Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଦୁର୍ଗାପୂଜାରେ ସ୍ଵତନ୍ତ୍ର କାର୍ଯକ୍ରମ, “ଦୁର୍ଗା ଦୁର୍ଗତି ନାଶିନୀ”

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ସବୁବେଳେ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖୁଥାଏ। କିଛି ସେମିତି ଦେଖାଯିବ ମନପସନ୍ଦର ବିଶେଷ କାର୍ଯକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’ ରେ ହେବ ଅନ୍ୟାୟ ସହିତ ସଂଗ୍ରାମ ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ।

ପବିତ୍ର ଦଶହରା ଅବସରରେ ଘଟିଛି ଏମିତି ଏକ ଘଟଣା ଯେଉଁଥିରେ ନଜର ଆସିବେ ମାନିନୀ, ମଧୁ, ରେଖା, ସନ୍ଧ୍ୟା, ରାଗିଣୀ ,ଲକ୍ଷ୍ମୀ ଓ ପ୍ରିୟା। ସମସ୍ତଙ୍କର ନିଜସ୍ବ ସଂଘର୍ଷ ରହିଛି କିନ୍ତୁ ସେ ସମୟକୁ ଅତିକ୍ରମ କରି ସେମାନେ ହୋଇଛନ୍ତି ଏକ୍ ଓ ସୃଷ୍ଟି ହୋଇଛି ଏକ ଅତୁଟ ବନ୍ଧନ। ଯାହା ଦଶଭୂଜା ମାଁ ଦୁର୍ଗାଙ୍କ ଭାବନାର ପ୍ରତିଛବି। ନାରୀ ଅବଳା ନୁହେଁ କି ଦୁର୍ବଳା ଆବଶ୍ୟକ ପଡିଲେ ସେ ଭୈରବୀ ରୂପ ମଧ୍ୟ ନେଇପାରେ ଓ ସମାଜକୁ ରକ୍ଷା କରିପାରେ। ସମସ୍ତେ ମିଶି ଅମରଜିତ ସିଂ ନାମକ ଚକ୍ରାନ୍ତକାରୀ ବ୍ୟକ୍ତିର ଦୁଷ୍ଟ ମାନସିକତା ଓ ମାନବ ଚାଲାଣକୁ ଜାଣି ପାରି କରିଛନ୍ତି ଏହି ଚାଲାଣର ପର୍ଦ୍ଦାଫାସ।

ତାଙ୍କର ଏହି ଯାତ୍ରା ଅନେକ ରହସ୍ୟ ଓ ଅଲୌକିକ ତତ୍ତ୍ବରେ ଭରି ରହିଛି। ନ୍ୟାୟ ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ପାଲଟିଛନ୍ତି ଜଣେ ଜଣେ ଯୋଦ୍ଧା। ସେ କେବଳ ଅମରଜିତ ସାମନା କରିନାହାନ୍ତି ତା ସହିତ ସମାଜରେ ଘଟୁଥିବା ଅମାନବିକ ଘଟଣାର ମଧ୍ୟ ସାମନା କରିଛନ୍ତି। ଅମରଜିତ ସାମନା କରି ଶାରିରୀକ ଓ ମାନସିକ ସ୍ତରରେ ତାଙ୍କ ବିଜୟ ହୋଇଛି ଓ ସମାଜରେ ସନ୍ତୁଳନ ବଜାୟ ରହିଛି। ଏହି କାହାଣୀ ମାନବ ଚାଲାଣ , ଶକ୍ତିର ଦୁର୍ବ୍ୟବହାର ଓ ନାରୀର ଶକ୍ତିକୁ ସମ୍ବନ୍ଧିତ କରେ।

ଦେଖିବାକୁ ଭୁଲିବେନି ୩ ଘଂଟାର ବିଶେଷ କାର୍ଯ୍ୟକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’। ଏହି କାହାଣୀକୁ ଦେଖିବା ସହିତ ନିଜକୁ କାହାଣୀ ସହିତ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ କାହାଣୀ ନେଉଛି ରୋମାଞ୍ଚକର ମୋଡ

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦଉଛି ଜୀ ସାର୍ଥକ। ତାହାମଧ୍ୟରେ ଭାଗ୍ୟରେଖା ଧାରାବାହିକ ସାଜିଛି ଧାରାବାହିକ ପ୍ରେମିଙ୍କର ପ୍ରଥମ ପସନ୍ଦ। ଆଗକୁ ଏହି ଧାରାବାହିକରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତଥର ଭାଗ୍ୟରେଖାରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକେ।

ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଭାବନାକୁ ଶେଷରେ ବ୍ୟକ୍ତ କରିଛନ୍ତି। ରେଖା, ମୟଙ୍କ ଓ ନିଜ ଘରଲୋକଙ୍କୁ ଜଣାଇଛି ଯେ ମୟଙ୍କ କୁ ସେ ବାହା ହୋଇ ନାହିଁ କାରଣ ସେ ଭାଗ୍ୟକୁ ଭଲ ପାଏ। ଯାହାକୁ ଶୁଣି ମୟଙ୍କ ରାଗରେ ଘର ଛାଡ଼ି ଚାଲିଯାଇଛି। ଅନ୍ୟ ପକ୍ଷରେ ମୟଙ୍କ ଘର ଛାଡ଼ି ଯିବା କଥା ଜାଣି ତାଙ୍କ ମା’ ଆସି ଭାଗ୍ୟ ଘରେ କରିଛନ୍ତି ପାଟିତୁଣ୍ଡ। ଯାହାପରେ ଭାଗ୍ୟ ଓ ରେଖା ମିଶି ମୟଙ୍କକୁ ଖୋଜିବାକୁ ଯାଆନ୍ତି। ଏହି ସବୁ ସୁଯୋଗର ଫାଇଦା ଉଠାଇ ମୟଙ୍କ ରେଖାର ଚରିତ୍ର ଉପରେ ପ୍ରଶ୍ନ ଉଠାଏ। ଅପରପକ୍ଷେ ଭାଗ୍ୟ ପରିବାର ମଧ୍ୟ ରେଖା ଉପରେ ରାଗ ରଖନ୍ତି ଓ କୁହନ୍ତି ରେଖା ପାଇଁ ଭାଗ୍ୟ ଆଜି ଭୁଲ ବାଟକୁ ଯାଇଛି।

ତେବେ ଏହି ସମସ୍ୟା ଭିତରେ କଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ? ଭାଗ୍ୟ ପରିବାରକୁ ରେଖା ଓ ଭାଗ୍ୟର ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଲେ କଣ ହେବ? ଏହି ସମ୍ପର୍କକୁ ସେମାନେ କଣ ଆପଣାଇବେ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳା ଶଙ୍କର ୩ ର ଅଡିଓ ମୁକ୍ତିଲାଭ, ଆସନ୍ତା ୮ ରେ ପ୍ରସାରଣ’

ଭୁବନେଶ୍ଵର: ଓଡ଼ିଆ ଫିଲ୍ମକୁ ଦର୍ଶକଙ୍କର ପୁଣି ଭଲପାଇବା ମିଳୁଛି ଯାହାକୁ ଧ୍ୟାନରେ ରଖି ଫିଲ୍ମ ମେକର୍ସ ନୂଆ ନୂଆ କାହାଣୀକୁ ନେଇ ବଡ଼ ପରଦାକୁ ଫେରିଛନ୍ତି। ଏହି ଧାରାରେ ଜୀ ସାର୍ଥକ ପୁଣି ନେଇ ଆସିଛି ଏକ ନୂଆ ଫିଲ୍ମ। ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମ ଖୁବ ଶୀଘ୍ର ଟିଭି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ‘ପାରିକରିବେ ଭୋଳା ଶଙ୍କର ୩’ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ କେବଳ ଜୀ ସାର୍ଥକରେ।

ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବା ସହିତ ରୁଚିକର ମଧ୍ଯ ରହିଛି। ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଦିନରେ ଶଙ୍କର ନାମରେ ଜଣେ ଶିଶୁ ଗାଁର ଶିବ ମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ। ଗାଁ ଲୋକଙ୍କ ଭଲପାଇବା ଦ୍ଵାରା ବଡ଼ ହୋଇ ସେ ମନ୍ଦିରର ସୁରକ୍ଷା କର୍ତ୍ତା ଭାବରେ ପରିଣତ ହୁଏ। ଗାଁ ମନ୍ଦିରରେ ରହିଥାଏ ଏକ ଦିବ୍ୟମଣୀ ଯାହାକୁ ହାତେଇବାକୁ ପରାଶର ନାମକ ଜଣେ ତନ୍ତ୍ର ମନ୍ତ୍ର ସାଧକ ନିଜର ଅହରହ ଚେଷ୍ଟା ଜାରି ରଖିଥାଏ କିନ୍ତୁ ସବୁ ଯୋଜନା ଶଙ୍କର ଥାଉ ଥାଉ ବିଫଳ ହୁଏ। ଶେଷରେ ଅଖଣ୍ଡ କୁଚକ୍ରାନ୍ତ କରି କଳା ଯାଦୁର ପ୍ରୟୋଗ କରି ଶଙ୍କର ଏକ ତନ୍ତ୍ର ମନ୍ତ୍ର ସାଧକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ। କିଛି ବର୍ଷ ପରେ ପୁଣି ଅଖଣ୍ଡ ମଣି ଚୋରି କରିବାର ଯୋଜନା ସମୟରେ ପୁଣି ଫେରିଆସେ ଶଙ୍କର l ତେବେ ଶଙ୍କର କ’ଣ ତାକୁ ରୋକି ପାରିବ ? ଶଙ୍କରକୁ ଏହି କାମ ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଛି ଓ ଶେଷରେ କ’ଣ ହେଉଛି ଫିଲ୍ମ ମାଧ୍ୟମରେ ଜାଣିବାକୁ ପାଇବେ ଦର୍ଶକ।

ଫିଲ୍ମରେ ମୁଖ୍ୟ ଅଭିନେତା ରହିଛନ୍ତି ରାଜ ରାଜେଶ। ତାଙ୍କ ସହିତ ମୁମୀତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ରହିଛନ୍ତି। ଫିଲ୍ମର କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା, ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ ଗୀତକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ। ଗୀତଗୁଡିକୁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି।

ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବା ପରି କାହାଣୀ ହୋଇଛି ତେଣୁ ଆଗ ଭଳି ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିବେ ଓ ଭଲପାଇବା ମଧ୍ୟ ଦେବେ ବୋଲି ମୋର ଆଶା ଓ ବିଶ୍ବାସ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ‘ଦେଖିବା ନିତି ହେବା ଲକ୍ଷପତି’ ମେଗା ୱିନରଙ୍କୁ ମିଳିଲା ଏକ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ

ଭୁବନେଶ୍ଵର: ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଏହା ସହିତ ଦର୍ଶକେ କେମିତି ଉପକୃତ ହୋଇପାରିବେ ତା ଉପରେ ମଧ୍ୟ ଧ୍ୟାନ ରଖଯାଉଛି।

ନିକଟରେ ଜୀ ସାର୍ଥକ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଯାହା ଦର୍ଶକଙ୍କୁ ଦେଇଥିଲା ଲକ୍ଷ ପତି ହେବାର ସୁଯୋଗ। ୨୩ ମାର୍ଚ୍ଚରୁ ୨୫ ମେ ମଧ୍ୟରେ ଆୟୋଜନ ହୋଇଥିଲା ମେଗା କନଟେଷ୍ଟ ‘ଦେଖିବା ନିତି ହେବା ଲକ୍ଷପତି’। ଏହି ପ୍ରତିଯୋଗିତା ମାଧ୍ୟମରେ ଦର୍ଶକେ ଧାରାବାହିକ ପ୍ରସାରିତ ହେଉଥିବା ସମୟରେ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ମିସ୍ଡ କଲ କରି ଦିଆଯାଉଥିବା କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଜିତିଥିଲେ ଅର୍ଥରାଶି। ଏହି ପ୍ରତିଯୋଗିତା ମାଧ୍ୟମରେ ୩୩୬ ଜଣ ବିଜେତାଙ୍କୁ ଦିଆଯାଇଥିଲା ୧୦୦୦ ଟଙ୍କାର ଭାଉଚର।

କହିରଖୁ ଯେ ଅନେକ ପ୍ରତିଯୋଗି ୧୦୦୦ ଟଙ୍କାର ଭାଉଚର ଜିତି ଉପକୃତ ହୋଇସାରିଛନ୍ତି ଏବେ ସମୟ ହୋଇଛି ମେଗା ୱିନରଙ୍କୁ ସମ୍ମାନିତ କରି ଅର୍ଥରାଶୀ ପ୍ରଦାନ କରିବାର ସମୟ। ‘ଦେଖିବା ନିତି ହେବା ଲକ୍ଷପତି’ ପ୍ରତିଯୋଗିତାର ମେଗା ୱିନର ହୋଇ ୧ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ ଜିତିଛନ୍ତି ବଡମ୍ବା , କଟକରୁ ସୁରେଶ କୁମାର ପାତ୍ର। ବିଜେତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉତ୍ସାହ ବଢାଇବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ସନ୍ଧ୍ୟା ୬: ୩୦ ରେ ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ସଂସ୍କୃତି, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଥିଲା ଓଡିଶାର ନମ୍ବର ୧ ରିଆଲିଟି ସୋ’ ‘ରଜ କୁଇନ’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତା ଓ ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହୋଇଥିଲା ରଜ କୁଇନ ସାରା ଓଡ଼ିଶାରୁ ଅନେକ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବା ସହିତ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଯାହା ଏବେ ଚରମ ସୀମାରେ। ସଫଳତା ସହ ଅନେକ ଦିନ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପରେ ଏବେ ‘ରଜ କୁଇନ’ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ। ଜୀ ସାର୍ଥକ ନେଇ ଆସୁଛି ଆଜି ସନ୍ଧ୍ୟା ୬.୩୦ ମିନିଟରେ ‘ରଜକୁଇନ’ ଗ୍ରାଣ୍ଡ ଫାଇନାଲ ୨୦୨୪। ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟରେ ୧୩ ଜଣ ପ୍ରତିଯୋଗୀ ରହିଥିବାବେଳେ କିଏ ସାଜିବ ୨୦୨୪ର ରଜ କୁଇନ ? କାହାର ଗୁଣ, କାହାର ପ୍ରଦର୍ଶନ, କହାର ପରିଶ୍ରମ ଅଧିକ ରଙ୍ଗ ଆଣୁଚି ତାହା ଦେଖିବାକୁ ବାକି ରହିଲା। ଫାଇନାଲରେ ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଯିବ କଡ଼ା ମୁକାବିଲା।

୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା । ଏହି ସୋ’ କୁ ଆହୁରି ଖାସ କରିବା ପାଇଁ ଆମ ସହ ଯୋଡ଼ି ହେବାକୁ ଯାଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଅଭିନେତା ସ୍ବରାଜ ତାଙ୍କ ସହ ଅଭିନେତ୍ରୀ ସୂର୍ୟମୟୀ ଓ ମଣ୍ଟୁ। ଏତିକି ନୁହଁ ସମସ୍ତଙ୍କୁ ନିଜ ସ୍ୱର ଯାଦୁରେ ମତୁଆଲା କରିବେ ଅସୀମା ପଣ୍ଡା,ଅନ୍ତରା, କୁଲଦୀପ ଓ କ୍ରୀଷ୍ଣା ବେଉରା। ଏହା ସହିତ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ମଧ୍ୟ ଆମକୁ ଖୁବ୍ ହସାଇବେ। ଏହା ସହିତ ଆମର ପ୍ରିୟର ଜଜ୍ ଲିପି, ଶ୍ରୀତମ ଓ ସୁଜିତଙ୍କ ପରଫରମାନ୍ସ ସହିତ ୪ଜଣ ମେଣ୍ଟର ଅନନ୍ୟା,ସୁମନ, ସ୍ମୃତିରେଖା ଅଙ୍କିତାଙ୍କ ପରଫରମାନ୍ସ ରହିଛି।

ତେବେ ଆଜି ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ଯୋଡ଼ି ହେବା ସହ ରଜ କୁଇନ ଗ୍ରାଣ୍ଡ ଫାଇନାଲକୁ ଦେଖି ପ୍ରତିଯୋଗୀଙ୍କୁ ଭଲପାଇବା ସହ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର

ଜୁଲାଇ ୨୯ରୁ ଜୀ-ସାର୍ଥକର ସମସ୍ତ ଧାରାବାହିକ କାହାଣୀରେ ଆସୁଛି ରୋମାଞ୍ଚକର ମୋଡ଼

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ତା’ର ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଓ ଧାରାବାହିକ ଦ୍ୱାରା ସର୍ବଦା ଦର୍ଶକଙ୍କ ମନ ଜିତିଆସିଛି। ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ଘରର କାହାଣୀ, ପର୍ବପର୍ବାଣୀ ଓ ପରମ୍ପରାକୁ ତା’ର ପ୍ରୋଗ୍ରାମ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟା କରି ଆସିଛି। ଆସନ୍ତା ଜୁଲାଇ ୨୯ରୁ ପ୍ରସାରିତ ସମସ୍ତ ମେଗା ଧାରାବାହିକର କାହାଣୀରେ ଆସୁଛି ନୂଆ ମୋଡ଼ ଯାହା ସମ୍ପୂର୍ଣ୍ଣ ରୂପେ କାହାଣୀକୁ ଏକ ଭିନ୍ନ ଏକ ଦିଗ ଦେବା ସହ ଆହୁରି ରୋମାଞ୍ଚକ ମୋଡ଼କୁ ନେଇଯିବ। ସମସ୍ତ ମେଗା ଧାରାବାହିକର ମୁଖ୍ୟ ଚରିତ୍ରଙ୍କ ଜୀବନରେ ଏମିତି କିଛି ନୂଆ ମୋଡ଼ ଆସୁଛି ଯାହା କାହାଣୀର ଡ଼ୋରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉଛି।

ଆସନ୍ତା ଜୁଲାଇ ୨୯ରୁ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରୁ ୯:୩୦ ପର୍ଯ୍ୟନ୍ତ ଯେଉଁ ୬ଟି ଲୋକପ୍ରିୟ ମେଗା ଧାରାବାହିକ ଚାଲିଛି ଯଥା ‘ସନ୍ଧ୍ୟା ରାଗିଣୀ’, ‘ମଧୁର ସଂସାର’, ‘ସୁନା ଝିଅ’, ‘ତୁମ ବିନା’, ‘ତୁ ଖରା ମୁଁ ଛାଇ’ ଓ ‘ଭାଗ୍ୟ ରେଖା’ ପରି ମେଗା ଧାରାବାହିକର ସମସ୍ତ କାହାଣୀରେ ଘଟିବ କିଛି ବଡ଼ ଘଟଣା, ଆସିବେ କିଛି ନୂଆ ଚରିତ୍ର ଓ ସମ୍ପର୍କରେ ଆସିବ ରୋମାଞ୍ଚକର ମୋଡ, ଯାହାକୁ ନେଇ କାହାଣୀ ଦ୍ରୁତ ଭାବରେ ଗତିଶୀଳ ହେବା ସହ ଦର୍ଶକଙ୍କୁ ବାନ୍ଧି ରଖିବ।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟୁଛି । ଏବେ କାହାଣୀରେ ରାଗିଣୀ ଓ ସଂଗୀତଙ୍କ ମନ ସହ ମନର ମିଳନ ହେବାକୁ ଯାଉଛି ଓ ଆଉ ଅନ୍ୟପଟେ ସନ୍ଧ୍ୟାର ହକି ଖେଳିବାର ସ୍ବପ୍ନ ସତ ହେବାକୁ ଯାଉଛି। ‘ମଧୁର ସଂସାର’ରେ ଦେଖିପାରିବେ ମଧୁ କିପରି ଏତେ ସାରା ପ୍ରତିକୂଳ ପରିସ୍ଥିତିରେ ତାର ଶାଶୁ ଓ ପରିବାର ଅନ୍ୟ ସଦସ୍ୟଙ୍କ ହାତ ଧରି ସଂସାର ରଥକୁ ଆଗକୁ ନେଉଛି।

ସେପଟେ ‘ସୁନା ଝିଅ’ରେ ପ୍ରିୟା, ବିଷ୍ଣୁଙ୍କ ଓ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଦେଖିବେ କେମିତି ସମୟ ଭଉଁରୀରୁ ବିଷ୍ଣୁ କିପରି ପ୍ରିୟାକୁ ଆଣୁଛି ନିଜ ପରିବାର ପାଖକୁ ଯାହା କାହାଣୀରେ ଆଣିଛି ଏକ ଅନନ୍ୟ ପରିବର୍ତ୍ତନ। ମେଗା ଧାରାବାହିକ ‘ତୁମ ବିନା’ରେ ଦେଖିବେ ବିଧାତା କେମିତି ଅକ୍ଷୟ ଆଉ ଲକ୍ଷ୍ମୀଙ୍କୁ ପାଖକୁ ଆଣି ତାଙ୍କ ପ୍ରେମ କାହାଣୀ ଆଗକୁ ବଢ଼ାଉଛି ଓ ଆପଣଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଏବେ ଧରାପଡିବ ସବୁ ସତ ମିଛ ଆଉ କାହାଣୀରେ ଯୋଡି ହୋଇଥିବା ନୂଆ ଚେହେରା କେମିତି କାହାଣୀକୁ ରୋଚକ ମୋଡ଼କୁ ନେଉଛନ୍ତି। “ଭାଗ୍ୟରେଖା” ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ।

ଏହି ସିରିଏଲରେ ଦେଖିବେ ଜୀବନର ଦୋଛକିରେ ଭାଗ୍ୟ ଓ ରେଖାଙ୍କ ଭାଗ୍ୟରେଖା କେମିତି ସେମାନଙ୍କ ପ୍ରେମ କାହାଣୀ କୁ ଆଗକୁ ବଢ଼ାଉଛି ଓ ଆଗକୁ ଆସିଥିବା ଆକସ୍ମିକ ବିପଦକୁ ଦୁଇଜଣ କିପରି ସାମନା କରୁଛନ୍ତି।

ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରିଥାଏ। ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଆସନ୍ତା ଦିନରେ ଆମର ସମସ୍ତ ୬ଟି ଲୋକପ୍ରିୟ ମେଗା ଧାରାବାହିକର କାହାଣୀରେ କିଛି ନୂଆ ମୋଡ, କିଛି ନୂଆ ଚେହେରା ସହ କାହାଣୀର ଅଗ୍ରଗତି ପରିଲିକ୍ଷିତ କରିପାରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ଦିଦି ନମ୍ବର ୧’ ଯାକପଟ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

ଭୁବନେଶ୍ଵର: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। କେବଳ ଧାରାବାହିକ ନୁହେଁ ବରଂ ରିଏଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି। ସଂପୂର୍ଣ୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ‘ଦିଦି ନମ୍ବର ୧’ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ।

‘ଦିଦି ନମ୍ବର ୧’ ର ଏହି ସିଜିନର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ତୁଲାସା ନାୟକ। ଓଡ଼ିଶାର ୬ଟି ଜିଲ୍ଲାର ୬ ଜଣ ପ୍ରତିଯୋଗୀ ଥିଲେ। ଏହି ରିଏଲିଟି ସୋ ର ଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ତୁଲାସା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ ନିଜର କର୍ମମୟ ଓ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଥିଲେ, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ସୋର ଏହି ସିଜନରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ମଧ୍ୟ ନେଇ ଆସିଛି।

ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ କହିଛନ୍ତି। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି କାର୍ଯକ୍ରମ ଏକ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜୁଲାଇ ୭ ଓ ୮ ତାରିଖ ସକାଳ ୫ ଟାରୁ ଜୀ-ସାର୍ଥକରେ ଦେଖନ୍ତୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ 

ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁଲାଇ ୭ ତାରିଖ ସକାଳ ୫ ଟା ରୁ ଓ ୮ ତାରିଖ ସକାଳ ୬ ଟା ରୁ।  କେବଳ ରଥଯାତ୍ରା ନୁହେଁ ବରଂ ବାହୁଡା ଯାତ୍ରା ଦେଖିବେ ୧୫ ତାରିଖ ସକାଳ ୬ ଟା ରୁ, ୧୬ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ଓ ୧୯ ତାରିଖ ରାତି ୧୦:୩୦ ରୁ ଦେଖିବେ ନୀଳାଦ୍ରୀ ବିଜେର ମଧ୍ୟ ସିଧା ପ୍ରାସାରଣ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

ଏଥର ଉପସ୍ଥାପକ ଭାବରେ ଲୋକପ୍ରିୟ ଓ ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଓ ପ୍ରବଚକ ମାନେ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ। ଏଥର ଜୀ-ସାର୍ଥକରେ ରଥଯାତ୍ରା ହେବ ନିଆରା କାରଣ ଚ୍ଯାନେଲର ଲୋକପ୍ରିୟ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ଦୁଇ ଭଉଣୀ ପହଁଚିବେ ପୁରୀ ବଡ଼ଦାଣ୍ଡରେ ଓ ସେଠାରୁ ସିଧା ପ୍ରସାରଣରେ ଆପଣଙ୍କୁ ଦେଖାଇବେ ଲକ୍ଷ ଲକ୍ଷ ଭକ୍ତଙ୍କ ଅନୁଭୂତି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଚିଫ ଚ୍ୟାନେଲ ଅଫିସର ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଆମେ ଏଥର ଆମ ନିଜର କ୍ୟାମେରା ଟିମ୍ ସହିତ ସମସ୍ତ ଉପକରଣ ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଜଗା ମୋ ଜଗତଜିତା” ର ସଙ୍ଗୀତ ଲୋକାର୍ପଣ

ଭୁବନେଶ୍ଵର: ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକ ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’। ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ କୀୟତ୍ କାହାଣୀ। ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି।

ଶ୍ରୀଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପୂଜକ ବଟକେଶ୍ଵର ମିଶ୍ର ରୁହନ୍ତି ନିଜ ବିଧବା ବୋହୁ ସୁଜାତା ଓ ନାତି ଜଗା ସହିତ। ପୁଅ ସୈନିକ ହୋଇ ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଛନ୍ତି। ସେପଟେ ଗାଁର ଜମିଦାରଙ୍କ ଝିଅ ଚନ୍ଦ୍ରିକା ଜଗାର ସାନ ବେଳର ପ୍ରେମ। କିନ୍ତୁ ସମୟର କାଳଚକ୍ରରେ ଜମିଦାରଙ୍କ ମୃତ୍ଯୁ ହୋଇଛି ଓ ଚନ୍ଦ୍ରିକା ଦୂରେଇ ଯାଇଛି ଜଗା ଠାରୁ। ଜଗା ମଧ୍ୟ ଯୋଗ ଦେଇଛି ଭାରତୀୟ ସେନାରେ ହେଲେ ଏହାରି ଭିତରେ ଆସିଛି ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ରଥଯାତ୍ରା ଓ କଳାଠାକୁର ଖେଲିଛନ୍ତି ଖେଳ। ଗାଁରେ ସମସ୍ତେ ଏକ ହୋଇଛନ୍ତି ଓ ଧରାପଡ଼ିଛି ଖଳନାୟକ ଯାହା ପାଇଁ ଏତେ କାହାଣୀ। ତେବେ କଣ ହେବ ଆଗକୁ ? ରଥଯାତ୍ରା ହେବ ତ? ଚନ୍ଦ୍ରିକା ଜଗାକୁ ପାଇବ ତ? ଏହିପରି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର ‘ଜଗା ମୋ ଜଗତଜିତା’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତ୍ରିପତି ସାହୁ ଓ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ। ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ସତ୍ୟଜିତ, ପ୍ରଜ୍ଞା, ଚିରାଗ, ଶଶାଙ୍କ ଓ ଅନୁରାଧା। ଫିଲ୍ମର ମୁଖ୍ୟ ଭୂମିକାରେ ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ।

ଫିଲ୍ମ ରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ। ଆସନ୍ତା ୭ ତାରିଖ ସନ୍ଧ୍ୟା ୬:୩୦ ରେ ଦର୍ଶକମାନ ଚଳଚ୍ଚିତ୍ରଟି ଦେଖିଲେ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ ୧୭ରୁ ସନ୍ଧ୍ୟା ୫ଟାରେ ଜୀ ସାର୍ଥକରେ ଆରମ୍ଭ ହେବ “ଦିଦି ନମ୍ବର ୧- ନୂଆ ଓଡିଶାର ନୂଆ ଉତ୍ସବ” 

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ଠିକ ସେମିତି ଜୀ ସାର୍ଥକ ନେଇ ଆସୁଛି ନୂଆ ଭାବରେ ଦିଦି ନମ୍ବର ୧ ରିଆଲିଟି ଶୋ ଯାହା ଓଡିଶାର ୩୦ଟି ଜ଼ିଲ୍ଲାର ସାଂସ୍କୃତିକ ବିବିଧତାକୁ ଏକ ଭିର୍ଣ୍ଣ ଅନ୍ଦାଜରେ ଲିପି ମହାପାତ୍ର ବଖାଣିବେ ଓ ଦର୍ଶକଙ୍କ ମୁହଁରେ ଫୁଟାଇବ ହସ।

‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହି ରିଆଲିଟି ଶୋ ରେ ଓଡିଶାର ୩୦ଟି ଜ଼ିଲ୍ଲାର କୋଣ ଅଣୁକୋଣରୁ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। କହିହେବ ଯେ ଓଡିଶାର ସମସ୍ତ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ହେବାକୁ ଯାଉଛି ମହାମିଳନ। ଏହା ମାଧ୍ୟମରେ ଓଡିଶାର ବିଭିନ୍ନ ପ୍ରାନ୍ତର ଖାଦ୍ୟ , ପ୍ରଥା , ପରମ୍ପରା , ସଂସ୍କୃତି , ଭାଷାର ପ୍ରଦର୍ଶନ କରାଯିବ। ଗୋଟିଏ ଶୋ ରେ ଦର୍ଶକେ ସାରା ଓଡିଶାର ଖାସ କଥା ଜାଣିବାକୁ ପାଇବେ ଏହାଠୁ ବଡ କଥା ଆଉ କଣ ବା ହୋଇପାରେ। ଅଡିସନ ମାଧ୍ୟମରେ ୩୦ଟି ଜିଲ୍ଲାର ୩୦ ଜଣ ପ୍ରତିଯୋଗୀ ଚୟନ ହେବାପରେ ଏହି ଶୋ ରେ ଭାଗ ନେଇ ବିଭିନ୍ନ ପର୍ଯ୍ୟାୟରେ।

ପ୍ରତିଭାଶାଳୀ ପ୍ରତିଯୋଗୀ ଚୟନ ହୋଇ ଆଗକୁ ବଢିବେ ଏବଂ ଟପ୍ ୬ ଜଣ ପ୍ରତିଯୋଗୀଙ୍କୁ ନେଇ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ପ୍ରତି ମାସରେ ଜଣେ ପ୍ରତିଯୋଗୀ ‘ଦିଦି ନମ୍ବର ୧ ’ ର ଟାଇଟଲ ହାସଲ କରିବେ। ତେବେ କିଏ ହେବ ଓଡିଶାର ଦିଦି ନମ୍ବର ୧ ଜାଣିବାପାଇଁ ଦେଖିବାକୁ ଭୁଲିବେନି ଜୀ ସାର୍ଥକର ନୂଆ ରିୟାଲିଟି ଶୋ ‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ ଏଥିରେ କୌଣସି ଦ୍ବିମତ ନାହିଁ ଓ ଏହି ରିଆଲିଟି ଶୋ ଦେଖି ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହା ସହିତ ଏହି ରିଆଲିଟି ଶୋ ଜରିଆରେ ମହିଳା ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏହି ରିଆଲିଟି ଶୋ ର ଅଡିସନରେ ଭାଗ ନେବା ପାଇଁ ୧୮ ରୁ ୩୫ ବର୍ଷର ମହିଳା ମାନେ ଏହି ୯୧୨୪୩୩୪୪୭୩ ନମ୍ବରରେ ଯୋଗାଯୋଗ କରି ପାରିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

ଭୁବନେଶ୍ଵର: ଓଡିଶାର ସବୁଠୁ ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ୍, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ସାମାଜିକ ସଚେତନତା ଶୃତସ୍ଥି କରିଥାଏ। ତେବେ ଆଗକୁ ରଜ ଉତ୍ସବ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା। ଏହି ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସିଛି ଏକ ବିଶେଷ କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ନାଲି ବିନ୍ଦୁ’।

ତେବେ ନାଲି ବିନ୍ଦୁ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ସାମାଜିକ ସଚେତନତା। ପ୍ରତିବର୍ଷ ପରି ଏ ବର୍ଷ ରଜ ପର୍ବରେ ମଧ୍ୟ ଜୀ ସାର୍ଥକ ତା’ର ନାଲି ବିନ୍ଦୁ ଅଭିଯାନ ମାଧ୍ୟମରେ ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏକ ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଜାରି କରିଛି। ଏହି ଭିଡିଓରେ ଋତୁସ୍ରାବ ସମୟରେ ଛାଇ ଓ ଛୁଆଁ-ଅଛୁଆଁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଚେଷ୍ଟା କରାଯାଇଛି। ଆମେ ଆଶା କରୁଛୁ ଏଇ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଚେତନ କରିବାରେ ସହାୟକ ହେବ। ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି।

ଜୀ-ସାର୍ଥକର ଏହି ଅଭିଯାନ ପୂର୍ବ ବର୍ଷମାନଙ୍କରେ ବହୁତ ସାରା ଆୱାର୍ଡ ଜାତୀୟସ୍ତରରେ ପାଇବା ସହ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା। ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏହିଁ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକ ଫିଲ୍ମସର ଅପକମିଙ୍ଗ ଫିଲ୍ମ “ବୋହୂ ଆମର ମେଟ୍ରିକ ଫେଲ” 

ଭୁବନେଶ୍ଵର: ଜୀ ସାର୍ଥକରେ ଖୁବ ଶୀଘ୍ର ଏକ ନୂଆ ଓଡିଆ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ, ଯାହା ନିଃସ୍ୱାର୍ଥପର ପ୍ରେମକୁ ବଖାଣିବ। କାହାଣୀର ଆରମ୍ଭ ଏକ ପ୍ରତିଜ୍ଞାରୁ। ବନ୍ଧୁତାର ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ କାହାଣୀରେ ଜଗଦୀଶ ଓ ଜଗବନ୍ଧୁ କରିଛନ୍ତି ପ୍ରତିଜ୍ଞା ଯେ ତାଙ୍କ ପୁଅ ଝିଅ ଉଭୟେ ବିବାହ ବନ୍ଧନରେ ହେବେ ବାନ୍ଧି। ବାପାଙ୍କୁ ନେଇ କରାଯାଇଥିବା ପ୍ରତିଜ୍ଞା ଛୋଟବେଳେ ପୂରଣ ମଧ୍ୟ ହୋଇଛି। ଗାଁରେ ରହୁଥିବା ଜଣେ ଝିଅ ଗୌରୀ ମଧ୍ୟରେ ସ୍ନେହର ଗୁଣ ଭରିରହିଛି ଯାହା ସମସ୍ତଙ୍କ ମନ ଜିଣିିନିଏ। ସମୟର ଡୋରିରେ ଶିକ୍ଷାରେ ପଛୁଆ ରହିଯାଇଥିବା ଝିଅ ଜଣେ ସଫଳ ବିଜନେସ୍‌ମ୍ୟାନ ବିବେକ ସହିତ କେମିତି ନିଜକୁ ଖାପଖୁଆଇ ଆଗକୁ ନେବ କାରଣ ବିବେକ ମନରେ ଗୌରୀ ପାଇଁ ପ୍ରେମ ନାହିଁ।

ଅପର ପକ୍ଷରେ ବିବେକଙ୍କ ଭଉଣୀ ସହିତ ଗୌରୀଙ୍କ ସମ୍ପର୍କ ଭଲ କିନ୍ତୁ ଅନ୍ୟ ଭାଇ ଭଉଣୀ ଗୌରୀଙ୍କୁ ପସନ୍ଦ କରନ୍ତି ନାହିଁ । କାହାଣୀରେ ଚକ୍ରାନ୍ତ ଖେଳୁଛି ବିବେକର ବିଜନେସ୍ ପାର୍ଟନର ତନୟା। ବିବେକଙ୍କ ସମ୍ପତ୍ତି ଉପରେ ରହିଛି ତା’ର ଲୋଭ। ବିବେକ ଏହି କଥା ଜାଣିସାରିବା ପରେ ଗୌରୀ ସହିତ ମିଶି କେମିତି ଏହି ସମସ୍ୟାର ସାମାଧାନ ଖୋଜିବେ ଓ ତାଙ୍କ ମଧ୍ୟରେ କେମିତି ପ୍ରେମ ଗଢିଉଠିବ ଜାଣିବାପାଇଁ ଏହି ଫିଲ୍ମକୁ ଦେଖିବାକୁ ପଡିବ।

ସୋମନାଥ ସାଇନ ପ୍ରଡକସନ ହାଉସ ଦ୍ୱାରା ଖୁବ ଶୀଘ୍ର ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ସୁନୀଲ କୁମାର ପଟ୍ଟନାୟକ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରିୟବ୍ରତ କାହାଣୀ ଲେଖିଥିବା ବେଳେ ବେଳେ ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମରେ ଗୌରୀ ଚରିତ୍ରରେ ଅଭିନୟ କରୁଛନ୍ତି ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର ଯାହାଙ୍କୁ ଆମେ ଅନେକ ଫିଲ୍ମ ଓ ଧାରାବାହିକ ଜରିଆରେ ଆଗରୁ ଦେଖିଛେ।  ସେହିପରି ନାୟକ ଭୂମିକାରେ ରାକେଶ ଅଛନ୍ତି ଯାହାଙ୍କୁ ଦର୍ଶକ ଆଗରୁ ଢେର ଭଲ ପାଇବା ଦେଇଆସିଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, ପୁଷ୍ପା ପଣ୍ଡା, ଅନନ୍ତ ମିଶ୍ର ଏବଂ ଧରିତ୍ରୀ ଖଣ୍ଡୁଆଳ।

ଓଡିଶାର ଅଗଣିତ ଦର୍ଶକ ଏହି ଭଳି ପ୍ରେମ କାହାଣୀକୁ ନିଶ୍ଚୟ ଭଲପାଇବା ଦେବେ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ। ତେବେ ଏହି ଫିଲ୍ମ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ୬:୩୦ ରେ ଦେଖି ଦର୍ଶକ ଖୁବ ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜିଠୁ ସନ୍ଧ୍ୟା ୬:୩୦ ରୁ ଦେଖିବେ ମଧୁର ସଂସାର ଓ ସନ୍ଧ୍ୟା ରାଗିଣୀର ମହାସଂଗମ 

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ନମ୍ବର ୧ ଚାନେଲ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ଦେଇଚାଲିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରୁଛନ୍ତି। ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଆଗକୁ ଆସୁଛି ରଜ ଉତ୍ସବ, ଏହି ମାହୋଲକୁ ଆହୁରି ଖାସ ବନାଇବା ପାଇଁ ରଜ ସପ୍ତାହର ଶୁଭାରମ୍ଭରେ ଜୀ ସାର୍ଥକରେ ଦେଖିବାକୁ ପାଇବେ ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାର ର ମହାସଂଗମ। ଏହି ମହାସଂଗମ ଏପିସୋଡ ସୋମବାର, ମଙ୍ଗଳବାର ଓ ବୁଧବାର ସନ୍ଧ୍ୟା ୬:୩୦ ରୁ ୭:୩୦ ଯାଏ ଦେଖିପାରିବେ।

ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାର ର ହେବାକୁ ଯାଉଛି ମହାସଂଗମ, ଯାହାପାଇଁ ଖୁବ ଉତ୍ସାହିତ ରହିଛନ୍ତି ପ୍ରଶଂସକ। ମଧୁ ସନ୍ଧ୍ୟା ଓ ରାଗିଣୀକୁ ରଜ ଉତ୍ସବର ନିମନ୍ତ୍ରଣ ଦେଇଛନ୍ତି। କିନ୍ତୁ ଏ ସବୁ ବିଷୟରେ ଖବର ପାଇବାପରେ ଭାରତୀ, ଶୀତଲ ଓ ଚାରୁ ଏହାକୁ ବିଫଳ କରିବାକୁ ଚଲାଇଛନ୍ତି ଚକ୍ରାନ୍ତ, ଯେମିତି କି ସମସ୍ତଙ୍କର ରଜ ଉତ୍ସବ ପାଳନ କରିବାର ସ୍ବପ୍ନ ଅଧାରେ ରହିଯିବ।

ଭରଦ୍ବାଜ ପରିବାରର ବହୁ ବର୍ଷର ପୁରୁଣା ପରମ୍ପରା ରହିଆସିଛି ଯେ ରଜରେ ନଅ ଜଣ ଅବିବାହିତ ଝିଅଙ୍କୁ ଡାକି ପୋଡପିଠା ଖୁଆଇ ସତ୍କାର କରାଯାଏ। ଚଳିତ ଥର ଏହି ପରମ୍ପରାରେ ସାମିଲ ହେବେ ସୃତୀ , ସନ୍ଧ୍ୟା, ରାଗିଣୀ, ରେଖା, ଶିଖା, ଶୀତଲ, ଚାରୁ, ରୁପାଲୀ, ଅନ୍ତରା।

ଶେଷ ରଜକୁ ଖାସ କରିବାପାଇଁ ମଧ୍ୟ ମଧୂ ବିଭିନ୍ନ ଖେଳ ଓ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏମିତି ଭାବରେ ଜମିଛି ରଜର ଆସର। ଶେଷରେ ସୃତୀ କୋହଭରା କଣ୍ଠରେ ତାଙ୍କ ରଜକୁ ଖାସ କରିବାପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଭଳି ଖୁବ ମଜାଦାର କାହାଣୀ ଓ ଟ୍ବିଷ୍ଟରେ ଭରି ରହିଥିବା ସନ୍ଧ୍ୟା ରାଗିଣୀ – ମଧୁର ସଂସାର ର ରଜ ର ମହାସଂଗମ ଦେଖିବାକୁ ଭୁଲିବେନି। କାରଣ ରଜ ମୌକାରେ ଖୁସିର ଠିକଣା ହେବାକୁ ଯାଉଛି ଦୁଇଗୁଣା। ଜୀ ସାର୍ଥକ ପରିବାର ସହିତ ସାମିଲ ହୋଇ ଏହି ରଜକୁ ଆହୁରି ଖାସ ବନାନ୍ତୁ ବୋଲି ମତ ରଖିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକ ଲକ୍ଷପତି ହେବାର ସୁଯୋଗ, ଦେଖନ୍ତୁ “ଦେଖିବା ନିତି ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ଲକ୍ଷ ଟଙ୍କା ନଗଦ ପୁରସ୍କାର।

ଜୀ ସାର୍ଥକର ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ, ସେହିପରି “ଦେଖିବା ନିତି ହେବା ଲକ୍ଷପତି” ଏକ ମାଧ୍ୟମ। ତେଣୁ ଦର୍ଶକମାନେ ଏହି ପ୍ରତିଯୋଗିତାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୪୦୦ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ଵର: ଓଡିଶାର ଘରେ ଘରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ସମୟର ଅଗ୍ରଗତି ସହ କାହାଣୀର ଗତି ମଧ୍ୟ ଆଗକୁ ବଢି ଚାଲିଛି। ଅନେକ ରୋଚକ ମୋଡ଼ ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇ ‘ତୁ ଖରା ମୁଁ ଛାଇ’ ୪୦୦ ଅଧ୍ୟାୟର ପୂର୍ଣ୍ଣ କରିଛି। ଆପଣଙ୍କର ଏହି ସହଯୋଗ ଓ ଭଲପାଇବା ଏହି ମେଗା ଧାରାବାହିକାକୁ ଆଗକୁ ନେବାକୁ ଆମକୁ ପ୍ରେରଣା ଯୋଗାଇଆସୁଛି।

ଜଣେ ଅଜଣା ଝିଅ, ମୟୁରୀ ହୋଇ ମାନିନୀକୁ ମାରିବାକୁ ଚେଷ୍ଟା କରିଛି, ସେପଟେ ମାନିନୀ ତାର ସବୁପ୍ରକାରର ଚେଷ୍ଟା ଜାରି ରଖିଛି କିପରି ଏଜେ ଓ ତା’ ପରିବାର ଖୁସିରେ ରହିବେ। ଏପରିକି ସେ ଏଜେ କୁ ମୟୁରୀ ସହ ଏକ ଡେଟରେ ପଠାଇବାକୁ ଯୋଜନା କରିଛି କିନ୍ତୁ ମୟୁରୀ ମନା କରିଛି ଯିବା ପାଇଁ ଯାହା ଏଜେ କୁ ବହୁତ ଦୁଃଖ ଦେଇଛି। ମାନିନୀ ଏଜେ କୁ ବୁଝାଇଛନ୍ତି ଓ ସରସ୍ଵତୀଙ୍କ ଆଭ୍ୟନ୍ତରୀଣ ବିରୋଧ ସତ୍ବେ ଦୁଇ ଜଣ ଏକ ସାଙ୍ଗରେ ରାତ୍ରି ଭୋଜନ କରନ୍ତି ଓ ସ୍ବାମୀଙ୍କ ପାଇଁ ଏକ ବିଶେଷ ପୂଜା କରିବା ମଧ୍ୟରେ ବିଭିନ୍ନ ରୋଚକ ଘଟଣା ସବୁ ମଧ୍ୟ ଘଟିଛି। ମୟୁରୀ ଏହା ଦେଖିଲା ପରେ ମାନିନୀ ଓ ଏଜେଙ୍କ ମଧ୍ୟରେ କିପରି ଦୂରତା ସୃଷ୍ଟି କରିବା ତାହାପାଇଁ ଚକ୍ରାନ୍ତ କରେ। କିପରି ମୟୂରୀର ଏହି ଚକ୍ରାନ୍ତଙ୍କୁ ସମସ୍ତଙ୍କ ସାମନାରେ ମାନିନୀ ପର୍ଦାଫାଶ କରିବା ସହ ଏଜେ ଓ ତାର ପରିବାକୁ ଖୁସିରେ ରଖିବ ତାହା କାହାଣୀକୁ ଏକ ରୋଚକ ମୋଡରେ ପହଚାଂଇବ।

ଅକ୍ଷୟ ପରିଜା ଓ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ଓ ମୟୂରୀ ଚରିତ୍ର ରେ ଥିବା ଅନନ୍ୟା ଶର୍ମା ନିଜର ଅଭିନୟର ଯାଦୁରେ ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସ୍ମୃତିରେଖା ଓ ରଞ୍ଜନଙ୍କ ସହ ସୌମ୍ୟା କାନୁନଗୋ, ସନ୍ଧ୍ୟାରଣୀ ବେହେରା, ପ୍ରୀତି ଓ ରାକେଶ ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି। ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଆଦୃତି। ‘ତୁ ଖରା ମୁଁ ଛାଇ’ କୁ ମଧ୍ୟ ଓଡ଼ିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ସନ୍ଧ୍ୟା ୬.୩୦ମିନିଟ୍‌ରେ ଜୀ ସାର୍ଥକରେ ହୋଲି ସ୍ପେଶାଲ ପ୍ରୋଗ୍ରାମ “ରଙ୍ଗ ମହୋତ୍ସବ”

ଭୁବନେଶ୍ଵର: ସବୁଥର ପରି ଜୀ ସାର୍ଥକର ଏଥର ହୋଲି ମଧ୍ୟ ହେବ ସ୍ମରଣୀୟ କାରଣ ଆପଣଙ୍କୁ ବୋଳିବ ସମ୍ପର୍କର ଭିନ୍ନ ଏକ ରଙ୍ଗ। ପୁଣି ଉଡିବ ସମ୍ପର୍କର ସାତ ରଙ୍ଗର ଅବିର। କେବଳ ରଙ୍ଗ ନୁହେଁ ମନୋରଞ୍ଜନକୁ ନେଇ ରଙ୍ଗୀନ ହେବ ଏଥରର ହୋଲି।

ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ ଯେଉଁଥିରେ ‘ସୁନା ଝିଅ’, ‘ଶ୍ରୀ’ ଓ ‘ତୁ ଖରା ମୁଁ ଛାଇ’ ପରି ଲୋକପ୍ରିୟ ମେଗା ଧାରାବାହିକର ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଇଛି ଶ୍ରୀଚନ୍ଦନପୁରରେ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବରେ । ଅପ୍ରତ୍ୟାଶିତ ଭାବରେ ପ୍ରିୟା, ମାନିନୀ ଓ ଶ୍ରୀ ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡି ହୋଇଯାଇଛନ୍ତି । ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନଃ ଉଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି । କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ, ପର୍ବ ଦିନ ଅର୍ଥାତ ଦୋଳ ଉତ୍ସବ ଦିନ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି । ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି ଓ ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶୀକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି ହେଲେ କିପରି ଧରିଛନ୍ତି ତାହା ହୋଇଛି ଅତ୍ୟନ୍ତ ରୋଚକ । ସମସ୍ତ ବିଶୃଙ୍ଖଳା ମଧ୍ୟରେ, ଗାଁ ହୋଲିର ପରିବେଶ ପୁରା ରଙ୍ଗୀନ ହୋଇଛି ଓ ପୁରା ଗାଁ ପାଳନ କରିଛି “ରଙ୍ଗ ମହୋତ୍ସବ” ।

ଏହି କାର୍ଯକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି । ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ ସାର୍ଥକର ବଡ ବଡ ସେଲିବ୍ରିଟି ଅଭିନୟ କରିବା ସହ “ରଙ୍ଗ ମହୋତ୍ସବ” ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ ।

ଆଜି ସଂଧ୍ୟା ସାଢେ ୬.୩୦ମି. ରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଲି “ରଙ୍ଗ ମହୋତ୍ସବ”। କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ l ସେ ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏଥର ହୋଲିରେ “ରଙ୍ଗ ମହୋତ୍ସବ”: ଜୀ ସାର୍ଥକରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ

ଭୁବନେଶ୍ଵର: ସବୁଥର ପରି ଜୀ ସାର୍ଥକର ଏଥର ହୋଲି ମଧ୍ୟ ହେବ ସ୍ମରଣୀୟ, କାରଣ ଆପଣଙ୍କୁ ବୋଳିବ ସମ୍ପର୍କର ଭିନ୍ନ ଏକ ରଙ୍ଗ। ପୁଣି ଉଡିବ ସମ୍ପର୍କର ସାତ ରଙ୍ଗର ଅବିର। କେବଳ ରଙ୍ଗ ନୁହେଁ ମନୋରଞ୍ଜନକୁ ନେଇ ରଙ୍ଗୀନ ହେବ ଏଥରର ହୋଲି।

ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ ଯେଉଁଥିରେ ‘ସୁନା ଝିଅ’, ‘ଶ୍ରୀ’ ଓ ‘ତୁ ଖରା ମୁଁ ଛାଇ’ ପରି ଲୋକପ୍ରିୟ ମେଗା ଧାରାବାହିକର ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଇଛି ଶ୍ରୀଚନ୍ଦନପୁରରେ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବରେ। ଅପ୍ରତ୍ୟାଶିତ ଭାବରେ ପ୍ରିୟା, ମାନିନୀ ଓ ଶ୍ରୀ ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡି ହୋଇଯାଇଛନ୍ତି। ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନଃ ଉଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି। କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ, ପର୍ବ ଦିନ ଅର୍ଥାତ ଦୋଳ ଉତ୍ସବ ଦିନ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି । ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି ଓ ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶୀକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି ହେଲେ କିପରି ଧରିଛନ୍ତି ତାହା ହୋଇଛି ଅତ୍ୟନ୍ତ ରୋଚକ । ସମସ୍ତ ବିଶୃଙ୍ଖଳା ମଧ୍ୟରେ, ଗାଁ ହୋଲିର ପରିବେଶ ପୁରା ରଙ୍ଗୀନ ହୋଇଛି ଓ ପୁରା ଗାଁ ପାଳନ କରିଛି “ରଙ୍ଗ ମହୋତ୍ସବ”।

ଏହି କାର୍ଯକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି । ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ ସାର୍ଥକର ବଡ ବଡ ସେଲିବ୍ରିଟି ଅଭିନୟ କରିବା ସହ “ରଙ୍ଗ ମହୋତ୍ସବ” ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ । ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ସାଢେ ୬.୩୦ମି. ରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହୋଲି “ରଙ୍ଗ ମହୋତ୍ସବ” । କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ। ସେ ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ, ପୁଣି ଆରମ୍ଭ ହେଲା “ଦେଖିବା ନିତି ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ଲକ୍ଷ ଟଙ୍କା ନଗଦ ପୁରସ୍କାର।

ଜୀ ସାର୍ଥକର ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ, ସେହିପରି “ଦେଖିବା ନିତି ହେବା ଲକ୍ଷପତି” ଏକ ମାଧ୍ୟମ। ତେଣୁ ଦର୍ଶକମାନେ ଏହି ପ୍ରତିଯୋଗିତାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଜୀ-ସାର୍ଥକର ସୋ “ଡାନ୍ସ ଓଡିଶା ଡାନ୍ସ – ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍” ପ୍ରଚାରର ଅଭିନବ ପ୍ରୟାସ

ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସବୁବେଳେ ତାର ଦର୍ଶକଙ୍କ ସହ ଯୋଡି ହୋଇ ରହିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । କେତେବେଳେ ଟିଭି ମାଧ୍ୟମରେ ତ କେତେବେଳେ ସିଧା ସିଧା ଦର୍ଶକଙ୍କ ପାଖରେ ପହଞ୍ଚିଥାଏ । ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ ଆରମ୍ଭ କରିଛି “ଡାନ୍ସ ଓଡିଶା ଡାନ୍ସ – ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍”, ସୋ ପ୍ରଚାରର ଏକ ନୂଆ ପ୍ରୟାସ, ଯାହା ଆପଣଙ୍କୁ ଦେବ ଖରା ଦିନରେ ମାଗଣା ଆଇସ୍କ୍ରୀମ । ହେଲେ କେମିତି ପାଇବେ ଏହି ମାଗଣା ଆଇସ୍କ୍ରୀମ ?

