Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ

ନୂଆଦିଲ୍ଲୀ: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଅଗଷ୍ଟ ୧୪ ତାରିଖ ୨୦୨୨ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ “ବିଭାଜନ ବିଭୀଷିକା ସ୍ମରଣ ଦିବସ” ପାଳନ କରିବାକୁ ଘୋଷଣା କରିଥିଲେ।

ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଖଦଃ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ସ୍ମରଣ ଦିବସ ଧାର୍ଯ୍ୟ କରାଯାଇଛି। ଗତ ଶତାବ୍ଦୀରେ ମାନବ ଜନସଂଖ୍ୟାର ସର୍ବ ବୃହତ ବିସ୍ଥାପନ ଦେଶ ସ୍ୱାଧୀନତା ସମୟରେ କରାଯାଇଥିଲା ଯାହାକି ବହୁ ସଂଖ୍ୟକ ଲୋକଙ୍କ ଜୀବନ ହାନି ଘଟିଥିଲା।

ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ସମାରୋହରେ ଯୋଗଦାନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଜନ ଦିବସରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ କିବା ସହିତ ଯୁବପିଢ଼ି ମାନଙ୍କ ମଧ୍ୟରେ ଏହାର ପ୍ରସାର କରିବା ଓ ସେହିସମୟର ସ୍ମରଣୀୟ ବିଭିଷୀକାକୁ ଜାଣିବାକୁ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଭୁବନେଶ୍ୱର ଲୋକସଭା ସଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟରେ କହିଲେ ଯେ ଯୁବସମାଜ ବିଭାଜନ ସମୟର ଦୁଖଦଃ ବିଭୀଷିକା ସମ୍ବନ୍ଧରେ ଜ୍ଞାନ ଆହାରଣ କରିବା ଏହି ଦିବସ ପାଳନର ମୁଖ୍ୟ କାରଣ ଅଟେ।

ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ତେଖିଥିଲେ ଯେଉଁଥିରେ ଦେଶ ବିଭାଜନ ସମୟର ବିଭିଷୀକାକୁ ଫଟଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ବ୍ୟତୀତ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ ସମେତ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ୩୭ଟି ରେଳ ଷ୍ଟେସନ ଠାରେ ବିଭାଜନ ଭୟାବହତା ଉପରେ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉଭୟ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରା ଏବଂ ରାମହରୀ ଗୋସ୍ୱାମୀ ମଧ୍ୟ ବିଭାଜନ ସମୟର ବିଭୀଷିକା ସମ୍ବନ୍ଧରେ ସେମାନଙ୍କର ଅଭିଜ୍ଞତାକୁ ବଖାଣିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ପ୍ରବନ୍ଧକ ଏହି ଅବସରରେ ଯୋଗଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତ ଅଭିମୁଖେ ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରୁ ରାଉରକେଲାକୁ ଯାତ୍ରା କରିଛନ୍ତି।

ଆଜି ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନ ଠାରେ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ।

ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀର ଉଦଘାଟନ କରିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯୁବ ସମ୍ବାଦ “ଭାରତ @୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଯୁବ ସମ୍ବାଦ “ଭାରତ@୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର କ୍ରୀଡାବିତ୍ ପି. ଆର୍. ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇ ଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ହଜାର ହଜାର ବର୍ଷର ଇତିହାସରେ, ଆମର ଯୁବ ଶକ୍ତି ଆମ ଦେଶର ଭାଗ୍ୟକୁ ରୂପ ଦେବା ନିମନ୍ତେ ନେତୃତ୍ୱ ନେଇଛନ୍ତି । ସେ କହିଥିଲେ ଯେ, ସହିଦ ଭଗତ ସିଂହ, ସହିଦ ବାଜି ରାଉତ, ରାଣୀ ଗାଇଦିନଲ୍ୟୁ ଏବଂ ତାଙ୍କ ଭଳି ଅଗଣିତ ଅନ୍ୟ ବ୍ୟକ୍ତି ମାନେ ଆମକୁ ପ୍ରେରଣା ଦେଇଛନ୍ତି ଏବଂ ନିଜର ଯୁବାବସ୍ଥାରେ ଆଗକୁ ଆସି ନେତୃତ୍ୱ ନେଇଛନ୍ତି। ମନ୍ତ୍ରୀ କହିଥିଲେ ଯେ, ଭାରତର ସମୃଦ୍ଧ ସଭ୍ୟତା ମୂଳରୁ ଆଶୀର୍ବାଦ ପ୍ରାପ୍ତ ଅଟେ। ଏହି ଐତିହ୍ୟକୁ ଆଗକୁ ନେଇ ଯିବା ନିମନ୍ତେ ଦାୟିତ୍ୱ ଆମର ଉତ୍ସାହୀ ଯୁବ ସମାଜ ଉପରେ ରହିଛି।

ସେ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଭାରତୀୟ ମୂଲ୍ୟବୋଧ, ସଂସ୍କାର, ଜ୍ଞାନ ଏବଂ ମଡେଲ୍ ଗୁଡିକୁ ସାରା ବିଶ୍ୱ ସାମନାକୁ ଆଣିବାର ଦାୟିତ୍ୱ ଆମ ଯୁବକ ମାନଙ୍କ ଉପରେ ରହିଛି। ଯେଉଁ ଉତ୍ସାହ ଏବଂ ସତ୍ୟନିଷ୍ଠା ସହିତ ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶର ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିଲେ, ଆଜି ଆମର ଯୁବଗୋଷ୍ଠୀ ଭାରତକୁ ଆହୁରି ଅଧିକ ଶିଖରକୁ ନେଇଯିବା ପାଇଁ, ବିଶେଷ କରି ଅମୃତ କାଳର ଏହି ୨୫ ବର୍ଷ ମଧ୍ୟରେ ସେହି ସମାନ ଭାବନା ଏବଂ ସତ୍ୟନିଷ୍ଠାକୁ ବିକଶିତ କରିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ, ବିଶ୍ୱ ଭାରତକୁ ବହୁତ ଆଶାର ସହିତ ଦେଖୁଛି।

