Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନ ସପକ୍ଷରେ ବିଜେଡିର ବରିଷ୍ଠ ନେତା, କହିଲେ ସେ ସନ୍ୟାସୀ, ତାଙ୍କ ନାମ ନେବା ଠିକ ନୁହେଁ

ଭୁବନେଶ୍ବର: ବର୍ତ୍ତମାନ ୱାକଫ ବିଲ ପାଶ ହୋଇ ଆଇନରେ ପରିଣତ ହୋଇସାରିଲାଣି। ହେଲେ ଓଡିଶାରେ ସେ ତାତି ଆହୁରି ଲାଗିରହିଛି। ବିଶେଷ କରି ବିଜେଡି ଭିତରେ ବର୍ତ୍ତମାନ ଏହାକୁ ନେଇ ଘଣ୍ଟାଚକଟା ଲାଗିରହିଛି। ନବୀନ ନିବାସରେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ନାରା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ସେତିକି ନୁହେଁ ସାଂସଦ ଦେବାଶିଷ ସାମନ୍ତରାୟ ସିଧା ପାଣ୍ଡିଆନ ନାଁ ଧରି ସେ ସବୁ ନାଟର ମୂଳ ବୋଲି କହିଛନ୍ତି। ପୂର୍ବରୁ ଦେବାଶିଷ ପାଣ୍ଡିଆନ ନା ନ ନେଇ ନବୀନଙ୍କ ପରାମର୍ଶଦାତାଙ୍କ ପାଇଁ ବିଜେଡିର ନିଷ୍ପତି ବଦଳିଲା ବୋଲି କହିଥିଲେ। ହେଲେ ସୋମବାର ଦିନ ପାଣ୍ଡିଆନ ନାମ ଧରି ସେ ହେଉଛନ୍ତି ସବୁ ନାଟର ମୂଳ ବୋଲି ଖୋଲମ ଖୋଲା କହିଛନ୍ତି।

ଏହାକୁ ନେଇ ଉତକ୍ଷିତ ହୋଇପଡିଛନ୍ତି ଆଉ ଅନ୍ୟ ଚାରି ସାଂସଦ। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି। ଏହି ସାଂସଦମାନେ ନିଜନିଜ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ରାଜନୀତିରେ ନାହାଁନ୍ତି ତାଙ୍କ ନାମ କାହିଁକି ନେଉଛ ବୋଲି କହିଛନ୍ତି। ସେହିପରି କଟକ ମେୟର ସୁବାସ ସିଂ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି।

ଏହା ଭିତରେ ଗତକାଲି ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି। ସେମାନେ କହିଛନ୍ତି ଯିଏ ରାଜନୀତିରେ ନାହିଁ ତାଙ୍କ ନାମ କାହିଁକି ଧରୁଛ ବୋଲି କହିଥିଲେ। ସେ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିସାରିଛନ୍ତି। ହେଲେ ତାଙ୍କୁ ପୁଣି ଟାଣିବା ଠିକ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସ ବର୍ମା, ପ୍ରତାପ ଜେନା ଏବଂ ବବି ଦାସ ଉପସ୍ଥିତ ଥିଲେ। ଏଥିରେ ପ୍ରତାପ ଦେବ କହିଲେ ଆମର ନେତା ନବୀନ ପଟ୍ଟନାୟକ। ବର୍ତ୍ତମାନ ଦଳରେ ଯାହା କିଛି ହେଉଛି ତାହା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହେଉଛି। ତେବେ ଏହାପରେ କଣ ହେବ ବିଜେଡିର ପରିସ୍ଥିତି ତାହାକୁ ସମସ୍ତେ ଅନୁଧ୍ୟାନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ଘୋଷଣା, ରାଜ୍ୟରେ ଦରଦାମ ବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ବର: ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ହେଲେ ଓଡିଶା ସରକାର ଚୁପଚାପ ବସିରହିଛନ୍ତି। ଏହାର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା। ଭୁବନେଶ୍ବରରେ ଆସନ୍ତା ଜାନୁୟାରୀ 6 ତାରିଖରେ ଏହି ବିକ୍ଷୋଭ କରାଯିବ ବୋଲି ଦଳ କହିଛି।

ବର୍ତ୍ତମାନ ସରକାର ଯେପରି ଭାବେ ଶାସନ କରୁଛି ସେଥିରେ ସାଧାରଣ ଜନତା ହୃଦୟଙ୍ଗମ କରିସାରିଲେଣି। ଆମେ ଏକ ସଚେତନ ବିରୋଧୀ ଦଳ ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବୁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେହିପରି ନୂଆ ବର୍ଷରୁ ବିଜେଡି ବିଭିନ୍ନ ପ୍ରସଂଗ ନେଇ ଆନ୍ଦୋଳନ କରିବ ବୋଲି ମଧ୍ୟ ଘୋଷଣା କରିଛି।