Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏଲଓଆଇ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଇନୋଭେସନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ (ଓ୍ୱାର୍ଲ୍ଡ୍ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପୋର୍ଟି ଅର୍ଗାନାଇଜେସନ) ମଧ୍ୟରେ ଏକ ଏଲଓଆଇ(ଲେଟର ଅଫ୍ ଇଣ୍ଟେଣ୍ଟ୍) ସ୍ୱାକ୍ଷରିତ ହୋଇଯାଇଛି।

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଭାରତର ଇନୋଭେସନ ଇକୋସିଷ୍ଟମ ବିଶ୍ୱସ୍ତରରେ ପହଞ୍ଚିଛି। ବିଶେଷତଃ ଗ୍ଲୋବାଲ ସାଉଥ ସମୂହ ଦେଶ ଗୁଡିକ କଲ୍ୟାଣ ପାଇଁ ଉଦ୍ଭାବନ, ଉଦ୍ୟମିତା ଏବଂ ବୌଦ୍ଧିକ କ୍ଷମତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏଲଓଆଇ ସ୍ୱାକ୍ଷରିତ ହୋଇଛି। ଇନୋଭେସନ କ୍ଷେତ୍ରରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନବସୃଜନ ହେଉଛି ଭାରତର ଶକ୍ତି। ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏହି ଭାଗିଦାରୀ ଅନ୍ୟ ରାଷ୍ଟ୍ର ପାଇଁ ପଥପ୍ରଦର୍ଶକ ସାଜିବ। ଶିକ୍ଷା କ୍ଷେତ୍ରରେ ଭାରତର ଅଭିନବ ମଡେଲ ଗୁଡିକ ବିକାଶଶୀଳ ରାଷ୍ଟ୍ରରେ ଉପଯୋଗ ହେବ। ବିଦ୍ୟାଳୟ ସ୍ତରରୁ ଆଇପିଆର୍(ଇଣ୍ଟେଲେକ୍ଚ୍ୟୁଆଲ ପ୍ରପର୍ଟି ରାଇଟ୍ସ) ବିଷୟରେ ବୁଝାମଣା ଏବଂ ସଚେତନତା ବ୍ୟାପକ ହେବ। ବିଶ୍ୱରେ ଇନେଭୋସନ କ୍ଷେତ୍ରରେ ଥିବା ସମ୍ଭାବନାର ଅନ୍ୱେଷଣ କରିବ। ସ୍ଥାୟୀ ଏବଂ ସମାବେଶୀପୂର୍ଣ୍ଣ  ଆର୍ଥିକ ଅଭିବୃଦ୍ଧି ପାଇଁ ଉଭୟ ସଂସ୍ଥା କାର୍ଯ୍ୟ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର

ମଡେଲ ସ୍କୁଲରେ ପରିଣତ ହେବ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଧୁନିକ ଓଡିଶା ଗଠନ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୁଦନଙ୍କ ଭୂମିକା ଅତୁଳନୀୟ ଥିଲା। ଗଣକବି ବୈଷ୍ଣବ ପାଣି ଆମ ଓଡିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଉଦ୍‌ବୋଧନ ଦେଇ କହିଥିଲେ।

ନିଶ୍ଚିନ୍ତକୋଇଲିରେ ପହଞ୍ଚିବା ପରେ ରାଧାକୃଷ୍ଣ କଲ୍ୟାଣମଣ୍ଡପ ପାଖରୁ ପାରମ୍ପରିକ ଘଣ୍ଟ ଘଣ୍ଟା, ନୃତ୍ୟ ଓ ବାଦ୍ୟ ସହିତ ହଜାର ହଜାର ଜନସାଧାରଣ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୬୦ ମସିହାରେ ଜଣେ ଶିକ୍ଷାନୁରାଗୀ ଜମିଦାର ଅହମ୍ମଦ ବକ୍ସଙ୍କ ନାମରେ ନାମିତ ଏହି ବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ଅଞ୍ଚଳ ପାଇଁ ଆଲୋକବର୍ତ୍ତିକା ପାଲଟିଛି ଏବଂ କଟକ ଜିଲ୍ଲାରେ ସୁନାମ ଅର୍ଜନ କରିଛି। ଏ ବିଦ୍ୟାଳୟକୁ ପ୍ରତିଷ୍ଠା କରିବାରେ ଯେଉଁମାନଙ୍କ ଯୋଗଦାନ ରହିଥିଲା ଏ ଅବସରରେ ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଏହି ବିଦ୍ୟାଳୟକୁ ଆଗାମୀ ଦିନରେ ଏକ ମଡେଲ ସ୍କୁଲରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ। ସ୍କୁଲର ସବୁ ସମସ୍ୟା ଦୂର ହେବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର। ଗତ ୨୪ ବର୍ଷ ମଧ୍ୟରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ହାତ ମିଳେଇବା ତ ଦୂରର କଥା ଦେଖା ମଧ୍ୟ ପାଉନଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏ ବ୍ୟବଧାନ ମଧ୍ୟ ଆଜି ଦୂର ହୋଇଛି। ନୂଆ ସରକାର ଆସିବା ପରେ ଆମେ ଆଜି ଅନେକ ନିଷ୍ପତ୍ତି ନେଇଛୁ। ଶପଥ ନେବାର ଘଣ୍ଟାଏ ଭିତରେ ନିଷ୍ପତ୍ତି ନେଇ ପରଦିନ ସକାଳୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯାଇ ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ବ୍ୟବଧାନକୁ ହଟାଇ ଦିଆଗଲା। ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନର ନିଷ୍ପତ୍ତି ନିଆଗଲା। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଗଲା। ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଗଲା। ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟରେ ଚାଷୀଭାଇଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା ସହିତ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ୫୦ ହଜାର ଟଙ୍କାର ଭାଉଚର ପରି କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆ ଯାଇଛି। ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମୋର କଥା ଓ ପ୍ରତିଶୃତି ପାଣିର ଗାର ହେବ ନାହିଁ। ଆମେ ଯାହା ପ୍ରତିଶୃତି ଦେଇଛୁ ତା’ହା ନିଶ୍ଚୟ ପୂରଣ କରିବୁ। ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ କଡାକଡି କରିବୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମାଧ୍ୟମରେ ଆଜି ସାଧାରଣ ଲୋକଟିଏ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ତା’ର ସୁବିଧା ଅସୁବିଧା ଜଣାଇ ପାରୁଛି। ଓଡିଶାକୁ ନୂଆ ଓଡିଶାରେ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୧୯୪୬ ମସିହାରେ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇ ୬୦ ଦଶକରେ ବିଧିବଦ୍ଧ ଭାବେ ହାଇସ୍କୁଲରେ ପରିଣତ ହୋଇଥିବା ଏହି ବିଦ୍ୟାଳୟ ଆଜି ଏକ ବିଶାଳ ବଟ ବୃକ୍ଷରେ ପରିଣତ ହୋଇଛି। ପ୍ରାକ ସ୍ୱାଧୀନତା ସମୟରେ ଓ ସ୍ୱାଧୀନତା ପରେ ଶିକ୍ଷାର ବିକାଶ ପାଇଁ ଅଞ୍ଚଳବାସୀଙ୍କ ଏହି ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ଅଟେ। ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ଜ୍ଞାନର ପ୍ରୟୋଗଶାଳା କରାଯିବ ଓ ଏଠାକାର ପିଲାମାନେ ଏକ ବୈଭବଶାଳୀ ଓଡିଶା ଗଠନରେ ପ୍ରମୁଖ ଭୂମିକା ନେବେ ବୋଲି ସେ କହିଥିଲେ।

ସାଂସଦ ବୈଜୟନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଏକ ମାସ ମଧ୍ୟରେ ଆସି ପ୍ରମାଣ କରିସାରିଲେଣି ଓଡିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି।

ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ କହିଥିଲେ ଯେ ଅନ୍ଧକାରମୟ ୧୯୪୬ରେ ଏହି ଅଞ୍ଚଳରେ ପ୍ରଜ୍ଜ୍ୱଳିତ ହୋଇଥିବା ଶିକ୍ଷାର ପ୍ରଦୀପ ଆଜି ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରୁଛି। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ୧୯୬୦ ମସିହାରେ ହାଇସ୍କୁଲ ରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ଆଜି ଜନସାଧାରଣଙ୍କ ଉଦ୍ୟମ ଓ ସହଯୋଗରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଛି।

କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନ ସଂଯୋଜନା କରିଥିଲେ। ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଦେବେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଗଣ, ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏକ ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ରାଜ୍ୟଗୁଡ଼ିକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସମଗ୍ର ଭାରତବର୍ଷରେ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷର ରୋଡମ୍ୟାପ୍ ଉପରେ ନିଜ ମତ ରଖିଛନ୍ତି।

ସେ କହିଛନ୍ତି ଯେ ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନାର ଏକ ପ୍ରମୁଖ ସ୍ତମ୍ଭ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ। ଜାତୀୟ ଶିକ୍ଷା ନୀତିର ପାଖାପାଖି ୪ ବର୍ଷ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅଗ୍ରଗତି ହୋଇଛି। ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷା ଏବଂ ସମସ୍ତ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ସହ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ହେବ। ସେ ଆହୁରି କହିଛନ୍ତି ଯେ ଭାରତ ହେଉଛି ଏକ ଯୁବବର୍ଗଙ୍କ ଦେଶ। ବିଶେଷ ଭାବରେ ବିଶ୍ୱ ଯେତେବେତେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେଉଛି ସେହି ସମୟରେ ଯୁବକଙ୍କୁ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକ କରିବା ଆମର ଆହ୍ୱାନ। ଆମକୁ ମିଳିତ ଉଦ୍ୟମରେ ଏପରି ଏକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ପଡିବ ଯେଉଁ ଶିକ୍ଷା ଉଭୟ ରୁଟେଡ୍ ଏବଂ ଭବିଷ୍ୟତବାଦୀ ହେବ। ସାମଗ୍ରିକ ଆଭିମୁଖ୍ୟ ସହିତ ବିଦ୍ୟାଳୟ ଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବେଷ୍ଟ୍ ପ୍ରାକ୍ଟିସକୁ ବଢ଼ାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ। କାପାସିଟି ବଲଡିଂକୁ ମଜଭୂତ୍ କରିବା, ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଏବଂ ଶିକ୍ଷାକୁ ବିକଶିତ ଭାରତର ମୁଖ୍ୟ ସ୍ତମ୍ଭ ଭାବରେ ଉପଯୋଗ କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଷ୍ଟେକହୋଲ୍ଡରଙ୍କୁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧିର ଗୁରୁତ୍ୱ, ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ପଞ୍ଚବାର୍ଷିକ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ। ୧୦୦ ଦିନିଆ ଆକ୍ସନ ପ୍ଲାନ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସମଗ୍ର ଶିକ୍ଷା ଅଧୀନରେ ଭିତ୍ତିଭୂମି କାର୍ଯ୍ୟ, ଆଇସିଟି ଏବଂ ସ୍ମାର୍ଟ ଶ୍ରେଣୀଗୃହର ଅଗ୍ରଗତି ସ୍ଥିତି ଉପରେ ଚର୍ଚ୍ଚା ହେବ। ସେହିପରି ଭିଏସକେ ଏବଂ ୨୦୦ ଚ୍ୟାନେଲର ସେଟିଂ, ୨୦୨୩-୨୪ ପାଇଁ ୟୁଡିଆଇଏସଇ+ ର ଚୂଡ଼ାନ୍ତୀକରଣ, ଡାଏଟ୍ ଉପରେ ଆଲୋଚନା ଏବଂ ବିଦ୍ୟାଳୟ ଗୁଡ଼ିକରେ ତମାଖୁ ନିୟନ୍ତ୍ରଣ ଏବଂ ଟିଓଏଫଇଆଇ ନିର୍ଦ୍ଦେଶାବଳୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋଚନା ହେବ।

ଏହି ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନସିଇଆରଟି, ଏସସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସିବିଏସଇର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି।

ଏ ନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି। ସମ୍ବଲପୁର ଲୋକସଭା ସାଂସଦ ଭାବରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୋଳ ଏବଂ ଦେବଗଡ ଜିଲ୍ଲା ଆସୁଅଛି। ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ଉଲ୍ଲେଖନୀୟ ଯେ, ଏମପିଲାଡ଼୍ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସାଦମାନଙ୍କୁ ମୁଖ୍ୟତଃ ନିଜ ନିଜର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ସୁପାରିଶ କରିବା ନିମନ୍ତେ ସକ୍ଷମ କରିବା। ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ ତଥା ସାର୍ବଜନୀନ ଭିତ୍ତିଭୂମି ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭା ଭବନରେ ଓଡ଼ିଆ ଭାଷାରେ ସାଂସଦ ସଦସ୍ୟ ଭାବେ ଶପଥ ନେଇଛନ୍ତି।

୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହେବା ପରେ କାମଚଳା ବାଚସ୍ପତି ଭାବରେ ଦାୟିତ୍ୱ ନେଇଥିବା ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇଥିଲେ। ଜୁଏଲ୍ ଓରାମ ମଧ୍ୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଥିଲେ, ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାରେ ଶପଥ ପାଠ କରିଥିବା କାରଣରୁ ଲୋକସଭା ଭବନରେ ଓଡ଼ିଆ ଅସ୍ମିତାର ଗୁଞ୍ଜରଣ ହୋଇଥିଲା।

ଓଡ଼ିଆ ଭାଷାରେ କେନ୍ଦ୍ରମନ୍ତ୍ରୀ ଶପଥ ନେଇ କହିଥିଲେ “ମୁଁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି, ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବି ଏବଂ ମୁଁ ଯେଉଁ ପଦ ଗ୍ରହଣ କରିବାକୁ ଯାଉଅଛି ତାହାର କର୍ତ୍ତବ୍ୟ ଶ୍ରଦ୍ଧାପୂର୍ବକ ନିର୍ବାହ କରିବି।”

ଶପଥ ପାଠ ନେଇ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ “୧୮ତମ ଲୋକସଭାର ସାଂସଦ ସଦସ୍ୟ ଭାବରେ ଶପଥ ଗ୍ରହଣ କରି ଗୌରବ ଅନୁଭବ କରୁଛି। ସମ୍ବଲପୁବାସୀଙ୍କ ସମେତ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି। ”

ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୦୪ରୁ ୨୦୦୯ ମସିହା  ପର୍ଯ୍ୟନ୍ତ ଦେବଗଡ଼ରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରୁ ଦୁଇ ଦୁଇ ଥର ରାଜ୍ୟସଭାରୁ ନିର୍ବାଚିତ ହୋଇ ମୋଦୀ ସରକାରରେ ପେଟ୍ରୋଲିୟମ, ଗ୍ୟାସ, ଇସ୍ପାତ୍, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଭାଗର ଦାୟିତ୍ୱ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଭାବେ ଜିତିବା ପରେ ଆଜି ସମ୍ବଲପୁରର ବିଭିନ୍ନ ମନ୍ଦିର ବୁଲି ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କରିଥିଲେ। ସେହିପରି ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିରରେ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ମନ୍ଦିରରେ ପରପୂର୍ଣ୍ଣ ସହର। ଏକ ଆଧ୍ୟାତ୍ମିକ ସହର। ଏଠାରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁରକୁ ଏହା ମୋର ପ୍ରଥମ ଗସ୍ତ। ଏଠାକାର ମନ୍ଦିର ଗୁଡିକ କେବଳ ଆସ୍ଥାର କେନ୍ଦ୍ର ନୁହେଁ, ସଭ୍ୟତା ଓ ସଂସ୍କୃତିର ବଡ ପ୍ରୟୋଗଶାଳା। ସ୍ଥାନୀୟ ଜୀବନଜୀବନକୁ ଭଲରେ ବୁଝିବା ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ମିଶିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।

ମନ୍ଦିର ଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ। ସମ୍ବଲପୁରର ବରିଷ୍ଠ ଲୋକମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସ୍ଥାନୀୟ ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ। ଏକ ସ୍ୱଚ୍ଛ, ସୁନ୍ଦର, ବିକଶିତ ଓଡ଼ିଶା ସହ ବିକଶିତ ସମ୍ବଲପୁର ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କୁ ‘ଶୀତଳଷଷ୍ଠୀ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ଜାରି କରି ସମ୍ବଲପୁରୀ ଭାଷାରେ “ଶୀତଳଷଷ୍ଠୀ”ର ଶୁଭେଚ୍ଛା ଜଣାଇଛନ୍ତି। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ।

ଦେବଦମ୍ପତି ପ୍ରଭୁ ଶିବ ଆଉ ମାଆ ପାର୍ବତୀଙ୍କର ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହି ପର୍ବ ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଶୀତଳଷଷ୍ଠୀ ହେଉଛି, ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର। ଶୀତଳଷଷ୍ଠୀ ବେଳେ ସମସ୍ତେ ମିଳିମିଶି ଆମ ସମାଜରେ ଭାଇଚାରା ବଢାଇବା ଏବଂ ଭଲ ବର୍ଷା ପାଇଁ ଦେବଦମ୍ପତି ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ନିକଟରେ ଗୁହାରି କରିବା। ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ପ୍ରଗତି ଆଣିଦେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି।

ଏହାବ୍ୟତିତ ସେ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ଦେଉଛି। ମହାପ୍ରଭୁ ଓ ମାଆ ସମଲେଇଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ମୋତେ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ହେଉଥିବା ଯୋଗୁଁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇପାରୁନାହିଁ। ଏଥିପାଇଁ ସମ୍ବଲପୁରବାସୀଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିନି ଓଡିଶା ମନ୍ତ୍ରୀଙ୍କୁ ମିଳିଲା ବିଭାଗ, ଧର୍ମେନ୍ଦ୍ରଙ୍କୁ ଶିକ୍ଷା , ଅଶ୍ବିନୀଙ୍କୁ ରେଳ ଏବଂ ଜୁଏଲଙ୍କୁ ଆଦିବାସୀ କଲ୍ୟାଣ

ନୂଆଦିଲ୍ଲୀ: ଓଡିଶାର ତିନି ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ତାଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସେହି ଅନୁସାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ଶିକ୍ଷା ବିଭାଗର ଦାୟିତ୍ବ ମିଳିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କୁ ରେଳ ବିଭାଗ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି।

ବହୁ ବର୍ଷ ପରେ ପୁଣି ଥରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଜୁଏଲ ଓରାମଙ୍କୁ ମଧ୍ୟ ସେହି ପୁରୁଣା ବିଭାଗ ମିଳିଛି। ଜୁଏଲ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଦାୟିତ୍ବରେ ରହିବେ। ପୂର୍ବରୁ ସେ ସେହି ବିଭାଗରେ କାର୍ଯ୍ୟ କରୁଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି। ସେ କ୍ୟାବିନେଟ ମନ୍ତ୍ରୀ ଭାବେ ମୋଦି ସରକାରଙ୍କ ତୃତୀୟ ପାଳିରେ ସେ ପୁଣି ନିଯୁକ୍ତି ପାଇଛନ୍ତି। ସେ ଆଜି ଶପଥ ପାଠ ବେଳେ ପ୍ରମୁଖ ସାଂସଦମାନଙ୍କ ମଧ୍ୟରେ ସେ ଆଗ ଧାଡିରେ ବସିଥିବାର ଦେଖାଯାଇଥିଲା।

ଧର୍ମେନ୍ଦ୍ର ମୋଦି ସରକାରରେ ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଛନ୍ତ। ଗତ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ଭଲ ବିଭାଗର ମନ୍ତ୍ରୀ କରିବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନ ହେବେ କେନ୍ଦ୍ରମନ୍ତ୍ରୀ, ତେବେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ପୁଣି ଥରେ ସ୍ଥାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ତାଙ୍କୁ ପିଏମଓରୁ କଲ ଆସିବା ପରେ ସେ ପ୍ରଧାନମନ୍ତ୍ରୀ ବାସଭବନରେ ଉପସ୍ଥିତ ହେଉଛନ୍ତି। ନୂଆଦିଲ୍ଲୀର ସୂଚନା ଅନୁସାରେ ମୋଦି ତାଙ୍କୁ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରୁଛନ୍ତି।

ଧର୍ମେନ୍ଦ୍ର ସହିତ ଓଡିଶା ସାଂସଦ ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ମଧ୍ୟ ସ୍ଥାନ ପାଉଛନ୍ତି ବୋଲି ଜଣାପଡିଛି। ତେବେ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ତାଲିକାରୁ ତାଙ୍କ ନାମ ବାଦ ପଡିଲା। ଫଳରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ନେଇ ପୁଣି ଚର୍ଚ୍ଚା ଜାରୀ ରହିଲା। ଦିଲ୍ଲୀ ସୁତ୍ର ଅନୁସାରେ ସୁରେଶ ପୂଜାରୀଙ୍କ ନାମ ଆଗରେ ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଏକ ଅଗ୍ରଣୀ ଅଞ୍ଚଳକୁ ଗୋଢି ତୋଳିବା ପାଇଁ ଆମ ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଗଣ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ଉପରେ ସହମତି ପ୍ରକାଶ କରି ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜ୍ଞାପନ କରୁଛି। ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇ, ମା’ ହିଙ୍ଗୁଳା ଏବଂ ସବୁ ଦେବାଦେବୀଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି।

ମହାପ୍ରଭୁଙ୍କ ଶୁଭ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ସୌଭାଗ୍ୟର ବିଷୟ। ଆମର ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି। ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ। ଓଡ଼ିଆ ଅପେକ୍ଷା ଓ ଆକଂକ୍ଷାର ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ।

ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ସ୍ୱାଭିମାନ କେବଳ ରାଜନୈତିକ ବିଷୟ ନୁହେଁ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିରେ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଚାଲିଚଳଣୀ ଓ ପରମ୍ପରାର କଥା ଅଛି। ଏଥିପାଇଁ ଓଡ଼ିଆ ଲୋକମାନେ ବିଜେପିକୁ ଭରପୁର ମାତ୍ରାରେ ଆଶୀର୍ବାଦ କରିଛନ୍ତି। ମୋଦୀ ଯାହା କୁହନ୍ତି, ତାହା କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ । ସବୁ ମୋଦୀ ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିଜେପି ନିଷ୍ଠାର ସହକାରେ ଲୋକଙ୍କ ସେବା କରିବା ସହ ସବୁ ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ, ପଛରେ ପଡିଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଓଡିଶାରେ ସବୁଠାରୁ ବଡ ଲଢେଇ ସମ୍ବଲପୁର ଲୋକସଭାରେ ହେଉଥିଲା। ତେବେ ଗଣତି ପରେ ସେଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି। ସେ 36501 ଭୋଟରେ ଆଗରେ ରହିଛନ୍ତି। ପଛରେ ପଡିଯାଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ଗଣତି ହିସାବରେ ସମ୍ବଲପୁରରେ ଯେଉଁ ପ୍ରାର୍ଥୀ ଭୋଟ ହାତେଇଛନ୍ତି ତାହା ହେଲା

1- ଧର୍ମେନ୍ଦ୍ର ପ୍ରଧାନ, ବିଜେପି –  177105

2- ପ୍ରଣବ ପ୍ରକାଶ ଦାସ, ବିଜେଡି-  144613

3- ନଗେନ୍ଦ୍ର ପ୍ରଧାନ, କଂଗ୍ରେସ- 29333

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ ବରିଷ୍ଠ ନେତା ତଥା ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ 25 ବର୍ଷ ପରେ ଓଡିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଧାରରେ ଓଡିଶାରେ ସରକାର ଗଠନ ହେବାକୁ ଯାଉଛି । ମୁଁ ଯେଉଁଠାକୁ ଯାଏ ଲୋକ ମାନେ କହନ୍ତି ଯେ ଆମ ସାଂସଦକୁ ମନ୍ତ୍ରୀ କରି ଦିଅନ୍ତୁ ହେଲେ ସମ୍ବଲପୁରର ଜନସାଧାରଣଙ୍କ ପାଇଁ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀ ଜଣେ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ଦେଇଛନ୍ତି ।

ସମ୍ପୂର୍ଣ ଦେଶରେ ପାଂଚ ପର୍ଯ୍ୟାୟର ନିର୍ବାଚନ ହୋଇ ସାରିଛି ଓ ପଂଚମ ପର୍ଯ୍ୟାୟରେ ହିଁ ନରେନ୍ଦ୍ର ମୋଦୀଜୀ 310 ସିଟ ପାର କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର୍ଯାୟରେ 4 ଶହ ଆସନ ପାର କରିବା ପାଇଁ ରହିଛି । ସାରା ଦେଶରେ କେବଳ 4 ଶହ ପାର କରିବାର ଲକ୍ଷ୍ୟ ରହିଛି କିନ୍ତୁ ଓଡିଶାର ଜନସାଧାରଣଙ୍କୁ ବିଧାନସଭାରେ ମଧ୍ୟ 75ରୁ ଅଧିକ ଆସନରେ ବିଜେପିକୁ ବିଜୟୀ କରାଇ ପଦ୍ମ ଫୁଲ ଫୁଟାଇବାର ଅଛି ବୋଲି ଶାହ କହିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅକୁ ଦେଶର ରାଷ୍ଟ୍ରପତି କରି ସମଗ୍ର ଓଡ଼ିଶାର ସମ୍ମାନ କରିବାର କାର୍ଯ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଘୋଷଣା କରିଛନ୍ତି।

କଂଗ୍ରେସ ସରକାରରେ କେନ୍ଦ୍ରର ଆଦିବାସୀ କଲ୍ୟାଣ ବଜେଟ କେବଳ 85 ହଜାର କୋଟି ଟଙ୍କା ଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବୃଦ୍ଧି କରି 1ଲକ୍ଷ 25 ହଜାର କୋଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ପାଇଁ 740 ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ଏବଂ 40ହଜାର ଆଦିବାସୀ ଶିକ୍ଷକଙ୍କ ଭର୍ତ୍ତି କରିଛନ୍ତି।

ସେ କହିଥିଲେ ଯେ, ନବୀନ ବାବୁ ଓଡ଼ିଶାରେ ବାବୁଶାହୀ ଥୋପୁଛନ୍ତି ଏବଂ ଓଡ଼ିଶାର ଲୋକ, ସଂସ୍କୃତି ଓ ଅସ୍ମିତାର ଅପମାନ କରୁଛନ୍ତି। ଏହି ମହାନ ଉତ୍କଳ ପ୍ରଦେଶ ଉପରେ କୌଣସି ତାମିଲବାବୁ ଶାସନ କରିପାରିବେ ନାହିଁ, ଓଡ଼ିଶା ଉପରେ ଶାସନ ଓଡ଼ିଶାର ପୁଅ ହିଁ କରିବେ ଯିଏ ଓଡ଼ିଆ ଭାଷାରେ କଥା କରିପାରିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଆଗକୁ ବଢାଇବ।

ସେ ସମାଲୋଚନା କରି କହିଥିଲେ ଯେ, ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ବିଜେଡି ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ତାର ଅପମାନ କରୁଛନ୍ତି, ମଠ ମନ୍ଦିରକୁ ଭଙ୍ଗା ଯାଉଛି, ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲା ଯାଉନାହିଁ ଏବଂ ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରାଯାଇଥିଲା। ଓଡ଼ିଶା ସାରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ଅଟେ, କିନ୍ତୁ ଏହା ସତ୍ତ୍ୱେ ସବୁଠୁ ଗରିବ ଲୋକେ ଏହି ରାଜ୍ୟର ଅଟନ୍ତି।

ଖଣିଜ ସଂପଦରେ ଭରି ରହିଥିବା ଉତ୍କଳ ଭୂମିକୁ ନବୀନଙ୍କ ‘ବାବୁ’ ଲୁଟିବାର କାର୍ଯ୍ୟ କରୁଛନ୍ତି। ବିଜେପି ଏଭଳି ଓଡ଼ିଶା ନିର୍ମାଣ କରିବାକୁ ଚାହୁଁଛି, ଯେଉଁଠି ଜଣେ ବି ଯୁବକଙ୍କୁ ନିଜ ପତ୍ନୀ ଓ ବୃଦ୍ଧ ମାଆ-ବାପାଙ୍କୁ ଛାଡି ଅନ୍ୟ କୌଣସି ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ନପଡୁ, ତାକୁ ତାର ରାଜ୍ୟରେ ହିଁ କାମ ମିଳୁ ବୋଲି ଜନସମାବେଶକୁ ଶାହ କହିଥିଲେ।

ଶ୍ରୀ ଶାହା ଓଡିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ପାଇଁ କିଛି କରୁନାହାନ୍ତି ଓ ବାବୁ ହିଁ ଓଡିଶାକୁ ଚଳାଉଛନ୍ତି , ଏଥିପାଇଁ ଏଥର ଜନତାଙ୍କୁ ଓଡିଶାର ମାଟିର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍, କାରଣ ବାବୁଗିରିରେ ଶାସନ ଚାଲେନାହିଁ। ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ। ଶ୍ରୀ ଅମିତ୍ ଶାହ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ୍ ର ସରକାର ଗଠନ କରିବାକୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମହାପ୍ରଭୃଙ୍କ ନାମରେ ମିଛ କହିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧରା ପକାଇଦେଲେ ପାଣ୍ଡିଆନ

ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୃଙ୍କ ନାମରେ ମିଛ କହିଥିବା କଥାକୁ ଧରାପକାଇଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏ ନେଇ ନିଜେ ପାଣ୍ଡିଆନ ଏକ ଭିଡିଓ ଜାରୀ କରି କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଯେ, ନବେକଳବର ପାଇଁ କେନ୍ଦ୍ର ସରକାର 50 କୋଟି ଟଙ୍କା ଟ୍ରେଜେରୀରେ ଡିପୋଜିଟ କରିଆସିଛି। ହେଲେ ତାହାକୁ ରାଜ୍ୟ ସରକାର ଖର୍ଚ୍ଚ କଲେ ନାହିଁ। ହେଲେ ଏହା ସଂପୂର୍ଣ୍ଣ ମିଛ ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ, 50 କୋଟି ନୁହେଁ କେନ୍ଦ୍ର ସରକାର 10 କୋଟି ଅନୁମୋଦ କରିଥିଲେ। ତାହା ପର୍ଯ୍ୟଟନ ବିକାଶ ପାଇଁ ଅନୁମୋଦ ହୋଇଥିଲା। ହେଲେ ମିଳିଲା ମାତ୍ର 6 କୋଟି 50 ଲକ୍ଷ ବୋଲି ପାଣ୍ଡିଆନ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ଅନ୍ତତଃ ପକ୍ଷେ କେନ୍ଦ୍ର ମନ୍ତ୍ରୀ ମହାପ୍ରଭୃଙ୍କ ନାମରେ ମିଛ ନ କହିଲେ ଭଲ। ବର୍ତ୍ତମାନ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଚ୍ୟାଲେଞ୍ଜ, ଯଦି ନବୀନବାବୁ ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡି ଦେବି, ଆପଣ ଛାଡିବେ କି ?

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି।

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି। ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ।

ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି। ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି।

ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ।

ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି। ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି। ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ। ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ। ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ?

ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି। ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି। ବ୍ରଜରାଜନଗର ମାଁ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇ.ଟି. ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ୍‍ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି। କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦,୬୦୦ ଚାଷୀ ଉପକାର ପାଉଛନ୍ତି। BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।

ଝାରସୁଗୁଡ଼ାରେ ସ୍ୱର୍ଗତ ନବଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ କହିଲେ ଯେ ଝାରସୁଗୁଡ଼ାର ବିକାଶରେ ସ୍ୱର୍ଗତ ନବବାବୁଙ୍କର ବହୁତ ଅବଦାନ ରହିଛି। ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କେନସର ହସ୍‍ପିଟାଲ, ହାର୍ଟ କେୟାର ହସ୍‍ପିଟାଲ ହୋଇଛି। ଦୀପାଳି ଆପଣମାନଙ୍କ ଝିଅ, ନବବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି ।

ମା’ମାନେ ହେଉଛନ୍ତି ନବୀନବାବୁଙ୍କ ସେନାପତି। ଜଣେ ସାଧାରଣ ମହିଳାଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡ଼ା ବିକାଶ ଯାତ୍ରାକୁ ଆହୁରି ମଜବୁତ୍‍ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି, କରିଲା ଏହି ଅଭିଯୋଗ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଇଁ ବିଦେଶରେ ଅବସ୍ଥାପିତ ଜଣେ ଆଇଏଫଏସ ଅଧିକାରୀ ପ୍ରଚାର ରଣନୀତି କରୁଛନ୍ତି। ସେ ଏକ ମାସ ଛୁଟି ଆଣି ସମ୍ବଲପୁରରେ ରହି ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।

ସସ୍ମିତ କହିଛନ୍ତି ଯେ, ନିୟୁର୍କରେ ଅବସ୍ଥାପିତ କନସୋଲଣ୍ଟିଂ ଜେନେରାଲ ଶ୍ରୀ ବିନୟ ପ୍ରଧାନ ଧର୍ମେନ୍ଦ୍ରଙ୍କ ପ୍ରଚାରରେ ଲାଗିଛନ୍ତି। ସେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ। ବିଦେଶରେ ଅବସ୍ଥାପିତ ଥିବା ବେଳେ ସେ ଧର୍ମେନ୍ଦ୍ରଙ୍କ ପାଇଁ କିପରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ସେ ଓଏସଡି ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ।

ଧର୍ମେନ୍ଦ୍ରଙ୍କୁ ଜିତାଇବା ପାଇଁ ବର୍ତ୍ତମାନ ବିନୟ ପ୍ରଧାନ ଏକ ମାସ ଛୁଟିଆଣି ସମ୍ବଲପୁରରେ ରହୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଘରେ ରହୁଛନ୍ତି ସେହିଠାରେ ସେ ମଧ୍ୟ ରହୁଛନ୍ତି। ସେହି ଘରେ ବସି ସେ ବିଭିନ୍ନ ଲୋକଙ୍କୁ ଫୋନ କରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେଥିପାଇଁ ବିନୟଙ୍କ କଲ ରେକର୍ଡ ଯାଞ୍ଚ ଏବଂ ତାଙ୍କର ଗତିବିଧି ଉପରେ ଟ୍ରାକ କରାଯାଉ ବୋଲି ସସ୍ମିତ ପାତ୍ର ଦାବୀ କରିଛନ୍ତି।

ସସ୍ମିତ ଆହୁରି କହିଛନ୍ତି ଯେ, ଏ ନେଇ ଆମେ ପୂର୍ବରୁ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛୁ। ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେହିପରି ଦଳ ତରଫରୁ କ୍ୟାବିନେଟ ସଚିବ ଏବଂ ବୈଦେଶିକ ବ୍ୟାପାର ବିଭାଗର ସଚିବଙ୍କୁ ମଧ୍ୟ ଏ ନେଇ ଚିଠି ଲେଖିଛୁ। ହେଲେ ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ନିର୍ବାଚନ କମିଶନର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

ଭୁବନେଶ୍ବର: ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳର ଏକ ପ୍ରତିନିଧୀ ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ତୁରନ୍ତ ନିର୍ବାଚନ ଅଧିକାରୀ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି।

ବିଜେଡି କହିଛି ଯେ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ତାଙ୍କ ପ୍ରଚାରରେ ସେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଯାହା ନିୟମ ବିରୋଧ। ଧର୍ମେନ୍ଦ୍ର ଗତ 24 ତାରିଖରେ ଆଠମଲିକ ଏନଏସିରେ ପ୍ରଚାର କରୁଥିବା ବେଳେ ତାଙ୍କ ଶୋଭାଯାତ୍ରାରେ ପିଲାମାନେ ଜିନ୍ଦାବାଦ କରିଯାଉଥିଲେ।

ନିର୍ବାଚନ ଅଧିକାରୀ ଏହା ଉପରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପାଣ୍ଡିଆନ, ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କୁ ମିଳିବ Z, ଆଉ ୩ ନେତାଙ୍କୁ Y ସୁରକ୍ଷା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବିହିତ ପଦକ୍ଷେପ। ସେହି ଅନୁସାରେ ଆଜି ରାଜ୍ୟ ସରକାର ଜାରୀ କରିଛନ୍ତି ଏକ ବିଜ୍ଞପ୍ତି। ଏତିରେ   ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ Z ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ Y ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର Z ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଗିଡି ଗଲା ଧର୍ମେନ୍ଦ୍ରଙ୍କ ଗଣିତ, ବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତି ଦେବୀ

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି।

ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ।

ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର ବିଜେଡିରେ ସାମିଲ ହେବା ପରେ ଓଡିଶା ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ସେ ସାଂସଦ ନୀତିଶ ଗଙ୍ଗଦେବଙ୍କୁ ଏକ ପ୍ରକାରର କଣଠୋସା କରିଦେଇଛନ୍ତି। ଯାହାକୁ ନେଇ ତାଙ୍କ ପତ୍ନୀ ଅରୁନ୍ଧତୀ ସିଧା ଧର୍ମେନ୍ଦ୍ରଙ୍କ ନାଁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ନିଜର ସାମାଜିକ ଗଣମାଧ୍ୟମରେ ଅରୁନ୍ଧତି ଧର୍ମେନ୍ଦ୍ରଙ୍କୁ ଗାଳି ମଧ୍ୟ କରିବାକୁ ପଛାଇ ନାହାଁନ୍ତି।

ବର୍ତ୍ତମାନ ଅରୁନ୍ଧତୀ ବିଜେଡିରେ ଯୋଗଦେବା ପରେ ସେ ଧର୍ମେନ୍ଦ୍ର ବିରୋଧରେ ପ୍ରଚାର କରିବେ। ଏହାଦ୍ବାରା ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପଲା ନିଶ୍ଚିତ ଭାରି ହେବ ଏଥିରେ ସନ୍ଦେହ ନାହିଁ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଏସକେୱାଇ କୁ ରାଜନୀତି ଭିତରକୁ ଟାଣିଲେ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ।

ଏଥି ସହିତ ବିଏସ୍‍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି।

ବିଏସକେୱାଇ ଯୋଗୁଁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩୦୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ।

ଗତ ଏକ ବର୍ଷ ମଧ୍ୟରେ ବିଏସକେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଓଡ଼ିଶା ବାହାରେ ଚିକିତ୍ସା କରାଯାଇଛି । ବିଏସକେୱାଇ କାରଣରୁ ସେମାନେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

କିନ୍ତୁ ଓଡ଼ିଶା ବିଜେପି ବିଧାୟକ ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ଓଡ଼ିଶାବାସୀ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ପ୍ରାୟ ୩୬ ଲକ୍ଷ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ବାହାରୁ ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହୋଇଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ଚାହୁଁଛନ୍ତି କି, ଏହି ଲକ୍ଷ ଲକ୍ଷ ଓଡିଆମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି ତାହା ନପାଆନ୍ତୁ ବୋଲି? ଯଦି ଶ୍ରୀ ପ୍ରଧାନ ଭାବୁଛନ୍ତି ଯେ ବିଏସକେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ତାଙ୍କ ଦଳର ଇସ୍ତାହାରର ଏକ ନମ୍ବରରେ କୁହନ୍ତୁ ଯେ ସେମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡକୁ ବନ୍ଦ କରିଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।