ଶ୍ରୀ ପ୍ରଧାନ ଦେଶର ଯୁବକ ମାନଙ୍କୁ ଅନୁରୋଧ କରିଥିଲେ ଯେ, ସେମାନଙ୍କୁ ନିଜର ଅଧିକାର ଗୁଡିକ ପ୍ରତି ସଚେତନ ହେବା ସହିତ ଦେଶ ପ୍ରତି ନିଜର କର୍ତବ୍ୟ ଏବଂ ଦାୟିତ୍ୱ ଗୁଡିକ ପ୍ରତି ସଚେତନ ହେବା ଉଚିତ୍। ସେ କହିଥିଲେ ଯେ, ବିଶ୍ୱ ସ୍ତରର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ସେମାନଙ୍କୁ ବଡ ଦାୟିତ୍ୱ ନେବା ଉଚିତ୍।

ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ଯୁବକ ମାନଙ୍କର ପ୍ରତିଭା, ଚେଷ୍ଟା ଏବଂ ଉତ୍ସାହ ପ୍ରେରଣାତ୍ମକ ଏବଂ ଉତ୍ସାହପୂର୍ଣ୍ଣ ଅଟେ। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସମୟରେ, ଯେତେବେଳେ ଆମେ ‘ଆଜାଦୀର ଅମୃତ ମହୋତ୍ସବ’ ଏବଂ ସ୍ୱାଧୀନତାର ୭୫ ତମ ବର୍ଷର ଉତ୍ସବ ପାଳନ କରୁଛେ ସେହି ସମୟରେ, ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ଯୋଗୁଁ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରଶଂସା କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ବାଦ ଗୁଡିକ ଦ୍ୱାରା ଦେଶରେ ସକାରାତ୍ମକ ଶକ୍ତିର ସଂଚରଣ ହେବ।

ଏହି ଅବସରରେ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ମନେ ପକାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସର୍ବଦା କହିଥାନ୍ତି ଯୁବକ ମାନେ ସେହି ଇଞ୍ଜିନ୍ ହୁଅନ୍ତୁ, ଯାହା ଦେଶକୁ ସଫଳତା ଆଡକୁ ନେଇଯିବ। ଏବେ ଆମ ଯୁବକ ମାନଙ୍କର କର୍ତବ୍ୟ ହେଉଛି ଅମୃତ କାଳ ସମୟରେ ଦେଶକୁ ସଫଳତାର ଶିଖର ଆଡକୁ ନେଇ ଯିବା। ଅମୃତ କାଳରେ, ଯୁବକ ମାନଙ୍କୁ ଅମୃତ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ୍ ଏବଂ ଏହି ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ଦାୟିତ୍ୱର ସହିତ ନିଜର କର୍ତବ୍ୟ ଗୁଡିକୁ ନିର୍ବାହ କରିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ, ଯୁବକ ମାନଙ୍କୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସବୁଠାରୁ ବଡ ଯୋଗଦାନ ଦେବାର ଅଛି ଏବଂ ଦେଶକୁ ବିଶ୍ୱ ଗୁରୁ କରିବାର ଅଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଥିଲେ ଯେ, ଯୁବ ବ୍ୟାପାର ବିଭାଗ ଜାତୀୟ ଏବଂ ଅନ୍ତର୍ଜାତୀୟ ମହତ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିବା ନିମନ୍ତେ ସାରା ଦେଶରେ ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିବ। ମନ୍ତ୍ରୀ କହିଥିଲେ ଇଂରାଜୀ ଅକ୍ଷର ‘ଇ’ ରୁ ଆରମ୍ଭ ହୋଇଥିବା ଚାରିଟି ଶବ୍ଦ ଅର୍ଥାତ୍ ଶିକ୍ଷା (ଏଜୁକେସନ୍), ନିଯୁକ୍ତି (ଏମ୍ପ୍ଲୟମେଂଟ), ଉଦ୍ୟମିତା (ଏଂଟ୍ରୋପ୍ରେନ୍ୟୁଅରସିପ୍) ଏବଂ ସଶକ୍ତିକରଣ (ଏମ୍ପାୱାରମେଂଟ) ଦେଶରେ ଯୁବକ ମାନଙ୍କର ବିକାଶ ନିମନ୍ତେ ପ୍ରମୁଖ ଅଟେ। ସ୍ୱୟଂସେବାର ମହତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଯୁବକ ସ୍ୱୟଂସେବା ମାଧ୍ୟମରେ ଦେଶକୁ ୟେମ୍ୟାନ୍ର ସେବା ପ୍ରଦାନ କରି ପାରିବେ। ଶକ୍ତି ଏବଂ ପରିବେଶ ସୁରକ୍ଷା, ଫିଟ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ନିଶା ମୁକ୍ତି ଅଭିଯାନ, ପୁଷ୍ଟି ଅଭିଯାନ ଭଳି କ୍ଷେତ୍ର ଏମିତି କିଛି ପ୍ରମୁଖ କ୍ଷେତ୍ର ଅଟେ, ଯେଉଁଥିରେ ଯୁବକ ମାନେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ପାରିବେ।

ଅନୁରାଗ ଠାକୁର ଯୁବକ ମାନଙ୍କ ଠାରୁ ହର ଘର ତିରଙ୍ଗା ଅଭିଯାନରେ ସାମିଲ୍ ହେବା ନିମନ୍ତେ ଅନୁରୋଧ କରିଥିଲେ। ତିରଙ୍ଗା ୧୩୦ କୋଟି ଭାରତୀୟ ମାନଙ୍କର ଏକତାର ପ୍ରତୀକ ଅଟେ। ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମୀ ମାନେ ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ନିଜର ପ୍ରାଣବଳି ଦେଇ ଥିଲେ, କିନ୍ତୁ ଦେଶକୁ ବିଶ୍ୱ ଗୁରୁ କରିବା କ୍ଷେତ୍ରରେ ଏବେର ଯୁବ ଗୋଷ୍ଠୀ ଠାରୁ “ଯୋଗଦାନ ନୁହେଁ ବଳିଦାନ”ର ଆବଶ୍ୟକତା ରହିଛି।

ସଭାକୁ ସମ୍ବୋଧିତ କରି, ଯୁବ ବ୍ୟାପାର ଏବଂ କ୍ରୀଡା (ୱାଇଏଏସ୍) ରାଷ୍ଟ୍ର ମନ୍ତ୍ରୀ ନିଶୀଥ ପ୍ରାମାଣିକ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବକ ମାନଙ୍କର ଭାଗୀଦାରୀତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ପ୍ରାମାଣିକ ମହାମାରୀ ସମୟରେ ଏନୱାଇକେଏସ୍ ଏବଂ ଏନ୍ଏସ୍ଏସ୍ ସ୍ୱୟଂସେବକ ମାନଙ୍କର ଅଗ୍ରୀମ ଶ୍ରେଣୀର ଯୋଦ୍ଧା ଭୂମିକାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ସଙ୍କଳ୍ପ ଦ୍ୱାରା ସିଦ୍ଧି ମନ୍ତ୍ରରୁ ପ୍ରେରଣା ନେଇ ଭାରତର ଯୁବକ ମାନେ ଏବେ ନିଯୁକ୍ତି ସନ୍ଧାନକାରୀ ହେବା ବଦଳରେ ନିଯୁକ୍ତି ସୃଷ୍ଟିକାରୀ ହୋଇ ଯାଇଛନ୍ତି।
ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏହି କଥା ଉପରେ ଆଲୋକପାତ କରିଥିଲେ ଯେ, ଭାରତର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ହୋଇଥିବା ଯୁବକ ମାନଙ୍କ ଉପରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୋଗଦାନ ଦେବାର ଦାୟିତ୍ୱ ରହିଛି।

ଆଲୋଚନା ଅଧିବେଶନରେ ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର ଖେଳାଳି ପି. ଆର୍. ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ ନିଜର ଅଭିଜ୍ଞତାକୁ ବାଂଟିଥିଲେ। ଅନୁରାଗ ଠାକୁର ଯୁବ ପ୍ରତିଭା ମାନଙ୍କ ସହିତ ମଧ୍ୟ କଥବାର୍ତା କରିଥିଲେ ଏବଂ ସେମାନଙ୍କ ପ୍ରଶ୍ନର ଉତର ଦେଇଥିଲେ।

ସାରା ଦେଶରେ ଆୟୋଜିତ ହେବାକୁ ଥିବା ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଗୁଡିକରେ ଯେଉଁ ଯୁବକ ମାନେ ଅଂଶ ଗ୍ରହଣ କରିବେ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ମିଳିବ। ଏହା ବ୍ୟତୀତ, ଏହି ଆୟୋଜନ ସେମାନଙ୍କୁ ପରସ୍ୱର ସହିତ ଯୋଡି ହେବା ଏବଂ ନିଜର ବିଚାର ତଥା ଚିନ୍ତାଧାରାକୁ ପରସ୍ପର ମଧ୍ୟରେ ବାଂଟିବା ନିମନ୍ତେ ଏକ ମଂଚ ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବୀରଗାଥା ପ୍ରତିଯୋଗିତାରେ ବିଜୟୀ ୨୫ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି। ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ। ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ କାର୍ଯ୍ୟକ୍ରମ “ଯୁବ ସମ୍ବାଦ : ଭାରତ @ ୨୦୪୭” ଏବଂ “ବୀରଗାଥା ପ୍ରତିଯୋଗିତା ପୁରସ୍କାର” ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଶହୀଦ ଭଗତ ସିଂହ, ଶହୀଦ ବାଜି ରାଉତଙ୍କ ଭଳି ଅନେକ ସଂଗ୍ରାମୀ ଆମକୁ ପ୍ରେରଣା ଦେଇ ଆସିଛନ୍ତି। ଭାରତର ସମ୍ପନ୍ନ ସଭ୍ୟତାକୁ ଆଗକୁ ନେବାର ଦାୟିତ୍ୱ ଉର୍ଜାବାନ ଯୁବପିଢିଙ୍କ ଉପରେ ନ୍ୟସ୍ତ ରହିଛି। ଏକବିଂଶ ଶତାବ୍ଦୀରେ ଭାରତୀୟ ପରମ୍ପରା, ମୂଲ୍ୟବୋଧ, ଜ୍ଞାନକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନୂଆପିଢ଼ିଙ୍କର। ଯେଉଁ ଆନ୍ତରିକତା ଏବଂ ଆତ୍ମବିଶ୍ୱାସରେ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନେ ଲଢ଼ିଥିଲେ ସେହି  ଆତ୍ମବିଶ୍ୱାସ ଓ ଆନ୍ତରିକତାର ସହ ବର୍ତ୍ତମାନର ଯୁବପିଢି ଅମୃତ କାଳର ଆଗାମୀ ୨୫ ବର୍ଷରେ ଭାରତକୁ ଶିଖରକୁ ନେବା ପାଇଁ ଉଦ୍ୟମ କରିବା ଆବଶ୍ୟକ।

ଆମ ଯୁବବର୍ଗଙ୍କ ପ୍ରତିଭା, ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ। ବିଶେଷ ଭାବରେ ଆମେ ଯେତେବେଳେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଅଛେ ସେହି ସମୟରେ ଯୁବ ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଯୁବ ସମ୍ବାଦ ଶୀର୍ଷକ ଆଲୋଚନା ଚକ୍ର ଦେଶରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ।

ସେହିପରି ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦ ବୀରଗାଥା ପ୍ରକଳ୍ପ ଅଧୀନ’ରେ ବୀର ଗାଥା ପ୍ରତିଯୋଗିତାର ବିଜୟୀ ୨୫ ଜଣ ପ୍ରତିଯୋଗୀଙ୍କୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମିଶି ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବୀରଗାଥା ପ୍ରକଳ୍ପ ଯୁବବର୍ଗଙ୍କ ପାଇଁ ଦେଶଭକ୍ତି ଏବଂ ଆମର ହିରୋମାନଙ୍କୁ ସମ୍ମାନ ଦେବାର ଏକ ନୂଆ ପରମ୍ପରା ତିଆରି କରିଛି । ଶିକ୍ଷା ମନ୍ତ୍ରଣାଳୟ ଖୁବ ଶୀଘ୍ର ବୀରଗାଥା ପ୍ରକଳ୍ପ ଅନ୍ତର୍ଗତ ଏକାଡେମିକ୍ କ୍ରେଡିଟ୍ ପ୍ରଦାନ ପାଇଁ ଏକ ଶିକ୍ଷାନୁଷ୍ଠାନ ଭିତ୍ତିକ ମେକାନିଜିମ ବିକଶିତ କରିବ, ଯେଉଁଥିରେ ପ୍ରତିଯୋଗୀମାନେ ପ୍ରମାଣପତ୍ର ପାଇ ପାରିବେ। ପିଲାବେଳରୁ ‘ଦେଶ ପ୍ରତି ଦାୟିତ୍ୱ ଭାବନାକୁ ଅଧିକ ଉଜାଗର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ବିଚାରବିମର୍ଷ କରାଯାଇ ଶିକ୍ଷା ମନ୍ତ୍ରଣାଳୟ ବିଗତ ୭୫ ବର୍ଷର ଆମର ସୈନିକ ମାନଙ୍କର ବୀରତ୍ୱ ଏବଂ ଭାରତର ବୀରଗାଥାକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ କାର୍ଯ୍ୟ କରିବ।

ସେହିପରି ଦେଶର ସୈନିକଙ୍କ ଗୌରବାର୍ଥେ ଏହି ସୁପର ୨୫ ପ୍ରତିଯୋଗିତାକୁ ସେନା ସୁପର ୨୫ରେ ନାମକରଣ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଚଳିତବର୍ଷ ୫ ହଜାର ବିଦ୍ୟାଳୟର ୮ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ୧ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ କାମ କରିବ ବୋଲି ସେ କହିଛନ୍ତି।

“ଯୁବ ସମ୍ବାଦ : ଭାରତ @ ୨୦୪୭” କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଇଁ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀ ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୁବ ଶୀଘ୍ର ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ବୈଠକରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବିଭାଗୀୟ ମନ୍ତ୍ରଣାଳୟର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭାବରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବୁ ଗରିବଙ୍କ ମୁଣ୍ଡ ଉପରେ ସମ୍ମାନର ସହ ପକ୍କା ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପିଏମ୍ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ପିଏମ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ। ଏହା ବ୍ୟତିତ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ। ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା ରହିଛି । ସେହିପରି ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ପ୍ରାଥମିକତା ଦେଉଛନ୍ତି। ପିଏମ୍ ଆବାସ୍ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିଲେ ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ।

୨୦୧୮ରେ ଆବାସ ପ୍ଲସ ପୋର୍ଟାଲ ଖୋଳାଯାଇଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରଦାନ କରିପାରିନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଫୋନୀ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତା’ ପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ତ୍ରୁଟି ଦେଖାଯିବା ସହ ଘର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଥିଲା। ଭାରତ ସରକାର ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆଜି ଏ ସବୁ ବିଷୟକୁ ନେଇ ବୈଠକରେ ବିସ୍ତୁତ ଆଲୋଚନା କରାଯାଇଛି। ଭାରତ ସରକାର ଟଙ୍କା ପଠାଉଥିଲେ ମଧ୍ୟ ପିଏମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜସ୍ୱ ଜିଲ୍ଲାରେ କୌଣସି ଗୃହ ଆବଣ୍ଟନ କରାଯାଇନାହିଁ। ପିଏମ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ଅଧା ନିର୍ମାଣ ହୋଇ ପଡ଼ି ରହିଥିବା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି।

ଅପରପକ୍ଷରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ଚିଠି ପ୍ରଦାନ କରିବା ସହ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।

ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଶ୍ରୀ ନାଇଡୁଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ ଶ୍ରୀ ନାଇଡୁଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ। ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି। ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ। ଶ୍ରୀ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରନ୍ତର ମାର୍ଗଦର୍ଶନ ଆଗକୁ ମଧ୍ୟ ରହିବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶର ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବା ପାଇଁ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଏସ୍ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ(ଏନଏସଏଫ) ଇଚ୍ଛା ପ୍ରକାଶ କରିଛି। ଆଜି ନୂଆଦିଲ୍ଲୀ ଠାରେ ଏନଏସଏଫର ନିର୍ଦ୍ଦେଶକ ଡ଼ ସେଥୁରମଣ ପଞ୍ଚନାଥନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି।   

ଏହି ଆଲୋଚନା କାଳରେ ଉଭୟ ପକ୍ଷର ବିଭିନ୍ନ କ୍ଷେତ୍ରରେ ଥିବା ଆଗ୍ରହ, ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ଏସଟିଇଏମ ଶିକ୍ଷା ତଥା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ତଥା ଚାହିଦା ଥିବା ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମ ଉପରେ ଆଲୋଚନା କରିଥିଲେ।  ଏହି ବୈଠକରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଶକ୍ତି ହେଉଛି ଯୁବବର୍ଗ ଏବଂ ଏକ ସୁଦୃଢ଼ ଜ୍ଞାନର ମୂଳଦୁଆ। ଦେଶର କୋଣ ଅନୁକୋଣରେ ଥିବା ଶିକ୍ଷାନୁଷ୍ଠାନରେ ଅନେକ ପ୍ରତିଭା ରହିଛି ଏବଂ ଏହି ପ୍ରତିଭାକୁ ଚିହ୍ନି ଆଗକୁ ନେବାର ଆବଶ୍ୟକତା ରହିଛି। ଏହି ଦିଗରେ ଦେଶରେ ଥିବା ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟଙ୍କ ସହ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଏନଏସଏଫକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଶିକ୍ଷା କ୍ଷେତ୍ର, ଔପଚାରିକ ଏବଂ ଅନୌପଚାରିକ ଦକ୍ଷତା କ୍ଷେତ୍ର ସହ ସଂଶ୍ଲିଷ୍ଟ ଥିବା ଯୁବ ବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶର ସମାନ ସୁଯୋଗ ପ୍ରଦାନ କରିବା ହେଉଛି ଆମ ସରକାରର ପ୍ରାଥମିକତା ଏବଂ ଦାୟିତ୍ୱ। ଏନଏସଏଫ ସହ କାର୍ଯ୍ୟ କରିବା ପାଇଁ ଏକ ଫ୍ରେମଓ୍ୱାର୍କ ପ୍ରସ୍ତୁତ କରିବାକୁ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ଶିକ୍ଷା ପରିଷଦ (ଏଏଆଇସିଟିଇ) କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପଞ୍ଚନାଥନ କହିଛନ୍ତି ଯେ ଭାରତ ଭଳି ଆମେରିକା ସରକାର ମଧ୍ୟ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଗୁରୁତ୍ୱ ଦେଉଛି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏନଏସଏ ଭାରତରେ ଥିବା ଶିକ୍ଷାନୁଷ୍ଠାନ ସହ ସହଭାଗୀ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ଼୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟୀକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳାର ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ଏ ସମ୍ପର୍କୀତ ଏକ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅତ୍ୟାଧୁନିକ କ୍ୟାନସର  ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ।

ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ। ହସ୍ପିଟାଲ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଶା ସମେତ ସମଗ୍ର ଭାରତର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ତଥା ପୂର୍ବ ଭାରତର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି। ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ସେ କହିଛନ୍ତି।

ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କ ବିଜୟ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ଆଶା, ପ୍ରତିବଦ୍ଧତା ଏବଂ ଏକ ସଶକ୍ତ ଭାରତ ଓ ସୁଦୃଢ଼ ଗଣତନ୍ତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ବିଜୟ, ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଜନଜାତି ସମୁଦାୟ, ଏବଂ ଦେଶର ସାଧାରଣ ନାଗରିକଙ୍କ ବିଜୟ। ଶ୍ରୀମତୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଗୌରବ ଶ୍ରୀମତୀ ମୁର୍ମୁଙ୍କ ବିଜୟ ମୋତେ ବ୍ୟକ୍ତିଗତ ଭାବରେ ବହୁତ ଆନନ୍ଦ ଦେଇଛି । ସାଧାରଣ ପରିବାରରୁ ଆସିଥିବା ଶ୍ରୀମତୀ ମୁର୍ମୁଙ୍କ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନର ଯାତ୍ରା ସମସ୍ତଙ୍କୁ ପ୍ରେରିତ କରିବ।

ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇ ଆଜିର ବିପୁଳ ବିଜୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ଓ ଏନଡ଼ିଏର ନେତୃତ୍ୱ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନ। ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି। ସାଧାରଣ ପରିବାରରୁ ଆସି ଏକ ସାଧାରଣ କାର୍ଯ୍ୟକର୍ତ୍ତା ଦେଶର ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ସବୁଠୁ ବଡ଼ ଉପଲବ୍ଧି।

ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ।  ତାଙ୍କ କାର୍ଯ୍ୟରୁ ଜନଜାତି ଓ ମହିଳାଙ୍କ ପ୍ରତି ଥିବା  ତାଙ୍କର ସମ୍ବେଦନଶୀଳତା, କର୍ତ୍ତବ୍ୟବୋଧର ପ୍ରମାଣ ମିଳେ। ଦେଶରେ ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ମହିଳା ଥିବା ବେଳେ ଏହି ପୃଷ୍ଠଭୂମିର ନେତୃତ୍ୱଙ୍କୁ ରାଷ୍ଟ୍ରପତି କରି ଆଜି ଦେଶ ବିଜୟ ସହ ନୂଆ ଇତିହାସ ସୃଷ୍ଟି କରିଛି। ଜନଜାତି ସମାଜର ଭଗବାନ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ। ଆଜି ସେହି ସମାଜରୁ ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଓଡ଼ିଆ ଭାଇ ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠୀ ହୋଇଥିଲେ। ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଥିଲା। ଖୋଦ୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଉତ୍ସବରେ ସାମିଲ ହୋଇଥିଲେ ଏବଂ ଶ୍ରୀମତୀ ମୁର୍ମୁଙ୍କ ବାସଭବନକୁ ଯାଇ ତାଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

କାନପୁର/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି।

ଏହି ଦୁଇଟି ଅନୁଷ୍ଠାନର ଭିତିପ୍ରସ୍ତର ପାଇଁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦେଶର ସ୍ୱାସ୍ଥ୍ୟ ସେବା ପରିସଂସ୍ଥାନ ମଜବୁତ୍ ହେବା ସହ ଉଭା ହେଉଥିବା ଅର୍ଥନୀତିରେ କାନପୁର ସୁଲଭ ତଥା ଭବିଷ୍ୟତ ସମାଧାନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠିତ ହୋଇପାରିବ। ଆଇଆଇଟି କାନପୁର ଭଳି ମହତ ଉଦ୍ୟମ ଗୁଡିକ ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ମଧ୍ୟରେ ବ୍ୟବଧାନକୁ ଦୂର କରିବ। ସ୍ୱଳ୍ପ ବ୍ୟୟସାପେକ୍ଷ ବୈଷୟିକ ସମାଧାନ ପ୍ରଦାନ କରିବ ଏବଂ ସମାଜର କଲ୍ୟାଣ ପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ପ୍ରେରଣା ଦେବ।

ବିଗତ ଛଅ ଦଶନ୍ଧି ଧରି ଆଇଆଇଟି କାନପୁର ଇଞ୍ଜିନିୟରିଂ ଶିକ୍ଷାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାମ କରୁଛି। ଏହି ଅନୁଷ୍ଠାନ ସମୟନୁସାରେ ପରିବର୍ତନ ହେଉଥିବା ସମାଜର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ଜାତୀୟ ମିଶନକୁ ସମର୍ଥନ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସକ୍ରିୟ ସହଯୋଗ କରିଆସୁଛି। ସେହିପରି ଜଳବାୟୁ ପରିବର୍ତନ, ୱେଷ୍ଟ ଟୁ ୱେଲଥ, ବିକଳ୍ପ ସବୁଜ ଇନ୍ଧନ ଏବଂ ଅର୍ଥନୀତି ପାଇଁ ନୂଆ ବିଜନେସ ମଡ଼େଲ ବିକଶିତ କରିବା ପାଇଁ କୁଶଳ ଏବଂ ସ୍ୱଳ୍ପ ବ୍ୟୟସାପେକ୍ଷ ସମାଧାନ ଅନ୍ୱେଷଣ କରିବାକୁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ଭାରତକୁ ଅନେକ ସୁଯୋଗ ପ୍ରଦାନ କରିବ। ଡ୍ରୋନ ସହ ଜଡ଼ିତ ଅର୍ଥନୀତି ଏବଂ ଚିପ୍ ଇକୋସିଷ୍ଟମରେ ଦକ୍ଷତା ବୃଦ୍ଧି ବିକାଶ କରିବା ଦିଗରେ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ରଖିବା ଦରକାର। ଅମୃତ କାଳରେ ଆମକୁ ଏମିତି ଏକ ପିଢି ଗଢ଼ିବାକୁ ହେବ, ଯେଉଁମାନେ ସମାଜ ଓ ରାଷ୍ଟ୍ର କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବେ। ଏହି ମର୍ମରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତାକୁ ମୁଳଦୁଆ କରି ଆଇଆଇଟି କାନପୁର ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଆଇଆଇଟି କାନପୁର ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ ସେଂଟର ଫର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସ ପରିଦର୍ଶନ କରିବା ସହ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହୋଇଥିବା ଷ୍ଟ୍ରାଟଅପ ବୁଲି ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦୨୨ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା: ଏମ୍ସ ଭୁବନେଶ୍ୱରକୁ ମିଳିଲା ୨୬ତମ ସ୍ଥାନ

ଭୁବନେଶ୍ଵର: ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୨୬ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୩୧ତମ ସ୍ଥାନରେ ଥିଲା। ଚଳିତ ବର୍ଷ ଏହା ପାଞ୍ଚଟି ସୋପାନ ଉପରକୁ ଉଠି ୨୬ତମ ମାନ୍ୟତା ହାସଲ କରିଛି।

ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ (ଟିଏଲଆର), ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକୋତ୍ତର ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଇନକ୍ଲୁସିଭିଟି (ଓଆଇ) ଏବଂ ସାଥୀ ଧାରଣା (ପିପି) ଭଳି ପାଞ୍ଚଟି ପାରାମିଟରକୁ ଭିତ୍ତି କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୫୪.୭୧ ସ୍କୋର କରିଛି।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ (ଭାରପ୍ରାପ୍ତ) ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ସେହିଭଳି, ଏମ୍ସ ଭୁବନେଶ୍ୱରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମଧ୍ୟ ଏହି ସଫଳତା ନିମନ୍ତେ ଏମ୍ସର ବିଶାଳ ପରିବାରକୁ  ଅଭିନନ୍ଦନ ଜଣାଇବା ସହିତ ରୋଗୀ ସେବା ତଥା ଡାକ୍ତରୀ ଛାତ୍ରମାନଙ୍କର ଗବେଷଣା ଏବଂ ସାମଗ୍ରିକ ବିକାଶ ଦିଗରେ ଏହାର ବ୍ୟାପକ ଆଭିମୁଖ୍ୟକୁ ଦୋହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୨ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ରୋଗୀ ସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଏକ ସର୍ବୋତ୍ତମ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି। ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ତାଲିମ, ଚିକିତ୍ସା ଏବଂ ଅନୁସନ୍ଧାନ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଏହା ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛି। ଏହା ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସେବାରେ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ପାଇଁ ଥିବା ଲକ୍ଷ୍ୟ ପୂରଣ କରିବା ଦିଗରେ ଶତତ କାର୍ଯ୍ୟରତ।

ନିକଟରେ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୨୦ ମେଡିକାଲ କଲେଜ ମଧ୍ୟରେ ସ୍ଥାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର, ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି।

ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ ଏ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି।
୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା, ଓଡିଶାରୁ କିଏ ?

ନୂଆଦିଲ୍ଲୀ: ଆସନ୍ତାକାଲି ଘୋଷଣା ହେବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ବା NIRF ୨୦୨୨ ରାଙ୍କ୍। nirfindia.org ରେ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୫ ଜୁଲାଇ ୨୦୨୨ ଦିନ ୧୧ ଟା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୨ ରିଲିଜ୍ କରିବେ।

ଗତ ବର୍ଷ, NIRF ର଼୍ୟାଙ୍କିଙ୍ଗରେ ୧୧ ଟି ବର୍ଗ ରହିଥିଲା । ସେଗୁଡିକ ହେଲା ଓଭରାଅଲ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, କଲେଜ, ମେଡିକାଲ, ଆଇନ, ସ୍ଥାପତ୍ୟ, ଦନ୍ତ ଏବଂ ଗବେଷଣା। ୨୦୨୧ ର଼୍ୟାଙ୍କିଙ୍ଗରେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦେଶର ସର୍ବୋଚ୍ଚ ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଥିଲେ। ଦ୍ୱିତୀୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ରହିଥିଲା।

ଗତବର୍ଷ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଭୁବନେଶ୍ବରର ସୋଆ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ୨୦ତମ ତାଲିକାରେ ରହିଥିଲା। ସେହିପରି ମେଡିକାଲ ଶିକ୍ଷାରେ ସୋଆ ଗତବର୍ଷ ୨୧ତମ ତାଲିକାରେ ଥିଲା। ଇଂଜିନିୟରିଂ ଶିକ୍ଷାରେ ସୋଆ ୩୨ ରାଙ୍କରେ ଥିଲା। ଚଳିତ ବର୍ଷ ଏହି ତାଲିକାରେ ଓଡିଶାର କେଉଁ ଶିକ୍ଷା ଅନୁଷ୍ଠାନ ରହିବ ସେ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କ ବାରମ୍ବାର ଆକ୍ରମଣ ଘଟଣାକୁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି ବିଜେଡି ସୁପ୍ରିମୋ

ଭୁବନେଶ୍ବର: ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ବିଧାୟକ ସହିତ ଓଡିଆ ମିଡିଆ ଜଗତର ଜଣେ ବାଦସାହା। ହେଲେ ଦୁଃଖର କଥା ସେ ମିଡିଆରେ ଯେତିକି ସଫଳତା ପାଇଛନ୍ତି ରାଜନୀତିରେ ସେତେକି ନୁହେଁ। କାରଣ ସେ କଂଗ୍ରେସ ଏବଂ ପରେ ନିଜେ ରାଜନୈତିକ ଦଳ କରି ବିଫଳ ହୋଇଛନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ତାଙ୍କର ରାଜନୈତିକ ଜୀବନରେ ଆଂଶିକ ସଫଳତା ମିଳିଛି।

ହେଲେ ବର୍ତ୍ତମାନ ସୌମ୍ୟରଂଜନଙ୍କ ଚାଲିଚଳନକୁ ଦେଖିଲେ ଜଣାପଡୁଛି ସେ ଏହି ସଫଳତାକୁ ନେଇ ମଧ୍ୟ ଖୁସି ନାହାଁନ୍ତି। କାରଣ ବିଭିନ୍ନ ସମୟରେ ବିଜେଡିରେ ଥାଇ ସରକାରଙ୍କୁ ହରଡଘଣାରେ ପକାଇବା ପରି ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେବେଳେ ସେ ଦଳର ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଛନ୍ତି ତ କେତେବେଳେ ନବୀନ ପଟ୍ଟନାୟକଙ୍କୁ। ଫଳରେ ବିଜେଡି ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ନେଇ ଅଡୁଆ ପରିସ୍ଥିତିରେ ପଡିଯାଇଛି।

ବର୍ତ୍ତମାନ ଆଉ ଏକ ନୂଆ ଘଟଣାରୁ ସୌମ୍ୟ ରଂଜନଙ୍କ ମତିଗତି ଯେ ଆଦୌ ଠିକ ନାହିଁ ତାହା ସ୍ପଷ୍ଟ ହୋଇଛି। ତାଙ୍କର ମନ ଆଉ ବିଜେଡିରେ ନାହିଁ ଏହି ଘଟଣାରୁ ସଂପୂର୍ଣ୍ଣ ଭାବେ ଜଣାପଡିଛି। ତାହା ହେଲା ବିଜେପି ପ୍ରାୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟବାବୁ ଯୋଗଦେବା ଏବଂ ସେଠାରେ ବିଜେପି ନେତା ଅମିତ ସାହାଙ୍କୁ ପ୍ରଶଂସା କରିବା।ଏହାକୁ ନେଇ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେବାରେ ଲାଗିଛି।

ଅବସର ଥିଲା ‘ଅମିତ ସାହା ଏବଂ ବିଜେପିର ଯାତ୍ରା’ ନାମିତ ଏକ ପୁସ୍ତକ ଉନମୋଚନ ଉତ୍ସବ। ଭୁବନେଶ୍ବରରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ସହିତ ଥିଲେ ସୌମ୍ୟରଂଜନ। ସେଠାରେ ସେ କହିଲେ ଯେ, ଯଦି ରାଜନୀତିରେ ସଫଳତା ଚାହୁଁଛ ତେବେ ଅମିତ ସାହାଙ୍କ ରଣନୀତିକୁ ଜାଣିବା ଦରକାର। ସେତିକି ନୁହେଁ ସେ ପରୋକ୍ଷରେ ବିଜେଡିକୁ ସମାଲୋଚନା କରିବାକୁ ଯାଇ କହିଥିଲେ ଯେ, ବର୍ତ୍ତମାନ ଏକ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଛି, ତାହା ହେଲା ‘ହିତାଧିକାରୀ’ ବା ‘ ଲାଭାର୍ଥୀ’।

ତେବେ କଥା ହେଲା ଯେ, ସୌମ୍ୟବାବୁ ପୁସ୍ତକ ଉନମୋଚନ କରିବାରେ କୌଣସି ଅସୁବିଧା ନାହିଁ। ହେଲେ ବିଜେପିର ଜୟଯାତ୍ରା ଲେଖା ଯାଇଥିବା ପୁସ୍ତକକୁ ବିଜେଡି ବିଧାୟକ ଭାବେ ସେଥିରେ ଯୋଗଦେବା ନିଶ୍ଚିତ ଭୁଲ। ସେ ପ୍ରତି ମାସରେ ପୁସ୍ତକ ଉନମୋଚନ କରୁଛନ୍ତି। ଜଣେ ସାହିତ୍ୟିକ ତଥା ସଂପାଦକ ଭାବେ ସେ କର୍ତ୍ତବ୍ୟ ତାଙ୍କର ରହିଛି। ହେଲେ ବିରୋଧୀ ଦଳର ଜୟଯାତ୍ରା ପୁସ୍ତକ ଉନମୋଚନ କରିବାକୁ ସାଧାରଣରେ ଗ୍ରହଣ କରାଯାଇପାରୁ ନାହିଁ।

ସୌମ୍ୟବାବୁ ଭଲ ଭାବରେ ଜାଣିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଜେପିର, ଯେଉଁ ପୁସ୍ତକ ଉନମୋଚନ ହେବ ତାହା ମଧ୍ୟ ବିଜେପିର ସଫଳତା ଉପରେ ପର୍ଯ୍ୟବେସିତ। ଏସବୁ ସତ୍ବେ ସେ ସେଥିରେ ଯୋଗ ଦେବା ନିଶ୍ଚିତ ଭାବେ ଜାଣିଶୁଣି କରିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କର ବିଜେଡି ପ୍ରତି ଯେଉଁ ପ୍ରତିବଦ୍ଧତା ରହିବା କଥା ତାହା ଆଉ ସେ ରଖିବାକୁ ଚାହାଁନ୍ତି ନାହିଁ।

ତେବେ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ସଭା ସମିତିରେ ସେ ଖୋଲମଖୁଲା ବିଜେଡି ତଥା ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କ ସଂପାଦିତ ଖବରକାଗଜ ‘ସମ୍ବାଦ’ ରେ ମଧ୍ୟ ସେ ବିଭିନ୍ନ ସମୟରେ ସରକାରଙ୍କୁ ସିଧା ଆଙ୍ଗୁଠି ଦେଖାଇବାକୁ ପଛାଇ ନାହାଁନ୍ତି। ଫଳରେ ସୌମ୍ୟବାବୁଙ୍କ ଏପରି ହାବଭାବକୁ ଦେଖି ଆସନ୍ତା ନିର୍ବାଚନ ବେଳକୁ ନବୀନ ଉପଯୁକ୍ତ ଜବାବ ଦେବ ବୋଲି ସ୍ପଷ୍ଟ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ବିଜେପିର ଯାତ୍ରା’ ପୁସ୍ତକକୁ ଉନମୋଚନ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ‘ଅମିତ ସାହା ଏବଂ ବିଜେପି ଯାତ୍ରା’ ପୁସ୍ତକର ଓଡିଆ ଅନୁବାଦକୁ ଉନମୋଚନ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ ଏହି ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକୁ ଉନମୋଚନ କରିଛନ୍ତି।

ଭୁବନେଶ୍ବରର ମେ ଫାୟାର କନଭେନସନ ହଲରେ ଆୟୋଜିତ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ଏବଂ ସାମ୍ବାଦିକ ସପନ ଦାସଗୁପ୍ତା ମଧ୍ୟ ଯୋଗ ଦେଇଥିଲେ।

ହିନ୍ଦି ଓ ଇଂରାଜୀରେ ଏହି ପୁସ୍ତକକୁ ରଚନା କରିଛନ୍ତି ଅର୍ନିବାଣ ଗାଙ୍ଗୋଲି ଏବଂ ଶିବାନନ୍ଦ ଦ୍ବିବେଦୀ। ଯାହାର ଓଡିଆ ଅନୁବାଦ କରାଯାଇଛି। ଏହି ଉତ୍ସବରେ ସୌମ୍ୟରଂଜନ ଯୋଗ ଦେଇ ଅମିତ ସାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ଏହି ପୁସ୍ତକଟି କେବଳ ବିଜେପି ନୁହେଁ ଅନ୍ୟ ଦଳର ନେତା ମଧ୍ୟ ପାଠ କରିବା ଉଚିତ। କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି। ତେବେ ବିଜେଡି ବିଧାୟକ ଭାବେ ବିଜେପି ଯାତ୍ରା ପୁସ୍ତକୁ ଉନମୋଚନ କରିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଜର ବ୍ରହ୍ମପୁରର ନୂତନ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କନିଷି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ(ଆଇଜର)ର  ନୂତନ ଛାତ୍ରାବାସର ଲୋକାର୍ପଣ କରିବା ସହ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଗୁଡ଼ିକୁ ପରଦର୍ଶନ କରିଛନ୍ତି।

ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ  ପ୍ରାଧ୍ୟାପକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଶିକ୍ଷା କେନ୍ଦ୍ର ଅଭିନବ ଶିକ୍ଷା ପଦ୍ଧତିରେ ବିଜ୍ଞାନ ଶିକ୍ଷାକୁ ବଢ଼ାଇବା ସହ ପୂର୍ବାଞ୍ଚଳରେ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିବା ସହ କ୍ୟାମ୍ପସରେ ବ୍ୟାପକ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସୋମବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧା ଗୁଡିକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଡ଼ିଜିଟାଲ ଲର୍ଣ୍ଣିଂ ଏବଂ ଟ୍ରେନିଂ ରିସୋର୍ସେସ ଏବଂ ସ୍କୁଲ ଅଫ୍ ଫିଜିକ୍ସ ଏଣ୍ଡ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି। ଏହାସହ ଇଂରାଜି ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ(ଇଫ୍‌ଲୁ)ରେ ଅଡ଼ିଟୋରିୟମ ସହ ଏକ ବହୁମୁଖୀ ଇନଡ଼ୋର୍ ସ୍ପୋର୍ଟ୍ସ କମ୍ପଲେକ୍ସ ଏବଂ ଓପନ୍ ଆମ୍ପିଥିଏଟର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେଇଛି ଅନେକ ନୂଜନ ଆଇଡ଼ିଆର ସମାହାର। ଜାତୀୟ ଶିକ୍ଷା ନୀତି-୨୦୨୦ ସୃଜନ ପ୍ରତିଭା ଏବଂ ଗଭୀର ଚିନ୍ତନକୁ ପ୍ରାଧାନ୍ୟ ଦେଇଥାଏ । ଏହି ଶିକ୍ଷା ନୀତି ଆଧାରରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଦରକାର। ଏହାସହ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ନାଗରିକ ତିଆରି କରିବା, ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ସହ ମାନବତାର କଲ୍ୟାଣ ପାଇଁ ଆମର ସଭ୍ୟତା ସଂଯୋଗକୁ ଦୃଢ଼ୀଭୂତ କରିବା ଦିଗରେ ବ୍ରତୀ ହେବା ଦରକାର।

ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବ। ତେଣୁ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ଦକ୍ଷତା ସହ ଯୋଡ଼ିବାକୁ ହେବ। ଯୁବବର୍ଗଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରାଗଲେ ଆର୍ôଥକ ଅଭିବୃଦ୍ଧି ହାସଲ ହୋଇପାରିବ। ଏହାବ୍ୟତିତ ଆମେ ସମସ୍ତେ ଆମର ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ସବୁ ଭାରତୀୟ ଭାଷା ଆମର ରାଷ୍ଟ୍ରଭାଷା। ଓଡିଆ, ହିନ୍ଦୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ ଭଳି ସବୁ ଆଂଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼, ବହୁମୁଖୀ ଶିକ୍ଷା ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ଅନେକ ପରୀକ୍ଷଣରେ ସଂପୃକ୍ତ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ/ଭୁବନେଶ୍ୱର: ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ବିଶ୍ୱର ପରିବର୍ତିତ ଦୃଶ୍ୟପଟ୍ଟରେ ଭାରତକୁ ଶିଖରରେ ରଖିବା ପାଇଁ ଏକ ରୋଡ଼ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଆଇଆଇଟି ହାଇଦ୍ରାବାଦ ଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦ୍‌ଘାଟନ  ସହ ବିଭିଆର୍ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନକୋ ସ୍କୁଲ୍ ଅଫ୍ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନକୋ ଗ୍ରୁପ୍ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ସମୟରେ ଭାରତ କେବଳ ଏକ ଉପଭୋକ୍ତା ରାଷ୍ଟ୍ର ହୋଇ ରହିବ ନାହିଁ। ତେଣୁ ଆମକୁ ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ନୂତନ ମଡ଼େଲ ଏବଂ ନବସୃଜନକୁ ଆପଣାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଆମକୁ ସାକାର କରିବାକୁ ହେବ। ଦକ୍ଷତା ବିକାଶ ଆଜୀବନ ପ୍ରକିୟା ହୋଇଥିବାରୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥା ସହ ଦକ୍ଷତା ବିକାଶକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଆଇଆଇଟି ହ୍ରାଇଦ୍ରାବାଦ୍ ଭାରତକୁ ବୈଶ୍ୱିକ ବ୍ରାଣ୍ଡ୍ ଭାବରେ ସ୍ଥାପିତ କରିବା ସହ ଅମୃତ କାଳ ସମୟରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅନୁଷ୍ଠାନ ସାମାଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ଭୂମିକାକୁ ପ୍ରତିପାଦିତ କରିବା ଦରକାର। ଆଇଆଇଟି ହାଇଦ୍ରାବାଦ୍ ଶିକ୍ଷା ପ୍ରଦାନ କରିବା ସହ ଦକ୍ଷତା ବିକାଶ ଓ ଉଦ୍ୟମୀ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଶିଳ୍ପ ବିପ୍ଳବ ୪.୦ ଓ ଏକବିଂଶ ଶତାବ୍ଦୀରେ ପରିବର୍ତିତ ରୋଜଗାର ସୁଯୋଗକୁ ଗୁରୁତ୍ୱ ଦେଇ ଆଇଆଇଟି ହାଇଦ୍ରାବାଦରେ ଏକ ବିଶ୍ୱମାନର ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହନ କରିଛନ୍ତି। ଏହାସହ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭାରତୀୟ ଭାଷା ବିବିଧତାର ପ୍ରଚାରପ୍ରସାର କରିବା ପାଇଁ ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ଆମେ ଓଡ଼ିଆ’ ସଂଗଠନର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ ସଚେତନ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ। ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ କହିଛନ୍ତି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ। ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର। ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତି ନେଇଛନ୍ତି। ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ସହ ତାହାର ପୁନଃବ୍ୟବହାର ଓ ରିସାଇକ୍ଲିଂ କରିବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ଓ ସୋସିଆଲ ମିଡ଼ିଆରେ ସମର୍ଥନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରଥଯାତ୍ରା ଅବସରରେ ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନକୁ ଉଦଘାଟନ କରି ଖୁସିବ୍ୟକ୍ତ କରିଥିଲେ। ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ‘ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ’ର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ପ୍ରଧାନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ।