Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସର ଦିଗବିଜୟ ସିଂ, ଜୟରାମ ରମେଶ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ, ସାଂସଦ ଶ୍ରୀ ଦିଗ୍‌ବିଜୟ ସିଂ, ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ଡ. ରାଗିଣୀ ନାୟକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା କାଲି ସେପ୍ଟେମ୍ବର ୧୭ ତାରିଖ ଶନିବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ପଂହଚିବେ।

ଉପରୋକ୍ତ ନେତୃବୃନ୍ଦ ସେପ୍ଟେମ୍ବର ୧୮ ତାରିଖ ରବିବାର ପୂର୍ବାହ୍ନ ୯ ଘଂଟା ସମୟରେ ଭୁବନେଶ୍ୱର ରେଡକ୍ରସ ଭବନରେ ନାଗରିକ ସମାଜ ସହ ବିଚାର ବିମର୍ଷ କରିବେ।
ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ବୈଠକରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।

ଦିନ ୧୨ଟା ସମୟରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ ଓ ତାପରେ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବାର୍ତାରେ ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଶ୍ରୀ ବେହେରା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ

ଭୁବନେଶ୍ବର: ବିଜେପି ମନ୍ତ୍ରୀଙ୍କ ପରି ଏବେ କଂଗ୍ରେସର ନେତାମାନଙ୍କ ଓଡିଶା ଗସ୍ତ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସର କେନ୍ଦ୍ରୀୟ ନେତା ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା 17 ତାରିଖରେ ଓଡିଶାର ଏଆଇସିସିର ବରିଷ୍ଠ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଭୁବନେଶ୍ବର ଆସିବେ।

ଏହି ଦୁଇ ନେତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରି କଂଗ୍ରେସ ଭବନକୁ ନିଆଯିବ। ସେଠାରେ କିଛି ସମୟ ନେତାଙ୍କ ସହିତ ଆଲୋଚନା ପରେ 18 ତାରିଖରେ ବୈଠକ ବସିବ। ଏହି ବୈଠକରେ ସାରା ଦେଶରେ ଚାଲିଥିବା ଭାରତ ଯୋଡ ଅଭିଯାନ ସଫଳ ପାଇଁ ନିଷ୍ପତି ନିଆଯିବ। ପ୍ରତ୍ୟେକ ଦିନ କିପରି 15 ରୁ 20 କିମି ପଦଯାତ୍ରା ହେବ ସୋ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ ଦିଗବିଜୟ ସିଂ: ଜାଣନ୍ତୁ କ’ଣ କହିଲେ

ଭୋପାଳ: ଚାରି ବର୍ଷ ପୂର୍ବେ ନର୍ମଦା ଯାତ୍ରା ଉପରେ ଲେଖାଯାଇଥିବା ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କ ପୁସ୍ତକ ଆଜି ଭୋପାଳରେ ପ୍ରକାଶ ପାଇଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ପ୍ରଶଂସା କରିଥିଲେ। ଏହି ଗସ୍ତର ସ୍ମୃତି ବାଣ୍ଟି ସିଂ କହିଛନ୍ତି ଯେ, ତାଙ୍କ ଗାଡି ଗୁଜୁରାଟରେ ପହଞ୍ଚିବା ପରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନେକ ଆଦର୍ଶଗତ ମତଭେଦ ସତ୍ତ୍ୱେ ଗୃହମନ୍ତ୍ରୀ ଅମିତ ଶାହା ମୋ ପାଖକୁ ଅଧିକାରୀ ପଠାଇଥିଲେ, ଯାହା ଦ୍ଵାରା ଏହି ଧାର୍ମିକ ଯାତ୍ରା ସମୟରେ ଦୁର୍ଗମ ରାସ୍ତାରେ କୌଣସି ଅସୁବିଧା ନହୁଏ।

ଉଲ୍ଲେଖ ଯୋଗ୍ୟ ଯେ, ‘ନର୍ମଦା କେ ପଥିକ’ ନାମକ ଏହି ପୁସ୍ତକର ପ୍ରକାଶନ କାର୍ଯ୍ୟକ୍ରମ ଭୋପାଳର ବିଧାନସଭା ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏହି ପୁସ୍ତକରେ ଦିଗବିଜୟ ସିଂ, ତାଙ୍କ ପତ୍ନୀ ଅମୃତା ରାୟ ଏବଂ ସେମାନଙ୍କ ସହ-ଯାତ୍ରୀମାନଙ୍କ ଅନୁଭୂତି ବିଷୟରେ ଏକ ବିବରଣୀ ସଂକଳିତ ହୋଇଛି। ଏହି ପୁସ୍ତକରେ ନର୍ମଦାର ମହିମା ଠାରୁ ଆରମ୍ଭ କରି ଧ୍ୱଂସ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି। ଏହା ସହିତ ନର୍ମଦା କୂଳରେ ରହୁଥିବା ଲୋକଙ୍କ ଦୁଃଖ ବିଷୟରେ ମଧ୍ୟ କୁହାଯାଇଛି।

ପୁସ୍ତକର ଅଗ୍ରଭାଗରେ ଦିଗବିଜୟ ସିଂ ଲେଖିଛନ୍ତି, ‘ଏହା କେବଳ ଭ୍ରମଣ ନୁହେଁ ବରଂ ଏକ ସାକ୍ଷୀ ଦଲିଲ, ଯେଉଁଥିରେ ନର୍ମଦା କୂଳରେ ରହୁଥିବା ଲୋକଙ୍କ ଜୀବନ, ​​ଧର୍ମ, ସାମାଜିକ ରୀତିନୀତି, ପରମ୍ପରା, ବିଶ୍ୱାସ, ଉତ୍ସବ ଏବଂ ପର୍ବ ସହ ଜଡିତ ସମସ୍ତ ଦିଗର ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୨୦୨୮ ମସିହା ସୁଦ୍ଧା ସମାନ ହେବ ହିନ୍ଦୁ-ମୁସଲମାନ ଜନସଂଖ୍ୟା: ଦିଗବିଜୟ ସିଂହ ବୁଝାଇଲେ ଗଣିତ

ଭୋପାଳ: ହିନ୍ଦୁ ଏବଂ ମୁସଲମାନମାନଙ୍କ ଉପରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ଦିଗବଜୟ ସିଂ କହିଛନ୍ତି ଯେ, ୨୦୨୮ ସୁଦ୍ଧା ହିନ୍ଦୁ ଏବଂ ମୁସଲମାନମାନଙ୍କର ଜନ୍ମ ହାର ସମାନ ହେବ।

ମଧ୍ୟପ୍ରଦେଶର ସିହୋରରେ କିଷାନ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହେବା ସମୟରେ ଟାଉନ ହଲରେ ଦିଗବିଜୟ ସିଂ କହିଛନ୍ତି, ‘ସେମାନେ କହୁଛନ୍ତି ଯେ ମୁସଲମାନମାନେ ୪-୪ ପତ୍ନୀ କରନ୍ତି। ୧୦-୧୨ ଛୁଆ ଜନ୍ମ କରନ୍ତି। ଯାହାଫଳରେ ୧୦ ରୁ ୨୦ ବର୍ଷ ପରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହେବେ ଏବଂ ହିନ୍ଦୁମାନେ ସଂଖ୍ୟାଲଘୁ ହେବେ। ସେମାନଙ୍କୁ ମୁଁ ଆହ୍ଵାନ ଦେଉଛି, ଯିଏ ମୋ ସହ ଏହି ବାବଦରେ ଆଲୋଚନା କରିବାକୁ ଚାହୁଁଛି, ଆଗକୁ ଆସୁ।

ସିଂ ଆହୁରି କହିଛନ୍ତି, ‘ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶର ହିନ୍ଦୁମାନଙ୍କ ତୁଳନାରେ ମୁସଲମାନମାନଙ୍କର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ୧୯୫୧ ରୁ ଆଜି ପର୍ଯ୍ୟନ୍ତ ମୁସଲମାନମାନଙ୍କର ଜନ୍ମ ହାର ହିନ୍ଦୁମାନଙ୍କ ଜନ୍ମ ହାର ଭଳି ଦ୍ରୁତ ଗତିରେ ହ୍ରାସ ପାଇନାହିଁ, କିନ୍ତୁ ଆଜି ମଧ୍ୟ ମୁସଲମାନମାନଙ୍କର ଜନ୍ମ ହାର ୨.୭ ଏବଂ ହିନ୍ଦୁମାନଙ୍କର ୨.୩ ଅଟେ, ଅର୍ଥାତ ସେମାନଙ୍କର ମଧ୍ୟ ଜନ୍ମ ହାର ହ୍ରାସ ପାଉଛି। ୨୦୨୮ ସୁଦ୍ଧା ହିନ୍ଦୁ ଏବଂ ମୁସଲମାନମାନଙ୍କର ଜନ୍ମ ହାର ସମାନ ହେବ ଏବଂ ସେହି ସମୟରେ ସମଗ୍ର ଦେଶର ଜନସଂଖ୍ୟା ସ୍ଥିର ରହିବ। ଯାହା ବି ବୃଦ୍ଧି ହେବ ୨୦୨୮ପର୍ଯ୍ୟନ୍ତ ହେବ। ଏହା ପରେ ସେମାନଙ୍କର ଜନ୍ମ ହାର ଆଉ ବୃଦ୍ଧି ଘଟିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅସଦୁଦ୍ଦିନ ଓୱାଇସିଙ୍କୁ ମଧ୍ୟ ଦିଗବିଜୟ ସିଂ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆଜି ହିନ୍ଦୁମାନେ ବିପଦରେ ଅଛନ୍ତି କହି ବିଭ୍ରାନ୍ତ କରାଯାଉଛି ଏବଂ ଅନ୍ୟ ପଟେ ମୁସଲମାନମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି କହି ଓୱାଇସି ସାହବ ଭୋଟ୍ ପାଇବାକୁ ଚାହୁଁଛନ୍ତି। ନରେନ୍ଦ୍ର ମୋଦୀ ହିନ୍ଦୁମାନଙ୍କୁ ଭ୍ରମିତ କରୁଥିବା ବେଳେ ଓୱାଇସି ମୁସଲମାନମାନଙ୍କୁ ଭ୍ରମିତ କରୁଛନ୍ତି। ନା ହିନ୍ଦୁ ବିପଦରେ ଅଛନ୍ତି, ନା ମୁସଲମାନମାନଙ୍କ ପାଇଁ କୌଣସି ବିପଦ ଅଛି। ଯଦି କୌଣସି ବିପଦ ଥାଏ, ତେବେ ମୋଦୀ ଜୀ ଏବଂ ଓୱାଇସି ଜୀଙ୍କୁ ବିପଦ ଅଛି।