Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ କୋଭିଡ ମାମଲାରେ ୨୩.୪ ପ୍ରତିଶତ ଲମ୍ଫ, ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୧୨ ହଜାର ୨୪୯ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୨୩.୪ ପ୍ରତିଶତ ଅଧିକ। ଗତକାଲି ମୋଟ ୯ ହଜାର ୯୨୩ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ଏହା ସହିତ ଦେଶରେ ସଂକ୍ରମିତ କୋଭିଡ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୩ ଲକ୍ଷ ୩୧ ହଜାର ୬୪୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୨୪ ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ସକ୍ରିୟ ମାମଲା ୮୧ ହଜାର ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ୮୧ ହଜାର ୬୮୭ ସକ୍ରିୟ ମାମଲା ପଞ୍ଜିକୃତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟାରେ ଦେଶରେ ୨୦୨୨ଟି ମାମଲା ଚିହ୍ନଟ, ୪୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୨୨ ନୂତନ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ୨୦୯୯ ଜଣଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଛି। ଆଜି ପୂର୍ବାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସର୍ବଶେଷ ପରିସଂଖ୍ୟାନ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୫ ଲକ୍ଷ ୨୪ ହଜାର ୪୫୯ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ, ସକ୍ରିୟ ମାମଲା ସଂଖ୍ୟା ୧୪ ହଜାର ୮୩୨ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୯୯ ହଜାର ୧୦୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ଦେଶରେ କରୋନା ରୋକିବା ପାଇଁ ଟୀକାକରଣ ଅଭିଯାନ ଚାଲିଛି, ଏପର୍ଯ୍ୟନ୍ତ ଟୀକାକରଣ ସଂଖ୍ୟା ୧୯୨ କୋଟି ୩୮ ଲକ୍ଷ ୪୫ ହଜାର ୬୧୫ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮ ଲକ୍ଷ ୮୧ ହଜାର ୬୬୮ ଡୋଜ ଟିକା ଦିଆଯାଇଛି।

Categories
ବିଶେଷ ଖବର

ଟିକାକରଣରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍‌ବେଗ ପ୍ରକଟ

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତଧାରକଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ କହିଛନ୍ତି। ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କୋଭିଡ ଟିକାକରଣ ସଂପର୍କରେ ସମୀକ୍ଷା କରିବା ଅବସରରେ ଶ୍ରୀ ଭୂଷଣ ଏହି ପରାମର୍ଶ ଦେଇଥିବା ଜଣାଯାଇଛି।

କୋଭିଡ ଟିକାକରଣକୁ ସାରା ଦେଶରେ ମିଶନ ମୋଡ୍‌ରେ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆସନ୍ତା ଜୁନ୍‌-ଜୁଲାଇ ମାସରେ ’ହର ଘର ଦସ୍ତଖ ଅଭିଯାନ-୨’କୁ ଦୁଇମାସ ଧରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେମାନେ ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ବିସ୍ତୃତ ଭାବେ ଜିଲ୍ଲା, ବ୍ଲକ୍‌ ଏବଂ ଗ୍ରାମ୍ୟସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରାଯିବା ଉଚିତ୍‌। ‘ହର ଘର ଦସ୍ତଖ ୨.୦’ ଅଭିଯାନର ମୂଳ ଲକ୍ଷ୍ୟ ହେଲା – ଟିକାକରଣ କରାଯିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ପ୍ରଦାନ ଘର ଘର ବୁଲି ଅଭିଯାନ ମାଧ୍ୟମରେ ସଂପାଦନ କରିବା।

