Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ ସେମାନେ ମେଡିକାଲ ଉପକରଣ ତଥା ଏହି କ୍ଷେତ୍ରରେ ଇନୋଭେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣପଦକ ପାଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ଜଣେ ଡାକ୍ତରଙ୍କ ପୁଅ ଭାବରେ ଡାକ୍ତରଙ୍କ ଦାୟିତ୍ୱକୁ ମୁଁ ଭଲ ଭାବେ ଜାଣେ। ଡାକ୍ତରଙ୍କ ସ୍ନେହ ଓ ମଧୁର କଥା ରୋଗୀଙ୍କୁ ଭଲ କରିଦେବ। ଡାକ୍ତରଙ୍କ ପରିଶ୍ରମ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇଛି।

ପ୍ରତି ବର୍ଷ ଏମ୍ସ ପରିସରରେ ୫୦୦୦ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ କ୍ୟାମ୍ପସକୁ ଅଙ୍ଗାରକାମ୍ଳ ରହିତ ପରିବେଶ କରିବା ଦରକାର। ପ୍ଲାଷ୍ଟିକ ମୁକ୍ତ ସହ ସ୍ୱଚ୍ଛ ରଖିବା ଦରକାର। ସେହିପରି ଓଡିଶାରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ରୋବଟିକ୍ସ ମାଧ୍ୟମରେ ଅପରେସନ କରିବାରେ ଭୁବନେଶ୍ୱର ଏମ୍ସ ସଫଳତା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ମାତୃଭାଷାରେ ଶିକ୍ଷାର ପ୍ରାଧାନ୍ୟକୁ ଗୁରୁତ୍ୱ ଉପରେ ଶ୍ରୀ ପ୍ରଧାନ କହିବା ସହ ଆଗାମୀ ଦିନରେ ମେଡିକାଲ ସାଇନ୍ସର ସମସ୍ତ ବହିକୁ ମାତୃଭାଷାରେ ଅନୁବାଦ କରାଯିବା ନେଇ ସୂଚନା ଦେଇଛନ୍ତି।

ଏମ୍ସର କଳ୍ପନା ପାଇଁ ଦେଶର ଅଦ୍ୱିତୀୟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବାଜପେୟୀ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଷମା ସ୍ୱରାଜ, ତତ୍କାଳୀନ ଶିକ୍ଷା ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ସର ଭିତ୍ତିପ୍ରସର କରାଯାଇଥିଲା। ଏମ୍ସ ଆଜି ଅନେକ ସଫଳତା ସାଉଁଟିଛି। ଆଜି ଏମ୍ସ ଭୁବନେଶ୍ଵରରେ ଲୋକାର୍ପିତ ୩୬ ଶଯ୍ୟାବିଶିଷ୍ଟ ବର୍ନ ସେଣ୍ଟରରେ ସହଯୋଗୀ ହୋଇଥିବାରୁ ଏନଟିପିସିକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏମସ ଭୁବନେଶ୍ୱରରେ ମଧ୍ୟ ୧୫୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲଡିଂର ଶିଳାନ୍ୟାସ ଖୁସିର ବିଷୟ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଇଣ୍ଟରନାଲନାଲ ମିଲେଟ ବର୍ଷ ଭାବେ ଘୋଷଣା କରିଛି। ଏହି କ୍ରମରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ମହତ୍ତ୍ୱ କୋଭିଡ ସମୟରେ ଜଣାପଡିଥିଲା। ଏହି ଖାଦ୍ୟକୁ ଆମେ ସମସ୍ତେ ଲୋକପ୍ରିୟ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୧୭୩ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ପହଞ୍ଚିଲା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତରେ ୧୭୩ ଟି ନୂଆ କରୋନା ଆକ୍ରାନ୍ତଚିହ୍ନଟ ହେବା ପରେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୭୮ ହଜାର ୮୨୨ କୁ ବୃଦ୍ଧି ପାଇଛି। ତେବେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2,670 ଆଜି ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅପଡେଟ୍ ତଥ୍ୟ ଅନୁଯାୟୀ ୨ ହଜାର ୬୭୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୦୭ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ସଫଦରଜଙ୍ଗ ଡାକ୍ତରଖାନା ପରିଦର୍ଶନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଭ ମାଣ୍ଡଭୀୟ ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ଡାକ୍ତରଖାନା ପରିଦର୍ଶନ କରି କୋଭିଡ- ୧୯ ପ୍ରବନ୍ଧନ ପାଇଁ ଡାକ୍ତରଖାନା ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ମକ ଡ୍ରିଲ ସମୀକ୍ଷା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ମୁଁ ନିକଟରେ ରାଜ୍ୟଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ କୋଭିଡ- ୧୯ ସ୍ଥିତି, ଏହାର ମୁକାବିଲା ତଥା କୋଭିଡ ପ୍ରବନ୍ଧନ ପ୍ରସ୍ତୁତି ସମୀକ୍ଷା କରିଛି। ସାରା ଦେଶରେ ଆଜି କୋଭିଡ- ୧୯ ପ୍ରବନ୍ଧନ ପ୍ରସ୍ତୁତି ସମୀକ୍ଷା ପାଇଁ ମକ ଡ୍ରିଲ ଆୟୋଜିତ ହୋଇଛି। କୋଭିଡ ପ୍ରବନ୍ଧନ ପାଇଁ ଡାକ୍ତରଖାନାଗୁଡିକରେ ନୈଦାନିକ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକରେ ଆଜି ମକ ଡ୍ରିଲ ହେଉଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ମକ ଡ୍ରିଲ ସମୀକ୍ଷା କରୁଛନ୍ତି।“

ସଫଦରଜଙ୍ଗ ଡାକ୍ତରଖାନା ଓ ବର୍ଦ୍ଧମାନ ମହାବୀର ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ ଓ କର୍ମଚାରୀମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୌପଚାରିକ ଆଲୋଚନା କରିଛନ୍ତି। ବିଭିନ୍ନ ବିଭାଗର ମୁଖ୍ୟ, ଡାକ୍ତର, ନର୍ସ, ସୁରକ୍ଷା ଓ ସ୍ୱଚ୍ଛତା ସେବା ମୁଖ୍ୟଙ୍କ ସହ ସେ ପ୍ରାୟ ଏକ ଘଣ୍ଟା ଅତିବାହିତ କରି ଗୁଣବତ୍ତାସମ୍ପନ୍ନ ଡାକ୍ତରଖାନା ପ୍ରବନ୍ଧନ, ନିଦାନ ପ୍ରକ୍ରିୟା, ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ, ସ୍ୱଚ୍ଛତା ପ୍ରକ୍ରିୟା, ରୋଗୀ କେନ୍ଦ୍ରିକ ଉଚ୍ଚଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସେମାନଙ୍କ ମତାମତ ଧୈର୍ଯ୍ୟର ସହ ଶୁଣିଛନ୍ତି। ସେମାନେ ମହାମାରୀ ବେଳେ ଦିନରାତି ସେବା ପ୍ରଦାନର ଅଭିଜ୍ଞତା ବାଣ୍ଟିଥିଲେ। ଡଃ ମାଣ୍ଡଭୀୟ ବିଭାଗୀୟ ମୁଖ୍ୟମାନଙ୍କୁ ପ୍ରତି ସପ୍ତାହରେ ନିଜ ଟିମକୁ ଭେଟିବା ସହ ବ୍ୟକ୍ତିଗତ ଭାବେ ସମସ୍ତ ବିଭାଗ ପରିଦର୍ଶନ କରିବା ଓ ସର୍ବୋତ୍ତମ ପରିଣାମ ସୁନିଶ୍ଚିତ କରିବା ପାଇଁ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ପରାମର୍ଶ ଦେଇଛନ୍ତି। ମହାମାରୀ ବେଳେ ଡାକ୍ତରମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

ଡଃ ମାଣ୍ଡଭୀୟ ଏହି ଅବସରରେ ସମସ୍ତଙ୍କୁ ସତର୍କ ରହିବା ସହ କୋଭିଡ ଉପଯୋଗୀ ନିୟମାବଳୀ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସତର୍କ ରହିବା ସହ ଅବିଶ୍ୱନୀୟ ଖବର ପ୍ରସାରଣରୁ ଦୂରେଇ ରହି ଉଚ୍ଚସ୍ତରୀୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। “ସାରା ବିଶ୍ୱରେ କୋଭିଡ ମାମଲା ବଢୁଛି ଓ ଭାରତରେ ମଧ୍ୟ କୋଭିଡ ମାମଲା ବଢିପାରେ। ତେଣୁ ଉପକରଣ, ପ୍ରକ୍ରିୟା ଓ ମାନବ ସମ୍ବଳ ଭଳି ସମ୍ପୂର୍ଣ୍ଣ କୋଭିଡ ଭିତ୍ତିଭୂମିର ପରିଚାଳନାଗତ ପ୍ରସ୍ତୁତି ସୁନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ।”

ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ, ସଫଦରଜଙ୍ଗ ଡାକ୍ତରଖାନାର ଚିକିତ୍ସା ଅଧୀକ୍ଷକ ଡା ବିଏଲ ଶେରୱା, ସ୍ୱଚ୍ଛତା ସହ ବିଭିନ୍ନ ବିଭାଗର ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

ନୂଆଦିଲ୍ଲୀ: ନିକଟରେ କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏକ ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ପରିସ୍ଥିତି, ଜନସ୍ୱାସ୍ଥ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର, ଏହାର ପରିଚାଳନା ଓ ନିରାକରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି. କେ. ପଲ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବୈଶ୍ୱିକ କୋଭିଡ-୧୯ ପରିସ୍ଥିତି ଓ ଦେଶୀୟ ଦୃଶ୍ୟପଟ ଉପରେ ସୂଚନା ଦିଆଯାଇଛି। ବିଶ୍ୱର କେତେକ ଦେଶ ଯଥା ଚୀନ, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ର ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏଥିରୁ ବାହାରୁଥିବା ନୂତନ ପ୍ରଜାତି ନେଇ, ବିଶେଷକରି ଆସୁଥିବା ପର୍ବପର୍ବାଣି ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ଶେଷ ହୋଇନଥିବା ଉପରେ ଗୁରୁତ୍ୱ ଆରୋପ କରି ସେ ନିରୀକ୍ଷଣକୁ ଅଧିକ ବ୍ୟାପକ କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଜନସାଧାରଣଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବା ସହ କୋଭିଡରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ନିବେଦନ କରିଥିଲେ।

ଡକ୍ଟର ମନସୁଖ ମାଣ୍ଡଭିୟ ନିରୀକ୍ଷଣ ପଦ୍ଧତିକୁ ଅଧିକ ବ୍ୟାପକ କରି ଜିନୋମ ସିକ୍ୱେନ୍ସିଂ ଜରିଆରେ ନମୁନାଗୁଡ଼ିକୁ ପରୀକ୍ଷା କରି ସମ୍ଭାବ୍ୟ କୋଭିଡ ପ୍ରଜାତିକୁ ଭାରତୀୟ ସାର୍ସ-କଭ ୨ ଜେନୋମିକ୍ସ କନସୋରଟିୟମ (ଆଇଏନଏସଏ ସିଓଜି) ନେଟୱର୍କ ଜରିଆରେ ସମୟୋଚିତ ଚିହ୍ନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତ୍ୟେକ କୋଭିଡ-୧୯ ପଜିଟିଭ ମାମଲାଗୁଡ଼ିକର ନୂତନ ପ୍ରଜାତି ଚିହ୍ନଟ ଲାଗି ଦୈନିକ ଭିତ୍ତିରେ (ଆଇଏନଏସଏ ସଓଜି) ଜିନୋମ ସ୍ୱିକ୍ୱେନ୍ସିଂ ପରୀକ୍ଷାଗାର ପଠାଇବା ଲାଗି ଅନୁରୋଧ କରାଯାଇଛି।

