯେ କତାରରେ ଭାରତୀୟ ପୂର୍ବତନ ନୌସେନାର ୮ ଜଣ କର୍ମଚାରୀଙ୍କ ମୃତ୍ୟୁଦଣ୍ଡରେ ମୁକ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତିର କୂଟନୈତିକ ପ୍ରୟାସ ପାଇଁ ଏକ ବିଜୟ। ଏହି ଖବର ପୁଣି ଥରେ ସ୍ପଷ୍ଟ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ବିଶ୍ୱ ଭାରତର ବୈଦେଶିକ ନୀତିର ଶକ୍ତିକୁ ସ୍ୱୀକୃତି ଦେଇଛି।

କଂଗ୍ରେସ କ’ଣ କହିଲା?:

ଏହି ନିଷ୍ପତ୍ତି ଉପରେ କଂଗ୍ରେସ ମଧ୍ୟ ଖୁସି ବ୍ୟକ୍ତ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ସମଗ୍ର ଦେଶ ଆଶ୍ଵସ୍ତି ଅନୁଭବ କରୁଛି ଏବଂ ଏଥିରେ କଂଗ୍ରେସ ମଧ୍ୟ ଜଡିତ ଅଛି। ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଥିବାବେଳେ ଆମେ ଆଶା କରୁଛୁ ଯେ, ମୃତ୍ୟୁଦଣ୍ଡ ବଦଳରେ ଜେଲ ଦଣ୍ଡ ପ୍ରତ୍ୟାହାର କରାଯିବ ଏବଂ ଅଧିକାରୀମାନେ ମୁକ୍ତ ହେବେ। ”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଜିଓ ସିନେମାରେ ଫିଫା ଫୁଟବଲ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚ୍ ଦେଖିଲେ ରେକର୍ଡ ୩.୨ କୋଟି ଦର୍ଶକ

ଭୁବନେଶ୍ୱର: କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଟିଭି ତୁଳନାରେ ଅଧିକ ଲୋକ ଡିଜିଟାଲ୍ ମାଧ୍ୟମରେ ବିଶ୍ୱର ଏହି ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମର ମଜା ନେଇଛନ୍ତି। ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍‌କୁ ରେକର୍ଡ ୩.୨ କୋଟି ଦର୍ଶକ ଜିଓ ସିନେମାରେ ଦେଖିଛନ୍ତି।

ଫିଫା ଫୁଟବଲ୍ ବିଶ୍ୱକପ୍‌କୁ ୧୧୦ ନିୟୁତରୁ ଅଧିକ ଦର୍ଶକ ଡିଜିଟାଲ୍ ମାଧ୍ୟମରେ ଦେଖିଛନ୍ତି। ଫଳରେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ପରିଣତ ହୋଇଛି ଫିଫା ବିଶ୍ୱକପ୍। ମ୍ୟାଚ୍‌ଗୁଡ଼ିକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ଯୋଗୁଁ ଭାରତରେ ସ୍ପୋର୍ଟସ୍‌୧୮ ଚ୍ୟାନେଲ୍ ଓ ଜିଓ ସିନେମା ଆପ୍‌ରେ ମ୍ୟାଚ୍‌ଗୁଡ଼ିକୁ ୪୦ ବିଲିଅନ ମିନିଟ୍‌ରୁ ଅଧିକ ସମୟ ଲୋକମାନେ ଦେଖିଛନ୍ତି। ଫଳରେ ଟୁର୍ଣ୍ଣାମେଂଟ୍ ଅବଧିରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍‌ରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ନିଃଶୁଳ୍କ ଆପ୍‌ରେ ପରିଣତ ହୋଇଥିଲା ଜିଓ ସିନେମା।

ସ୍ମାର୍ଟଫୋନ୍ ଓ କନେକ୍ଟେଡ୍ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ଲୋକମାନେ ପସନ୍ଦ କରୁଥିବାରୁ ଜିଓ ସିନେମା ଡାଉନ୍‌ଲୋଡ୍‌ରେ ବୃଦ୍ଧି ହୋଇଛି। ଏଥିରେ ଥିବା ହାଇପ୍ ମୋଡ୍ ସିଧା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦେଖିବା ଅନୁଭୂତିକୁ ଆହୁରି ବଢ଼ାଇ ଦେଇଛି। ଏକାଧିକ କ୍ୟାମେରା କୋଣରୁ ମ୍ୟାଚ୍‌କୁୁ ଦେଖିବା, ବାସ୍ତବ ସମୟ ତଥ୍ୟ ଓ ପରିସଂଖ୍ୟାନ ଏବଂ ଟାଇମ୍ ହ୍ୱିଲ୍ ଆଦି ମ୍ୟାଚ୍ ଦେଖିବାକୁ ଅବିସ୍ମରଣୀୟ କରିପାରିଛି। ଜିଓ ସେଟ୍‌ଟପ୍ ବକ୍ସ, ଆପଲ୍ ଟିଭି, ଆମାଜନ ଫାୟାରଷ୍ଟିକ୍‌, ସୋନି, ସାମସଙ୍ଗ, ଏଲଜି ଓ ଶାଓମି ଆଦିରେ ଲୋକମାନେ କାର୍ଯ୍ୟକ୍ରମ ଦେଖୁଥିବାରୁ ଡିଜିଟାଲ ଦର୍ଶକଙ୍କ ସଂଖ୍ୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଜିଓ ସିନେମା ଜରିଆରେ ପ୍ରଥମ ଥର ପାଇଁ ୟୁଏଚ୍‌ଡି ୪କେରେ ଦର୍ଶକମାନେ ଫୁଟ୍‌ବଲ୍ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକର ମଜା ନେବାର ସୁଯୋଗ ପାଇଥିଲେ।

ଭାୟାକମ୍ ୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “କାତାର ଫିଫା ବିଶ୍ୱକପ୍ ୨୦୨୨କୁ ବିଶ୍ୱସ୍ତରୀୟ ଢଙ୍ଗରେ ଦର୍ଶକମାନଙ୍କ ପାଖରେ ପହଂଚାଇବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସେହି ଅନୁସାରେ ଭାରତ ଅଂଶଗ୍ରହଣ କରିନଥିବା କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ଟୁର୍ଣ୍ଣାମେଂଟ୍‌ରେ ତାହା ପରିଣତ ହୋଇଥିଲା। ଏହା ହେଉଛି ଡିଜିଟାଲର ଶକ୍ତି ଏବଂ ନିଜ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକ ଏବଂ କ୍ରୀଡ଼ାପ୍ରେମୀମାନେ ନିଜ ପସନ୍ଦ ବିଷୟରେ ଜଣାଇଛନ୍ତି ଯେଉଁମାନେ ଏବେ ପ୍ୟାରିସ ସେଂଟ୍‌-ଜର୍ମାନ ସାଥୀ ଖେଳାଳି ଏବଂ ଫିଫା ବିଶ୍ୱକପ୍‌୍‌ର ଗୋଲ୍‌ଡେନ୍ ବୁଟ୍ ବିଜେତା କିଲିଆନ୍ ଏମ୍‌ବାପେ ଏବଂ ଫିଫା ବିଶ୍ୱକପ୍ ଓ ଗୋଲ୍‌ଡେନ୍ ବୁଟ୍ ବିଜେତା ଲିଓନେଲ୍ ମେସିଙ୍କୁ ଲିଗ୍‌ରେ ଯୋଗ ଦେବାର ଦେଖିପାରିବେ।’’

ୱେନ ରୁନି, ଲୁଇସ୍ ଫିଗୋ, ରବର୍ଟ ପିରେସ, ଗିଲବର୍ଟୋ ସିଲ୍‌ଭା ଏବଂ ସୋଲ୍ କ୍ୟାମ୍ପବେଲ୍‌ଙ୍କ ଭଳି ବିଶ୍ୱକପ୍ ହିରୋମାନେ ସ୍ପୋର୍ଟସ୍‌୧୮ ଓ ଜିଓ ସିନେମାର ବିଶ୍ୱସ୍ତରୀୟ ଷ୍ଟୁଡିଓରେ କ୍ରୀଡ଼ା ପ୍ରେମୀଙ୍କ ସହ ଯୋଡ଼ି ହୋଇଥିଲେ।

କେବଳ କ୍ରୀଡ଼ାପ୍ରେମୀ ନୁହନ୍ତି, ଏହି ସବୁଠୁ ସମ୍ମାନଜନକ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ପାଇଁ ଜିଓସିନେମା ଓ ସ୍ପୋର୍ଟ୧୮ ସହ ଯୋଡ଼ି ହୋଇଥିବା ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ଅଧିକ ଲୋକଙ୍କ ପାଖରେ ପହଂଚିପାରିଥିଲେ। ଇ-କମର୍ସ, ବ୍ୟାଙ୍କିଙ୍ଗ, ଆର୍ଥିକ ସେବା, ଅଟୋମୋବାଇଲ୍‌, ଫେସନ, ହସ୍ପିଟାଲିଟି ଓ ଫିନ୍‌ଟେକ୍ କ୍ଷେତ୍ରର ୫୦ରୁ ଅଧିକ ବ୍ରାଣ୍ଡ୍ ଏହା ଜରିଆରେ ନିଜ ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପହଂଚିପାରିଛନ୍ତି।