Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାତିରେ ସାତୋଟି ଜିଲ୍ଲାରେ ସୃଷ୍ଟି ହେବ ଘନ କୁହୁଡି, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି।

ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ କୁକୁଡା ମଡକ: ଫାର୍ମରେ ମରିପଡିଛନ୍ତି ଶହ ଶହ କୁକୁଡ଼ା

ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡକ ଘଟଣା ସାମ୍ନାକୁ ଆସିଛି। ଫାର୍ମରେ ଶହ ଶହ କୁକୁଡ଼ା ମରିଥିବା ଖବର ଶୁଣିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କୁକୁଡ଼ା ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୩ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୨୯ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ବରରୁ ୧୦୪, ମୟୂରଭଞ୍ଜରରୁ ୧୦୧, କଳାହାଣ୍ଡିରୁ ୯୧, କେନ୍ଦ୍ରାପଡାରୁ ୮୦, ବରଗଡରୁ ୭୮, ବଲାଙ୍ଗିରିରୁ ୭୨, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡାରୁ ୪୭, ଝାରସୁଗୁଡାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢେଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନଗିରିରୁ ୨୯, ନୟାଗଡରୁ ୨୪, ଭଦ୍ରକରୁ ୧୭, ରାୟଗଡାରୁ ୧୬, ଦେବଗଡରୁ ୧୩, ବୌଦ୍ଧରୁ ୧୧, ଗଜପତିରୁ ୫ ଜଣ ଏବଂ ଷ୍ଟେଟ ପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬୬ ହଜାର ୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ ମଧ୍ୟରୁ ୧୫ ହଜାର ୨୭୮ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୫୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ୩୦ଟି ଜିଲ୍ଲାରୁ ୩୭୪୮ ପଜିଟିଭ୍‌ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ୩୭୪୮  ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଅନୁଗୁଳରୁ ୫୭ ଜଣ, ବାଲେଶ୍ବରରୁ ୧୦୩ ଜଣ, ବରଗଡରୁ ୯୨ ଜଣ, ଭଦ୍ରକରୁ ୪୬ ଜଣ, ବଲାଙ୍ଗିରରୁ ୧୬୩ ଜଣ, ବୌଦ୍ଧରୁ ୫୮ ଜଣ, କଟକରୁ ୩୯୨ଜଣ, ଦେବଗଡରୁ ୨୪ଜଣ, ଢେଙ୍କାନାଳରୁ ୬୫ ଜଣ, ଗଜପତିରୁ ୩୩ଜଣ, ଗଞ୍ଜାମରୁ ୭୧ ଜଣ, ଜଗତସିଂହପୁରରୁ ୯୪ ଜଣ, ଯାଜପୁରରୁ ୧୪୦ଜଣ, ଝାରସୁଗୁଡାରୁ ୭୦ ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୮୫ ଜଣ, କେନ୍ଦ୍ରାପଡାରୁ ୧୧୬ ଜଣ, କେଉଁଝରରୁ ୬୩ ଜଣ, କୋରାପୁଟରୁ ୯୭ ଜଣ, ମାଲକାନାଗିରିରୁ ୨୧ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରୁର ୧୨୧ଜଣ, ନୟାଗଡରୁ ୬୯ ଜଣ, ନୂଆପଡାରୁ ୧୦୭ ଜଣ, ପୁରୀରୁ ୩୮୭ଜଣ, ରାୟଗଡାରୁ ୮୨ ଜଣ, ସମ୍ବଲପୁରରୁ ୭୯ ଜଣ, ସୋନପୁରରୁ ୧୨୪ ଜଣ, ସୁନ୍ଦରଗଡରୁ ୧୫୭ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୧୭୬ ଜଣ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ତୁମୁରାପୁଟ ଡିଲରଙ୍କ ଲାଇସେନ୍ସ ଋଦ୍ଦ କଲେ ଉପ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍‌ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍‌ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍‌ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ ଆସୋସିଏନ୍‌ ମଧ୍ୟ ଏହି ଦୁର୍ନୀତିର ପର୍ଦ୍ଦାଫାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଘଟଣା ସମ୍ମୁଖକୁ ଆସିବା ପରେ ଏନେଇ ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁ, ବିଡିଓ ଶିବାନଦ ସ୍ଵାଇଁ, ସହକାରୀ ଯୋଗାଣ ଅଧିକାରୀ ଖୋର୍ଦ୍ଧା ଅଜୟ କୁମାର ରଥଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତୁରନ୍ତ ଏହି ମାମଲାର ତଦନ୍ତ ରିପୋର୍ଟ ପାଇଁ ବିଡିଓ ଶିବାନଦ ସ୍ଵାଇଁଙ୍କ ପକ୍ଷରୁ ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗାଣ ନିରୀକ୍ଷକ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ବିଡିଓଙ୍କ ଜରିଆରେ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ଉପ ଜିଲ୍ଲାପାଳ ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି।