Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ, ମା’ ଯୋଗମାୟା ଭଗବତୀଙ୍କ ଏକ ସଙ୍ଗେ ଧରାବତରଣ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ’ ଯୋଗମାୟାଙ୍କ ସହିତ ପ୍ରଭୁ ଗୁରୁଣ୍ଡି ଗୋପାଳଙ୍କ ଜନ୍ମବିଧି ଏକ ସଂଙ୍ଗେ ନିଆରା ବିଧିରେ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ କୃଷ୍ଣ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ତିଥିର ମଧ୍ୟରାତ୍ରରେ ମା’ ଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିର ବେଢ଼ାରେ ଏହି ଉତ୍ସବ ଗୁପ୍ତ ନୀତିର ସହିତ ପାଳିତ ହୋଇଛି। ସଂଧ୍ୟାରେ ମା’ଙ୍କ ବଡ଼ସିଂହାର ପୂର୍ବରୁ ପାଳିଆମାଳି ସେବକ ଶୟନ ଚକଡ଼ା କୁ ଧୋପଖାଳ କରି ଆସନପାରିଥିଲେ।

ପୂଜାରୀ ସାଆନ୍ତ ସିଂହାସନରୁ ଶ୍ରୀଶ୍ରୀ ଗୁରୁଣ୍ଡିଗୋପାଳ ଦେବ, ଶ୍ରୀ ଶ୍ରୀଚନ୍ଦ୍ରଶେଖରଦେବ ଓ ମା’ କାଠି ଠାକୁରାଣିଙ୍କୁ ଏକତ୍ର ଆଣି ଆସନ ଉପରେ ଉପବେସନ କରାଇ ଦୀପ, ଧୂପ, ପୁଷ୍ପ ଚ଼ନ୍ଦନ ନୈବେଦ୍ୟଠା କରିବା ପରେପରେ ଜନ୍ମବିଧି ଆରମ୍ଭ ହୋଇଥିଲା। ପୂର୍ବରୁ ପଲେଇ ସେବକ ଏନ୍ତୁଡ଼ି ପାଇଁ ପାଳରେ ତିଆରି ଅଟା,ଅଙ୍ଗାର,ଚ଼ଷୁ, ନାଭିକଟା ପାଇଁ ଶିମପତ୍ର ଆଣି ଯୋଗାଇଥିଲେ। ଗୁରୁଣ୍ଡିଗୋପାଳଙ୍କୁ ନାଭିକଟା ମଣ୍ଡପରେ ରଖାଇ ସିମପତ୍ରରେ ନାଭିକଟା ବିଧିକରାଇ ମହାସ୍ନାନ ପରେଚଷୁ ଅଙ୍ଗାରନିଆଁରେ ଗୋପାଳଙ୍କୁ ଏନ୍ତୁଡ଼ି ସେକା ବିଧିପରେ ଆସନ ବିଜେ କରାଇଥିଲେ।ପରେ ମା’ଭଗବତୀ ଯୋଗମାୟା , ଚନ୍ଦ୍ରଶେଖର ଏବଂ ଗୁରୁଣ୍ଡିଗୋପାଳଙ୍କ ପାଖରେ ଏକତ୍ର ମୁଆଁ, ରାଶି କୋରା, ନଡ଼ିଆ କୋରା ଇତ୍ୟାଦି ଶୀତଳ ମଣୋହୀ ହୋଇ ଜନ୍ମ ଆଳତୀ ବଢ଼ିଥିଲା ପରେ ଠାକୁର ଠାକୁରାଣିଙ୍କୁ ବଡ଼ ସିଂହାର ପରେ ପହଡ଼ ପଡ଼ିଥିଲା।

ଓଡ଼ିଶାର ସର୍ବତ୍ର ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀରେ କେବଳ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ମହାସମାରୋହରେ ପାଳିତ ହେଉଥିବାବେଳେ, ବାଣପୁରର ଏହି ପ୍ରାଚୀନ ଶକ୍ତିପୀଠରେ ଦୁର୍ଗା ମାଧବଙ୍କ ଉପାସନାର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା’ଭଗବତୀ ଯୋଗମାୟାଙ୍କ ମଧ୍ୟ ଧରାବତରଣ ବିଧିବିଧାନ ପରମ୍ପରା ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ପ୍ରଭୁଶ୍ରୀକୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିବା ପୂର୍ବରୁ ଦେବୀ ଭଗବତୀଙ୍କୁ ଗୋପନଗରୀର ନନ୍ଦ ଯୋଶଦାଙ୍କ ଘରେ ଯୋଗମାୟା “ବିଜୁଳିକନ୍ୟା” ଭାବରେ ଜନ୍ମ ଗ୍ରହଣ କରି କଂସାସୁର ପରି ଆସୁରିକ ଶକ୍ତିମାନଙ୍କୁ ସଂହାର କରିବାରେ ସହଯୋଗ କରିବାକୁ କରିଥିବା ନିବେଦନ ରକ୍ଷାକରି ମା’ଦେବୀ ଭଗବତୀ ଉକ୍ତଦିନ ଧରାବତରଣ କରିଥିବା କଥା ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତରେ ଉଲ୍ଲେଖ ଥିବାରୁ ମା’ଙ୍କ ପୀଠରେ ଏହି ଉତ୍ସବ ପାଳନ କରାଯାଉଥିବା କଥା ବିଶ୍ୱାସ କରାଯାଏ।

ଭାଦ୍ରବ କୃ କୃଷ୍ଣ ନବମୀ ଦିନ ମା’ଭଗବତୀଙ୍କ ବାମ୍ଫି ନିକଟରେ ମୀନଧରା ନୀତି ସହିତ ନନ୍ଦ ଉତ୍ସବ ଦିନଏହି ଉତ୍ସବ ବାଣପୁରରେ ଦୁର୍ଗାମାଧବ ଉପାସନାର ଅନନ୍ୟ ପରମ୍ପରା ବୋଲି ଦେବୋତ୍ତର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଞ୍ଚଳିକ

ଟାଙ୍ଗୀ: ସ୍ଵାଧୀନତା ଦିବସରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କଲେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ (୧୯୯୭ ବ୍ୟାଚ) ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଉକ୍ତ ଉତ୍ସବରେ ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି।

ତେବେ ଷଷ୍ଠ ଶ୍ରେଣୀର ସ୍ଵୟମ ବେହେରା, ସପ୍ତମ ଶ୍ରେଣୀର ଜସ୍ମିନ ପ୍ରଧାନ, ଅଷ୍ଟମ ଶ୍ରେଣୀର ଅଂଶୁମାନ ବେହେରା, ନବମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ ଏବଂ ଦଶମ ଶ୍ରେଣୀରେ ୫୫୨ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦେବାଶିଷ ବେହେରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୬୩ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ସମଗ୍ର ଟାଙ୍ଗୀ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିବା ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। କେବଳ ପାଠ ପଢାରେ ନୁହେଁ ପିଲାମାନଙ୍କର ଅନ୍ୟ ପ୍ରତିଭା ଯଥା- ଖେଳ, ସଙ୍ଗୀତ, କଳା ଇତ୍ୟାଦି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ ଦକ୍ଷତା ଥିବା ପିଲାମାନଙ୍କୁ ସମ୍ମାନିତ କରିବା ପାଇଁ ସେମାନେ ଗତ କିଛିବର୍ଷ ହେବ ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେମାନେ ବିଦ୍ୟାଳୟର ମେଧାବୀ ଏବଂ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଆସୁଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ୍ ପଲେଇ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ୧୯୭୮ ବ୍ୟାଚର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ବାରିକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ପ୍ୟାରେଡ୍ ପରିଦର୍ଶନ କରିବା ସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିବିସି ପକ୍ଷରୁ ବୋଲଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଭୁବନେଶ୍ୱରକେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡଠାରେ ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶ ବିଭାଜନରେ କଷ୍ଟଯନ୍ତ୍ରଣା ସହିଥିବା ଅଗଣିତ ଲୋକଙ୍କ ବଳିଦାନକୁ ମନେ ପକାଇଥିଲେ । ବାଚସ୍ପତି କହିଥିଲେ, ଭବିଷ୍ୟତରେ ଆଗକୁ ବଢ଼ିବାକୁ ହେଲେ ଅତୀତର ଦୁଃଖଦାୟକ ଓ ପ୍ରେରଣାଦାୟୀ ସ୍ମୃତିକୁ ସାଥୀରେ ନେଇ ଚାଲିବାକୁ ହେବ। ଆଜିର ଯୁବପିଢ଼ି ଅଖଣ୍ଡ ଭାରତର ବିଭାଜନ କାହାଣୀକୁ ମନେ ପକାଇ ଆଗକୁ ବଢ଼ିବ। ବିଭାଜନ ପାଇଁ କେଉଁମାନେ ଦାୟୀ ତାହା ବର୍ତ୍ତମାନର ପିଢ଼ି ଜାଣିବା ଆବଶ୍ୟକ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଅନ୍ୟ ଅତିଥିମାନେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ସ୍ଥାନୀୟ ଜନସାଧାରଣ ଦେଶପ୍ରେମର ବାର୍ତ୍ତା ଦେଇଥିଲେ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ, କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ନାଚୁଣୀ ବଜାରରେ ପଥ ପାର୍ଶ୍ଵରେ ଉଜ୍ବଳ ଆଲୋକ ବ୍ୟବସ୍ଥା ପାଇଁ ଦାବି

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ପୁରୁଣା ଜାତୀୟ ରାଜପଥ ନଂ ୫ ଯାଇଥିବା ନାଚୁଣୀ ବଜାର ଦିନକୁ ଦିନ ପ୍ରସାରିତ ହୋଉଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟକ ଜନତା ଏହା ଉପରେ ନିର୍ଭର କରୁଛନ୍ତି। ଏହି ମାର୍କେଟ ସନ୍ନିକଟ ବିଭିନ୍ନ ସରକାରୀ ବେସରକାରୀ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଛୋଟ ବଡ଼ ବ୍ୟବସାୟ ସଂସ୍ଥା ତଥା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଇତ୍ୟାଦି ରହିଅଛି। ଯେଉଁଥିପାଇଁ ଦୈନିକ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସି ଏହା ଉପରେ ନିର୍ଭର କରନ୍ତି।

ଏହା ସତ୍ତ୍ୱେ ଏଠାରେ ପଥ ପାର୍ଶ୍ୱରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନାହିଁ ।ଯାହା ପାଇଁ ଅଞ୍ଚଳ ବାସି ନିଜକୁ ଯାତାୟାତ ସମୟରେ ସୁରକ୍ଷିତ ନ ମଣିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ସନ୍ଧ୍ୟା ପରେ ବୟସ୍କ ଲୋକ ଉପରେ ଏହା ର ଗଭୀର ପ୍ରଭାବ ପଡୁଛି। ପୂର୍ବରୁ ୯ ନଭେମ୍ବର ୨୦୦୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଆଗମନରେ “ଗୋପବନ୍ଧୁ ଗ୍ରାମୀଣ ଯୋଜନା” ଦ୍ଵାରା ପଥ ପାର୍ଶ୍ବ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା, ଯାହାର ଏବେ ଦୀର୍ଘ ୧୮ ବର୍ଷ ପରେ ଅସ୍ତିତ୍ଵ ନାହିଁ। ତେଣୁ ଅଞ୍ଚଳ ବାସି ନାଚୁଣୀ ବଜାର ର ପଥ ପାର୍ଶ୍ଵରେ ଆଲୋକ ବ୍ୟବସ୍ଥା ପାଇଁ ଦାବି ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଲବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ବ କରିଥିବା ବେଳେ ବୈଠକରେ ସ୍ବାଗତ ଭାଷଣ ରଖିଥିଲେ କୁସୁମ କୁମାରୀ ପ୍ରହରାଜ।

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁପୋଷଣ (ପୁଷ୍ଟି ହୀନତା )ମୁକ୍ତ ଭାରତ’ ଗଠନ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କର ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀକ ପୋଷଣ କାର୍ଯ୍ୟକ୍ରମ। ପିଲା ମାନଙ୍କର ଉଚ୍ଚତା ଏବଂ ଓଜନ ମାଧ୍ୟମରେ ପୁଷ୍ଟି ହୀନତା ବିଷୟରେ ଜଣାଯିବା।

ଆଜି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସେମାନଙ୍କର ଅଭିବ୍ୟକ୍ତି ରଖିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ। ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମା’ ମାନେ ନିଷ୍ଠାପର ଭାବେ ପୁଷ୍ଟି ହିନ ଶିଶୁଙ୍କୁ ଚିହ୍ନଟକରଣ କରିବାରେ ଉଦ୍ୟମ କରିବା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଶୂନ୍ୟ ପୁଷ୍ଟି ହିନ ପାଇଁ ତତ୍ପର ରହିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିବ୍ୟକ୍ତିରେ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଗୁରୁତ୍ବ ଦିଆ ଯାଇଥିବା ଜାତୀୟ ପୁଷ୍ଟି ହୀନତାର ପୋଷଣ କାର୍ଯ୍ୟକ୍ରମ। ପୁଷ୍ଟିହିନ ଶିଶୁଙ୍କୁ ସକ୍ଷମ କରିବା ଏହି ଯୋଜନାର ଏକ ବିରାଟ ବଡ ଲକ୍ଷ ଏବଂ ଦେଶରେ ଆଗାମୀ ଭବିଷ୍ୟତ ସକ୍ଷମ ଭାରତ ବର୍ଷ ସକ୍ଷମ ଶିଶୁ ଏବଂ ସକ୍ଷମ କିଶୋର ମାନଙ୍କର ଆବଶ୍ୟକ‌ତା ରହିଛି। ସେ ଉଦାହରଣ ଦେଇ ପୁଷ୍ଟି ହୀନତାର ଶିକାର ହୋଇଥିବା ‘ନଗଡା’ ଭଳି ଦୁଃଖଦାୟକ ଘଟଣା ବର୍ଣ୍ଣନା କରି ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ କେହି ଜାଣି ଶୁଣି ଅପପୁଷ୍ଟିର ଶିକାର ହୋଇନଥାନ୍ତି, ମୁଖ୍ୟତଃ ଦାରିଦ୍ର୍ୟ ଯୋଗୁଁ ଶିଶୁମାନେ ଅପ‌ପୁଷ୍ଟିର ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କୁ ସହାୟତାର ହାତ ବଢାଇ ଦାରିଦ୍ର୍ୟ ଦୂରୀକରଣ କରା ଯାଇପାରିବ। ଉଚ୍ଚତା ଏବଂ ଓଜନ ଏହି ଦୁଇଟି ବଡ ଟାର୍ଗେଟ ପୋଷଣ ଟ୍ରାକର। ଏକ ଡାଟାବେସ୍ ରେ ପରିବାରର ସଦସ୍ୟମାନଙ୍କର ଙ୍କର ପୁଷ୍ଟି ହୀନତାର ମାତ୍ରା ଚିହ୍ନଟିକରଣ କରାଗଲେ ପୁଷ୍ଟି ହୀନତା ସଂପୂର୍ଣ୍ଣ ଭାବେ ନିରାକରଣ କରାଯାଇପାରିବ।

ଆସନ୍ତା ୨ ବର୍ଷ ଭିତରେ ଆମ ଜିଲ୍ଲାରେ ଗୋଟିଏ ପରିବାର ପୁଷ୍ଟି ହୀନତାର ଶିକାର ନ ହେଉ ଏବଂ ଆମ ଜିଲ୍ଲା ‘ଶୂନ ଅପପୁଷ୍ଟି ‘ଜିଲ୍ଲା ଭାବେ ପରିଚିତ କରିବା ଆମର ଲକ୍ଷ ହେଉ। ସବୁ ପରିବାରଙ୍କୁ ସହାୟତାର ହାତ ବଢାଇ ପାରିଲେ ଏବଂ ସଚେତନିତାର ବାର୍ତ୍ତା ଜାହିର ରଖା ଗଲେ, ମା ମାନେ ସଚେତନ ହେଲେ ପୁଷ୍ଟି ହୀନତା ଦୂର କରା ଯାଇ ପାରିବ।

ଏହା ଛଡା ମାନ୍ୟବର ମନ୍ତ୍ରୀ କହିଲେ, ମା’ ମାନେ ସଚେତନ ହେଲେ ପିଲା ମାନଙ୍କୁ ସଠିକ ଭାବେ ଟୀକାକରଣ କରା ଯାଇପାରିବ ଏବଂ ଏହାଛଡା ଜିଲ୍ଲାରେ ନିୟମିତ ମନିଟରିଂ ଏବଂ ଟ୍ରାକି” ପ୍ରକ୍ରିୟାରେ ଆମ ଅଞ୍ଚଳରେ ସମ୍ପୂର୍ଣ୍ଣ ଅପପୁଷ୍ଟି ଦୂରୀକରଣ କରା ଯାଇପାରିବ। ଉତ୍ତର ପିଢୀଙ୍କୁ ସମାଜ ସହିତ ଯୋଡ଼ା ଯାଇ ପାରିଲେ ଆମ ଜୀବନ ସାର୍ଥକ ହେବ।

ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସ୍ବାତି ମିଶ୍ର। ଏହା ଛଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ରାଜ୍ୟ ସ୍ଥରୀୟ ସମୀକ୍ଷକ ଶୀତାଂଶୁ ସିଂ, ସୌରଭ ଭଟ୍ଟାଚାର୍ଯ୍ୟ, ବିନାୟକ କନ୍ଧପାନ, ଜିଲ୍ଲାର ସମସ୍ତ ଆଇ ସିଡି ଏସ ସୁପର ଭାଇଜର, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ସହକାରେ ସଭା ସାଙ୍ଗ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା, ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ ବୈଠକ ଗୃହ ମଧ୍ୟରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଛି।

ଜିଲ୍ଲାରେ ଥିବା ଲବଙ୍ଗିରି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲିଧର ପରିଡା, କ୍ଷେତ୍ରପଲି ସରକାରୀ ଉଚ୍ଚବିଦ୍ୟାଳୟର ଅକ୍ଷୟ କୁମାର ପାତ୍ର, ଗୋପିନାଥ ଦେବ ରସୁଲଗଡ଼ ସ୍କୁଲର ଶିକ୍ଷୟତ୍ରୀ ସବିତା କୁମାରୀ ମହାନ୍ତି, କୁଦିୟାରି ସ୍କୁଲର ଉଷାରାଣୀ ମିଶ୍ର, ଦାରୁଠେଙ୍ଗ ଉଚ୍ଚବିଦ୍ୟାଳୟର ପି. ଇ. ଟି ଭରତ ଚନ୍ଦ୍ର ପରିଡା, ବନମାଳୀପୁର ସ୍କୁଲର ମନୋରମା ବରାଳ, କେ ସି ଜି ସଂସ୍କୃତ ବିଦ୍ୟାପୀଠର ମୀନତି ଦାସ, କ୍ଷେତ୍ରପଲି କୁହ ବିଦ୍ୟାଳୟର ଅମୂଲ୍ୟ କୁମାର ସେନାପତି, କୁହୁଡ଼ି ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱକଲ୍ୟାଣୀ ପଣ୍ଡା, ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ତିଳୋତ୍ତମା ଦେବୀ ଏବଂ ବାପୁଜୀ ବିଦ୍ୟାପୀଠ ବାରିମୁଣ୍ଡାର କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଚତୁର୍ଥଶ୍ରେଣୀଙ୍କୁ ଖୋର୍ଦ୍ଧାଜିଲା ଡି.ଇ.ଓ ବିଶ୍ୱନାଥ ତରେଇ ଏବଂ ଏ.ଡି.ଇ.ଓ ସ୍ନିଗ୍ଧାରାଣୀ ମିଶ୍ର ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇ ଅବସର ଦିନରେ ସମ୍ପୂର୍ଣ୍ଣ ପେନସନ୍ ପ୍ରଦାନ କହିଛନ୍ତି।

