Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା ଉଦ୍ଗାଟିତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ରେ ଉଦ୍ଘାଟକ ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମାକରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ ହିତାଧିକାରୀଙ୍କୁ ସଂଯୋଗ କରିବାପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମେଳା ୨ ୦୨୫ ସମ୍ଵନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ମେଳାର ସଫଳତା ଦିଗରେ ସହଯୋଗ ଲୋଡିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମନ୍ତ୍ରୀ ଆଇନ, ପୂର୍ତ୍ତ ଏବଂ ଅବକାରୀ ପୃଥିବୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇଥିଲେ।

ସେହିପରି ହାଵେଲି ପଡିଆଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା -୨୦୨୫ ଉଦ୍ଘାଟନ କରି ଉଦବୋଧନରେ କହିଲେ ଯେ, ରାଜ୍ୟ ସରକାରଙ୍କ ଶାସନର ଏକବର୍ଷ ଶାସନ ପୂର୍ତ୍ତି ରେ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନା ଲାଗୁ କରି ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ପହଞ୍ଚିବାକୁ ଦୃତ ବେଗରେ ଅଗ୍ରସର ହେଉଅଛି, ଯାହା ଆଜିର ଏହି ବିକାଶ ମେଳାରେ ଜନସାଧାରଣଙ୍କ ଉପଲବ୍ଧିରୁ ଜଣାଯାଏ।

ସେହିପରି ପୂର୍ବଦ୍ୟୋୟ ଭାରତ ବର୍ଷର ବିକାଶରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଓଡ଼ିଆ ଜାତିର ସମ୍ମାନ, ଅସ୍ମିତା ଓ ବିକାଶକୁ ଆଗକୁ ନେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ସରକାରଙ୍କ ଉତ୍ସଵ ପାଳନର ମାନସିକତା ନୁହେଁ। ସମସ୍ତ ଯୋଜନାର ପରିଭାଷାକୁ ଲୋକଙ୍କ ଭିତରେ ପରିଚୟ କରିବା ମୁଖ୍ୟ ଉଦ୍ଦେଶ୍ୟ ଓ ନିଛକ ପ୍ରଚେଷ୍ଟା। ବିଗତ ଦିନରେ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ବୃଦ୍ଧି ନହୋଇଥିବା ବେଳେ ଏକ ବର୍ଷ ବର୍ତ୍ତମାନ ଲୋକଙ୍କ ସରକାରରେ ଚାକିରି ବୟସ ସୀମା ୪୨ କୁ ବୃଦ୍ଧି କରାଯାଇଛି।

ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଦିନରେ ଚାଷୀଙ୍କୁ ୮୦୦ଟଙ୍କା ଇନପୁଟ ସବସିଡି ଦେଇ ଚାଷୀଙ୍କ ମେରୁଦଣ୍ଡକୁ ସୁଦୃଢ କରିଛନ୍ତି। ୨୧ କଥାରୁ ୧୧ ଗୋଟି କଥା ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି ବୋଲି ଉଦବୋଧନ ରଖି ଖୋର୍ଦ୍ଧା ଜିଲ୍ଲାକୁ ସମ୍ବୁଦ୍ଧ ଓ ପ୍ରଗତିଶୀଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦବୋଧନରେ କହିଲେ ଯେ, ବର୍ତ୍ତମାନ ଲୋକଙ୍କ ସରକାର ସ୍ଥାପିତ ହେଲା ଯେଉଁଥିରେ ବର୍ଷ ଏକରେ ସଫଳତା ଅନେକ। ଲୋକହିତକର ଯୋଜନାରେ ସରକାର ପ୍ରଥମ ଦିବସରୁ ପ୍ରତ୍ୟେକ ମୂହୁର୍ତ୍ତ ଓ ଘଣ୍ଟାରେ ଚିନ୍ତା କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ଯୋଗାଯୋଗ, ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ, ହସ୍ତ ଶିଳ୍ପ ଓ ବୟନ ଶିଳ୍ପ, ସହରୀ ସଡ଼କ ଯୋଜନା, ଗଡଖୋର୍ଦ୍ଧା ଭିତ୍ତି ଭୂମି ଅସ୍ମିତାର ବିକାଶ ପ୍ରକଳ୍ପ ସହ ନୂଆ ଖୋର୍ଦ୍ଧା ଜିଲ୍ଲା ଗଠନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ରାଜ୍ୟସରକାର ଆରମ୍ଭ କରିସାରିଥିବା ବେଳେ ସୁଭଦ୍ରା ଲକ୍ଷପତି ଦିଦି ଭଳି ଯୁଗାନ୍ତକାରୀ ଯୋଜନାରେ ସଫଳତା ନାରୀ ସଶକ୍ତି କରଣରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ସ୍ଥଳେ ବିକଶିତ ଓଡ଼ିଶା ଗଠନରେ ଖୋର୍ଦ୍ଧା ଜିଲ୍ଲାର ଅବଦାନ ଚରିତାର୍ଥ କରିବା ବୋଲି ଉଦବୋଧନ ଦେଇଥିଲେ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ କହିଲେ ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୁଗାନ୍ତକାରୀ ଯୋଜନାରେ ଲୋକଙ୍କୁ ପରିଚିତ କରିବା ସହ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଇ ମୁଖ୍ୟସ୍ରୋତରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆଜି ହେଉଛି ଖୋର୍ଦ୍ଧା ବିକାଶ ମେଳାର ଉଦ୍ଦେଶ୍ୟ। ଏହି ମେଳାରେ ଜିଲ୍ଲାବାସୀ ସାମିଲ ହୋଇ ଯୋଜନାର ସୁଫଳ ନେବାକୁ ଆହ୍ଵାନ ଦେବାସହ ଅହମ୍ମଦାବାଦ ଏବଂ ଲଣ୍ଡନ ଏଆର ଇଣ୍ଡିଆ ଫ୍ଲାଇଟ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, କ୍ରିଷ୍ଣା ଜେନା, ସହକାରୀ କଲେକ୍ଟର, ଦେବବ୍ରତ କର, ଡେପୁଟି କଲେକ୍ଟର ଏବଂ ସିମଲିନ ଚଂପତି, ଜେଆରଏ, ରାଜେଶ କୁମାର ସାମନ୍ତରାୟ,ଶୁଭାଲକ୍ଷ୍ମି ବେହେରା ପ୍ରରସ୍କୃତ ହୋଇଥିଲେ।

ବସୁନ୍ଧରା ଯୋଜନାରେ ଶାନ୍ତିଲତା ବେହେରା, ପ୍ରଭାତ କୁମାର ଦାସ, କାଦମ୍ବିନୀ ଦାସ, ମାମା ସ୍ବାଇଁ, ନାଥ ସୁବୁଦ୍ଧି,ଦୁଲାମ ମଙ୍ଗରାଜଙ୍କୁ ନେଇ ରାସନ କାର୍ଡ ରେ ୧୫ ହିତାଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ରେ ବିବାହ ରାଶି ପ୍ରୋତ୍ସାହନ ପୁଜାରାନି ଗୋଛୟତଙ୍କୁ, ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଶୁକାନ୍ତଦାସ, ବର୍ଦ୍ଧିତ ଭତ୍ତା ମୂରଲୀଧର ବେହେରା, ଶ୍ରବଣ ବାଧିତ ଜିବାଂଶ ବେହେରା, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ସାହୁ, ଶାରୀରିକ ଭିନ୍ନକ୍ଷମ ବିଜୟ ରଞ୍ଜନ ସାହୁ, ଶ୍ରବଣ ବାଢ଼ିତ ଛାତ୍ରୀ ଜ୍ୟୋସ୍ନା ମୟୀ ସାହୁ, ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୁଟତିକାଲିନ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅନସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା,, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା

ଶେଷରେ ଅତିରିକ୍ତ ଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ବେଉରା ଧନ୍ୟ ବାଦ୍ ପ୍ରଦାନ କରିଥିଲେ।  ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା

ଖୋର୍ଦ୍ଧା: ଓଡ଼ିଶା ବିଧାନସଭା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସ୍ଥାୟୀ ସ୍ତାଣ୍ଡିଂ କମିଟି ୯ମ, ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକ ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପାଟକୁରା ଅରବିନ୍ଦ ମହାପାତ୍ର, ବିଧାୟକ ବଡ଼ଚଣା ଅମର କୁମାର ନାୟକ, ବିଧାୟକ କବିସୂର୍ଯ୍ୟ ନଗର ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ବିଧାୟକ ସୁରଡା ନୀଳମଣି ବିଶୋଇଙ୍କୁ ନେଇ କମିଟି ଟାଙ୍ଗୀ ବ୍ଲକ୍ ରାମେଶ୍ବର ଠାରେ ଜଳ ଜୀବନ ମିଶନ ଅନୁଦାନରେ ୧୨୧.୪୫ କୋଟି ବ୍ୟୟ ଅଟକଳରେ ଏନ୍ ସି ସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଓ କମିଟି ସଦସ୍ୟ ମାନେ ପ୍ଲାଣ୍ଟ ର ସମସ୍ତ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନକରି ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀ ଈଂ ସୁରେନ୍ଦ୍ର କୁମାର ବେହେରା, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଏନ୍ ସି ସି ଲିମିଟେଡ ପ୍ରକଳ୍ପ ପରିଚାଳକଙ୍କୁ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ।

ଏନ୍ ସି ସି ଲିମିଟେଡ କମ୍ପାନୀ ପାରିପାର୍ଶ୍ବିକ ଉନ୍ନତି ସାମାଜିକ ଦାୟିତ୍ବ ପୂର୍ଣ୍ଣ ମାତ୍ରାରେ ନିର୍ବାହ ନ କରୁଥିବା ହେତୁ ତାଗିଦ୍ କରିବାସହ ସ୍ଥାନୀୟ ରାସ୍ତା ଘାଟ ମରାମତି, ସ୍କୁଲ ମାନଙ୍କରେ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଥଣ୍ଡା ପାନୀୟ ଜଳ ଆକ୍ୱାଗାର୍ଡ ଲଗାଇବା, ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପ କରି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ଥାନୀୟ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରି ଶ୍ରମ ଆଇନ ଅନୁଯାୟୀ ଉପଯୁକ୍ତ ଅର୍ଥ ପ୍ରଦାନ କରି ପ୍ରକଳ୍ପର ବିସ୍ତୃତ ବିବରଣୀ ପ୍ରଦାନସହ ଯଥାଶୀଘ୍ର ସର୍ବୋତ୍ତମ ମାନର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକାଶ ଥାଉକି ଟାଙ୍ଗି ବ୍ଲକର ଲେନ୍ଦୁ, ଡିଆ, ନିରାକାରପୁର, ରାମେଶ୍ବର, ମଙ୍ଗଲାଯୋଡ଼ି, କନ୍ତାଳବାଇ, ଉଜ୍ୱାଲା ଗୋପୀନାଥପୁର, କମାଗୁଡ଼ା, ଅଛୁତ ତ୍ପୁରପାଟନା, ସରପାରି, ଟଙ୍କୋଲ, ଓଲାସିଂହ, ଛାଙ୍ଗିରି, ବଡପୋଖରିଆ, ସାନ ରାଉତ ପଡ଼ା, ନୂଆଗଡ ଓ ସୁନ୍ଦରପୁର କୁ ନେଇ ୧୭ଗୋଟି ଗ୍ରାମ ପଞ୍ଚାୟତର ୧୧୦ଗୋଟି ଗ୍ରାମର ବାସିନ୍ଦା ବିଶୁଧ୍ୟ ପାନୀୟଜଳ ସେବା ପାଇବାକୁ ଉପକୃତ ହେବେ। ଉକ୍ତ ପ୍ଲାଣ୍ଟ ପ୍ରତିଦିନ ୧୩.୭ମେଗାଲିଟର ଜଳ ଉତ୍ପାଦ କରି ବଣ୍ଟନ କରିବ। କମିଟିର ଉକ୍ତ କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ସ୍ଥାନୀୟ ଜନପ୍ରତିନିଧି, ଟାଙ୍ଗୀ ବି ଡି ଓ ରୁମାନା ଜାଫ୍ରି,ଏସ ଡି ଓ ବିଷ୍ଣୁପ୍ରିୟା ସାହୁ, ସହକାରୀ ଯନ୍ତ୍ରୀ ମଧୁସ୍ମିତା ମହାନ୍ତି ଯୋଗଦେଇଥିଲେ।

ପରେ ଅପରାହ୍ନରେ କମିଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମୁଖ୍ୟ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ, ଡି ପି ସି ଓର୍ମାସଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ୯ ଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା ସହ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ, ଅମୃତ ସରୋବର ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି କାର୍ଯ୍ୟ, ଖୋଳା ଯାଇଥିବା ରାସ୍ତା ଗୁିଡିକର ତୁରନ୍ତ ମରାମତି, ଗ୍ରାମାଞ୍ଚଳ ସେତୁ, ରାସ୍ତା, ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଅନ୍ତୋଦୟ ଗୃହ ଯୋଜନାରେ ୨୦୨୪-୨ ୫ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ୧୭୫୫ ଥିବାବେଳେ ୧୭୧୧ ପ୍ରକଳ୍ପକୁ ମୁଞ୍ଜୁରୀ ଦିଆଯାଇ ୧୬୩୫ ପ୍ରକଳ୍ପ/ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଥା ଜାଣି ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଆଦର୍ଶ କଲ୍ୟାଣ ମଣ୍ଡପ ଯୋଜନାକୁ ତ୍ବରାନ୍ବିତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇ ମନରେଗା ଯୋଜନାର ସଫଳତା ପାଇଁ ପ୍ରଶାସନକୁ ପ୍ରଶଂସା କରିଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସହ ଆସିଥିବା ଅଧିକାରୀ ଅଶୋକ ବିଶ୍ଵାଳ ଓ ସହ କର୍ମୀ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନ ପକ୍ଷରୁ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଏବଂ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ -୨୦୨୫

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନ ସିଂହ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ତାଙ୍କ ମତାମତ ରଖିବାକୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ଜଗଦ୍ଦେବ ନିଜ ଉଦବୋଧନରେ କହିଲେ ଯେ, ପ୍ରଶାସନର ସହଯୋଗ ଓ ଟିମ୍ ସ୍ପିରିଟ ରେ ସମସ୍ତଙ୍କ ହିତରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ବିକାଶ ଦୃତ ଗତିରେ ଆଗେଇ ଚାଲିଛି ଏହା ଏକ ଆନନ୍ଦର କଥା ଓ ଶୁଭ ସଂକେତ।

ଆହୁରି ମଧ୍ୟ ଶ୍ରୀଯୁକ୍ତ ଜଗଦ୍ଦେବ କହିଲେ ଯେ, ଦୀର୍ଘ ମିଆଦି କାର୍ଯ୍ୟସୂଚୀ ଖସଡ଼ା ପ୍ରସ୍ତୁତ କରି ଶାଳିଆ ଡ୍ୟାମ୍ କାର୍ଯ୍ୟକ୍ରମ ହାତକୁନେଇ ବେଗୁନିଆ, ବୋଲଗଡ଼, ସରଗାଁ, ସାରୁଅ, ବାଙ୍କୀ ତୁଳସୀପୁର ଓ ପ୍ରଧାନ ସାହିର ଜଳପଶିବା ଓ ବନ୍ୟା ସମସ୍ୟାକୁ ଦୂର କରିବାକୁ ପଡ଼ିବ।  ବିପର୍ଯ୍ୟୟକୁ ଆମେ ସଫଳ ଭାବେ ପ୍ରତିହତ କରି ପାରିଲେ ଆମର ଅର୍ଥନୀତି ସୁଦୃଢ ହେବାସହ ବିକଶିତ ଦେଶ, ବିକଶିତ ରାଜ୍ୟ, ବିକଶିତ ଜିଲ୍ଲା ଓ ବିକଶିତ ଗାଁ ର ସ୍ବପ୍ନ ସାକାର ହେବା। ଏଣୁ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଭାଇଚାରା ବଜାୟ ରଖି ଉତ୍ସାହ, ଉଦ୍ଦୀପନା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ସେହି ଲକ୍ଷ୍ୟକୁ ପୁରଣ କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ।

ପରେ କାର୍ଯ୍ୟସୂଚୀ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ବିପର୍ଯ୍ୟୟ ପରିଚାଳନାର ପୂର୍ବ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ଵନ୍ଧରେ ବୈଠକରେ ଉପସ୍ଥାପନ କରିଥିଲେ।  ନିୟନ୍ତ୍ରଣ କକ୍ଷ, ବର୍ଷା ଜଳ ପରିମାପକ କେନ୍ଦ୍ର ମରାମତି ଓ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ବୃଷ୍ଟିପାତ ମାପିବା ଓ ରିପୋର୍ଟ ପଠାଇବା, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ ତଥା ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାଲିବସ୍ତା ମହଜୁଦ କରି ରଖିବା,ଦୁର୍ବଳ ସ୍ଥାନ ଗୁଡ଼ିକୁ ମରାମତି କରିବା, ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳ, ଡଙ୍ଗା,ପାୱାର ବୋଟ ମୃତାୟନ, ଦୁରଭାଷ ସେବା ଉପଲବ୍ଧ, ବିଶୁଦ୍ଧ ପାନୀୟ ଜଳ,ଡି.ଜି ସେଟ୍ ମହଜୁଦ ରଖିବା, ଭୁବନେଶ୍ୱର ମହାନଗର ନିଗମ ଏବଂ ପୌରାଞ୍ଚଳ ମାନଙ୍କରେ ଜଳ ନିସ୍କାସନ, ଦୂର୍ଗମାଞ୍ଚଳରେ ଖାଦ୍ୟ ପଦାର୍ଥ, ଔଷଧ ପତ୍ର ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ କରି ରଖିବା,ପ୍ରତ୍ୟେକ ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପ୍ରଚୁର ଔଷଧ ଓ ଓ ଆର ଏସ ପ୍ୟାକେଟ, ବ୍ଲିଚିଂ ପାଉଡର ଗଚ୍ଛିତ କରି ରଖିବା, ଗୋଖାଦ୍ୟ, ମନୁଷ୍ୟ ଖାଦ୍ୟ ଚୂଡା, ଚାଉଳ, ଶୁଖିଲା ଖାଦ୍ୟ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ କରି ରଖିବା, ରାସ୍ତାଘାଟ ମରାମତି,ରିଲିଫ, ଉଦ୍ଧାର କାର୍ଯ୍ୟ, ବନ୍ୟାବାତ୍ୟା ଆଶ୍ରୟ ସ୍ଥଳିଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ କରିବା,ହେଲିପ୍ୟାଡ ଓ ଆକାଶ ମାର୍ଗରୁ ଖାଦ୍ୟ ପଦାର୍ଥ ଅବତରଣ ସ୍ଥାନ ନିରୂପଣ କରି ବା,ଓଡରାଫ,ଏନ ଦ୍ରାଫ୍ ମୃତାୟନ,ସିଭିଲ ଦିଫେନ୍ସ,ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରି ସମ୍ଭାବ୍ୟ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବ ତଥା ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ସେହିପରି ସମସ୍ତ ଅଧିକାରୀ ମାନଙ୍କ ମୋବାଇଲ ନମ୍ବର ରଖିବା, ରେନ୍ ଗଜ ରିପୋର୍ଟ, ଜାତୀୟ ରାଜପଥ, ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗ ନିଚାରାସ୍ତା ଗୁଡ଼ିକର ବିବରଣୀ ପ୍ରଦାନ କରିବା ,ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ଠିକ୍ ଅଛି କି ନାହିଁ, ସେ ସମ୍ବନ୍ଧରେ ବି ଡି ଓ ମାନେ ବିଭାଗୀୟ ଅଧିକାରୀଙ୍କ ସହ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୋଲଗଡ଼ ସହରକୁ ସଫା କରିବା,ଏବଂ ଡଙ୍ଗା ମୃତାୟନ୍ ତଦନ୍ତ ରିପୋର୍ଟ ୨୩ ତାରିଖ ସୁଦ୍ଧା ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବି ଡି ଓ ଟାଙ୍ଗି, ଚିଲିକା ଡଙ୍ଗା ଓ ବୋଟ ର ଚୂଡାନ୍ତ ସ୍ଥିତି, ଜୀବନ ରକ୍ଷାକାରୀ ଜ୍ୟାକେଟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ ଏବଂ ତହସିଲଦାର ମିଳିତ ଭାବେ ରେଡ୍ କରି ବିନା ଲାଇସେନ୍ସ ଥିବା ବୋଟ ଗୁଡ଼ିକୁ ରଦ୍ଦ କରିବା ସହ ପାୱାର ବୋଟ ଗୁଡ଼ିକ ଠିକଠାକ ଅଛି କି ନାହିଁ ତାହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ।

ବିଦ୍ୟୁତ୍ ବିଭାଗ, ବି ଏମ୍ ସି, ପ୍ରତ୍ୟେକ ବ୍ଲକ୍ ଅଫିସରେ ଜେନେରେଟର ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଟି ପି ସି ଓ ଏନ୍ ଡି ଏଲ କୁ ବିଦ୍ୟୁତ୍ ସରବରାହ ସେବା ସଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ବିଲ୍ଡିଂ ଗୁଡ଼ିକ ଯେଉଁଠି ଅସ୍ଥାୟୀ ଆଶ୍ରୟ ସ୍ଥଳି ହେବ ସେଗୁଡିକ ତାଲିକା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବୋଲଗଡ଼, ବାଣପୁର ଆଦି ଅଞ୍ଚଳରେ ଲାଇନ କଟିବା ସ୍ଥାନରେ ପାଟ୍ରୋଲିଂ କରାଯିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସହରାଞ୍ଚଳରେ ଡ୍ରେନ ସଫା, ଖାଦ୍ୟ ପଦାର୍ଥ ଯାଞ୍ଚ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଦ୍ବାରା, ପି ଡବ୍ଲୁ ଡ଼ି, ଆର ଆଣ୍ଡ ବି, ଆର ଡି ମିଳିତ ଭାବେ ଡ୍ରେନ ସଫା କରିବା, ତହସିଲଦାର, ଉପଜିଲ୍ଲାପାଳ ଏବଂ ବି ଏମ୍ ସି ମିଳିତ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବାଲିଅନ୍ତା ବ୍ଲକରେ ଇଣ୍ଟରନେଟ ସୁବିଧା ବ୍ୟାଘାତ ହେଉଥିବାରୁ ତୁରନ୍ତ ଠିକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଭାଗ ଜିରୋ କାଯୁଆଲ୍ଟୀ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶେଷରେ ଡେପୁଟି କଲେକ୍ଟର ରାଜସ୍ବ ନିବେଦିତା ପରିଡ଼ା ବୈଠକରେ ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡ.ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସମସ୍ତ ତହସିଲଦାର, ବି ଡି ଓ,ବି ଏମ୍ ସି, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ୟାଙ୍କ, ଦୁରଭାସ, ବିଭିନ୍ନ ଲାଇନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ ଘରକୁ ୫ ଗୋଟି ମୌଳିକ ସେବା ଯୋଗାଇ ଦିଆଯିବ: ଭୁବନେଶ୍ଵର ସାଂସଦ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ବର୍ତ୍ତମାନ ସମୟ ଉପନୀତ। ଦଳମତ ନିର୍ବିଶେଷରେ ମିଶିକି କାମ କରି ଖୋର୍ଦ୍ଧା ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବାର ଅଛି। ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଚୁଛି ନା ନାହିଁ ତାହାର ତଦାରଖ କରିବା ଆଜିର ବୈଠକର ମୁଖ୍ୟ ଆଭିମୁଖ୍ୟ। ଗତ ତା ୦୫.୧୦.୨୦୨୪ ରେ ଶେଷ ବୈଠକ ବସିଥିଲା।

ଆଜିର ଦିଶା ବୈଠକ ପରେ ପ୍ରତ୍ୟେକ ୩ ମାସରରେ ଏଥର ନିରନ୍ତର ବୈଠକ ବସିବ। ପ୍ରତ୍ୟେକ ଘରେ ୫ ଗୋଟି ମୌଳିକ ସେବା ଯଥା ଛାତ ଘର, ବିଶୁଦ୍ଧ ପିଇବା ପାଣି ସଂଯୋଗ, ଶୌଚାଳୟ, ବିଜୁଳି, ଗ୍ୟାସ ସିଲିଣ୍ଡର ଏବଂ ସର୍ବୋପରି ଗାଁକୁ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ ବୋଲି ମାନ୍ୟବର ସାଂସଦ ଭିଜନ ରଖିଛନ୍ତି ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) ବୈଠକରେ ଅଧ୍ୟକ୍ଷତା କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଭୁବନେଶ୍ୱର ସାଂସଦ ଏବଂ ବିଧାୟକ ବୃନ୍ଦ, ମନ୍ତ୍ରୀ ଏବଂ ବିଧାୟକଙ୍କ ପ୍ରତିନିଧି ବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେ ଯୋଗଦେଇ କହିଲେ ଯେ, ଦିଶା ବୈଠକ ଖୋର୍ଦ୍ଧା ଜିଲ୍ଲା ବିକାଶରେ ନିଶ୍ଚିତ ଭାବେ ଦିଶା ଦେଖାଇବ। ଜିଲ୍ଲାରେ ବର୍ତ୍ତମାନ ରାଜନୈତିକ ଏବଂ ପ୍ରଶାସନିକ ଦକ୍ଷତା ଅଛି। କେନ୍ଦ୍ର ଓ ରାଜ୍ୟରେ ସମାନ ସରକାର ଅଛି। ବିକାଶରେ କୌଣସି ଦଳ ନଥାଏ। ଏଣୁ ଖୋର୍ଦ୍ଧାର ଦୃତ ବିକାଶରେ ସମସ୍ତେ ଏକାଠି ହେଲେ ଲକ୍ଷ୍ୟ ସ୍ଥଳରେ ଆମେ ଖୁବ୍ ଶୀଘ୍ର ପହଞ୍ଚି ପାରିବା ସହ ଏକ ଜେନେରସନ୍ ପାଇଁ ଭିଜନ ପ୍ରସ୍ତୁତ ହୋଇଯିବ ବୋଲି କହିଥିଲେ।

ବୈଠକରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଦେଇ କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ ରୌଦ୍ର ତାପ ଯୋଗୁଁ ପାଣି ସମସ୍ୟା ଦେଖାଦେଇଛି। ଏଣୁ ପାଣି ସମସ୍ୟା ଦୂର କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାର ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ ମାନ୍ୟବର ସାଂସଦ ଗୁରୁତ୍ଵ ଦେବାକୁ କହିଥିଲେ।

ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଯୋଗଦେଇ କହିଥିଲେ ଯେ, ବିକାଶରେ କୌଣସି ଦଳ ନାହିଁ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ଜନ ପ୍ରତିନିଧି ମାନଙ୍କ ସହଯୋଗରେ ସମସ୍ତ ଯୋଜନାର ଉପକାରିତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱାରୋପ କରିବା ସହ କଲ୍ୟାଣପୁର ପାଞ୍ଚଗାଁ ରୋଡ ମଧ୍ୟରେ କଳ୍ଭର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ।

ଏହି ପରିପ୍ରେକ୍ଷୀରେ  ସାଂସଦ କହିଥିଲେ ଯେ, ଏପ୍ରିଲ ୧ ତାରିଖ ଠାରୁ ଜିଲ୍ଲାରେ ଯୋଜନା ସଫଳ ରୂପାୟନରେ ରାଜନୈତିକ ଅଡିଟ କରାଯିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ୫ ଗୋଟି ମୌଳିକ ସେବାର ଯୋଜନା ସଫଳତା ଦିଗରେ ଘରକୁ ଘର ବୁଲି ସର୍ଭେ କରାଯିବ। ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ରିଡ଼ିଂ ରୁମ୍ ହେବ ଏବଂ ଏହା ବ୍ଲକ୍ ଅଫିସ୍ ଦ୍ଵାରା ପରିଚାଳିତ ହେବ। ସେହିପରି କୋଚିଙ୍ଗ ସେଣ୍ଟର ମଧ୍ୟ ଖୋଲାଯାଇ ବିଦ୍ୟା ଅର୍ଜନକୁ ଗୁରୁତ୍ଵ ପ୍ରଦାନ କରାଯିବ।

ଗ୍ରାମୀଣ ଗୃହ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୪-୨ ୫ବର୍ଷରେ ୩୮୧ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୩୭୪ ନିର୍ମାଣାଧୀନ ଅଛି। ଏ ସମ୍ବନ୍ଧରେ ୭୫୭ ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ପ୍ରଥମ କିସ୍ତି ୭୫୫ ହିତାଧିକାରୀଙ୍କୁ, ଦ୍ୱିତୀୟ କିସ୍ତି ୪୯୧ ହିତାଧିକାରୀଙ୍କୁ ଏବଂ ତୃତୀୟ କିସ୍ତି ୩୫୭ ହିତାଧିକାରୀଙ୍କୁ ପ୍ରଦନ କରାଯାଇଛି।  ଆସନ୍ତା ୧୫ ମଇ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଂସଦ ବି ଡି ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସର୍ଭେ କାର୍ଯ୍ୟ ଚାଲିଥିବାରୁ ଏହାକୁ ଆସନ୍ତା ୧୫ ମଇ ସୁଦ୍ଧା ଶେଷ କରିବାକୁ ମଧ୍ୟ ସାଂସଦ ବି ଡି ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାରେ ଗ୍ରାମୀଣ ଘର ସଂଖ୍ୟା ପ୍ରାୟ ୨ ଲକ୍ଷ ଅଛି। ଜିଲ୍ଲାରେ ଜାତୀୟ ସାମାଜିକ ନିରାପତ୍ତା ଯୋଜନା ରେ ୪୧୦୦ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୨୪-୨୫ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୪.୯୮ଲକ୍ଷ କାର୍ଯ୍ୟ ଦିବସ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୮.୯୬କାର୍ଯ୍ୟ ଦିବସ ଯୋଗାଇଦିଆ ଯାଇ ୬୦ଶତକଡା ସଫଳତା ମିଳିଛି।

ସେହିପରି ୬୮୪ ଘରକୁ ୧୦୦ଦିନର କାର୍ଯ୍ୟ ଦିବସ ଯୋଗାଇ ଦିଆଯାଇଛି। ସେହିପରି ଅମୃତ ସରୋବର ଯୋଜନାରେ ୫୮୩ ପ୍ରକଳ୍ପକୁ ଚିହ୍ନଟ କରାଯାଇଥିବାବେଳେ ୧୯୦ ଗ୍ରାମ ପଂଚାୟତରେ ୫୭୦ ହିତାଧି କାରିଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ୨୫୫୪ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୧୫୫୮ନିର୍ମାଣ ଶେଷ ହୋଇଛି। ଏଥିସହ ମାନ୍ୟବର ସାଂସଦ ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯୋଜନା ଅନ୍ତର୍ଗତ ନଳକୂପ ଖନନ, ପାଇପଲାଇନ ଜଳ ଯୋଗାଣ, ଜଳସେଚନ, ପ୍ରାଚୀ ନଦୀବନ୍ଧ ଖଣ୍ଡ ଯୋଜନା, ଉଠାଜଳସେଚନ ଯୋଜନା, ୮ଟି ବ୍ଲକରେ ୨୦୦ ପି ଏମ କୁସୁମ ଯୋଜନା, ଗ୍ରାମୀଣ ରାସ୍ତା ନିର୍ମାଣ, ବୋଲଗଡ଼ ବାଙ୍କୋଈ ରୁ ପାଟ ବନ୍ଧା ରାସ୍ତା ମଇ ୩୧ ସୁଦ୍ଧା ସାରିବା, ଜିଲ୍ଲାରେ ୧୦୮ ଗୋଟି ଗ୍ରାମୀଣ ରାସ୍ତା ନିର୍ମାଣ ଅଗ୍ରଗତି, ପି ଏମ ଫସଲ ବୀମା ଯୋଜନା ଓ ଏହି ଯୋଜନାରେ ୨୦୨୩ ବର୍ଷରେ ମୋଟ୨୯୫୧୪୮ ଚାଷୀମାନଙ୍କ ୨୬୦୯୫ହେକ୍ଟର ଖରିପ ଚାଷରେ ଏବଂ ୧୧୮୮ଚାଷୀଙ୍କ ୨୬୦ହେକ୍ଟର ଚାଷ ଜମି ଯୋଜନାର ସମୀକ୍ଷା କରିଥିଲେ।

ଏହା ସହ ପଶୁସମ୍ପଦ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ ଯୋଜନା,ସାଂସଦ ପାଣ୍ଠି ଯୋଜନା, ବୃକ୍ଷ ରୋପଣ ଓ ଜଙ୍ଗଲସୃଷ୍ଟି ଯୋଜନା, ପୂର୍ତ୍ତ ବିଭାଗ ଯୋଜନା, ପର୍ଯ୍ୟଟନ, ଜାତୀୟ ରାଜମାର୍ଗ ଯୋଜନା, ରୋଗି କଲ୍ୟାଣ ସମିତି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ସମସ୍ତ ଅଧିକାରୀ ଓ କର୍ମଚାରୀ ଜଣେ ଜଣେ ସଚ୍ଚୋଟ, କାର୍ମିକ, ଦାୟିତ୍ବ ସମ୍ପନ୍ନ, ନିଷ୍ଠାପର ସେବକ ହେବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତିଶଙ୍କର ସାହୁ, ଖୋର୍ଦ୍ଧା ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜୀବେ ନିଷ୍ଠୁରତା, ଏସପିସିଏ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଦାବୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ହୋଇ ପଡିଛି। ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବର ରେ ନୀରିହ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ ,ହତ୍ୟା ଆଦିର ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଏନଫୋର୍ସ ପାଇଁ ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ପୂର୍ବରୁ ଜିଲ୍ଲା ରେ ଏସପିସିଏ ( Society for the Prevention of Cruelty to Animals) ଇନ୍ସପେକ୍ଟର ପଦବୀ ଥିବା ବେଳେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି ଏହା ଖାଲି ପଡ଼ିଛି।

ଯାହା ଫଳରେ ତୁରନ୍ତ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ, ବେଆଇନ ଚାଲାଣ, ହତ୍ୟା, ବିଷ ପ୍ରୟୋଗ କରି ନୀରିହ ପ୍ରାଣୀ ଙ୍କୁ ହତ୍ୟା ଆଦି ଘଟଣା ପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ୍ୟହୋଇ ପଡିଛି।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ପରି ରାଜ୍ୟର ରାଜଧାନୀ ଅଞ୍ଚଳରେ ପ୍ରାଣୀ ନିଷ୍ଠୁରତା ଚରମ ସୀମାରେ ପହଁଚି ଯାଇଥିବା ବେଳେ ଏହାକୁ ନେଇ ତ୍ବରିତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାର ଥିବା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ସମ୍ପୂର୍ଣ୍ଣ ଅକ୍ଷମ।ପ୍ରତି ଜିଲ୍ଲାର ଏହାର ଅଧ୍ୟକ୍ଷ ଖୋଦ ଜିଲ୍ଲା ପାଳ ଥିବା ବେଳେ, ଉପସଭାପତି ଏସ ପି ଏବଂ ସମ୍ପାଦକ ଜିଲ୍ଲା ର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣୀ ନିଷ୍ଠୁରତା ନିରୋଧ ନିରୀକ୍ଷଣ ପଦବୀ ବହୁ ବର୍ଷ ରୁ ଖାଲି ପଡ଼ିଛି।

ଏ ନେଇ ଗତ ୧୨ ସେପ୍ଟେମ୍ବର ମାସ ୨୦୨୪ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିବା ଏସ ପି ସି ଏ ର ସାଧାରଣ ବୈଠକରେ ତୁରନ୍ତ ଏସ ପି ସି ଏ ଇନ୍ସପେକ୍ଟର ତୁରନ୍ତ ନିଯୁକ୍ତି ପାଇଁ ସର୍ଵ ସମ୍ମତ ନିଷ୍ପତ୍ତି ହୋଇଥିଲା।

ଜିଲ୍ଲା ର ପ୍ରାଣୀ ମଙ୍ଗଳ ଦାଇତ୍ୱ ରେ ଥିବା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଙ୍କୁ ଜିଲାପାଳ ନୂତନ ଇନ୍ସପେକ୍ଟର ନିଯୁକ୍ତି ପର୍ଯ୍ୟନ୍ତ ଏହାକୁ ସମ୍ପାଦନା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମ୍ପର୍କରେ ଜିଲ୍ଲାର ଏସ ପି ସି ଏ ସଦସ୍ୟଙ୍କ ଠାରୁ ସବୁ ଖବର ପାଇବା ପରେ ମଧ୍ୟ ସେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଏପରିକି ଖୋଦ ଏସ ପି ସି ଏ ସଂପାଦକ ତଥା ସିଡିଭିଓ ମଧ୍ୟ ଚୁପ ରହୁଛନ୍ତି।

ବିଗତ କିଛି ଦିନ ଧରି ଭୁବନେଶ୍ୱର ମହାନଗର ସ୍ଥିତ ବିମାନ ବନ୍ଦର ନିକଟରେ ବିଷ ଦେଇ କୁକୁର ମାନଙ୍କୁ ହତ୍ୟାକରାଯାଉଥିବା ବେଳେ ଏହାର ଅଭିଯୋଗ ଉପରେ ଏସ ପି ସି ଏ କର୍ତ୍ତୃପକ୍ଷ ନିରବ ରହୁଥିବା ବେଳେ ଆଜି ଜିଲ୍ଲାରେ ତୁରନ୍ତ ଏସ ପି ସି ଏ ଇନ୍ସପେକ୍ଟର ପଦବୀ ପୂରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ଼ ର ପୂର୍ବତନ ପ୍ରାଣୀକଲ୍ୟାଣ ଅଧିକାରୀ ତଥା ରାଜ୍ୟର ଏସ ପି ସି ଏ ଆଜୀବନ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଏସ ପି ସି ଏ ଅଧ୍ୟକ୍ଷ ଙ୍କୁ ଦାବୀ ପତ୍ର ଦେବା ସହ ଏହାର କପି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବ ରାଜ୍ୟ ପ୍ରାଣୀ ସମ୍ପଦ, ନିର୍ଦ୍ଦେଶକ, ରାଜ୍ୟ ପ୍ରାଣୀ ସଂପଦ ବିକାଶ ବିଭାଗ,ସମ୍ପାଦକ ଖୋର୍ଦ୍ଧା ଏସପି ସି ଏ ଙ୍କୁ ପ୍ରଦାନ କରିଛନ୍ତି।

ଏଥି ସହିତ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଏକ ସପ୍ତାହ ଧରି ପ୍ରତିଦିନ କେହି ଦୁର୍ବୁଦ କୁକୁର ମାନଙ୍କ ଖାଦ୍ୟ ରେ ବିଷ ଦେଇ ହେଉଥିବା ହତ୍ୟା କୁ ବିରୋଧ କରି ପୋଲିସ ଓ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ କରି ଏଥିରେ ଲିପ୍ତ ଆସାମୀ କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ୱର ଓ ଜିଲ୍ଲାର ଏସ ପି ସି ଏ ର ସମସ୍ତ ସଦସ୍ୟ ଓ ପ୍ରାଣୀ ସୁରକ୍ଷା କର୍ମୀ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ୱାସ କାର୍ଯ୍ୟ କାରିତା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ, କୃଷି ଏବଂ ଅତ୍ୟାବଶ୍ୟକ ସେବା ବିଭାଗରେ ଓସ୍ଵାସ ମାଧ୍ୟମରେ ନଥିକାର୍ଯ୍ୟ ସମ୍ପାଦିତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ) ଭୁବନେଶ୍ୱର ଓସ୍ୱାସ୍ ପରିସର ଉପଦେଷ୍ଟା ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା ଜିଲ୍ଲାକୁ ଓସ୍ୱାସ୍ ସଂଯୋଗିକରଣ ନିମନ୍ତେ ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସାହୁ ବୈଠକରେ ସୂଚନା ଦେବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକର ଓସ୍ଵାସ୍ ଭିତ୍ତିଭୂମି ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ଅପରେଟର, ଇଣ୍ଟରନେଟ ସେବା ଉପଲବ୍ଧ ଆଦି କାର୍ଯ୍ୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରିବୁଝି, ବ୍ୟବହାର କରିବା ଅଧିକାରୀ କର୍ମଚାରୀ ସମସ୍ତଙ୍କ ସହ ସମୀକ୍ଷା କରି ଆସନ୍ତା ୧୫ ତାରିଖ ସୁଦ୍ଧା ଉଦ୍ଘାଟନ କରାଯିବାକୁ କହିଥିଲେ। ନଥିପତ୍ର କାର୍ଯ୍ୟ ସଠିକ୍ ଢଙ୍ଗରେ, ସ୍ବଚ୍ଛତା ରେ , ସୁରକ୍ଷାରେ ଏବଂ ନିର୍ଭୁଲ ଭାବେ ସ୍ୱଳ୍ପ ସମୟରେ କାର୍ଯକାରୀ କରିବା ଏହି ପାଇଲଟ୍ ପ୍ରୋଜେକ୍ଟ ର ମୂଳ ଲକ୍ଷ୍ୟ ଅଟେ ଆସନ୍ତା ୫ ତାରିଖ ଠାରୁ ଏଥି ନିମନ୍ତେ ପ୍ରଶିକ୍ଷଣ ଆରମ୍ଭ କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଅଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ସମସ୍ତ ବିଭାଗ ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଷ୍ଠା ଓ ଆନ୍ତରିକତା ସହ ପ୍ରଶିକ୍ଷଣ ନେଇ ଧାର୍ଯ୍ୟ ତାରିଖରେ ନିଜନିଜ କାର୍ଯ୍ୟାଳୟରେ ଓସ୍ୱାନ ମାଧ୍ୟମରେ ନଥି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର, ପ୍ରତିଷ୍ଠାନ ଦେବବ୍ରତ କର, ରାଜ୍ୟ ଓସ୍ବାସ ସଂଯୋଜଳ ରମେଶ କୁମାର ସାହୁ ମଞ୍ଚାଷିନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଶୁଗୁଡ଼ା ମୁର୍ମୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଓକାକ୍ ଟିମ୍ ଯୋଗଦେଇଥିଲେ

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷା ପକ୍ଷର ୧୨ ଜଣ ଅବସର କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶୋନାମିକା ରାୟଙ୍କ ସଭାପତିତ୍ବରେ ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷା ପକ୍ଷର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ରାୟ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ଓ କନିଷ୍ଠ ସହାୟକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଯେଉଁ ମାନେ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସରକାଳୀନ ଜୀବନ ସୁଖ, ଶାନ୍ତି, ନିରାମୟ ଆନନ୍ଦ ଉଲ୍ଲାସରେ କଟୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି ନିଜ ବକ୍ତବ୍ୟରେ ସେମାନଙ୍କର ଦୀର୍ଘାୟୁ ନୀରୋଗୀ ଜୀବନ ଯାପନ ଓ ହସ ଖୁସିର ପରିବାର କାମନା କରିଥିଲେ।

ଅବସର କର୍ମଚାରୀମାନଙ୍କ ମଧ୍ୟରେ ଭଗବତୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଟି ଜି ଟି କଳା ଶିକ୍ଷୟତ୍ରୀ ସୁପ୍ରଭା ବିଶ୍ଵାଳ, ଗୋଡ଼ିଆପଲ୍ଲ୍ଳି ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ତୃପ୍ତି ପଟ୍ଟନାୟକ,ବି ଜେ ବି ନଗର ହରିହର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ର, ସରକନା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ବିଶ୍ଵାଳ, ବାରୀମୁଣ୍ଡ ବାପୂଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ପି ଇ ଟି ଅନନ୍ତ ଚରଣ ସାହୁ, ପାରିଛଳ ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୀଳକଣ୍ଠ ସାହୁ, ସାନପଦର୍ ବି ସି ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନୀଲ କୁମାର ଦଳାଇ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋପୀନାଥ ଷଡ଼ଙ୍ଗୀ, ନୂଆପଡ଼ା ପି କେ ବିଦ୍ୟା ନିକେତନର ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୀନବନ୍ଧୁ ଜେନା, ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଦ୍ରୁଲ୍ ହସନ୍ ଖାଁ, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ କୁମାର ଦାସ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାସୁଦେବ ମହାପାତ୍ରଙ୍କୁ ପୂର୍ଣ୍ଣାଙ୍ଗ ଅବସର କାଳୀନ ପେନସନ ନିର୍ଦ୍ଦେଶାନାମା ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୋନାମିକା ରାୟଙ୍କ ସମେତ ବି ଇ ଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏ ଡି ଇ ଓ, ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ଅବସର ଗ୍ରହଣ କରୁଥିବା କରଚାରି ମାନଙ୍କ ନିରାମୟ ଜୀବନଯାପନ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଉଦ୍ଘାଟିତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଟିଏଲସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖ ୩ କୋଟି ୬୫ ଲକ୍ଷ ବ୍ୟୟରେ ୩ ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵକରକମଳରେ ଫିତାକାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟିତ କରି ଜିଲ୍ଲା ବାସୀଙ୍କ ସେବା ଉଦ୍ୟଶରେ ଉତ୍ସର୍ଗ କରିବା ସହ ଅବକାରୀ ନିୟମ ଓ ଅଧିନିୟମ ପ୍ରଣୟନ ଦ୍ଵାରା ଚୋରା ମଦ କାରବାର ବିକ୍ରି ବନ୍ଦ କରିବା, ଚୋରା ବେପାରୀଙ୍କୁ ପ୍ରତିହତ କରିବା ଓ ନିଶାର କୁ ପ୍ରଭାବ ସହ ନିଶା କ୍ରିତଦାସରୁ ସମାଜକୁ ବଞ୍ଚାଇ ଏକ ନିଶାମୁକ୍ତ ସଶକ୍ତ ସମାଜ ଗଠନରେ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉତ୍ଥାପନ କରିଥଲେ। ଅହୁରି ମଧ୍ୟ ମନ୍ତ୍ରୀ କହିଲେ ଯେ, ଅବକାରୀ କର୍ମଚାରୀ ମାନଙ୍କୁ ଆର୍ମ -୩ ଅସ୍ତ୍ର ଦିଆଯାଇ ଚୋରା ବେପାରୀଙ୍କୁ ଦୃଢ଼ ମୁକାବିଲା କରି ସାରା ରାଜ୍ୟକୁ ସଶକ୍ତ କରାଯିବ।

ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ  ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ର ରାଣୀ ଗୁମାନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି, ରାଜ୍ୟ ଅବକାରୀ ବିଭାଗ ଶାସନ ସଚିବ ଗୁହା ପୁନମ ତାପସ କୁମାର,, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଭାରପ୍ରାପ୍ତ ଅବକାରୀ ଆୟୁକ୍ତ ଧର୍ମେନ୍ଦ୍ର ମଲ୍ଲିକ, ଆରକ୍ଷୀ ଅଧିକ୍ଷିକା, ଅବକାରୀ, ଖୋର୍ଦ୍ଧା, ଶ୍ରୀସୁମତି ତ୍ରିପାଠୀ, ଭୁବନେଶ୍ୱର ଆରକ୍ଷୀ ଅଧିକ୍ଷକ, ଅବକାରୀ, ଦେବାଶିଷ ପଟେଲ, ଆରକ୍ଷୀ ଅଧିକ୍ଷକ, ଅବକାରୀ, କଟକ, କରୁଣା ଶଙ୍କର ତିୱାରୀ, ଯୁଗ୍ମ ଆୟୁକ୍ତ, ଅବକାରୀ ରାଜେନ୍ଦ୍ର ଭୋତ୍ରା, ଅଶୋକ କୁମାର ଗଡତିଆ, ଡମ୍ବରୁଧର ଖଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ, ଉପଜିଲ୍ଲାପାଳ ଅଶୋକ କୁମାର ପଣ୍ଡା,ଡେପୁଟି କଲେକ୍ଟର ଦେବବ୍ରତ କର, ଶ୍ରୀତପା ମିଶ୍ର, ଅନନ୍ୟା ସୃଷ୍ଟି ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ କର୍ମଚାରୀ, ଜନପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର: ଏକ ଅନନ୍ୟ ସାଧକ, ଏକ ନିରବ ସାଧକ ଡାକ୍ତର ବୁଟୁ ବାବୁ, ସେବା ଯାହାଙ୍କର ସାଧନା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ତୋଟା ଗ୍ରାମରେ ତା ୧୭-୧୧-୧୯୫୨ରେ ଜନ୍ମ। ବାଲ୍ୟ ଛାତ୍ର ଜୀବନରୁ ଡାକ୍ତରୀ ବିଦ୍ୟା ସାଧନ ପର୍ଯ୍ୟନ୍ତ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସ୍ୱାଧିନତା ସଂଗ୍ରାମୀ ପିତା √ ଲକ୍ଷ୍ମୀଧର ଦାସଙ୍କର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେବାକୁ ଜୀବନର ଧେୟ ଭାବେ ଗ୍ରହଣ କରିନେଇଥିଲେ। ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ଏମ୍.ବି.ବି.ଏସ ଉତ୍ତୀର୍ଣ୍ଣ ପରେ ସରକାରୀ ଚାକିରୀର ମୋହ ଛାଡି ନିଜସ୍ୱ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କଲିକତାରୁ ଏମ୍. ଡି ଏବଂ ପି.ଏଚ୍.ଡି ଡିଗ୍ରି ହାସଲ କରିଥିଲେ।

ଘଞ୍ଚ ବନାନୀ ପରିବେଷ୍ଟିତ ଗ୍ରାମୀଣ ଆଦିବାସୀ ଇଲାକା ଥିଲା ତାଙ୍କ ପ୍ରକୃତ କର୍ମଭୂମି। ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ ନୟାଗଡ ଭଳି ଜିଲ୍ଲା ମାନଙ୍କରେ ମ୍ୟାଲେରିଆ, ବସନ୍ତ, ମିଳିମିଳା ଏବଂ ଝାଡା ରୋଗରେ ପ୍ରକୃତ ସ୍ୱାସ୍ଥ୍ୟ ସେବା ଅଭାବରୁ ଦେବା ଦେବୀଙ୍କ ଭରସାରେ ରହି ରୋଗୀ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ବରଣ କରୁଥିଲେ। ସେହି ସତୁରୀ-ଅଶି ଦଶକରେ ଡାକ୍ତର ସୁରେନ୍ଦ୍ରନାଥ ଦାସ (ବୁଟୁ ବାବୁ) ଜଣେ ଦେବଦୂତ ଭଳି ସେମାନଙ୍କୁ ସେବା ଯୋଗାଇବା ପାଇଁ ଅଗମ୍ୟ ଅଞ୍ଚଳରେ ପ୍ରବେଶ କରି ସ୍ୱେଚ୍ଛାକୃତ ସେବା ଯୋଗାଇଥିଲେ। ଅନ୍ୟୁନ୍ୟ ଚାରିଟି ଜିଲ୍ଲାର ଦୁର୍ଗମ-ଅଗମ୍ୟ ଅଞ୍ଚଳରେ ନିଜର କର୍ମମୟ ଜୀବନର ସେବା ସାଧନା ଜାରିରଖିଥିଲେ ଏବଂ ଅଦ୍ୟାବଧି ପାଞ୍ଚ ଦଶନ୍ଧି ଧରି ସେବା ଜାରି ରଖିଛନ୍ତି ମଧ୍ୟ।

ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସଭା, ସ୍ୱାସ୍ଥ୍ୟଭିତିକ ଆଲୋଚନା, ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଡ୍ସ୍, କୁଷ୍ଠ, ମ୍ୟାଲେରିଆ, ହଇଜା, ବସନ୍ତ,ଡେଙ୍ଗୁ, ମିଳିମିଳା, ଡାଇବେଟିସ୍, ବ୍ଲଡପ୍ରେସର, ହୃଦରୋଗ, ଚର୍ମରୋଗ ଇତ୍ୟାଦି ଦୂରାରୋଗ୍ୟ ବ୍ୟାଧିର ସୁଗମ ଚିକିତ୍ସା, ପ୍ରତିଷେଧକ ଏବଂ ନିରାକରଣ ଦିଗରେ ତାଙ୍କ ନିରବଚ୍ଛିନ୍ନ ଏବଂ ସ୍ୱେଚ୍ଛାକୃତ ସେବା ପହଞ୍ଚେଇବାର ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ବିଗତ କରୋନା ମହାମାରୀ ସମଗ୍ର ବିଶ୍ୱରେ ମୃତ୍ୟୁ ତାଣ୍ଡବ ରଚିଥିବା ବେଳେ ସମସ୍ତ କରୋନା ବିଧି ବ୍ୟବସ୍ଥାକୁ ଅନୁପାଳନ କରି ସ୍ଥାନୀୟ ଜିଲ୍ଲାମାନଙ୍କରେ ନିର୍ଭିକ ଭାବେ ପିଡୀତଙ୍କୁ ସେବା ଯୋଗାଇ ହଜାର ହଜାର ରୋଗୀଙ୍କୁ ଜୀବନ୍ୟାସ ଦେଇ ବେଶ୍ ପ୍ରଶଂସିତ ହୋଇଛନ୍ତି। ଅନେକ ଅନୁଷ୍ଠାନ ତାଙ୍କୁ      “ କରୋନା ୱାରିୟର”, “ୱାରିୟର ଅଫ୍ ହୋପ୍ ”ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି। ନିଶା ଡାକ୍ତରୀ ସେବା ଥିଲେ ମଧ୍ୟ ପେଶା ନିଆରା। ଜଣେ ଦକ୍ଷ ନାଟ୍ୟକାର-ନିର୍ଦ୍ଧେଶକ ଭାବେ ଅନ୍ୟୁନ୍ୟ ପଚାଶ ନାଟକ ରଚନା କରିଛନ୍ତି। ଜଣେ ଶିକ୍ଷକ ଭାବେ ସ୍ଥାନୀୟ ଉଚ୍ଚବିଦ୍ୟାଳୟ ମାନଙ୍କରେ ଶିକ୍ଷା ଦାନ କରିଆସୁଛନ୍ତି। ଜଣେ ଗୀତିକାର-ଗାୟକ ଭାବେ ଏଯାବତ ଜୀବନକୁ ସମର୍ପିତ କରିଛନ୍ତି।

“ମାନବ ସେବା ହିଁ ମାଧବ ସେବା”କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ରାଜ୍ୟ, ଦେଶ ଏବଂ ଆର୍ନ୍ତଜାତିକ ସ୍ତରରୁ ଅନେକ ସମ୍ମାନ, ଉପାଧି ଏବଂ ସମ୍ବର୍ଦ୍ଧନା ପାଇଛନ୍ତି। ସେଥିରୁ କେତୋଟି ଉଦାହରଣ ପ୍ରଦତ୍ତ କରାଗଲା-ଯୁକ୍ତରାଷ୍ଟ୍ର ଆମେରିକାରୁ “ହଲ୍ ଅଫ୍ ଫେମ୍” “ଆଉଟ୍ ଷ୍ଟାଣ୍ଡିଙ୍ଗ୍ ପ୍ରଫେସନାଲ ଆୱାର୍ଡ” ଏବଂ “କନଟେମ୍ପରାରୀ ବ୍ଲାକ୍ ଡାଏମଣ୍ଡ୍ ଆୱାର୍ଡ”, ନୂଆଦିଲ୍ଲୀରୁ “ଡକ୍ଟର୍ ଅଫ ଦି ମିଲେନିୟମ୍”, “ଭାରତ ଜ୍ୟୋତି”, “ଭାରତଗୌରବ” , “ଏମିନେଣ୍ଟ ଫିଜିସିୟାନ୍”,“ଲାଇଫ୍ ଟାଇମ୍ ଆଚିଭମେଣ୍ଟ”, “ହେଲଥ୍ ଏକସିଲେନ୍ସ ଆୱାର୍ଡ”, “ଗ୍ଲୋରୀ ଅଫ୍ ଏଜୁକେସନ ଏକ୍ସଲିସେନ୍ସ ଆୱାର୍ଡ” ରାଜ୍ୟ ଭିତରୁ “ଶାରଳା ପ୍ରତିଭା ସମ୍ମାନ” ଏବଂ ଅନେକ ଆଞ୍ଚଳିକ ସଂଗଠନ, ଅନୁଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ, କ୍ଲବ ତରଫରୁ ସମ୍ବର୍ଦ୍ଧନା ଏବଂ ସମ୍ମାନ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ପ୍ରଦୀପ ଵଳ ସାମନ୍ତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଓଡିଶାର ସମନ୍ୱୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସନ୍ନିକଟ ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଜିଲ୍ଲା ବାସୀଙ୍କ ଉଦ୍ୟଶରେ ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଲେ ଯେ, ୨୦୧୮ ମସିହାରୁ ଓଡିଶାରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରାଯିବା ପାଇଁ ଲଢେଇ ଜାରି ରହିଥିଲା।

ଆଜି କେନ୍ଦ୍ର ଓ ରାଜ୍ୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦି ଓ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଜପା ଡବଲ ଇଂଜିନ ସରକାର ଆୟୁଷ୍ମାନ ସ୍ୱାସ୍ଥ୍ୟ ସେବା କାର୍ଡ ଓଡିଶାରେ ଲାଗୁ କରି ସ୍ୱାସ୍ଥ୍ୟ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଆଣି ଗରିବ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ବୋଲି ଅଭିଭାଷଣ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ସେବା ଲାଗୁ ହେବାଦ୍ୱାରା ଖୋର୍ଦ୍ଧା ଜିଲ୍ଲାବାସୀ ନିଶ୍ଚିତ ଭାବେ ସୁସ୍ଥ ଆନନ୍ଦିତ ଓ ପ୍ରସନ୍ନ ରହିବାସହ ଓଡିଶାରେ ୩.୫୦ କୋଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨୪ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ୭୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ୧୦ ଲକ୍ଷ ମାଗଣା ଚିକିତ୍ସା ସେବା ମିଳିବ ବୋଲି ଉତ୍ଥାପନ କରି ଏହି ଯୋଜନାର ସଫଳ ରୁପାୟନ ପାଇଁ ଡାକ୍ତର ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ନିଷ୍ଠାର ସହ ସୁନ୍ଦର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ଖୋର୍ଦ୍ଧାର ଦ୍ରୁତ ବିକାଶରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଗ୍ରଣୀ ଭୂମିକା ନିର୍ବାହ କରି ଜନସାଧାରଣଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ସହ ନିରୋଗୀ ଜୀବନଯାପନରେ ସହାୟକ ହେବ ବୋଲି ଉଦବୋଧନ ପ୍ରଦାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ।

ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ହିତାଧିକାରୀ ମାନେ କିପରି ଇ -କେ ୱାଇ ସି, ରାଶନ କାର୍ଡ, ପୂର୍ବର କୌଣସି ସ୍ୱାସ୍ଥ୍ୟ କାର୍ଡ ଥିଲେ ଯୋଜନାରେ ପଞ୍ଜିକରଣ କରି ୫ ଲକ୍ଷ, ମହିଳା ମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ, ୭୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଓଡିଶା ସମେତ ସାରା ଭାରତ ବର୍ଷରେ ୨୯ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇ ପାରିବେ ଏବଂ କିପରି ସେମାନେ ନିଜର ନାମ ପଞ୍ଜିକରଣ କରିବେ ସୁବିସ୍ତୃତ ପ୍ରଶାସନିକ ସେବା ତଥ୍ୟ ପ୍ରକାଶ କରିଥିଲେ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୂର୍ଯ୍ୟ ରଞ୍ଜନ ମହାନ୍ତି ଏହି ଯୋଜନାରେ ସମସ୍ତେ ଫାଇଦା ନେବା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଖୋର୍ଦ୍ଧା ପୋୖରପରିଷଦ ଅଧିନ୍ନ ବିଭିନ୍ନ ୱାର୍ଡ ର ହିତାଧିକାରୀ ଉତ୍ସବ ସାହୁ, ସନାତନ ବାରିକ, ଶତ୍ରୁଘ୍ନ ପ୍ରଧାନ, ସୌମ୍ୟା ସୁଲଗ୍ନା ଡୁଙ୍ଗଲ, ସୁମିତ୍ରା ବେହେରା, ସନ୍ତୋଷ କୁମାର ଡାକୁଆ, ସବିତା ଦାସ, ରାଜ କିଶୋର ନାୟକ, ଶଙ୍କର ପାତ୍ର ଓ ସୌବ ଅଲ୍ଲୀ ଖାନ ଙ୍କୁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ୫ ଗୋଟି ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ସଚେତନତା ରଥକୁ ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସେହିପରି ସେଞ୍ଚୁରୀୟାନ ୟୁନିଭରସିଟି ତରଫରୁ ଗାଡିରେ ସମସ୍ତ ସ୍ୱାସ୍ଥ୍ୟ ସେବା ୨ ଗୋଟି ଭ୍ୟାନ କୁ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ।

ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମସ୍ତ ସମ୍ମlନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ବି ଡ଼ି ଓ, ଖୋର୍ଦ୍ଧା କ୍ଷୀରାଦ୍ବି୍ ତନୟା ସାହୁ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ, ଅଧିକାରୀ, ପୌର ପରିଷଦ ଅଧିକାରୀ ଙ୍କ ସମେତ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ସେବିକା, ଅଙ୍ଗନୱାଡି ସୁପର ଭାଇଜର, ଯୋଜନାରେ ନିଯୁକ୍ତ କର୍ମଚାରୀ, ସ୍ୱୟଂ ସାହାୟିକା ଗୋଷ୍ଠୀ, ମିଶନ ଶକ୍ତି, ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବି ଡ଼ି ଓ କ୍ଷୀରାଦ୍ବି ତନୟା ସାହୁ ଗଣ ଦୌଡ଼ାକୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିଉମ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବଦ୍ଧରେ ପ୍ରକାଶ କରିଥଲେ। ଗଣଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଟ୍ରାଫିକ ଛକରେ ବୁଲି ପୁନଃରାୟ ଷ୍ଟାଡ଼ିୟମ ରେ ପହଂଚି ଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ଗଣଦୌଡ ରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଉପେନ୍ଦ୍ର ନାଥ ଦାସ ପରିଚାଳନାରେ ସହଯୋଗ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର କ୍ରୀଡାବିତ, ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ଵେଚ୍ଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଳ୍ପ ସମୃଦ୍ଧ ହେବ ଖୋର୍ଦ୍ଧା, ସୃଷ୍ଟି ହେବ ୩୭ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ: ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହେବ ଶିଳ୍ପର ହବ, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି। ଖୋର୍ଦ୍ଧାର କାଳିବାଟି, ମୁଣ୍ଡାଆମ୍ବ ଓ ହଳଦୀପଦାରେ ମୋଟ ୧୩ ଟି ନୂତନ ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଗୋଟିଏ ଶିଳ୍ପକୁ ଉଦଘାଟନ କରିଛନ୍ତି ମୁଖମନ୍ତ୍ରୀ। ଏହି ଶିଳ୍ପ ଦ୍ୱାରା ପ୍ରାୟ 6ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୩୭ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହଳଦୀପଦା ଠାରେ ମହାସମାରୋହରେ ପାଳନ ହୋଇଛି।

ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସମବେତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଶିଳ୍ପ ସଚିବ ହେମନ୍ତ ଶର୍ମା,ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୋର୍ଦ୍ଧା ଅଞ୍ଚଳରେ ଦୁଇଟି ସ୍ଥାନରେ ମେକ ଇନ ଓଡିଶା ଓ ଉତ୍କର୍ଷ ଓଡିଶା କନକଲେଭ ହୋଇଥିଲା ସେଥିରେ ଅନେକ ପୁଞ୍ଜି ନିବେଶକାରୀ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆଜି ୧୪ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଗୋଟିଏ ପ୍ରକଳ୍ପର ଉଦଘାଟନ କରାଯାଇଛି। ଏ ଅଞ୍ଚଳରେ ୬ ହଜାର କୋଟି ଟଙ୍କାର ଇଂଭେଷ୍ଟ କରାଯିବ। ଏଥିରେ ୩୦ ହଜାର ୫୦୦ ନିଯୁକ୍ତି ସୃଷ୍ଟି ହେବ।

ନୂଆ ସରକାରର ଗୋଟିଏ ନୀତି ଅର୍ଥନୈତିକ ଅବିବୃଦ୍ଧି ପାଇଁ ଶିଳ୍ପ ପ୍ରତିଷ୍ଠା ହେବ ତାହାର ବାସ୍ତବତା ପାଇଁ ଆଜି ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଆମର ପ୍ରଥମ ସଫଳତା ଆଗାମୀ ଦିନରେ ଏହି ଭଳି ଶ୍ରୀ ଗଣେଶ କରିବା ଓ ଶୁଭାରମ୍ଭ କରିବା। ସମୃଦ୍ଧ ଓଡିଶା ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ଓ ଅର୍ଥନୈତିକ ଦୃଷ୍ଟି କୋଣରୁ ଆଜିର କାର୍ଯ୍ୟକ୍ରମ ଓଡିଶା ଆଗାମୀ ଦିନରେ ବିକାଶ କ୍ଷେତ୍ରରେ ଆଗକୁ ବଢିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ପ୍ରାତଃ ଘ ୪.୩୦ ମି. ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତର ରେକର୍ଡିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ପ୍ରାତଃ ଘ ୭.୦୦ ମି. ରେ ଜିଲ୍ଲାର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ/କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖୋରଧାଙ୍କ ଦ୍ବାରା ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରାଯାଇଥିଲା।

ସନ୍ଧ୍ୟା ଘ. ୬.୩୦ ମି. ରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଏବଂ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ/ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଜିଲ୍ଲାପାଳ ଚଞ୍ଚଳ ରାଣା, ଅଧ୍ୟକ୍ଷତା କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ୱାଗତ ଭାଷଣ ରଖିଥିଲେ।

ସମସ୍ତ ଙ୍କଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ପରେ ପରେ ଅତିଥିମାନଙ୍କୁ ଉତ୍ତରୀୟ ସହିତ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ବାଗତ ଅଭିଭାଷଣ ରଖିଥିଲେ। ଏହା ପରେ ସମସ୍ତ ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ ଯେଉଁ ଜାତିର ଇତିହାସ ଯେତେ ସମୃଦ୍ଧ ସେ ଜାତି ସେତେ ଉନ୍ନତ, ପିଲାମାନଙ୍କୁ ଇତିହାସ ପଢିବାକୁ ଉପଦେଶ ଦେଇଥିଲେ, ସେହିପରି ମାନ୍ୟବର ବିଧାୟକ କହିଲେ ଯେ ଆଜି ହେଉଛି ଆତ୍ମ ବିଶ୍ଳେଷଣର ଦିନ, ଆଜି ସମୟ ଆସିଛି ଆମେ ସମସ୍ତେ ଓଡ଼ିଆ କହିବା ଅନୁଧ୍ୟାନ କରିବା, ମାନନୀୟା ଅଧକ୍ଷା ଜିଲ୍ଲା ପରିଷଦ କହିଲେ, ଆଜି ଆମେ ବୀର ପୁରୁଷର ମହାନତା ଓ ବଳିଦାନ ବିଷୟରେ ମନେପକାଇବା। ସେହିପରି ଜିଲ୍ଲାପାଳ କହିଲେ ଓଡ଼ିଆ ପକ୍ଷକୁ ଏତେ ସୁନ୍ଦର ଭାବେ ପାଳନ କରାଯାଉଛି, ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ, ଓଡ଼ିଆ ବୋଲି ଆମେ ଜାଣିବୁ, ପିନ୍ଧିବୁ ଏବଂ ସାରା ଭାରତ ଆମକୁ ଜାଣିବ। ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଗୌରବମୟ ବୋଲି ସମ୍ମାନୀୟ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ବକ୍ତବ୍ୟ ରଖିଥିଲେ।

ସେହିପରି ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ କହିଲେ ଯେଉଁ ଗଛର ମୂଳ ଯେତେ ଦୃଢ ସେ ସେତେ ଦୃଢ, ସେହିପରି ଓଡିଶା ଭାଷାକୁ ସୁଦୃଢ କରିବାକୁ ହେଲେ ତାର ମୂଳଦୁଆକୁ ସୁଦୃଢ କରିବାକୁ ହେବ। ପରେ ଓଡ଼ିଶା ଦିବସ ଉପଲକ୍ଷେ କରାଯାଇଥିବା ଜିଲ୍ଲା ସ୍ତରରେ ପ୍ରତିଯୋଗିତା ରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ଯମିକ ଏବଂ ମହା ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତାରେ ପ୍ରଥମ, ଦ୍ବିତୀଯ ଓ ତୃତୀୟ ସ୍ଥାନ ଅଧିକାର କରିଥିବା (୩୧ ଜଣ ଛାତ୍ର/ଛାତ୍ରୀ ଙ୍କୁ) ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମେମ୍ବର, ପୌର ପରିଷଦ ମେମ୍ବର, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଂଚାୟତ ସ୍ତରୀୟ ମେମ୍ବର, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାର ବିଭାଗୀୟ ଅଧିକାରି, ବ୍ଲକ ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଭାଗୀୟ କର୍ମଚାରୀ ଏବଂ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରୀ/ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରୁଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିବା ପରେ ସଭାସାଙ୍ଗ କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏନଏସ୍‌ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ।

ଏନଏସଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ‘ଭାରତ ସରକାରଙ୍କର ଏହି ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଅନେକ ଯୁବାପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କ ପ୍ରତିଭା ଓ ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି। ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଶିବାଜୀ ମୁରଲୀଧର ଖରାଟ ମଧ୍ୟ କହିଥିଲେ ଯେ ଆମ ଯୁବ ବକ୍ତାଙ୍କୁ ଶୁଣିଲେ ଲାଗେ ଆମ ଭାରତରେ କେତେ ପ୍ରତିଭାପୂର୍ଣ୍ଣ ଯୁବକ ଅଛନ୍ତି।

ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବରୁ କରୋନା ସମୟରେ ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିଲା। ଏବେ ଅଫଲାଇନ୍ ମାଧ୍ୟମରେ ହେଉଛି ଯେଉଁଥିରେ ଅଂଶଗ୍ରହଣ କରିଥିବା ଯୁବାମାନେ ଭାରତର ବିକାଶ ପାଇଁ ତାଙ୍କ ବକ୍ତବ୍ୟ ରଖିବେ ଏବଂ ଯୁବ ସଂସଦ ପାଇଁ ମନୋନୀତ ହେବେ।

କାର୍ଯ୍ୟକ୍ରମର ସଂଯୋଜକ ସୋଆ ଏନଏସଏସ୍ ବ୍ୟୁରୋ ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଏକ ଦେଶ, ଏକ ନିର୍ବାଚନ’ ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ୫ ଜଣ ବିଚାରକ ଭୂମିକା ତୁଲାଇବେ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଖୋର୍ଦ୍ଧାରୁ ୧୬୯ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା-ବାରଣାସି ଅଭିମୂଖେ ଯାତ୍ରା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥଯାତ୍ରୀ ଅଯୋଧ୍ୟା- ବାରଣାସି ଅଭିମୂଖେ ଯାତ୍ରା କରିବା ପାଇଁ ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ ଠାରେ ରାତ୍ରିଯାପନ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ୫ ଜଣ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଭୁବନେଶ୍ବରଠାରୁ ତା. ୧୯.୦୩.୨୦୨୫ ରିଖ ଦିନ ସକାଳ ୧୧ ଘଣ୍ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରେଳ ଷ୍ଟେସନରେ ଫ୍ଲାଗ ଅଫ ପରେ ତୀର୍ଥଯାତ୍ରୀମାନେ ଅଯୋଦ୍ଧା- ବାରଣାସି ଅଭିମୂଖେ ଯାତ୍ରା କରିବେ।

ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ବସଗୁଡିକୁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଜ୍ୟୋତି ଶଙ୍କର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଙ୍କ ଉପସ୍ଥିତିରେ ଏକ ସମ୍ୱର୍ଦ୍ଧନା ସଭା କରାଯାଇ ବରିଷ୍ଠ ନାଗରିକଙ୍କୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ଶୁଭେଛା ଏବଂ ଶୁଭକାମନା କରାଯାଇଥିଲା। ଗୋଷ୍ଠି ନଛାଡି ସୁରକ୍ଷା ଅଧିକାରୀଙ୍କ ପାଖେ ପାଖେ ରହିବାକୁ ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ବୁଝାଇଥିଲେ।

ପର୍ଯ୍ୟଟନ ଅଧିକାରୀ ମୀରା କୁମାରୀ ବେହେରା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ସହ ସଭା ସାଙ୍ଗ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ପୋଖରୀରେ ବୁଡ଼ି ଯୁବକଙ୍କ ପ୍ରାଣହାନୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଭେଟେଶ୍ୱର ଗ୍ରାମର ଗଜେନ୍ଦ୍ର ପ୍ରଧାନ (୩୫) ଗତକାଲି ରାତି ୯ ଟା ପରେ ଘରକୁ ଫେରିନଥିଲେ। ତେବେ ଆଜି ଦିନ ୧୧ ଘଟିକା ସମୟରେ ଗଜେନ୍ଦ୍ରଙ୍କ ଶରୀର ଗ୍ରାମ ପୋଖରୀରେ ଭାସିଥୁବାର ଗ୍ରାମବାସୀ ଦେଖିଥିଲେ ଏବଂ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ସ୍ଥାନୀୟ ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇ ବାଣପୁର ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରି ୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଗଜେନ୍ଦ୍ର ପୋଖରୀରେ ବୁଡ଼ିଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନୂତନ ଏସଡିପିଓ ଭାବେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଏହା ପୁର୍ବରୁ ଯାଜପୁର ରୋଡ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫଳତାର ସହ ସେ ପୁର୍ବରୁ ଆଇଆଇସି ଭାବେ କାର୍ଯ୍ୟ କରିସାରିଛନ୍ତି।