ବିଶେଷକରି ବୃଦ୍ଧ ବ୍ୟକ୍ତିମାନଙ୍କୁ ଘରେ ଏହି ଅଭିଯାନ ମାଧ୍ୟମରେ ଟିକାକରଣ କରାଯାଇପାରିବ। ସେହିଭଳି ସ୍କୁଲ/କଲେଜ ମାନଙ୍କରେ ଏବଂ ସ୍କୁଲରେ ପାଠ ପଢୁନଥିବା ପିଲା (ବିଶେଷକରି ୧୨-୧୮ବର୍ଷ ଆୟୁ ବର୍ଗର ଶିଶୁମାନେ), ଜେଲ୍‌, ଇଟାଭାଟି ଆଦିରେ କାମ କରୁଥିବା ପିଲାମାନଙ୍କୁ ଏହା ଦିଆଯାଇପାରିବ। ସେହିଭଳି ୬୦ବର୍ଷ ଆୟୁବର୍ଗରୁ ଅଧିକ ଲୋକମାନଙ୍କୁ ସବ୍‌ ଅପ୍ଟିମାଲ ମାତ୍ରାରେ ସାମିଲ କରାଯାଇ ହେବ। ଏହି ଟିକା ପ୍ରଦାନ କରାଗଲେ ସେମାନେ ସଂକ୍ରମଣ ବିପଦମୁକ୍ତ ହୋଇପାରିବେ। କେତେକ ରାଜ୍ୟରେ ୧୨ରୁ ୧୪ ବର୍ଷ ଆୟୁବର୍ଗର ପିଲାମାନଙ୍କୁ ଟିକାଦାନ ମାତ୍ରା ମନ୍ଥର ହୋଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା। ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଶ୍ରୀ ଭୂଷଣ ପରାମର୍ଶ ଦେଇଥିଲେ ଯେ ଟିକାକରଣକୁ ସକ୍ରିୟଭାବେ ମନିଟର କରିବା ଲାଗି ସେମାନେ ମାଇକ୍ରୋ ଯୋଜନା ଆଧାରରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରନ୍ତୁ। ସେହିଭଳି ୧୮ରୁ ୫୯ ବର୍ଷ ଆୟୁବର୍ଗର ଲୋକମାନେ ଯେଉଁ ବୁଷ୍ଟର ଡୋଜ ଟିକା ଘରୋଇ ହସ୍ପିଟାଲମାନଙ୍କରେ ନିୟମିତ ଭାବେ ନେଉଛନ୍ତି ତାହା ମଧ୍ୟ ରାଜ୍ୟ ପ୍ରଶାସନ ସମୀକ୍ଷା କରିବା ଉଚିତ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ସମୀକ୍ଷା ବୈଠକ ବେଳେ ସ୍ପଷ୍ଟଭାବେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ଦେଶବ୍ୟାପୀ କୋଭିଡ ଟିକାକରଣ ଯେଉଁ ମାତ୍ରାରେ ଜାରି ରହିଛି ସକ୍ରିୟ ଯୋଗାଯୋଗ ବ୍ୟବସ୍ଥା ଏବଂ ରଣନୀତି ଗ୍ରହଣ ଦ୍ୱାରା ତାହାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ। ସ୍ଥଳବିଶେଷରେ କ୍ଷେତ୍ରୀୟ ଯୋଗାଯୋଗ ନିମନ୍ତେ ଯାହା ସବୁଠାରୁ ଉତ୍ତମ ବ୍ୟବସ୍ଥା ବୋଲି ବିବେଚନା କରାଯିବ ତାହା ଗ୍ରହଣ କରାଗଲେ ସେଥିରୁ ଇପସିତ ସୁଫଳ ମିଳିପାରିବ। ଅତୀତରେ ଏହା ହାସଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୧ କୋଟିରୁ ଅଧିକ ଡୋଜ୍‌ କୋଭିଡ ପ୍ରତିଷେଧକ ଟିକା ଦିଆଯିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।