ତେବେ ଆଗରୁ ଏହି ବିଭାଗରେ ସରକାରୀ କର୍ମଚାରୀମାନେ ଅବସର ପରେ ପେନସନ୍ ପାଇବାରେ ଅନେକ ବିଳମ୍ବ ଏବଂ ବିଫଳତାର ସମୂଖୀନ ହେଉଥିବାର ନଜିର ରହିଛି କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତରାଇ ଭବିଷ୍ୟତ ରେ ଅବସର ନେବାକୁ ଥିବା ଜିଲା ଶିକ୍ଷାବିଭାଗର କର୍ମଚାରୀମାନଙ୍କର ୪ ମାସ ପୂର୍ବରୁ ଦସ୍ତାବିଜ୍ କାଗଜ ପତ୍ର ସଂଗ୍ରହ କରି କର୍ମଚାରୀ ନେବାକୁଥିବା ଅବସର ଦିବସରେ ସମ୍ପୂର୍ଣ୍ଣ ପେନସନ୍ ଯୋଗାଇ ଦେବାରେ ସଫଳ ହୋଇଛନ୍ତି। ଏହା ଖୋର୍ଦ୍ଧାଜିଲ୍ଲା ରେ ପ୍ରଥମ କରି ଶ୍ରୀଯୁକ୍ତ ତରାଇ ଆରମ୍ଭ କରିଥିବାରୁ ଶିକ୍ଷକ ମହଲରେ ପ୍ରସଂଶା ସାଉଁଟିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣାର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣା ରଥଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦିନ ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠୀ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ବାଗତ ଜଣାଇ ଉପଜିଲ୍ଲାପାଳ ପୂର୍ବବର୍ଷର ରଥଯାତ୍ରାରେ ସମ୍ମୁଖୀନ ହୋଇଥିବା ଅସୁବିଧାମାନଙ୍କ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ପୂର୍ବବର୍ଷର ପ୍ରସ୍ତୁତି ବୈଠକର ବିବରଣୀକୁ ପାଠ କରଯାଇ କାର୍ଯସୂଚୀ ଅନୁସାରେ ବୈଠକ ଚାଲୁ ରହିଥିଲା।

ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପାଣି ଟାଙ୍କି ଯୋଗାଇଦେବାକୁ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୨ ଟ୍ୟାଙ୍କର ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ସ୍ବଚ୍ଛତା ପାଇଁ ସରପଞ୍ଚଙ୍କୁ ଦାୟିତ୍ଵ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗକୁ ଫାଷ୍ଟ ଏଡ ସାହାଯ୍ୟ ଏବଂ ଏମ୍ବୁଲେନ୍ସ ଯୋଗାଇ ଦେବାକୁ ଅନୁରୋଧ କରାଗଲା। ରଥ କାରୁକାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ PWD ଙ୍କୁ ତଦନ୍ତ କରିବାକୁ ପରାମର୍ଶ ଦିଆଯାଇଛି।

ଦୁର୍ଘଟଣା ଏଡାଇବା ପାଇଁ ସଜାଗ ରହିବାକୁ ବିଦ୍ୟୁତ ବିଭାଗ / ଅଗ୍ନିଶମ ବିଭାଗଙ୍କୁ ଅନୁରୋଧ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ବିଭାଗକୁ ଅନୁରୋଧ କରାଯାଇଛି।

ସ୍ବେଚ୍ଛାସେବୀ ଯୋଗାଇଦେବାକୁ ପି.ଏନ କଲେଜକୁ ଅନୁରୋଧ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍କାଉଟ ଗାଇଡ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ସଭାରେ ଆଶୁତୋଷ ମହାନ୍ତି PHEU, ବି.ଡି.ଓ ଖୋର୍ଦ୍ଧା କ୍ଷୀରାବ୍ଧି ତନୟା ସାହୁ, ହସ୍ପିଟାଲ ପରିଚାଳକ ଡଃ.ବିନୟ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭା ସାଙ୍ଗ କରାଗଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥରେ କି ପ୍ରକାରର ସୁବିଧା ସୁଯୋଗ ରହିଛି। ଏଥିସହିତ ଭିନ୍ନକ୍ଷମ ଭୋଟର ମାନଙ୍କ ମତଦାନ ସାବ୍ୟସ୍ତ ଵିଷୟରେ ଏବଂ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଯଥା ରେଳ, ବିମାନ ବନ୍ଦର ଏବଂ ଯାନବାହାନ ମାନଙ୍କରେ। ଯାନବାହନ ଯୋଗାଇ ଦେବା ଇତ୍ୟାଦି ସମିକ୍ଷା କରିଥିଲେ। ଜିଲ୍ଲାପାଳ ଏସବୁର ‌ ଉତ୍ତର ରଖିଥିଲେ।

ଏହି ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟବେକ୍ଷକ ମାନେ ହେଲେ ଯଥାକ୍ରମେ ଯୋଗେନ୍ଦ୍ର ତ୍ରିପାଠୀ, ରଜନୀକାନ୍ତ ମିଶ୍ର, ହିମାଳିନୀ କାଶ୍ୟପ, ଜେ ଭେଙ୍କେଟ ମୁରଲୀ, ଜି ରେଖାରାଣୀ,  ଟିଭି ସୁବାସ, ୟରାମ ନେଗୀ ରେଡି, ଏଲ ଭି ଭାସ୍କର ରେଡି, ମଇମୁମ ଆଲାମ, ରାଜେନ୍ଦ୍ର ସିଂହ, ଅତୁଲ ପାଣ୍ଡେ।

ଏତଦ୍ ବ୍ୟତୀତ ୮ ଟା ନିର୍ବାଚନ ମଣ୍ଡଳୀର ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର/ସମସ୍ତ ଇ.ଓ/ ଏ.ଇଓ, ଉପ-ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ବ୍ୟବସ୍ଥା ପରଖିଲେ ଏସପି ଅବିନାଶ କୁମାର

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପୋଲିସ ପକ୍ଷରୁ ଏଥିପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ଚେକିଙ୍ଗ ଓ ପାଟ୍ରୋଲିଂ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଏସପି ଅବିନାଶ କୁମାର ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳ ପରିଦର୍ଶନରେ ଆସି ସମସ୍ତ ଚେକ ପୋଷ୍ଟର ବ୍ୟବସ୍ଥା ପରଖିଛନ୍ତି।

ଉକ୍ତ ଚେକ ପୋଷ୍ଟ ଗୁଡିକରେ କିପରି ନାଗରିକ ମାନଙ୍କ ଯାନବାହାନ ତନଖି କରାଯାଇଛି ତାହା ଅନୁଧ୍ୟାନ କରିଥିଲେ ଏସପି। ତତସହିତ ବାଲୁଗାଁ ଓ ବାଣପୁର ଥାନାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାହା ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି ଯଥା ଶାଳିଆ ଡ୍ୟାମ ଏବଂ ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିବା ସହ ସେଠାର ଏସପି ସୁରକ୍ଷା ବ୍ୟବସ୍ଥା ପରଖିଥିଲେ। ଏପରିକି ଏସପି ଏକାଧିକ ଚେକ ପୋଷ୍ଟରେ କିଛି କିଛି ସମୟ ଅତିବାହିତ କରିଥିଲେ। ଏହି ସମୟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଓ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ଟୁନା ନାୟକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଭୂବନେଶ୍ବର ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ, ପୁରୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଅବସରପ୍ରାପ୍ତ) ରଘୁନାଥ ସେଠି, ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି କବିରାଜ ପ୍ରଧାନ, ପୁର୍ବତନ ଡ୍ରାଇଭର ଦେଵରାଜ ମହାରଣା, କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ ରବି ନାରାୟଣ ପଟ୍ଟନାୟକ, ମନୋଜ କୁମାର ନନ୍ଦି ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ତାଙ୍କୁ ଏକ ମାନପତ୍ର ସହ ପ୍ୟାଣ୍ଟ୍, ସାର୍ଟ, ଶାଲ୍, ଚପଲ ଉତ୍ତରୀୟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନେ ସେମାନଙ୍କ ଅଭିବ୍ୟକ୍ତି
ପ୍ରଦାନ କରିବା ସହ ତାଙ୍କର ସୁସ୍ଥ, ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ।

ଏହି କାର୍ଯ୍ୟାଳୟରେ ପାଠାଗାର ଖୋଲିବା ଏବଂ ରାତ୍ରିରେ ଅଫିସରେ ରହିବା କାର୍ଯ୍ୟ କରୁଥିବାରୁ ତାଙ୍କର ଅବସରରେ ସୂଚନା କେନ୍ଦ୍ରରେ ପାଠକ/ପାଠିକା ମହଲରେ ଚିନ୍ତା ବ୍ୟକ୍ତ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇପିଏସ ଅଧିକାରୀ ଅବିନାଶ କୁମାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ ଆଜି ଆଇପିଏସ ଅଧିକାରୀ ଅବିନାଶ କୁମାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୨୦୦୭ ବ୍ୟାଚ ଆଈପିଏସ ଅଧିକାରୀ ଶ୍ରୀ କୁମାର ଏହା ପୂର୍ବରୁ କମିଶନରେଟ୍ ପୁଲିସ୍‌ରେ ଅତିରିକ୍ତ ସିପି ଭାବେ କାର୍ଯ୍ୟରତ ଥିଲେ। ନୂତନ ଏସପି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଚଳିତ ମାସ ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ନିର୍ବାଚନ ଆୟୋଗ ହଠାତ ବଦଳି କରିଥିଲେ। ଯାହାଦ୍ୱାରା ଉକ୍ତ ପଦବୀ ଖାଲି ପଡିଥିଲା। ଏବଂ ଗତକାଲି ନୂତନ ଏସପିଙ୍କୁ ନିଯୁକ୍ତି ମିଳିବା ପରେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ନୂତନ ଏସପି ଅବିନାଶ କୁମାର।

Categories
ଆଞ୍ଚଳିକ

ତୁଟୁନି ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପ୍ରଦାନ ବିବାଦ: ଦୁଇ ଦିନ ହେଲା ବାଣପୁର ବ୍ଲକରେ ଝୁଲୁଛି ତାଲା, ପ୍ରଶାସନ ଚୁପ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପୁଣି ପଡ଼ିଲା ତାଲା।  ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ତେବେ ଆଶାୟୀଙ୍କ ଦାବିକୁ ସମର୍ଥନ ଜଣାଇ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଧାୟକ ପାଣ୍ଠିରୁ ପାଖାପାଖି ୬ ମାସ ହେଲା ସୁପାରିଶ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ମିଳୁନଥିବା ପ୍ରତିବାଦରେ ଆଶାୟୀ ମାନେ ଧାରଣା ଦେଇଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ହସ୍ତକ୍ଷେପକ୍ରମେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ବିଡିଓ କାର୍ଯ୍ୟାଦେଶ ପ୍ରଦାନ କରିବେ ବୋଲି କହିଥିଲେ।

ତେବେ ଗତକାଲି କାର୍ଯ୍ୟାଦେଶ ନମିଳିବାରୁ ଆଶାୟୀ ମାନଙ୍କ ଦାବିକୁ ସମର୍ଥନ ଜଣାଇ ଅଧ୍ୟକ୍ଷ ବ୍ଲକ କାର୍ଯ୍ୟାଳୟରେ ତାଲା ପକେଇବା ସହ ଆଶାୟୀଙ୍କ ସହ ଧାରଣାରେ ବସିଥିଲେ।  ବିଧାୟକ ପାଣ୍ଠି ଅନୁଦାନ ଏକ ସାମ୍ବିଧାନିକ ପ୍ରକ୍ରିୟା। ତାହାକୁ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କରିବା ବିଧାୟକଙ୍କ ସାମ୍ବିଧାନିକ ଅଧିକାର। ତେବେ ତାହାକୁ ବ୍ଲକ ପ୍ରଶାସନ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି ଅଧ୍ୟକ୍ଷ।

ତେବେ ବିଧାୟକ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହେବା ଏବଂ ବିଜେପିରେ ମିଶିବା କାରଣରୁ ବିଜେଡି ନେତାଙ୍କ ଇଙ୍ଗିତରେ ଜାଣିଶୁଣି ବିଡ଼ିଓ କାର୍ଯ୍ୟାଦେଶ ଦେଉନଥିବା ଆନ୍ଦୋଳନରତ ଆଶାୟୀମାନେ ଅଭିଯୋଗ କରିଛନ୍ତି। ତେବେ ଅଦ୍ୟାବଧି କୌଣସି ଅଧିକାରୀ ଏହାର ସମାଧାନ ପାଇଁ ଆସି ନଥିବା ବେଳେ ବିଡିଓ ମଧ୍ୟ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ନଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇଥିବା ସତ୍ତ୍ୱେ କୌଣସି ସ୍ଥାନୀୟ ଅବା ଜିଲ୍ଲା ଅଧିକାରୀଙ୍କ ବ୍ଲକରେ ଦେଖା ମିଳୁନାହିଁ।

ଅପରପକ୍ଷେ ବ୍ଲକ ବନ୍ଦ ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ ବାଣପୁର ବିଡ଼ିଓଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇପାରିନାହିଁ। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘାଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ବାଣପୁର ସବଡିଭିଜନ ଦାବୀ, ଚାଲିଚାଲି ବାଣପୁରରୁ ଭୁବନେଶ୍ବର ଆସିଲେ ଶେଷଦେବ

ଭୁବନେଶ୍ଵର ( ସନ୍ତୋଷ ବଳିୟାରସିଂହ): ଦୀର୍ଘ ଦିନ ଧରି ଜାରି ରହିଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଉପରେ ଆଜି ଏକ ବଡ ଖବର ଆସିଛି। ବାଣପୁରର ଯୁବ ସମାଜସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ସମୟରେ ଶ୍ରୀ ସାହୁ ବାଣପୁର ଉପରେ ଅନେକ ସ୍ମୃତି ବାଣ୍ଟିଛନ୍ତି। ସେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଥିବାବେଳେ ବାଣପୁର ଅଂଚଳର ଇତିହାସ ସମ୍ବନ୍ଧରେ ଅବଗତ ଥିଲେ। ତେବେ ଦାବି ପତ୍ର ପ୍ରଦାନ ବେଳେ ଶେଷଦେବଙ୍କ ସହ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ସଂଗ୍ରାମ କରୁଥିବା ସମାଜସେବୀ ବ୍ରଜ କିଶୋର ଜେନା ଏବଂ ନିରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଅଭିନବ ଉପାୟରେ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ‘ବାଣପୁର ୟୁଥ ଭଏସ’ ସଂଗଠନର ସହଯୋଗରେ ଶେଷଦେବ ବରାଳ ଗତ ୨୮ ତାରିଖରୁ ମା’ ଭଗବତୀ ମନ୍ଦିରରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେଠାରେ ଶେଷଦେବ ଶତାଧିକ ଯୁବକମାନଙ୍କ ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଜି ସେମାନେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି।  ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆସନ୍ତାକାଲି ଠାରୁ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବେ।

ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ କରିବେ। ଏବଂ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ।

ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ଶତାଧିକ ଯୁବକ ଏହି ପଦଯାତ୍ରାରେ ସାମିଲ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହେବା ଲାଗି ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ

ଖୋର୍ଦ୍ଧା: ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ। ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କ ର ଅଧିକାର ସେ ଜମିରେ ନ ଥିଲା। ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି।

ଆଜି ଅପରାହ୍ନରେ ହାଭେଳି ପଡ଼ିଆରେ ଖୋର୍ଦ୍ଧା ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକ ଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧା କୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ଇଛା ଶକ୍ତି ଦ୍ଵାରା ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ।

ଖୋର୍ଦ୍ଧା ଜିଲ୍ଲା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ବିଜ୍ଞାନ ମାନ୍ୟବର ମନ୍ତ୍ରୀ ପ୍ରଯୁକ୍ତି ବିଦ୍ୟା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ଅଶୋକ ଚନ୍ଦ୍ର ପଣ୍ଡା/ମାନ୍ୟବର ବିଧାୟକ ବେଗୁନିଆ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ,ନିଜ ଜାଗାରେ ରହି ମଧ୍ୟ ନିଜର ବୋଲି କହିପାରୁ ନ ଥିବା ଲୋକଙ୍କ ଅଧିକାର କୁ ସରକାର ସିକିମ ପଟ୍ଟା ମାଧ୍ୟମରେ ଯୋଗାଇ ଦେଇଛନ୍ତି ଯାହା ଏକ ଗର୍ବ ଓ ଗୌରବ ର କଥା। ୬୦ ବର୍ଷ ଧରି ଶଙ୍କା ଓ ଦ୍ୱନ୍ଦ ରେ ଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଉପହାର ବୋଲି କହିଥିଲେ।

ଜିଲ୍ଲାପାଳ ଚଞ୍ଚଳ ରାଣା ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ୧୩ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ଆଜି ୧୦୫୩ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି ବୋଲି କହିଥିଲେ। ଏହି ସମାରୋହରେ ୫ଜଣଙ୍କୁ ପ୍ରତିକାତ୍ମକ ଭାବେ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ହିତାଧିକାରୀ ଜଟଣୀ ତହସିଲର ସୌଭାଗିନି ଦାସ କହିଲେ ଯେ ସଂଶୟରେ ଥିବା ଆମ ମାନଙ୍କୁ ଜମି ମାଲିକ ବନାଇ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ସମ୍ମାନ ଦେଇଛନ୍ତି। ଆମ ପର ପିଢ଼ି ପାଇଁ ଏହା ଏକ ସୁରକ୍ଷିତ ଅଧିକାର ବୋଲି କହି ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ, ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ତହସିଲ ରୁ ଆସିଥିବା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରପଦା ଓ ସିକୋ ଜଙ୍ଗଲ ଅଂଚଳରେ ଚଢ଼ାଉ: ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଗୁନିଆ ଅବକାରୀ ଅଧିକାରୀ ଏନ. ଜେଗିନୀ ରାଓ ଜିଲ୍ଲା ଅବକାରୀ ମୋବଇଲ ଟିମ ଏବଂ ସଦର ଟିମର ସହାୟତାରେ ସଦର ଓ ଜଙ୍କିଆ ଥାନା ଅନ୍ତର୍ଗତ ବରପଦା ଓ ସିକୋ ଜଙ୍ଗଲ ଅଂଚଳରେ ଚଢ଼ାଉ କରି ବିଭିନ୍ନ ମଦ ଭାଟି ନଷ୍ଟ କରିଛି। ଏହି ପରିପ୍ରେକ୍ଷୀରେ ସମୁଦାୟ ୧୩ ହଜାର କେଜି ପୋଚ ଏବଂ ୭୮୭ ଲିଟର ଦେଶୀ ମଦ ଜବତ ହୋଇ ନଷ୍ଟ କରାଯାଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ଗୋପାଳ ରେଡ୍ଡୀ, ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ଏସଆଇ ରୋହିତ ଦଣ୍ଡସେନା ଏବଂ ଅନ୍ୟ ପୋଲିସ ଓ ଅବକାରି କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ସଫଳତାର ସହିତ ସମାପନ ହୋଇଛି। ଆଙ୍କୁଲାଚଟୀ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ପଦଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ସହର ପରିକ୍ରମା କରି ସଚେତନତାର ବାର୍ତା ବାଣ୍ଟିଥିଲେ। ସମାଜ ସେବା କାର୍ଯକ୍ରମ ଅଧିକାରୀ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଙ୍କ ନେତୃତ୍ୱରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ହାତରେ ଗ୍ଲୋବ ଓ ମୁଁହ ରେ ମାସ୍କ ପରିଧାନ କରି ମନ୍ଦିର ପ୍ରାଙ୍ଗଣ, ଚତୁଃ ପାର୍ଶ୍ଵ ଓ ରାସ୍ତା ସଫା କରିଥିଲେ।

୨ୟ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରାଥମିକ ସହାୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଦସ୍ୟ ଅନନ୍ତ ଚରଣ ଖଟେଇ ଓ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ନିରଞ୍ଜନ ମିଶ୍ର ଓ ସାମାଜିକ କାର୍ଯକ୍ରମ ସହଯୋଗୀ ସଂଗ୍ରାମ କେଶରୀ ମିଶ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ସାମାଜିକ କାର୍ଯକ୍ରମର ସମସ୍ତ ସେବା ଓ ସଚେତନତା କାର୍ଯ୍ୟ ସଫଳତାର ସହିତ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସ୍ତରୀୟ “ମହକ” କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ

ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥ‌ିବା ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥ‌ିବା ୧୮ ବର୍ଷ ରୁ କମ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥ‌ିବା “ମହକ-୨୦୨୩” ରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ ହୋଇଛି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ପିଲାମାନେ ପାରଦର୍ଶିତା ଲାଭ କରି ଏହି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମରେ ଚମ୍ପିୟାନ ହୋଇଛନ୍ତି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଶୁଭା ଶର୍ମା ଏହି ପୁରସ୍କାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଦାନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ରେଗା ଗୀତାରଣୀ ପଟ୍ଟନାୟକ, ଓଡିଶା ସିନେ ଜଗତର ଯୁବ ପ୍ରତିଭା ସ୍ବରାଜ ବାରିକ, ଅନୁ ଚୌଧୁରୀ ଏବଂ ସିନେ ଜଗତର କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ମହକ ର ଚମ୍ପିୟାନ ଦଳ କୁ ଉତ୍ସାହିତ କରିଥିଲେ।

ଏଠାରେ ପ୍ରକାଶ ଥାଉକି ଗତକାଲି ଏହି ମହକ-୨୦୨୩ କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉଦଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ପାଇଁ ଶୁଭାରମ୍ଭ ହେଲା ସଞ୍ଚୟ ରଥ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ତରଫରୁ ମିତବ୍ୟୟିତା ଓ ସଞ୍ଚୟର ଭବିଷ୍ୟତ ଉପକାରିତା ସଚେତନତା ବାର୍ତ୍ତା ସମ୍ବଳିତ ଏକ ସୁସଜ୍ଜିତ ରଥକୁ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ଓ ଅନ୍ୟ ଅତିଥିମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମିତବ୍ୟୟୀ ହୋଇ ଯଥାସାଧ୍ୟ ସଞ୍ଚୟ କଲେ ଜନସାଧାରଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଭବିଷ୍ୟତରେ ଏହି ଅର୍ଥ ଉପକାରରେ ଆସିବ ବୋଲି ନିର୍ଦ୍ଦେଶିକା ଡ. ସାହୁ ପ୍ରକାଶ କରିଥିଲେ।

ବ୍ୟକ୍ତି ଓ ପରିବାରର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ସ୍ୱଳ୍ପ ସଞ୍ଚୟର ଭୂମିକାକୁ ପ୍ରଶଂସା କରିବା ସହ ଏହି ବାର୍ତ୍ତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଆଜି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ। ଜନସାଧାରଣଙ୍କର ଆର୍ଥିକ ପ୍ରଗତି ଓ ସନ୍ଦିଗ୍ଧ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଆଲୋକପାତ କରିଥିଲେ।

ଲୋଭାସକ୍ତ ନହୋଇ ଠକ ସଂସ୍ଥାମାନଙ୍କଠାରୁ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅର୍ଥ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ହରିଚରଣ ମିଶ୍ର ଅର୍ଥ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ହରିଚରଣ ମିଶ୍ର ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସରକାରୀ ସଞ୍ଚୟ ଓ ସେବା ନିର୍ଦ୍ଦେଶିକା ଶ୍ରୀମତୀ ମମତା ନାୟକ ଏବଂ ଉପଖଣ୍ଡ ସଞ୍ଚୟ ଓ ସେବା ଅଧିକାରୀ ରୂପାଲିନ୍‌ ସାହୁ ପରିଚାଳନା କରିଥିଲେ।