ଜିଲ୍ଲାର ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଥାନାରେ ତାଙ୍କର ଆଇଆଇସି ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ଏସଡିପିଓ ଭାବେ ଅଞ୍ଚଳରେ କାର୍ଯ୍ୟ କରିବାରେ ତାହା ସହାୟକ ହେବ।

ଶ୍ରୀ ପଟ୍ଟନାୟକ ଆଜି ନୂତନ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ଅବସରରେ ଏକାଧିକ ଅଞ୍ଚଳବାସି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଅଞ୍ଚଳକୁ ଅପରାଧ ମୁକ୍ତ ରଖିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝଲସିବ ରାଜ୍ୟର ପ୍ରମୁଖ ଶକ୍ତିପିଠ ମା’ ଭଗବତୀ ମନ୍ଦିର, ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଆଇନ ମନ୍ତ୍ରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନବମ ଶତାବ୍ଦୀର ନିର୍ମିତ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ତଥା ଓଡ଼ିଶାର ପ୍ରମୁଖ ଶକ୍ତିପିଠ ମା’ ଭଗବତୀଙ୍କ ପୀଠର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ମୋହନ ସରକାର ବଦ୍ଧପରିକର। ଏହି ପରିପ୍ରେକ୍ଷୀରେ ଆଜି ଐତିହ କିର୍ତ୍ତିରାଜୀର ସମନ୍ୱିତ ବିକାଶ ଓ ପର୍ଯ୍ୟଟନସ୍ଥଳୀ ଯୋଜନା ଅଧୀନରେ ପାରିପର୍ଶ୍ଵ ଉନ୍ନୟନ ମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ଦିର ପରିସର ଓ ଚର୍ତୁପାର୍ଶ୍ଵର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ନାଟ୍ୟ ମଣ୍ଡପର ବାହ୍ୟ ଆବରଣ, ଶ୍ରୀ ଜଗନ୍ନାଥ ମନ୍ଦିର, ସିଂହ ଦ୍ୱାରର ଉନ୍ନତୀକରଣ ଏବଂ ଦୋଳବେଦୀ ନିର୍ମାଣ‌ ସହିତ ବହୁମୁଖୀ ହଲ୍, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମନ୍ଦିରର ବହୁ ପୁରୁଣା ଐତିହ୍ୟକୁ ସଂରକ୍ଷଣ କରିବା ସହ ଏହାକୁ ଏକ ଜୀବନ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏତଦ୍‍ବ୍ୟତୀତ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

ଉକ୍ତ ବୈଠକରେ ରାଜ୍ୟ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ,ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରଣା, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ ଅଶ୍ଵିନୀ ଶତପଥୀ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ଓବିସିସି ଯୁଗ୍ମ ଉପଦେଷ୍ଟା ଜୟ କୃଷ୍ଣ ଦାସ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ସହ ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ ଉତ୍ସବ

ବାଣପୁର: ଆଜି ବୀର ପାଇକ ମାଟି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ ଏବଂ ସାମଗ୍ରିକ ବିକାଶଧାରାକୁ ଆଗକୁ ନେବା ସହ ସହରରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ସୁଯୋଗ ଯୋଗେଇଦେବା ପାଇଁ “ବିକଶିତ ଗାଁ – ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଣପୁର ପଲଟନ ପଡିଆ କୃତିବାସ ଭବନ ଠାରେ ବ୍ଲକ ପ୍ରଶାସନ ଦ୍ୱାରା ସାଧାରଣ ନାଗରିକ ଉକ୍ତ ଶୁଭାରମ୍ଭ ଉତ୍ସବକୁ ଏଲଇଡି ମାଧ୍ୟମରେ ଯୋଡି ହୋଇ ଦେଖିଛ। ହଜାର ହଜାର ମହିଳା ଓ ପୁରୁଷ ଯୋଜନାର ରୂପରେଖ ଏବଂ କାର୍ଯ୍ୟଶୈଳୀ କଣ ହେବ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗାଁର ବିକାଶରୁ ହିଁ ରାଜ୍ଯର ସାମଗ୍ରିକ ବିକାଶ ହେବ ବୋଲି ବକ୍ତବ୍ୟ ରଖିଥିଲେ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହାକୁ ଦୃଷ୍ଟିରେ ରଖି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରାଜ୍ୟସରକାର ପରିକଳ୍ପନା କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ଏକ ଶ୍ରେଷ୍ଠ ନିଦର୍ଶନ। “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ, ୫ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଗାଁର ବିକାଶ ଧାରାକୁ ଆଗେଇ ନେବା ପାଇଁ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ ସହ ଯୋଗାଯୋଗ ବ୍ୟବସ୍ଥାରେ ସୁଦୃଢୀକାରଣ, ପର୍ଯ୍ୟଟନ ସ୍ଥଳ ବିକାଶ, ଶିକ୍ଷା ଏବଂ କ୍ରିଡା ଭିତ୍ତିଭୂମିରେ ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ। କେନ୍ଦ୍ର ସରକାରଙ୍କ ଡିଜିଟାଲ ମିଶନକୁ ପାଥେୟ କରି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଗ୍ରାମଞ୍ଚଳର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ କାର୍ଯ୍ୟକୁ ସହଜ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହା ଦ୍ୱାରା ବାଣପୁର ବ୍ଲକର ସାମଗ୍ରୀକ ବିକାଶ ହେବ ବୋଲି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ କହିଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଅଧିକ୍ଷଣ ଯନ୍ତ୍ରୀ ଆଦ୍ୟାଶା ଦାସ, ବିପିଏମ ଶିବପ୍ରସାଦ ଜାଲି ସମସ୍ତ ଯନ୍ତ୍ରୀ, ଡିଇଓ ଏବଂ ବ୍ଲକପ୍ରଶାସନର ତତ୍ତ୍ୱବଧାନରେ ସମ୍ପାଦନ କରାଯାଇଥିଲା। ଶ୍ରୀଯୁକ୍ତ ରଣସିଂହ ଏହି ଯୋଜନା ଦ୍ୱାରା ବାଣପୁର ବ୍ଲକକୁ ଏକ ସଫଳ ଏବଂ ଲୋକାଭିମୁଖୀ କରି ଗ୍ରାମାଞ୍ଚଳ ବିକାଶରେ ଅଗ୍ରଗତି କରିବା ପାଇଁ ଆମେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ପଞ୍ଚାୟତ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଖୋର୍ଦ୍ଧା: ଆସନ୍ତା ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ପଞ୍ଚାୟତ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସୁଛନ୍ତି। ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ସଦ୍ଭାବନା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଗମନ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ୧୧୦୦୦ ଲୋକଙ୍କ ସମାଗମ ହେବାକୁ ସବୁ ବ୍ଲକର ବିଡିଓ, ମୁନିସିପାଲିଟିଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଥି ପାଇଁ ବସ୍ ସେବା ଯୋଗାଇଦେବାକୁ
ଆର୍ ଟିଓ ଭୂବନେଶ୍ୱର ଏବଂ ଖୋର୍ଦ୍ଧା ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ସେହିପରି ପୂର୍ତ୍ତ ବିଭାଗ, ଟିପିସିଓଡିଏଲ, ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରମୁଖ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଲୋକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନଙ୍କ ର ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯିବାକୁ ଏସବୁ ର ତଦାରଖ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରିଛନ୍ତିି।

ସୋସିଆଲ ମିଡ଼ିଆ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ/ ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆ ରେ ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ସେହିପରି, ଆମ୍ବୁଲାନ୍ସ ସେବ। ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅଗ୍ନିଶମ ନିରାପତ୍ତା ସେବା ଯୋଗାଇଦେବାକୁ ଏବଂ ଅନ୍ୟ ସମସ୍ତ ବିଭାଗ ସମସ୍ତ ତହସିଲଦାର, ଙ୍କୁ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ (ରାଜସ୍ୱ)/ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା (ପ୍ରଶାସନ)/ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ,ଜ୍ୟୋତି ଶଙ୍କର ସାହୁ/ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ,କିଶୋର ପଣ୍ଡା/ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଅଛି। ଏହା ୨୦୧୧ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖ ଦିନ ପାଳନ କରାଯାଇ ଆସୁଅଛି। ଭାରତର ନିର୍ବାଚନ କମିଶନ ତା ୨୫/୦୧/୧୯୫୦ ମସିହାରେ ଗଠନ ହୋଇଥିଲା। ଏହି ଗଠନ ଦିବସକୁ ସ୍ମରଣ କରାଯାଇ ନୂଆ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିବା ଓ ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏହି ଦିନ ଟିକୁ ଜାତୀୟ ମତଦାତା ଦିବସ ଭାବରେ ପାଳନ କରାଯାଏ।

ଏହି ପରିପ୍ରେକ୍ଷୀରେ ଡିବା ୯ ଘଟିକା ସମୟରେ  ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟ।ଳୟରୁ ବାହାରି ପୋଲିସ ସୁରକ୍ଷା ସହିତ ଏକ କିଲୋମିଟର ପଲାହାଟ ଛକ ପର୍ଯ୍ୟନ୍ତ ଯାତ୍ରା କରି ପୁନଶ୍ଚ ସମସ୍ତେ ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷକୁ ଫେରି ଆସିଲେ। ପଦଯାତ୍ରାରେ ଛାତ୍ର ଛାତ୍ରୀ, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଉପ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଓ ଅନ୍ୟମାନେ ସାମିଲ ହୋଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ପୋଷ୍ଟର ବ୍ୟବହାର କରାଯାଇ ଥିଲା।

ପଦଯାତ୍ରା ସମାପ୍ତ ହେଲା ପରେ  ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷରେ ଏକ ସଭା ଆୟୋଜନ କରାଯାଇ ଥିଲା। ଏହି ସଭାରେ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇ ଥିଲେ। ଉପସ୍ଥିତ ଅଧିକାରୀଙ୍କ ଅଭିଭାଷଣ ପରେ ନୂଆ ପଞ୍ଜୀକୃତ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରି ଭୋଟ ପରିଚୟ ପତ୍ର  ପ୍ରଦାନ କରା ଯାଇଥିଲା। ତାହାପରେ ଜିଲ୍ଲା ସ୍ତରରେ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା ଓ ଭୋଟର ତାଲିକା  ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, ୨୦୨୪ ରେ  ଭଲ ପ୍ରଦର୍ଶିତ କରିଥିବା ASSISTANT ELECTORAL REGISTRATION OFFICER, BOOTH LEVEL OFFICER, BLO SUPERVISOR ମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଗଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରା ଯାଇଥିଲା।