ରାଜ୍ୟୱାରି ଟିକାକରଣର ଯେଉଁ ତଥ୍ୟ ଉପଲବ୍ଧ ରହିଛି ତାହାକୁ ଯୋଗ୍ୟ ହିତାଧିକାରୀମାନଙ୍କ ସହ ତୁଳନା କରିବାକୁ ଶ୍ରୀ ଭୂଷଣ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେ ସୂଚୀତ କରିଥିଲେ ଯେ ଯେଉଁ ଟିକାର ଆୟୁସୀମା ଶେଷ ହୋଇଆସୁଛି ସେଗୁଡ଼ିକୁ ସେମାନେ ତୁରନ୍ତ ବ୍ୟବହାର କରିବା ଉଚିତ୍‌। କୋଭିଡ-୧୯ ପ୍ରତିଷେଧକ ଟିକା ଏକ ମୂଲ୍ୟବାନ ରାଷ୍ଟ୍ରୀୟ ସମ୍ପଦ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏଭଳି କୋଭିଡ-୧୯ ଟିକା କୌଣସି ମତେ ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସକ୍ରିୟ ପରିଚାଳନା ଦ୍ୱାରା ଏହା ସୁନିଶ୍ଚିତ କରାଯିବା ଉଚିତ ଏବଂ ’ଫାଷ୍ଟ ଏକ୍ସପାୟାରି- ଫାଷ୍ଟ ଆଉଟ୍‌’ ନୀତିରେ ଯେଉଁ ଟିକା ଡୋଜର ଏକ୍ସପାୟାରି ତାରିଖ ପାଖେଇ ଆସୁଛି ସେଗୁଡ଼ିକୁ ପ୍ରଥମେ ଟିକାକରଣ ପାଇଁ ବ୍ୟବହାର କରାଯିବା ଜରୁରି। ୨୦୨୧ ମସିହା ଡିସେମ୍ବର ମାସଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆବଶ୍ୟକତା ଅନୁସାରେ ସେମାନଙ୍କୁ ପ୍ରତିଷେଧକ ଡୋଜ୍‌ ଟିକା ଯୋଗାଇ ଦିଆଯାଉଛି। ତେଣୁ ସେମାନେ ବଳକା ଅବ୍ୟବହୃତ ଟିକାଡୋଜ୍‌ ଗୁଡ଼ିକୁ ମେ, ଜୁନ ଏବଂ ଜୁଲାଇ ମାସ ମଧ୍ୟରେ ଶେଷ କରିବା ଆବଶ୍ୟକ।

ସମୀକ୍ଷା ବୈଠକ ବେଳେ ଏହି ପ୍ରସଙ୍ଗ ଉଠିଥିଲା ଯେ କେତେକ ରାଜ୍ୟରେ କତିପୟ ବ୍ୟକ୍ତିବିଶେଷ ଯେଉଁମାନେ କି ବିଦେଶ ଗସ୍ତରେ ଯିବାକୁ ଇଛୁକ ଏବଂ ଦ୍ୱିତୀୟ ଡୋଜ ଟିକା ନେବାର ୯୦ ଦିନ ମଧ୍ୟରେ ବୁଷ୍ଟର ଡୋଜ୍‌ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କୁ ନିଜର ବିଦେଶ ଯାତ୍ରା ସଂପର୍କିତ ପ୍ରମାଣପତ୍ର ଦେଖାଇବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୌଣସି ପରିସ୍ଥିତିରେ କୌଣସି କୋଭିଡ-୧୯ ଟିକାକରଣ କେନ୍ଦ୍ର ଅଥବା ରାଜ୍ୟ ସରକାର ଯେଉଁମାନେ ବିଦେଶ ଯାତ୍ରା ପୂର୍ବରୁ ବୁଷ୍ଟର ଡୋଜ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ତଥ୍ୟଗତ ପ୍ରମାଣ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଯାଇ ସାରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୪ ଘଣ୍ଟାରେ ୨୮୨୭ ଆକ୍ରାନ୍ତ ଚିହ୍ନଟ, ୨୪ ମୃତ୍ୟୁ, ସୁସ୍ଥ ହେଲେ ୩୨୩୦ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କୋଭିଡ-୧୯ ର ୨୮୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୧ ଲକ୍ଷ ୧୩ ହଜାର ୪୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହି ସଂଖ୍ୟା ୧୯ ହଜାର ୬୭ କୁ ଖସି ଆସିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆଉ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ମୃତ୍ୟୁ ସଂଖ୍ୟା ୫,୨୪,୧୮୧ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୭୦ ହଜାର ୧୬୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୬୦ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୧୩୩୫ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶର କରୋନାର ସର୍ବଶେଷ ପରିସ୍ଥିତି କ’ଣ ଜାଣନ୍ତୁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୧ ହଜାର ୪୦୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୧୩ ହଜାର ୪୪୫ କୁ ହ୍ରାସ ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୨୬୪ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୯୨ ହଜାର ୩୨୬ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୨୭ ହଜାର ୩୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୩୫ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୩୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୧୨୨୫ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶର କରୋନାର ସର୍ବଶେଷ ପରିସ୍ଥିତି କ’ଣ ଜାଣନ୍ତୁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୧ ହଜାର ୯୧୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୧୩ ହଜାର ୬୭୨ କୁ ହ୍ରାସ ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୧୮୧ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୯୦ ହଜାର ୯୨୨ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୨୫ ହଜାର ୭୭୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

Categories
ଆଜିର ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୭୭୮ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାରକୁ ହ୍ରାସ

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୭୭୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୫୮୧ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୨ ହଜାର ୭୪୯ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୫୪୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୮୭ କୁ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୩ ହଜାର ୫୭ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୫୮୧ ଆକ୍ରାନ୍ତ, କରୋନାରେ ମୃତ୍ୟୁ ସଂଖ୍ୟା ୩୩

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୮୧ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୧ ହଜାର ୫୪୯ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୦ ହଜାର ୯୭୧ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୭୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୯୧୩ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୪୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୦ ହଜାର ୫୧୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଚିହ୍ନଟ ହେଲେ ୧ ହଜାର ୫୪୯ ଆକ୍ରାନ୍ତ, କରୋନାରେ ମୃତ୍ୟୁ ସଂଖ୍ୟା ୩୧

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୫୪୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ୨ ହଜାର ୭୫ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୯ ହଜାର ୩୯୦ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୬୫୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୫ ହଜାର ୧୦୬ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୧୦ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୬୭ ହଜାର ୭୭୪ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ ଘଣ୍ଟାରେ ୨ ହଜାର ୫୩୯ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ମାମଲା ୩୦ ହଜାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୨ ହଜାର ୫୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଗତକାଲି ତୁଳନାରେ ୧୧.୭ ପ୍ରତିଶତ କମ୍ ଅଟେ। ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୦ ଲକ୍ଷ ୧ ହଜାର ୪୭୭ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ମୋଟ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୧୬ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୦ ହଜାରକୁ ଖସି ଆସିଛି। ବର୍ତ୍ତମାନ ଦେଶରେ ୩୦ ହଜାର ୭୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୯୧ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୪ ଲକ୍ଷ ୫୪ ହଜାର ୫୪୬ ଲୋକ ଏହି ମହାମାରୀକୁ ପରାସ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ହ୍ରାସ ପାଇଲା କରୋନା ମାମଲା, ୩୪ ମାସ ପରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ୬୧୪ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ୩୪ ମାସ ପରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନା ମହାମାରୀ ଯୋଗୁଁ ୮୯ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ୮୯ ଜଣ ମୃତ୍ୟୁ ପଞ୍ଜିକରଣ କରିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୫ ହଜାର ୮୦୩ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୫୦ ହଜାରରୁ କମ ହୋଇଯାଇଛି। ବର୍ତ୍ତମାନ ଦେଶରେ ୪୦ ହଜାର ୫୫୯ ମାମଲା ସକ୍ରିୟ ଅଛି। ତେବେ ଗତକାଲି କୋଭିଡ଼ରୁ ୫ ହଜାର ୧୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଦେଶର 4 ଟି ରାଜ୍ୟରେ 50 ହଜାରରୁ ଅଧିକ ସକ୍ରିୟ ମାମଲା, ଏବେ ବି ଟଳିନି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ଲଭ ଅଗ୍ରୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ଗତ ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ପ୍ରତିଦିନ ହାରାହାରି 26,49,005 ଜଣ କରୋନାରେ ସଂକ୍ରମିତ ହେଉଛନ୍ତି। ଏହା ସହିତ ମାମଲା ମଧ୍ୟ ହ୍ରାସ ପାଉଛି ବୋଲି ମନ୍ତ୍ରଣାଳୟ କହିଛି। ଜାନୁଆରୀ 26 ତାରିଖରୁ ଫେବୃଆରୀ 1 ତାରିଖ ମଧ୍ୟରେ, ପ୍ରତିଦିନ 31,44,622 ମାମଲା ଆସୁଥିଲା। ବର୍ତ୍ତମାନ ସେଗୁଡ଼ିକ ହ୍ରାସ ପାଉଛି। ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, 140 ଦେଶରେ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ 10 ଟି ଦେଶରୁ 40% ମାମଲା ଆସୁଛି।

ଆମେରିକା, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନରେ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ଲଭ ଅଗ୍ରୱାଲ କହିଛନ୍ତି। ଭାରତ ବିଷୟରେ ସେ କହିଥିଲେ ଯେ, ଭାରତରେ 7,90,789 ସକ୍ରିୟ ମାମଲା ଅଛି। ଗତ ସପ୍ତାହରେ, ପ୍ରତିଦିନ ହାରାହାରି 96,392 ମାମଲା ରିପୋର୍ଟ କରାଯାଉଥିଲା। ଅଗ୍ରୱାଲ କହିଛନ୍ତି ଯେ, ଜାନୁୟାରୀ 21 ତାରିଖରେ ଦିନରେ 3,47,254 ମାମଲା ଆସିଥିଲା। ବର୍ତ୍ତମାନ 80% ମାମଲା ହ୍ରାସ ପାଇଛି, ଆଜି 67,084 ମାମଲା ରୁଜୁ ହୋଇଛି।

ଦେଶରେ କୋଭିଡ ପଜିଟିଭିଟି ହାର ବିଷୟରେ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ଏହା 4.44% କୁ ଖସି ଆସିଛି। ସେ କହିଛନ୍ତି ଯେ, 50 ହଜାରରୁ ଅଧିକ ସକ୍ରିୟ ମାମଲା ଥିବା ରାଜ୍ୟ ସଂଖ୍ୟା 8 ରୁ 4 କୁ ହ୍ରାସ ପାଇଛି। ଏଥି ସହିତ 21 ଟି ରାଜ୍ୟରେ 10 ହଜାରରୁ କମ୍ ସକ୍ରିୟ ମାମଲା ରହିଛି। ଅଗ୍ରୱାଲ କହିଛନ୍ତି ଯେ, କେରଳରେ 2.5 ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। 4 ଟି ରାଜ୍ୟରେ 61% ରୁ ଅଧିକ ସକ୍ରିୟ ମାମଲା ଅଛି। ଏଥି ସହିତ 34 ଟି ରାଜ୍ୟରେ ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟପ୍ରଦେଶ ରାଜସ୍ଥାନରେ ମାମଲା ହ୍ରାସ ପାଉଛି ବୋଲି ସେ କହିଛନ୍ତି। ଅଗ୍ରୱାଲ କହିଛନ୍ତି ଯେ, 160 ଟି ଜିଲ୍ଲାର ପଜିଟିଭିଟି ହାର 5 ରୁ 10% ରହିଛି। ଏଥି ସହିତ 5% ରୁ କମ୍ ପଜିଟିଭିଟି ହାର ଥିବା ଜିଲ୍ଲା ସଂଖ୍ୟା 268 ରୁ 433 କୁ ଆସିଛି।

କୋଭିଡ ଟୀକାକରଣ ବିଷୟରେ ସୂଚନା ଦେଇ ଲଭ ଅଗ୍ରୱାଲ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶର 96% ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ପ୍ରାୟ 78% ଲୋକ ଏହି ଟୀକାକରଣର ଦ୍ୱିତୀୟ ମାତ୍ରା ଗ୍ରହଣ କରିଛନ୍ତି। ଅଗ୍ରୱାଲ କହିଛନ୍ତି ଯେ, ବୁଷ୍ଟର ଡୋଜ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା 1.61 କୋଟିରେ ପହଞ୍ଚିଛି। 16 ଟି ରାଜ୍ୟରେ ଶତପ୍ରତିଶତ ଲୋକ ଏହି ଟିକା ଗ୍ରହଣ କରିଛନ୍ତି।

ଏଥି ସହିତ, ନୂତନ ଭ୍ରମଣ ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଲଭ ଅଗ୍ରୱାଲ କହିଛନ୍ତି ଯେ, ଆଜିଠାରୁ ଆନ୍ତର୍ଜାତୀୟ ଭ୍ରମଣ ପରାମର୍ଶଦାତା ଜାରି କରାଯାଇଛି। 82 ଟି ଦେଶରୁ ଆସୁଥିବା ଲୋକଙ୍କୁ ଯେଉଁଠାରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଦିଆଯାଇଛି ସେମାନଙ୍କୁ ଟିକା ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡିବ। ସେ କହିଛନ୍ତି ଯେ, ଅଧିକ ବିପଦ ଥିବା ଦେଶର ତାଲିକା ହଟାଇ ଦିଆଯାଇଛି। ପୂର୍ବରୁ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ କରିବା ଆବଶ୍ୟକ ଥିଲା, ବର୍ତ୍ତମାନ କୌଣସି ଯାତ୍ରୀଙ୍କୁ ଅଟକାଇ ଦିଆଯିବ ନାହିଁ। ଏହା ସହିତ, ବିଦେଶରୁ ଆସୁଥିବା ଯାତ୍ରୀମାନେ 14 ଦିନ ପାଇଁ ଆତ୍ମ-ମନିଟରିଂ କରିବା ସହିତ 7 ଦିନର ଘର କ୍ଵାରେଣ୍ଟିନକୁ ପାଳନ କରିବେ।

ଅନ୍ୟପକ୍ଷରେ, ନୀତି ଆୟୋଗ ସଦସ୍ୟ ଡ ଭି.କେ ପଲ କହିଛନ୍ତି ଯେ, ସ୍ଥିତି ସୁଧୁରୁଛି ଏବଂ ଭଲ ସଙ୍କେତ ଅଛି। ଗତ ଚାରି ଦିନ ଧରି 1 ଲକ୍ଷରୁ କମ୍ ମାମଲା ଆସୁଛି। ପଜିଟିଭିଟି ହାର 5% କୁ ଖସି ଆସିଛି। ପଲ କହିଛନ୍ତି କିନ୍ତୁ, କେରଳର 29% ପଜିଟିଭିଟି ହାର ରହିଛି, ମିଜୋରାମ, ହିମାଚଳ, ଅରୁଣାଚଳ ସିକ୍କିମରେ ମାମଲା ଗୁରୁତର ରହିଛି।

ସେ କହିଛନ୍ତି ଯେ ଉତ୍ତର ପୂର୍ବର 40 ଟି ଜିଲ୍ଲାରେ ପଜିଟିଭ ବୃଦ୍ଧି ପାଉଛି। ତାହା ହେଉଛି, ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ପଲ କହିଛନ୍ତି ଯେ, ଆମକୁ ତଥାପି ସତର୍କ ରହିବାକୁ ପଡିବ। WHO ଅନୁଯାୟୀ ଭବିଷ୍ୟତର ବିପଦ ମଧ୍ୟ ଶେଷ ହୋଇନାହିଁ। ଭାଇରସ୍ ସ୍ମାର୍ଟର ହୋଇପାରେ।

Categories
ବିଶେଷ ଖବର

କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ପ୍ରାୟ 8 ସପ୍ତାହ ସ୍ଥଗିତ ରହିଲା NEET PG ପରୀକ୍ଷା

ନୂଆଦିଲ୍ଲୀ: NEET PG ପରୀକ୍ଷାକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, NEET PG 2022 ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ 6 ରୁ 8 ସପ୍ତାହ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏହି ପରୀକ୍ଷା ମାର୍ଚ୍ଚ 12 ତାରିଖରେ ଅନୁଷ୍ଠିତ ହେବାର ଥିଲା।

