Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟିକାକରଣରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍‌ବେଗ ପ୍ରକଟ
ବିଶେଷ ଖବର

ଟିକାକରଣରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍‌ବେଗ ପ୍ରକଟ

May 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତଧାରକଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ କହିଛନ୍ତି। ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କୋଭିଡ ଟିକାକରଣ ସଂପର୍କରେ ସମୀକ୍ଷା କରିବା ଅବସରରେ ଶ୍ରୀ ଭୂଷଣ ଏହି ପରାମର୍ଶ ଦେଇଥିବା ଜଣାଯାଇଛି।

କୋଭିଡ ଟିକାକରଣକୁ ସାରା ଦେଶରେ ମିଶନ ମୋଡ୍‌ରେ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆସନ୍ତା ଜୁନ୍‌-ଜୁଲାଇ ମାସରେ ’ହର ଘର ଦସ୍ତଖ ଅଭିଯାନ-୨’କୁ ଦୁଇମାସ ଧରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେମାନେ ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ବିସ୍ତୃତ ଭାବେ ଜିଲ୍ଲା, ବ୍ଲକ୍‌ ଏବଂ ଗ୍ରାମ୍ୟସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରାଯିବା ଉଚିତ୍‌। ‘ହର ଘର ଦସ୍ତଖ ୨.୦’ ଅଭିଯାନର ମୂଳ ଲକ୍ଷ୍ୟ ହେଲା – ଟିକାକରଣ କରାଯିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ପ୍ରଦାନ ଘର ଘର ବୁଲି ଅଭିଯାନ ମାଧ୍ୟମରେ ସଂପାଦନ କରିବା।

ବିଶେଷକରି ବୃଦ୍ଧ ବ୍ୟକ୍ତିମାନଙ୍କୁ ଘରେ ଏହି ଅଭିଯାନ ମାଧ୍ୟମରେ ଟିକାକରଣ କରାଯାଇପାରିବ। ସେହିଭଳି ସ୍କୁଲ/କଲେଜ ମାନଙ୍କରେ ଏବଂ ସ୍କୁଲରେ ପାଠ ପଢୁନଥିବା ପିଲା (ବିଶେଷକରି ୧୨-୧୮ବର୍ଷ ଆୟୁ ବର୍ଗର ଶିଶୁମାନେ), ଜେଲ୍‌, ଇଟାଭାଟି ଆଦିରେ କାମ କରୁଥିବା ପିଲାମାନଙ୍କୁ ଏହା ଦିଆଯାଇପାରିବ। ସେହିଭଳି ୬୦ବର୍ଷ ଆୟୁବର୍ଗରୁ ଅଧିକ ଲୋକମାନଙ୍କୁ ସବ୍‌ ଅପ୍ଟିମାଲ ମାତ୍ରାରେ ସାମିଲ କରାଯାଇ ହେବ। ଏହି ଟିକା ପ୍ରଦାନ କରାଗଲେ ସେମାନେ ସଂକ୍ରମଣ ବିପଦମୁକ୍ତ ହୋଇପାରିବେ। କେତେକ ରାଜ୍ୟରେ ୧୨ରୁ ୧୪ ବର୍ଷ ଆୟୁବର୍ଗର ପିଲାମାନଙ୍କୁ ଟିକାଦାନ ମାତ୍ରା ମନ୍ଥର ହୋଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା। ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଶ୍ରୀ ଭୂଷଣ ପରାମର୍ଶ ଦେଇଥିଲେ ଯେ ଟିକାକରଣକୁ ସକ୍ରିୟଭାବେ ମନିଟର କରିବା ଲାଗି ସେମାନେ ମାଇକ୍ରୋ ଯୋଜନା ଆଧାରରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରନ୍ତୁ। ସେହିଭଳି ୧୮ରୁ ୫୯ ବର୍ଷ ଆୟୁବର୍ଗର ଲୋକମାନେ ଯେଉଁ ବୁଷ୍ଟର ଡୋଜ ଟିକା ଘରୋଇ ହସ୍ପିଟାଲମାନଙ୍କରେ ନିୟମିତ ଭାବେ ନେଉଛନ୍ତି ତାହା ମଧ୍ୟ ରାଜ୍ୟ ପ୍ରଶାସନ ସମୀକ୍ଷା କରିବା ଉଚିତ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ସମୀକ୍ଷା ବୈଠକ ବେଳେ ସ୍ପଷ୍ଟଭାବେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ଦେଶବ୍ୟାପୀ କୋଭିଡ ଟିକାକରଣ ଯେଉଁ ମାତ୍ରାରେ ଜାରି ରହିଛି ସକ୍ରିୟ ଯୋଗାଯୋଗ ବ୍ୟବସ୍ଥା ଏବଂ ରଣନୀତି ଗ୍ରହଣ ଦ୍ୱାରା ତାହାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ। ସ୍ଥଳବିଶେଷରେ କ୍ଷେତ୍ରୀୟ ଯୋଗାଯୋଗ ନିମନ୍ତେ ଯାହା ସବୁଠାରୁ ଉତ୍ତମ ବ୍ୟବସ୍ଥା ବୋଲି ବିବେଚନା କରାଯିବ ତାହା ଗ୍ରହଣ କରାଗଲେ ସେଥିରୁ ଇପସିତ ସୁଫଳ ମିଳିପାରିବ। ଅତୀତରେ ଏହା ହାସଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୧ କୋଟିରୁ ଅଧିକ ଡୋଜ୍‌ କୋଭିଡ ପ୍ରତିଷେଧକ ଟିକା ଦିଆଯିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।