ଏକ ପ୍ରଦର୍ଶନ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭାରତରେ ମାମଲାର ଦ୍ରୁତ ହ୍ରାସ ନେଇ ସୂଚନା ଦିଆଯିବା ସହ ଡିସେମ୍ବର ୧୯, ୨ଠ୨୨ ସୁଦ୍ଧା ସପ୍ତାହରେ ୧୫୮ଟି ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି। ମାତ୍ର ବୈଶ୍ୱିକ ସ୍ତରରେ ଦୈନିକ ଭିତିରେ ଗତ ଛଅ ସପ୍ତାହ ମଧ୍ୟରେ ଡିସେମ୍ବର ୧୯, ୨ଠ୨୨ରେ ସରୁଥିବା ସପ୍ତାହ ସୁଦ୍ଧା ଦୈନିକ ୫.୯ ଲକ୍ଷ ମାମଲା ଚିହ୍ନଟ ହୋଇଛି। ଚୀନରେ ଦ୍ରୁତ ସଂକ୍ରମଣକ୍ଷମ ବିଏଫ-୭ ଓମିକ୍ରନ ପ୍ରଜାତି ଚୀନର କୋଭିଡ ମାମଲା ବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସକ୍ରାନ୍ତ ସଂଶୋଧିତ ନିରୀକ୍ଷଣ ରଣନୀତିକୁ ମାର୍ଗଦର୍ଶିକା ଜୁନ ୨ଠ୨୨ରୁ ଜାରି କରାଯାଇଛି। ଏଥିରେ ସଅଳ ଚିହ୍ନଟ, ସଂଗରୋଧ, ପରୀକ୍ଷା ଓ ସମ୍ଭାବ୍ୟ ଓ ନିଶ୍ଚିତ ମାମଲାଗୁଡ଼ିକର ସମୟଭିତ୍ତିକ ପରିଚାଳନା ଓ ସାର୍ସ-କଭ-୨ ପ୍ରଜାତିର ପ୍ରସାର ରୋକିବା ପରିପ୍ରେକ୍ଷୀରେ କରାଯାଇଛି। ଏହାକୁ ସକ୍ରିୟ ଭାବେ ତ୍ୱରାନ୍ୱିତ କରିବାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଜୈବ ପ୍ରଯୁକ୍ତିବିଦ୍ୟା ସେବା ସଚିବ ଡକ୍ଟର ଆର.ଏସ. ଗୋଖାଲେ, ଆୟୁଷ ସଚିବ ରାଜେଶ କୋଟେଚା, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ଲାଲ, ଡିଜିଏସଏଚ ଡକ୍ଟର ଅତୁଲ ଗୋଏଲ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଲବ ଅଗ୍ରୱାଲ, କୋଭିଡ କାର୍ଯ୍ୟକାରୀ ଗୋଷ୍ଠୀ ଅଧ୍ୟକ୍ଷ ଡକ୍ଟର ଏନ.କେ. ଅରୋରା, ଟିକାକରଣ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ୨ ହଜାର ତଳେ ରହିଛି ସଂକ୍ରମଣ: ୪.୪୬ କୋଟିରେ ପହଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଆଜି ୧ ହଜାର ୯୯୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪୨ ହଜାର ୭୪୨ କୁ ବୃଦ୍ଧି ପାଇଛି। ଏହା ଏକ ଆଶ୍ଵସ୍ତିର ବିଷୟ ଯେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୩ ହଜାର ୪୩୨ କୁ ହ୍ରାସ ପାଇଛି। ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମଣ ହେତୁ ଆଉ ୪ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୬୧ କୁ ବୃଦ୍ଧି ପାଇଛି।

ତେବେ ସଂକ୍ରମଣରୁ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୯୦ ହଜାର ୩୪୯ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ୨ ହଜାର ୫୨୯ ଆକ୍ରାନ୍ତ ଚିହ୍ନଟ: କମୁଛି ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୫୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪ ହଜାର ୪୬୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୨ ହଜାର ୨୮୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆହୁରି ୧୨ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୪୫ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ତଳ ମୁହାଁ: ଆଜି ୩ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୪୬୮ ଟି ନୂଆ ପଜିଟିଭ ରିପୋର୍ଟ ହୋଇଛି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୧ ହଜାର ୯୩୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୩ ହଜାର ୩୧୮ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୩୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୨୭୨ ଆକ୍ରାନ୍ତ ଚିହ୍ନଟ, ଆହୁରି ୨୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪ ହଜାର ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୮୩ ହଜାର ୩୬୦ କୁ ବୃଦ୍ଧି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୧୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ଆଉ ୪ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, କମିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ରେ ୪ ହଜାର ୫୧୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୫ ଲକ୍ଷ ୪୭ ହଜାର ୫୯୯ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୭ ହଜାର ୩୭୯ ରୁ ୪୬ ହଜାର ୨୧୬ କୁ ହ୍ରାସ ପାଇଛି।