ଆଜି NEET PG ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ NEET ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିବାର ଥିଲା। ଆବେଦନକାରୀମାନେ ସେମାନଙ୍କ ଆବେଦନରେ ମେଡିକାଲ ଇଣ୍ଟର୍ନସିପ ବିଷୟରେ ଉଲ୍ଲେଖ କରିଥିଲେ। ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ୍ ସମାପ୍ତ କରିନାହାଁନ୍ତି। ସେମାନେ କହିଛନ୍ତି ଯେ, ସମସ୍ତ ସିଟ୍ ଏକାସାଙ୍ଗରେ ଦୁଇଟି ବ୍ୟାଚକୁ କିପରି ଯୋଗାଇ ଦିଆଯାଇପାରିବ। ସେଥିପାଇଁ ମାର୍ଚ୍ଚ 12 ତାରିଖରେ ପରୀକ୍ଷା କରିବା ଠିକ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କିଶୋରମାନଙ୍କର ଦ୍ୱିତୀୟ ଡୋଜ ପାଇଁ ସମୟ ଆସିଛି, ଟିକା ନିଅନ୍ତୁ: ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: କରୋନାର ତୃତୀୟ ତରଙ୍ଗ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଚିଠି ଲେଖି ୧୫ ରୁ ୧୮ ବର୍ଷର ସମସ୍ତ ପିଲାଙ୍କୁ ଦ୍ୱିତୀୟ ଥର ଟିକା ଦେବା ପାଇଁ ନିବେଦନ କରିଛି। ବର୍ତ୍ତମାନ କିଶୋରମାନଙ୍କ ପାଇଁ ଦ୍ଵିତୀୟ ଡୋଜ ଟୀକା ନେବାର ସମୟ ଆସିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଲାଙ୍କୁ ଦ୍ୱିତୀୟ ଡୋଜ ଠିକ୍ ସମୟରେ ଦିଆଯିବା ଆବଶ୍ୟକ ଏବଂ ଏଥିପାଇଁ ସମସ୍ତ ମୌଳିକ ସୁବିଧା ଶୀଘ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ। ଅଧିକାରୀଙ୍କ ନିକଟରେ ନିର୍ଦ୍ଦେଶନାମା ଜାରି କରାଯାଇଛି ଯେ, ଟୀକାକରଣର ଦ୍ୱିତୀୟ ଡୋଜ ୧୫ ରୁ ୧୮ ବର୍ଷ ବୟସ୍କ କିଶୋରମାନେ ଠିକ୍ ସମୟରେ ନିଶ୍ଚିତ କରନ୍ତୁ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ‘କୋଭାକ୍ସିନ୍’ ୧୫ ରୁ ୧୮ ବର୍ଷ ମଧ୍ୟରେ ବ୍ୟବହୃତ ହେଉଛି ଏବଂ ପ୍ରଥମ ଏବଂ ଦ୍ୱିତୀୟ ମାତ୍ରା ମଧ୍ୟରେ ୨୮ ଦିନର ବ୍ୟବଧାନ ରହିଛି। ଏହିପରି ଭାବରେ, ଜାନୁଆରୀ ୩ ତାରିଖରେ ଟିକାର ପ୍ରଥମ ଖୁରାକ ଗ୍ରହଣ କରିଥିବା କିଶୋରମାନେ ଜାନୁୟାରୀ ୩୧ ତାରିଖରୁ ଦ୍ୱିତୀୟ ଖୁରାକ ପାଇବାକୁ ‘ଯୋଗ୍ୟ’ ହୋଇପାରିଛନ୍ତି। କୋରାନା ବିରୁଦ୍ଧରେ ‘ଯୁଦ୍ଧ’ ଜିତିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୂଚୀରେ ଟୀକାକରଣର ଉଭୟ ମାତ୍ରା ପୂରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଓମିକ୍ରନ୍ ସଂକ୍ରମଣକୁ ଦେଖି ନିର୍ଦ୍ଦେଶନାମା ଜାରି, ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣିଥରେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ଓମିକ୍ରୋନର ବଢୁଥିବା ବିପଦ ମଧ୍ୟରେ ଅସ୍ଥାୟୀ ଡାକ୍ତରଖାନା ଗଠନ, ଘରରେ ପୃଥକବାସ ଉପରେ ନଜର ରଖିବା ଏବଂ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ର କହିଛି। ଦେଶରେ ଦୈନିକ କରୋନା ଆକ୍ରାନ୍ତ ୨୨ ହଜାର ଅତିକ୍ରମ କରିଛି। ଦ୍ୱିତୀୟ ତରଙ୍ଗ ପରେ ଦେଶରେ କରୋନା ମାମଲା ୬ ହଜାର ତଳକୁ ଖସି ଆସିଥିଲା। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟର ଚିହ୍ନଟ ପରେ କରୋନା ପୁନର୍ବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଓମିକ୍ରନ୍ ସମେତ କୋଭିଡଙ୍କ କ୍ଷେତ୍ରରେ ତୀବ୍ର ବୃଦ୍ଧି ଘଟିଛି।

ଭାରତରେ ଶନିବାର ଦିନ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୫୭୫ କରୋନା ମାମଲା ରୁଜୁ ହୋଇଛି। ଏହି କାରଣରୁ, କରୋନାର ତୃତୀୟ ତରଙ୍ଗର ଭୟ ମଧ୍ୟ ଗଭୀର ହେବାରେ ଲାଗିଛି। ଦିଲ୍ଲୀରେ ସମ୍ପ୍ରଦାୟ ସଂକ୍ରମଣ ବିସ୍ତାର ହୋଇଥିବା ବିଶେଷଜ୍ଞମାନେ ମଧ୍ୟ ଦାବି କରିଛନ୍ତି। ବଢୁଥିବା ସଂକ୍ରମଣ ମଧ୍ୟରେ ଦିଲ୍ଲୀ ସରକାର ୟେଲୋ ଆଲର୍ଟ ଅଧୀନରେ ସମସ୍ତ ପ୍ରତିବନ୍ଧକ ଲାଗୁ କରିଛନ୍ତି। ପରିସଂଖ୍ୟାନରୁ ଜଣାପଡିଛି ଯେ, ଦେଶର ଶିଳ୍ପାଞ୍ଚଳ ରାଜଧାନୀ ମୁମ୍ବାଇ, କୋଲକାତା ଭଳି ଜନବହୁଳ ମହାନଗରରେ କରୋନା ମାମଲାରେ ତୀବ୍ର ଲମ୍ଫ ଦେଉଛି।

ଗତ ବର୍ଷ ଏପ୍ରିଲ-ମେ ମାସରେ ଭାରତରେ କରୋନାର ଦ୍ୱିତୀୟ ତରଙ୍ଗ ଆସିଥିଲା। ଏଥିରେ ଦୈନିକ ମାମଲା ଚାରି ଲକ୍ଷ ଅତିକ୍ରମ କରିଥିଲା। ସେହି ସମୟ ମଧ୍ୟରେ କୋଭିଡ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଡାକ୍ତରଖାନାରେ ଚିକିତ୍ସା କିମ୍ବା ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଂଗ୍ରେସ ନେତାଙ୍କ ଦାବି: ଗାଈ ବାଛୁରୀର ସେରମ୍ ରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟୀକା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି।

ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ହେଲା ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା: ଏପର୍ଯ୍ୟନ୍ତ ଦିଆଯାଇଛି ୧୯ କୋଟିରୁ ଉର୍ଦ୍ଧ୍ଵ ଟୀକା

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୭୮୨ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି। କ୍ରମାଗତ ପଞ୍ଚମ ଦିନରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯ କୋଟି ୫୦ ଲକ୍ଷ ୪ ହଜାର ୧୮୪ ଡୋଜ ଟୀକା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରର ପ୍ରାଥମିକତା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାସ୍ତବ ଟିକାକରଣ ଭଳି ଡ୍ରାଏ ରନ୍ ଚାଲିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯାଉଛି।

ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ପୋଲିଓ ଟିକାକାରଣ ବେଳେ ମଧ୍ୟ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ସେହି ଟିକା ଏବେ ସଫଳ ହୋଇଛି। ଏବଂ ଦେଶ ଆଜି ପୋଲିଓ ମୁକ୍ତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଟୀକା ମୁକ୍ତରେ ମିଳିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୩ ହଜାର ୯୫୦ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୯୫୦ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ ୬୬ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୯ ହଜାର ୨୪୦ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୬୩ ହଜାର ୩୮୨ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।