ଜୀ-ସାର୍ଥକରେ ପ୍ରସାରିତ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’ ର ପ୍ରଚାରକୁ ଆହୁରି ଏକ ପାଦ ଆଗକୁ ନେଇ ଏହାର ଟିମ୍ ଆରମ୍ଭ କରିଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏକ ନୂଆ ହାସଟ୍ଯାଗ ଟ୍ରେଣ୍ଡ #ZSDUMDARJODI । ଯେମିତିକି ସୋ ର ଟ୍ୟାଗ ଲାଇନରେ କୁହାଯାଇଛି ” ଯେବେ ଯୋଡି ଥିବା ଦମଦାର ଧମାକା ହେବ ଜୋରଦାର” , ସେମିତି ଆପଣ ନିଜର ଦମଦାର ବନ୍ଧୁ, ବାନ୍ଧବୀ ବା ନିଜ ଯୋଡି ସହ ନିକଟସ୍ଥ ଜ଼ୀ ସାର୍ଥକ ଆଇସ୍କ୍ରୀମ ଟ୍ରଲି ପାଖକୁ ଯିବେ ଓ ଗୋଟିଏ ଆଇସ୍କ୍ରୀମ କିଣି ଆଉ ଗୋଟେ ଆଇସ୍କ୍ରୀମ ମାଗଣାରେ ପାଇବେ। ଆପଣ ଆଇସ୍କ୍ରୀମ ଓ ନିଜ ଯୋଡି ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବେ ଓ ବ୍ୟବହାର କରିବେ #ZSDUMDARJODI । କିଛି ନୂଆ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ବୋଲି ଏହି ରୋମାଞ୍ଚକର ନୂତନ ରିଆଲିଟି ଡ୍ୟାନ୍ସ ସୋ ର ସଦସ୍ୟ ମାନେ କହିଛନ୍ତି ।

ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ନାୟକ ଓ ନାୟିକା ଯୋଡି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଆଇସ୍କ୍ରୀମ ଏହି କାର୍ଯକ୍ରମର ସ୍ଵାଦ ଆହୁରି ବଢାଇବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି । ସୁଜିତ ଓ ଚାନ୍ଦିନୀ ଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରୁଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଛି ସେହି ପରି ଏହି ‘ଦମଦାର ଯୋଡି’ ପ୍ରୟାସ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଛି ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତାର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ। ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ‘ସନ୍ଧ୍ୟା ରାଗିଣୀ’ ସଫଳତାର ସହ ଓଡିଆ ଦର୍ଶକଙ୍କୁ ଆଦୃତ ହୋଇଛି।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀଙ୍କ କାହାଣୀରୁ ଆରମ୍ଭ ହୋଇ ପହଞ୍ଚିଛି ସନ୍ଧ୍ୟା ଓ ରାଗିଣୀ ପାଖରେ। ଯଶୋଦାଙ୍କ ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ହୋଇଥିବା ବେଳେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଦେବକୀଙ୍କ ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ହୋଇଛି ଭାରତ ପାଇଁ ହକି ଖେଳିବାକୁ। ଭଉଣୀ ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି। ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ, ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଏହା ଭିତରେ ସନ୍ଧ୍ୟାର ଘର ଲୋକ ସନ୍ଧ୍ୟା ଓ ପ୍ରଶାନ୍ତଙ୍କ ବାହାଘର ଠିକ୍ କରିଛନ୍ତି। କିନ୍ତୁ ରାଗିଣୀକୁ ପ୍ରଶାନ୍ତର ଚାଲିଚଳନ ଉପରେ ସନ୍ଦେହ ହୁଏ। ସେ ଓ ସଙ୍ଗିତ ମିଶି ପ୍ରଶାନ୍ତ ବିଷୟରେ ଜାଣିବାକୁ ପାଉଛନ୍ତି ଯେ ସେ ସନ୍ଧ୍ୟା ପାଇଁ ଉପଯୁକ୍ତ ନୁହେଁ, ଯେତେବେଳେ ଘରଲୋକ ଏଇସବୁ ବିଷୟରେ ଜାଣିବାକୁ ପାଆନ୍ତି, ପ୍ରଶାନ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ରାଗିଣୀକୁ ଜେଲ୍ ପଠେଇବାର ଯୋଜନା କରେ। ରଘୁରାଜ ଘରର ଇଜ୍ଜତ ବଞ୍ଚାଇବା ପାଇଁ ସନ୍ଧ୍ୟା – ପ୍ରଶାନ୍ତର ବାହାଘର ବହୁତ ଜଲଦି କରିବାର ନିଷ୍ପତି ନିଅନ୍ତି। ସତରେ କଣ ପ୍ରଶାନ୍ତ ସଂଧ୍ୟା ପାଇଁ ଉପଯୁକ୍ତ ? ଘର ଲୋକଙ୍କ ସାମ୍ନାକୁ ପ୍ରଶାନ୍ତ ର ଚରିତ୍ର କଣ ସାମ୍ନାକୁ ଆସିପାରିବ ? ରାଗିଣୀ କଣ ନିଜ ଭଉଣୀର ଭବିଷ୍ୟତକୁ ନଷ୍ଟ ହେବାରୁ ରକ୍ଷା କରି ପାରିବ ? ଏଇ ସବୁ ଆଧାର କୁ ନେଇ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ହୃଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ।

ଜୀ ସାର୍ଥକ ର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ କାହାଣୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’: ପୁଣି ଜିତୁଛି ଦର୍ଶକଙ୍କ ମନ

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ। ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫଳ ମଧ୍ୟ ହୋଇଛି। ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’ ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି।

ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତମାନ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି। ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି। ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ। ସେପଟେ ଅନେକ ବାଦ ବିବାଦ ଓ ଅନେକ ବିଶୃଙ୍ଖଳା ପରେ ଶେଷରେ ବିଷ୍ଣୁ ଏବଂ ପ୍ରିୟା ଏକାଠି ହୋଇଛନ୍ତି ଓ ପ୍ରିୟା ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଦେବରାଜ ପ୍ରିୟା ନାମରେ କିଛି ଟଙ୍କା ରୋଜଗାର କରିବାକୁ ଯୋଜନା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି ଓ ଅଜାଣତରେ ଆହତ ହୋଇଛନ୍ତି ଏବଂ ଏଥିପାଇଁ ବିଷ୍ଣୁଙ୍କ ସହ ପ୍ରିୟା କୁ ପରିବାରର ସମସ୍ତ ସଦସ୍ୟ ଦାୟୀ କରିଛନ୍ତି। ତେବେ ଦେବରାଜ ଓ ନେତ୍ରା ଦ୍ବାରା ସୃଷ୍ଟି ହେଉଥିବା ଏହି ପରି ସମସ୍ୟାର ସମାଧାନ ପ୍ରିୟା କିପରି କରିବ ତାକୁ ନେଇ କାହାଣୀର ଅଗ୍ରଗତି ହେଉଛି।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି ସେହି ପରି ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।