ଏହି ଅବସରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲେଖା ସମ୍ବଳିତ ପ୍ରଚାରପତ୍ର ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସଞ୍ଚୟ ରଥ ଭୁବନେଶ୍ୱର ଉପକଣ୍ଠସ୍ଥ ଗ୍ରାମ ସହିତ ବାଲିଅନ୍ତା, ଜଟଣୀ ଓ ଖୋର୍ଦ୍ଧା ବ୍ଲକ୍‌ର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ମିତବ୍ୟୟିତାର ବାର୍ତ୍ତା ପହଞ୍ଚାଇବ।

Categories
ଆଞ୍ଚଳିକ

ଅସହାୟ ଶ୍ରୀଧରଙ୍କୁ ସହାୟ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ: ଥଇଥାନ ବ୍ୟବସ୍ଥା କଲେ ବାଣପୁର ବିଡ଼ିଓ

ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ।

ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ।

ଏହାପରେ ଶ୍ରୀଧରଙ୍କୁ ସୀତାରାମ ତାଙ୍କ ଅସୁବିଧା ବିଷୟରେ ପଚାରିଥିଲେ। ଶ୍ରୀଧରଙ୍କ ଧର୍ମ ପତ୍ନୀ ଚିକିତ୍ସାରେ ଅବହେଳା ଲାଗି ମରିଯାଇଥିବା ବେଳେ ତାଙ୍କ ପୁତ୍ର ରହିବା ଘର ବିକ୍ରି କରିଦେଇ ଖୋର୍ଦ୍ଧା ଅରଗୁଳରେ ଏକ ସ୍ପେଆର ପାର୍ଟସ ଦୋକାନ କରି ସପରିବାର ରହୁଥିବା କଥା କହିଥିଲେ। ପିତାଙ୍କୁ ଘରୁ ତଡିଦେଇଥିବା ଶ୍ରୀଧର କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଥିଲେ। ସେବେଠାରୁ ଶ୍ରୀଧର ନିରୁପାୟ ହୋଇ ଉକ୍ତ ଧର୍ମଶାଳାକୁ ଚାଲିଆସିଥିବା ବେଳେ ବର୍ତ୍ତମାନ ପଇସା ପାଖରେ ନଥିବାରୁ ବହୁ ଦୁଃଖରେ ସମୟ କାଟୁଛନ୍ତି। ଏପରିକି ଧର୍ମଶାଳା ପରିଚାଳକ ଶ୍ରୀଧରଙ୍କ ପାଖେ ପଇସା ନଥିବା ଜାଣି ମଧ୍ୟ ତାଙ୍କୁ ଆଶ୍ରୟ ଦେଇଥିଲେ।

ଶ୍ରୀଧରଙ୍କ ଶରୀର ମଧ୍ୟ ଅସୁସ୍ଥ ଥିବାରୁ ସେ ଅସହାୟ ହୋଇ ଉକ୍ତ ଧର୍ମଶାଳାରେ ପଡ଼ିରହିଥିଲେ। ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ରଖିବା ବ୍ୟବସ୍ଥା ପ୍ରଶାସନ କରିବା ପାଇଁ ଶ୍ରୀଧର ଆମ ପ୍ରତିନିଧି ସୀତାରାମଙ୍କୁ ନେହୁରା ହୋଇଥିଲେ। ଏହାପରେ ସୀତାରାମ ଶ୍ରୀଧରଙ୍କ ଉକ୍ତ ସମସ୍ୟାକୁ ନେଇ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଧରଙ୍କୁ ଥଇଥାନ କରିବା ଅଭିଯାନ।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତତ୍ପରତା ଦେଖାଇଥିଲେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ। ବିଡ଼ିଓ ବ୍ୟକ୍ତିଗତ ଭାବେ ଉକ୍ତ ଧର୍ମଶାଳାକୁ କର୍ମଚାରୀଙ୍କ ସାଥିରେ ଯାଇ ଅସୁସ୍ଥ ଶ୍ରୀଧରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ।

ଏହାପରେ ବିଡିଓ ଶ୍ରୀମତୀ ଅଗ୍ରୱାଲ ଶ୍ରୀଧରଙ୍କୁ ମଙ୍ଗରାଜପୁର ସ୍ଥିତ ସରକାରୀ ସହାୟତା ପ୍ରାପ୍ତ ଜନୈକ ବୃଦ୍ଧାଶ୍ରମରେ ଥଇଥାନ କରିଛନ୍ତି। ତତସହିତ ସୋମବାର ଦିନ ଶ୍ରୀଧରଙ୍କ ପୁତ୍ରଙ୍କ ନିକଟକୁ ପିତାଙ୍କ ଭରଣପୋଷଣ ପାଇଁ ନୋଟିସ ପଠାଇବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ଏବଂ ବିଡ଼ିଓଙ୍କ ଉକ୍ତ ମହତ ପ୍ରଚେଷ୍ଟା ଏବଂ ତ୍ୱରିତ ପଦକ୍ଷେପ ଫଳରେ ଶ୍ରୀଧରଙ୍କ ଥଇଥାନ ବ୍ୟବସ୍ଥା ହୋଇଥିବାରୁ ଶ୍ରୀଧର ଆମ ପ୍ରତନିଧି ସୀତାରାମ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବାଣପୁର ବିଡ଼ିଓଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ସାରାଂଶ ସଂଶୋଧନ-୨୦୨୪ ର ଶୁଭାରମ୍ଭ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ସାରାଂଶ ସଂଶୋଧନ-୨୦୨୪ ର ଶୁଭାରମ୍ଭ ହୋଇଯାଇଛି। ଏହାକୁ ଖୋର୍ଦ୍ଧା ଷ୍ଟାଡିୟମରେ ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ପଥ ଉତ୍ସବ ଏବଂ ୱାକାଥନ ସଚେତନତା ରାଲିର ଆୟୋଜନ କରାଯାଇଥିଲା।

ଉକ୍ତ ରାଲି ପଲ୍ଲାହାଟରୁ ବାହାରି ଖୋର୍ଦ୍ଧା ଷ୍ଟାଡିୟମରେ ସମାପ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ତହସିଲଦାର, ବିଡିଓ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଡିପିଓ, ସମସ୍ତ ବି.ଏଲ଼.ଓ, ମୁଁ ବି ମିତା କ୍ୟାମ୍ପସ ଆମ୍ଵାସାଡର, ପି.ଏନ.କଲେଜ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ।

ଷ୍ଟାଡିୟମ ଠାରେ ଜୁମ୍ଵୋ ଆକ୍ଟ , ଓଡ଼ିଶା, ଘୋଡ଼ା ନାଚ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।