ରାଜ୍ୟୱାରି ଟିକାକରଣର ଯେଉଁ ତଥ୍ୟ ଉପଲବ୍ଧ ରହିଛି ତାହାକୁ ଯୋଗ୍ୟ ହିତାଧିକାରୀମାନଙ୍କ ସହ ତୁଳନା କରିବାକୁ ଶ୍ରୀ ଭୂଷଣ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେ ସୂଚୀତ କରିଥିଲେ ଯେ ଯେଉଁ ଟିକାର ଆୟୁସୀମା ଶେଷ ହୋଇଆସୁଛି ସେଗୁଡ଼ିକୁ ସେମାନେ ତୁରନ୍ତ ବ୍ୟବହାର କରିବା ଉଚିତ୍‌। କୋଭିଡ-୧୯ ପ୍ରତିଷେଧକ ଟିକା ଏକ ମୂଲ୍ୟବାନ ରାଷ୍ଟ୍ରୀୟ ସମ୍ପଦ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏଭଳି କୋଭିଡ-୧୯ ଟିକା କୌଣସି ମତେ ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସକ୍ରିୟ ପରିଚାଳନା ଦ୍ୱାରା ଏହା ସୁନିଶ୍ଚିତ କରାଯିବା ଉଚିତ ଏବଂ ’ଫାଷ୍ଟ ଏକ୍ସପାୟାରି- ଫାଷ୍ଟ ଆଉଟ୍‌’ ନୀତିରେ ଯେଉଁ ଟିକା ଡୋଜର ଏକ୍ସପାୟାରି ତାରିଖ ପାଖେଇ ଆସୁଛି ସେଗୁଡ଼ିକୁ ପ୍ରଥମେ ଟିକାକରଣ ପାଇଁ ବ୍ୟବହାର କରାଯିବା ଜରୁରି। ୨୦୨୧ ମସିହା ଡିସେମ୍ବର ମାସଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆବଶ୍ୟକତା ଅନୁସାରେ ସେମାନଙ୍କୁ ପ୍ରତିଷେଧକ ଡୋଜ୍‌ ଟିକା ଯୋଗାଇ ଦିଆଯାଉଛି। ତେଣୁ ସେମାନେ ବଳକା ଅବ୍ୟବହୃତ ଟିକାଡୋଜ୍‌ ଗୁଡ଼ିକୁ ମେ, ଜୁନ ଏବଂ ଜୁଲାଇ ମାସ ମଧ୍ୟରେ ଶେଷ କରିବା ଆବଶ୍ୟକ।

ସମୀକ୍ଷା ବୈଠକ ବେଳେ ଏହି ପ୍ରସଙ୍ଗ ଉଠିଥିଲା ଯେ କେତେକ ରାଜ୍ୟରେ କତିପୟ ବ୍ୟକ୍ତିବିଶେଷ ଯେଉଁମାନେ କି ବିଦେଶ ଗସ୍ତରେ ଯିବାକୁ ଇଛୁକ ଏବଂ ଦ୍ୱିତୀୟ ଡୋଜ ଟିକା ନେବାର ୯୦ ଦିନ ମଧ୍ୟରେ ବୁଷ୍ଟର ଡୋଜ୍‌ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କୁ ନିଜର ବିଦେଶ ଯାତ୍ରା ସଂପର୍କିତ ପ୍ରମାଣପତ୍ର ଦେଖାଇବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୌଣସି ପରିସ୍ଥିତିରେ କୌଣସି କୋଭିଡ-୧୯ ଟିକାକରଣ କେନ୍ଦ୍ର ଅଥବା ରାଜ୍ୟ ସରକାର ଯେଉଁମାନେ ବିଦେଶ ଯାତ୍ରା ପୂର୍ବରୁ ବୁଷ୍ଟର ଡୋଜ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ତଥ୍ୟଗତ ପ୍ରମାଣ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଯାଇ ସାରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ କୋଭିଡ଼-୧୯ ଟିକାକରଣ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ
Share. Facebook Twitter LinkedIn Email WhatsApp Copy Link

Related Posts

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭା ବିଶେଷାଧିକାର କମିଟିର ନୋଟିସ: ଜାଣନ୍ତୁ କାରଣ

August 14, 2026
Latest News

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.