Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ମଧ୍ୟ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର, ହେଲା ତତଲା ହାଣ୍ଡି

ଭୁବନେଶ୍ବର: ଗତକାଲି ପରି ଅଜି ମଧ୍ୟ ଭୁବନେଶ୍ବର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। କହିବାକୁ ଗଲେ ଭୁବନେଶ୍ବର ଏକ ତତଲା ହାଣ୍ଡି ହୋଇଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରାହେଲା

ଭୁବନେଶ୍ୱର: ୪୩.୨°C

କେନ୍ଦୁଝର: ୪୨.୭°C

ଚାନ୍ଦବାଲି: ୪୨.୨ °C

ବାଲେଶ୍ୱର: ୪୧.୪°C

ରାଉରକେଲା: ୪୦.୬°C

ଝାରସୁଗୁଡା: ୩୯.୯°C

ସମ୍ବଲପୁର: ୩୯.୪°C

ହୀରାକୁଦ: ୩୭.୮°C

ପୁରୀ: ୩୪.୯ °C

ଗୋପାଳପୁର: ୩୪.୨°C

ପାରାଦୀପ ୩୩.୪°C

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ଭୁବନେଶ୍ବରକୁ ଜାରୀ ହେଲା ରେଡ୍ ଆଲର୍ଟ, ଘରୁ ନ ବାହାରିବା ପାଇଁ ନିବେଦନ

ଭୁବନେଶ୍ବର: ଗତକାଲି ପରି ଆଜି ମଧ୍ୟ କଟକ ଭୁବନେଶ୍ବରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ। ସେଥିପାଇଁ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଏହି ଦୁଇ ସହର ପାଇଁ ରେଡ୍ ଆଲର୍ଟ ଜାରୀ କରିଛି। ଏଥିରେ କୁହାଯାଇଛି ଯେ, ଉଭୟ ସହରରେ ଆଜି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ଘରୁ କେହି ନ ବାହାରିବା ପାଇଁ ଅନୁରୋଧ କରାଯାଇଛି।

ଗତକାଲି କଟକ ଭୁବନେଶ୍ବରେ ସର୍ବାଧିକ ତାମମାତ୍ରା ଅନୁଭୂତ ହୋଇଥିଲା। ପ୍ରଥମ ଥର ପାଇଁ ଏହି ଟୁଇନ ସିଟିରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ୪୪.୭ ଡ଼ିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଥିଲା। ସେହିପରି  ଭୁବନେଶ୍ୱର ରେ ୪୪.୬ ଡ଼ିଗ୍ରୀ କଟକରେ କଟକ ରେ ୪୩.୪ ଡ଼ିଗ୍ରୀ ଏବଂ ବାରିପଦା ରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ନାହିଁ ନ ଥିବା ତାତି, ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ସର୍ବାଧିକ ତାପମାତ୍ର

ଭୁବନେଶ୍ବର: ପୁଣି ରାଜ୍ୟରେ ତାତି ଫେରିଛି। ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ର ବେଶ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ସହିତ ଆଉ ଦୁଇଟି ସହରରେ ସର୍ବାଧିକ ତାତି ଅନୁଭୂତ ହୋଇଛି। ସେଗୁଡିକ ହେଲା..

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୪୧.୯°C

ଚାନ୍ଦବାଲି: ୪୧.୬°C

ଝାରସୁଗୁଡା: ୪୧.୪°C

ବାଲେଶ୍ୱର: ୪୦.୫°C

ସମ୍ବଲପୁର: ୪୦.୩°C

କେନ୍ଦୁଝର: ୪୦°C

ରାଉରକେଲା:୩୯.୯°C

ହୀରାକୁଦ: ୩୯.୫°C

ଗୋପାଳପୁର:୩୫.୬°C

ପୁରୀ:୩୪.୮°C

ପାରାଦୀପ: ୩୪.୨°C

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ସୂଚନା, ଶୁକ୍ରବାରଠାରୁ ବଢିବ ତାତି

ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା ଲେଉଟିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ତାତି ବୃଦ୍ଧି ପାଇବ। ଦିନର ତାପମାତ୍ରା ପ୍ରାୟ 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ତାତି ପ୍ରାୟ 4 ଦିନ ଧରି ଲାଗିରହିବ।

ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି। ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି। ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା। ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟର ତିନିଟି ସହରର ତାପମାତ୍ର ୪୦ଡ଼ିଗ୍ରୀ ଟପିଲା, ୮ସହରରେ କଲା କଲବଲ

ଭୁବନେଶ୍ବର: ୨୪ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବଢ଼ିଲା ତାତି। ଆଜି ୮ସହରରେ ତାତି ୪୦ଡ଼ିଗ୍ରୀ ଛୁଇଁଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଯେଉଁ ତିନିଟି ସହରର ତାପମାତ୍ର ୪୦ଡ଼ିଗ୍ରୀ ଟପିଛି ସେଗୁଡିକ ହେଲା ଝାରସୁଗୁଡା ବାରିପଦା ଏବଂ ବଲାଙ୍ଗିର। ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ରେ ୪୦.୩ ଡିଗ୍ରୀ ରହିଛି। ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡ ରେ ୪୦ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଛୁଇଁଲା ତାତି, ଜାଣନ୍ତୁ କେଉଁ ସହର

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ର ହୁ ହୁ ହୋଇ ବଢିବାରେ ଲାଗିଛି। ଦିନ 10 ଟା ହେଲେ ଘରୁ ବାହାରିବା କଷ୍ଟକର ହୋଇପଡିଛି। କାରଣ ହେଲା ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା ଟିଟଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା

ଆଜି ଦିନର ସର୍ବୋଚ୍ଚ ତାପମାତ୍ର ୪୦ଡ଼ିଗ୍ରୀ ଛୁଇଁଲା, ଯାହା କେବେ ହୋଇ ନ ଥିଲା। ଫଳରେ ସାଧାରଣରେ ଏକ ଆତଙ୍କ ସୃଷ୍ଟି ହୋଇଛି। କାରଣ ଯଦି ମାର୍ଚ୍ଚ ମାସରେ ଏପରି ତାପମାତ୍ର ଅନୁଭୂତ ହେଲାଣି ତେବେ ଏପ୍ରିଲ ମେ ରେ ସ୍ଥିତି କଣ ହେବ ତାହା ସମସ୍ତଙ୍କୁ ଆତଙ୍କିତ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶାରେ ରାଜନୈତିକ ତାତି ସହିତ ବର୍ଷିଲା ପ୍ରକୃତି ନିଆଁ, ଟିଟିଲାଗଡରେ ସର୍ବାଧିକ ତାପମାତ୍ର

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରେ ରାଜନୈତିକ ପାଣିପାଗ ଯେପରି ସରଗରମ ଥିଲା, ସେହିପରି ପ୍ରକୃତି ପାଗ ମଧ୍ୟ ବେଶ ଗରମ ହୋଇପଡିଥିଲା। କାରଣ ଆଜି ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତିକୁ ନେଇ ସାରା ଓଡିଶାରେ ତାତି ପ୍ରବାହିତ ହେଉଥିଲା। ତାହାକୁ ତାଳ ଦେଇ ପ୍ରକୃତି ମଧ୍ୟ ଗରମ ବର୍ଷା କରିଥିଲା।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ଅନୁସାରେ ଟିଟଲାଗଡ ରେ ୪୫ ଡିଗ୍ରୀ , ବଲାଙ୍ଗୀର ୪୪.୯ ଡିଗ୍ରୀ, ବୌଦ୍ଧ ୪୪.୫ ଡିଗ୍ରୀ , ସମ୍ବଲପୁରରେ ୪୪.୪ ଡିଗ୍ରୀ, ସୋନପୁର ୪୪.୩ ଡିଗ୍ରୀ, ଏବଂ ଝାରସୁଗୁଡା ରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।