Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ
ଆଞ୍ଚଳିକ

ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ

April 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Khordha
ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ମହା ସମାରୋହରେ ଓଡିଶା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି, ଏବଂ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।  ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।

ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପ ଜିଲ୍ଲା ପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସଭା ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଲେ. ଯେ ଶୁଖିଲା ପତ୍ର ନ ହୋଇ ମେହେନ୍ଦି ପତ୍ର କୁ ଯେମିତି ବ୍ୟବହାର କରାଯାଇପାରେ ସେହିଭଳି ଅନ୍ୟର ଉପକାରରେ ଆସିବା ଦରକାର।ଜିଲ୍ଲାପାଳ କହିଲେ ସମସ୍ତ ଅଧିକାରୀ ଭଲ କାମ କରିବାକୁ ଶପଥ ନେବା ଦରକାର। ଅନ୍ୟ ସମସ୍ତ ଅତିଥି ସେମାନଙ୍କ ଅଭିଭାଷଣ ରଖିଥିଲେ। ପରେ ପରେ ଓଡିଶା ଦିବସ ଉପଲକ୍ଷେ ପୁରସ୍କାର ବିତ୍ତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ରାଜ୍ୟ ଶିକ୍ଷକ ପୁରସ୍କାର ଜଣେ କୃତ୍ତି ଶିକ୍ଷୟିତ୍ରୀ, କବିତା କାନୁନଗୋ, ସହକାରୀ ଶିକ୍ଷୟିତ୍ରୀ, ବରମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉପେନ୍ଦ୍ର ଦାସ, ସହକାରୀ ଶିକ୍ଷକ, ଦଧିବାମନଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପଙ୍ଗାର ସିଂହ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତରଫରୁ ପ୍ରତ୍ୟେକ ଙ୍କୁ ଏକ ଉତ୍ତରୀୟ,ପୁଷଗୁଛ 25,000/-ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ଏହାପରେ 5 ଜଣ ଏନ. ସି. ସି କାଡ଼େଟ ଯଥାକ୍ରମେ ଶ୍ରେୟ ମିଶ୍ର, ଶାସ୍ୱତୀ ନାରାୟଣ ଆଚାର୍ଯ୍ୟ, ସୋନାଲି ସାହୂ, ପଦ୍ମିନୀ ସେଠି, ଓ ସମୃଦ୍ଧି ସାମନ୍ତରାୟ ଙ୍କୁ ଫଳକ, ପ୍ରଶଂସା ପତ୍ର ପୁରସ୍କୃତ କରାଯାଇଥିଲା।

ଏହାପରେ ଓଡିଶା ଦିବସ ଉପଲକ୍ଷେ କରାଯାଇଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ଦ୍ୟାଳୟ / ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ରଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା, ଏଥିରେ ବିଜେଵି ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀ, ସିଗମା ପବ୍ଲିକ ସ୍କୁଲ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ ସୁର ଭାଇବ୍ରେସନ ଜୟଶ୍ରୀ ଧଳ ଓ ସାଥି ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।

ଉତ୍କଳ ଦିବସ ଓଡିଶା ଦିବସ ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.