ଆଜି ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ପରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୪୦୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୋଦୀଙ୍କ ଜନ୍ମଦିନରେ ୮୭ ହଜାରରୁ ଅଧିକ ଲୋକ ରକ୍ତଦାନ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ବଢିପାରେ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଅବସରରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକ ମେଗା ଅଭିଯାନ ଆରମ୍ଭ କରିଛି। ପିଏମ ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟରରେ ସୂଚନା ସେୟାର କରିଛନ୍ତି।

ମଣ୍ଡଭିଆ କହିଛନ୍ତି ଯେ, ଆଜି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ରକ୍ତ ଦାନ ଅମୃତ ମହୋତ୍ସବଙ୍କ ଅଧୀନରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି। ଏଥି ସହିତ ୧୯ ଲକ୍ଷରୁ ଅଧିକ ଲୋକ ରକ୍ତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେ କହିଛନ୍ତି ଯେ, ଏହା ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକ ଅମୂଲ୍ୟ ଉପହାର। ଏହା ଏକ ନୂତନ ରେକର୍ଡ କିନ୍ତୁ ଗଣନା ଜାରି ରହିଛି ଏବଂ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜିଠାରୁ ୧୫ ଦିନିଆ ରକ୍ତଦାନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ୱେଚ୍ଛାସେବୀ ରକ୍ତ ଦାନ ଦିବସ ପାଳନ କରାଯିବ। ‘ରକ୍ତ ଦାନ ଅମୃତ ମହୋତ୍ସବ’ ରେ ରକ୍ତ ସଂଗ୍ରହ ପାଇଁ ଦେଶର ୬୧୩୬ ଟି ଶିବିରକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଏକ କ୍ୟାମ୍ପ ପରିଦର୍ଶନ କରି ନିଜେ ରକ୍ତ ଦାନ କରିଥିଲେ। ଏହି ସମୟରେ ସେ ଆରୋଗ୍ୟ ସେତୁ ଆପ୍ କିମ୍ବା ଇ-ରକ୍ତକୋଶ ପୋର୍ଟାଲରେ ‘ରକ୍ତ ଦାନ ଅମୃତ ମହୋତ୍ସବ’ ଭାବରେ ରକ୍ତ ଦାନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ:

କୁହାଯାଉଛି ଯେ, ଏହି ଅଭିଯାନ ମାଧ୍ୟମରେ ଗୋଟିଏ ଦିନରେ ଗୋଟିଏ ଲକ୍ଷ ୟୁନିଟ୍ ବ୍ଲଟ୍ ସଂଗ୍ରହ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ସହିତ, ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ନିୟମିତ ରକ୍ତ ଦାନ ବିଷୟରେ ମଧ୍ୟ ଅବଗତ କରାଯିବ। ଏହି ଅଭିଯାନରେ କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ଅଣ-ସରକାରୀ ତଥା ସମ୍ପ୍ରଦାୟ ସଂଗଠନ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ଅଂଶଗ୍ରହଣ କରିବେ।

Categories
ବିଶେଷ ଖବର

ଅତ୍ୟାବଶ୍ୟକୀୟ ଔଷଧଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା, ୨୦୨୨ ଉନ୍ମୋଚନ କଲେ ଡ. ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।

“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।

ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।

ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:

୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।

ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:

https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==

ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ୬୮୦୯ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬ ହଜାର ୮୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବ ଦିନ ତୁଳନାରେ ଏହି ମାମଲାଗୁଡ଼ିକ ସାମାନ୍ୟ କମ୍ ଅଟେ। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୪ ଲକ୍ଷ ୫୬ ହଜାର ୫୩୫ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ସକ୍ରିୟ ମାମଲା ୫୫ ହଜାର ୧୧୪ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ କରୋନା ସଂକ୍ରମଣ ଯୋଗୁଁ ଆଉ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୨୭ ହଜାର ୯୯୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୬୦ ହଜାରକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬ ହଜାର ୧୬୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୪୨ ହଜାର ୫୦୭ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୯ ହଜାର ୨୧୦ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୩୨ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ତଳ ମୁହାଁ କରୋନା, ୧ ଲକ୍ଷ ତଳକୁ ଖସିଲା ଦେଶରେ ସକ୍ରିୟ ମାମଲା ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଗତି ମନ୍ଥର ହୋଇଯାଇଛି। ତଥାପି ବିପଦ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୫୮୬ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ, ବର୍ତ୍ତମାନ ଏହି ନୂତନ ଆକଳନ ପରେ ଦେଶରେ ମୋଟ ସକ୍ରିୟ ମାମଲା ୯୬ ହଜାର ୫୦୬ କୁ ଖସି ଆସିଛି। ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ୫୭ ହଜାର ୫୪୬ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୫ ଲକ୍ଷ ୨୭ ହଜାର ୪୧୬ କୁ ବୃଦ୍ଧି ପାଇଛି। ଦ୍ରୁତ ଗତିରେ ବଢୁଥିବା ପୁନରୁଦ୍ଧାର ହାର କରୋନା ସଂକ୍ରମଣ ଚିନ୍ତାକୁ ହ୍ରାସ କରିଛି। ଲୋକମାନେ ତଥାପି ପ୍ରତିଦିନ କରୋନା ଦ୍ଵାରା ସଂକ୍ରମିତ ହେଉଛନ୍ତି, କିନ୍ତୁ ଗୁରୁତର ଅବସ୍ଥା ବହୁତ କମ୍ ରୋଗୀଙ୍କଠାରେ ଦେଖାଯାଉଛି। ଏଥି ସହିତ ସଂକ୍ରମିତ ରୋଗୀମାନେ ଏକ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି।

ଟୀକାକରଣ ବିଷୟରେ କହିବାକୁ ଗଲେ ଦେଶରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ୨୫ ହଜାର ୩୪୨ ଲୋକଙ୍କୁ ଟୀକାକରଣ କରାଯାଇଥିବାବେଳେ ମୋଟ ଟୀକାକରଣ ସଂଖ୍ୟା ୨୧୦ କୋଟି ୩୧ ଲକ୍ଷ ୬୫ ହଜାର ୭୦୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମାମଲାରେ ସାମାନ୍ୟ ହ୍ରାସ, ଗତ ୨୪ ଘଣ୍ଟାରେ ୧୩ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ବିପଦ ଏବେ ବି ସ୍ଥିର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୨୭୨ ଟି ନୂଆ ମାମଲା ରୁଜୁ ହୋଇଛି। ଏଥି ସହିତ, ଏହି ସମୟ ମଧ୍ୟରେ ୧୩ ହଜାର ୯୦୦ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ନୂତନ ମାମଲା ପଞ୍ଜିକରଣ ପରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧ ହଜାର ୧୬୬ କୁ ବୃଦ୍ଧି ପାଇଛି। ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମୟରେ ଦେଶରେ ପଜିଟିଭ ରେଟ ବୃଦ୍ଧି ପାଇଛି।

ତେବେ ଗତକାଲି ତୁଳନାରେ କରୋନାର ନୂତନ କ୍ଷେତ୍ରରେ ସାମାନ୍ୟ ହ୍ରାସ ଘଟିଛି। ପୂର୍ବ ଦିନରେ, ଏହି ସଂଖ୍ୟା ୧୫ ହଜାରରେ ପହଞ୍ଚିଥିଲା, ଯାହା ଆଜି ୧୩ ହଜାରରେ ସୀମିତ ରହିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୬୬୪ ହ୍ରାସ ପଞ୍ଜିକୃତ ହୋଇଛି। ଏହି ମହାମାରୀରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ୪ କୋଟି ୩୬ ଲକ୍ଷ ୯୯ ହଜାର ୪୩୫ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିବା ୩୦ ଜଣ ରୋଗୀଙ୍କ ମଧ୍ୟରୁ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ପ୍ରତ୍ୟେକ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି, ଛତିଶଗଡ, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ତିନି ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ବିହାର, ପଞ୍ଜାବ ଏବଂ ରାଜସ୍ଥାନରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଲା କରୋନା: ଦେଶରେ ଆଉ ୧୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୯୧୭ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଅନ୍ୟ ପଟେ, କରୋନାର ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ ସେମାନଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୧୭ ହଜାର ୫୦୮ ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୩୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୬ ଲକ୍ଷ ୨୩ ହଜାର ୮୦୪ କୁ ବୃଦ୍ଧି ପାଇଛି।

ଦେଶରେ ସଂକ୍ରମଣ ହେତୁ ଆଉ ୩୨ ଜଣଙ୍କର ମୃତ୍ୟୁ ପରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୬୯ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ମଧ୍ୟ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୮୩୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୧୪ ହଜାର ୮୩୦ ନୂତନ ମାମଲା ଆସିବା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୩୯ ଲକ୍ଷ ୨୦ ହଜାର ୪୫୧ କୁ ବୃଦ୍ଧି ପାଇଛି। ଏଥି ସହିତ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୭୭ ରୁ ୧ ଲକ୍ଷ ୪୭ ହଜାର ୫୧୨ କୁ ହ୍ରାସ ପାଇଛି। ଆଜି ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି।

ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ହେତୁ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୧୧୦ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୩୨ ଲକ୍ଷ ୪୬ ହଜାର ୮୨୯ ଲୋକ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଆଜି ମଧ୍ୟ ଭାରତରେ ୨୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣର ୨୦ ହଜାର ୫୨୮ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୩୭ ଲକ୍ଷ ୫୦ ହଜାର ୫୫୯ କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୩ ୪୪୯ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୪୯ ଜଣ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୦୯ କୁ ବୃଦ୍ଧି ପାଇଛି। ସେହିଭଳି ଗତକାଲି କରୋନା ସଂକ୍ରମଣର ୨୦ ହଜାର ୪୪ ନୂତନ ମାମଲା ରିପୋର୍ଟ କରାଯାଇଥିଲା। ଏହି ଅବଧିରେ କରୋନା ଜୀବାଣୁ ଯୋଗୁଁ ୫୬ ଜଣଙ୍କର ମୃତ୍ୟୁ ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ପ୍ରାୟ ୧୭ ହଜାର ଆକ୍ରାନ୍ତ ଚିହ୍ନଟ, ୪୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୯୦୬ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୧୫ ଅଜାର ୪୪୭ ଜଣ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୧୧ ହଜାର ୮୭ ରୋଗୀ କୋଭିଡରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଯାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଭାରତରେ ଏପର୍ଯ୍ୟନ୍ତ ୪ କୋଟି ୩୬ ଲକ୍ଷ ୬୯ ହଜାର ୮୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ୧ ଲକ୍ଷ ୩୨ ହଜାର ୪୫୭ ସକ୍ରିୟ ମାମଲା ଅଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ୨୫ ହଜାର ୫୧୯ ଲୋକଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୧୬ ହଜାର ୬୭୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୬୨୯ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୮୩ ହଜାର ୧୬୨ ରୋଗୀ ଦେଶରେ କୋଭିଡ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଯାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪ କୋଟି ୩୬ ଲକ୍ଷ ୨୨ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ୧ ଲକ୍ଷ ୩୦ ହଜାର ୭୧୩ ସକ୍ରିୟ ମାମଲା ଅଛି, ଯାହା ମୋଟ ମାମଲାର ୦.୩୦ ପ୍ରତିଶତ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ମୋଟ ୫ ଲକ୍ଷ ୨୫ ହଜାର ୪୨୮ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କରୋନାରୁ ସାମାନ୍ୟ ଆଶ୍ବସ୍ତି, ଗତକାଲି ତୁଳନାରେ ୧୮.୯ ପ୍ରତିଶତ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍ ସଂକ୍ରମଣର ୧୩ ହଜାର ୮୬ ନୂତନ ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ କୋଭିଡର ଦୈନିକ ମାମଲାରେ ୧୮.୯ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ, ୧୨ ହଜାର ୪୫୬ ରୋଗୀ ସଂକ୍ରମଣରୁ ମୁକ୍ତ ହେବା ପରେ ଘରକୁ ଫେରିଛନ୍ତି। ଦେଶରେ ମୋଟ ୪ କୋଟି ୨୮ ଲକ୍ଷ ୯୧ ହଜାର ୯୩୩ ରୋଗୀ କୋଭିଡରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ସୋମବାର ଦିନ ଦେଶରେ ୧୬ ହଜାର ୧୩୫ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ବର୍ତ୍ତମାନ ୧ ଲକ୍ଷ ୧୪ ହଜାର ୪୭୫ ଟି ସକ୍ରିୟ ମାମଲା ରହିଛି।